କାଶୀନଗର ଶ୍ରୀରାମ +୨ ସେକେଣ୍ଡାରୀ ସ୍କୁଲରେ କ୍ଲଷ୍ଟର ସ୍ତରୀୟ ଯୁବ ରେଡ କ୍ରସ କର୍ମଶାଳା ଅନୁଷ୍ଠିତ

0
254

ରିପୋର୍ଟ : ପ୍ରଣତି ସାବତ //
କାଶୀନଗର,(୩୦/୧୦) : ଆଜି ଗଜପତି ଜିଲ୍ଲା ଅନ୍ତର୍ଗତ କାଶୀନଗର ଶ୍ରୀରାମ +୨ କଲେଜ୍ ରେ ଯୁବ ରେଡ କ୍ରସ୍ ର ଜିଲ୍ଲା ସ୍ତରୀୟ କର୍ମଶାଳା ଅନୁଷ୍ଟିତ ହୋଇଯାଇଛି ।be25fe0b 69bb 4754 90b1 9a10be463b0b କାଶୀନଗର ଶ୍ରୀରାମ +୨ ସେକେଣ୍ଡାରୀ ସ୍କୁଲରେ କ୍ଲଷ୍ଟର ସ୍ତରୀୟ ଯୁବ ରେଡ କ୍ରସ କର୍ମଶାଳା ଅନୁଷ୍ଠିତ

ପ୍ରଥମେ କାଶୀନଗର ଶ୍ରୀରାମ +୨ କଲେଜ୍ ର ପ୍ରତିଷ୍ଠାତା ଶ୍ରୀ ରଘୁନାଥ ସାହୁ ଙ୍କ ପ୍ରତିମୂର୍ତ୍ତି ରେ ଅତିଥିମାନେ ପୁଷ୍ପ ମାଳ ଦେଇଥିଲେ । ମୁଖ୍ୟ ଅତିଥି ଡ୍.ଲକ୍ଷ୍ମୀ ପ୍ରସାଦ ସାହୁ ରେଡ କ୍ରାସ ପତାକା କୁ ଉତ୍ତଳନ କରିଥିଲେ। ଓ ସମସ୍ତଙ୍କୁ ଶପଥ ପାଠ କରାଇଥିଲେ । କଲେଜ୍ ଅଧ୍ୟକ୍ଷ ଶ୍ରୀ ନବକୃଷ୍ଣ ସାହୁକାର ଙ୍କ ସଭାପତିତ୍ବରେ ଅନୁଷ୍ଟିତ ଏହି କର୍ମଶାଳା କୁ ମୁଖ୍ୟ ଅତିଥି ଉଦ୍ଘାଟନ କରିଥିଲେ । ସମ୍ମାନିତ ଅତିଥି ଭାବେ ଥାନା ଅଧିକାରୀ ସୁଶାନ୍ତ କୁମାର ସାହୁ,ନିର୍ବାହୀ ଅଧିକାରୀ ଡ୍.ସତ୍ୟ ସମ୍ପର୍ଣ୍ଣ ରାଉତ, +୩ ଅଧ୍ୟକ୍ଷ ପ୍ରଶାନ୍ତ ବାନପଳି,ପ୍ରଦୀପ୍ତ ଷଡ଼ଙ୍ଗୀ,ବିଘ୍ନେଶ୍ୱର ମିଶ୍ର ଜିଲ୍ଲା ସଂଯୋଜକ ଓ ୟୁନିଟ ଅଧିକାରୀ ରିଡର୍, କୈଳାଶ ପ୍ରଧାନ ଯୋଗ ଦେଇଥିଲେ । ଏହି କର୍ମଶାଳା 3ଦିନ ଧରି ଚାଲିବ ବୋଲି ଜଣା ଯାଇଛି ।