ମମିତାଙ୍କ ପରିବାର ବର୍ଗଙ୍କ ଅନୁପସ୍ଥିତି ରେ ଘରକୁ ଗଲେ ବିଜେଡ଼ି ଦଳ ସ୍ଥାନୀୟ ପ୍ରଭାରୀ

0
311

ରିପୋର୍ଟ : ସନ୍ତୋଷ କୁମାର ନାୟକ
ବଲାଙ୍ଗୀର, ତା(୦୧/୧୧) : ବହୁ ଚର୍ଚ୍ଚିତ ମମିତା ମାମଲା ନେଇ ଉଭୟ ଶାସକ ଦଳର କଂଗ୍ରେସ ଓ ବିଜେପି ନେତା ମମିତାଙ୍କ ପରିବାର ଲୋକ ଙ୍କ ନିକଟରେ ପହଞ୍ଚି ସାନ୍ତ୍ୱନା ଦେବା ସହ ଘନ ଘନ ଗସ୍ତ କରି କାର୍ଯ୍ୟାନୁଷ୍ଠାନ ଦାବି କରି ଆସୁଛନ୍ତି ।

ଗତ ଶନିବାର ଦିନ ଏତେ ଦିନ ପରେ ପ୍ରଥମ ଥର ପାଇଁ ମୃତା ମମିତା ଙ୍କ ମାଁ ର ସ୍ୱାସ୍ଥ୍ୟଵସ୍ଥା ଠିକ ନ ଥିବା ଓ ସେ ବିଶାଖାପାଟଣା ଯାଇ ଚିକିତ୍ସାଧିନ ଥିବା ବେଳେ ସ୍ଥାନୀୟ ବି.ଜେ.ଡି. ନେତା ଅଜୟ ଦାସ ସମର୍ଥକ ଙ୍କ ସହ ତାଙ୍କ ଘର ଝରଣୀ ଗାଁ କୁ ଯାଇ ପହଞ୍ଚିଥିଲେ । ମମିତାଙ୍କ ପରିବାର ଲୋକ ଙ୍କୁ ସାକ୍ଷାତ କରି ନ ପାରି ମୃତା ମମିତା ଙ୍କ ଭାଇ ବଣ୍ଟିଙ୍କୁ ପଡ଼ୋଶୀ ଘରୁ ଡାକି ଭେଟିଥିଲେ ।

ମମିତା ଙ୍କ ପିତାଙ୍କ ସହ ଫୋନ ଯୋଗେ କଥା ହେଇ ଫେରିଆସି ନିଜ ହ୍ଵାଟ୍ସଆପ ନମ୍ବର ରୁ ନିଜ ଷ୍ଟାଟସ ରେ ଫୋଟୋ ପୋଷ୍ଟ କରି ତୁରନ୍ତ ମୁଖ୍ୟମନ୍ତ୍ରୀ ଙ୍କୁ ଭେଟି ଉପଯୁକ୍ତ ପଦକ୍ଷେପ ଗ୍ରହଣ କରିବା ଜଣେଇଥିଲେ । ସେହିପରି ପରିବାର ର ସମସ୍ତ ଆପତ୍ତି, ଅଭିଯୋଗ ନେଇ ମୁଖ୍ୟମନ୍ତ୍ରୀ ଙ୍କୁ ସବୁ ଜଣାଇବେ ବୋଲି କହିଥିବା ବେଳେ ବର୍ତ୍ତମାନ ସୁଦ୍ଧା କିଛି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇ ନ ଥିବା ପରିବାର ପକ୍ଷରୁ ଅଭିଯୋଗ ହୋଇଛି । ଏପରିକି ମୁଖ୍ୟମନ୍ତ୍ରୀ ବର୍ତ୍ତମାନ ସୁଦ୍ଧା ନିଜେ କିଛି ଜାଣି ନ ଥିବା ସେ କହିଥିବା ମମିତା ଙ୍କ ପରିବାର ଅଭିଯୋଗ କରିଛନ୍ତି ।

ସେହିପରି ବିରୋଧୀ କଂଗ୍ରେସ ଓ ବିଜେପି କେବଳ ରାଜନୈତିକ ତାମସା କରୁଥିବା ସେ କହିଛନ୍ତି । ଅପର ପକ୍ଷରେ ମହିଳା ଓ ଶିଶୁ ବିକାଶ ତଥା ମିଶନ ଶକ୍ତି ମନ୍ତ୍ରୀ ଦାୟିତ୍ୱ ରେ ଥିବା ଟିଟିଲାଗଡ଼ ବିଧାୟିକା ଟୁକୁନି ସାହୁ ନିରବ ରହିବା କାରଣ କଣ ବୋଲି ସାଧାରଣ ରେ ନା ନା ପ୍ରକାର ଆଲୋଚନା ହୋଇଆସୁଛି ।