ମହାନଦୀ ଗର୍ଭ ରେ ବେଆଇନ ବିସ୍ପୋରଣ : ନିରଵଦ୍ରଷ୍ଟା ପ୍ରଶାଶନ, ବିଷାକ୍ତ ଜଳରାଶି, ବିଲୁପ୍ତ ଜଲଚର

0
325

ରିପୋର୍ଟ : ସୁଶାନ୍ତ ବେହେରା //
ବୌଦ୍ଧ,(୦୭/୧୧) : ମହାନଦୀ ଗର୍ଭ ରେ ବେଆଇନ ବିସ୍ପୋରଣ ଯୋଗୁଁ ସାଧାରଣ ରେ ଜନ-ଅସନ୍ତୋଷ ଦେଖାଦେଇଛି । ବୌଦ୍ଧ ଜିଲ୍ଳା ଭୌଗଳିକ ଅବସ୍ଥିତି ନେଇ ଅନୁଧ୍ୟାନ କଲେ ମହାନଦୀ ଜିଲ୍ଲା ର ଉତ୍ତର ଦିଗରେ ଥିବା କଣ୍ଟାମାଳ ବ୍ଲକ ମନମୁଣ୍ଡା ଠାରୁ ବୌଦ୍ଧ ବ୍ଲକ ର ବହୁ ଗୁଡିଏ ସ୍ଥାନ ଦେଇ ବୌଦ୍ଧ ସଦର ମହକୁମା କୁ ଲାଗି ହରଭଙ୍ଗା ବ୍ଲକର ହରଭଙ୍ଗା ,ଧଳପୁର, କୁମାରୀ, ରାମଗଡ଼, ସାମ୍ପୋଚ, ପ୍ରଗଳପୁର, ପାଣିଘରା, ଟିକର ପଡ଼ା ଦେଇ ଵହି ଯାଇଛି |

ମହାନଦୀ ଗର୍ଭ ରେ ବେଆଇନ ବିସ୍ପୋରଣ ଯୋଗୁଁ ସାଧାରଣ ରେ ଜନ-ଅସନ୍ତୋଷ ଦେଖାଦେଇଛି । ବିଶେଷ କରି ହରଭଙ୍ଗା ବ୍ଲକ ର କୃଷ୍ଣ ମୋହନ ପୁର ଠାରୁ ଆରମ୍ଭ କରି ସାମ୍ପୋଚ, କରଡ଼ି, ପ୍ରଗଳପୁର, ରାମଗଡ, ଧଳପୁର, ପାଣିଘରା, ହରଭଙ୍ଗା, କୁମାରୀ ଇତ୍ୟାଦି ଜିଲ୍ଲା ର ନିମ୍ନ ଭାଗ ଶେଷ ସୀମା ଟିକରପଡା ପର୍ଯ୍ୟନ୍ତ ଏହି ଅବାଧ୍ୟ ଡିନାମାଇଣ୍ଡ ବିସ୍ଫୋରଣ ହେଉଛି | ସେହିପରି ମହାନଦୀର ଗୋଟିଏ ପାର୍ଶ୍ଵ ଅନୁଗୋଳ ଜିଲ୍ଳା ହୋଇଥିବା ବେଳେ ଅନ୍ୟ ପାର୍ଶ୍ଵ ଟି ବୌଦ୍ଧ ଜିଲ୍ଳା ସୀମାନ୍ତ ଅଟେ ।

କିନ୍ତୁ ଦୌନିକ ଏବେ ମହାନଦୀ ରେ ଜଳସ୍ତର କମିଯିବାରୁ ଅନୁଗୋଳ ଜିଲ୍ଳାର ଓଳଥ, ପତାକା , ଅଏଡ଼ା, ଲୁହାସିଙ୍ଗା ଗ୍ରାମ କୂଳରେ ଜଳ ଅଧିକ ଥିବାରୁଏହି ଜାଗା ଗୁଡିକ ରେ ମଧ୍ୟ ଅନବରତ ସକାଳୁ ଓ ସଂନ୍ଧ୍ୟା ସମୟରେ ନଦୀ ପାର୍ଶ୍ଵରେ ତୁହାକୁ, ତୁ ହା ବିସ୍ପୋରଣ ଫଳରେ ନଦୀରେ ଥିବା ବଡ଼ ମାଛ ଓ ଜଳଚର ଜୀବଙ୍କ ଜୀବନ ପ୍ରତି ବିପଦ ସୃଷ୍ଟି ହୋଇଛି । ଅନେକ ବିରଳ ପ୍ରଜାତିର ମାଛ ବଂଶ ଲୋପ ପାଇବାରେ ଲାଗିଛି । ବ୍ୟବହୃତ ବିଭିନ୍ନ ବିସ୍ପୋରକର ଶଦ୍ଦ ରେ ସମଗ୍ର ଅଞ୍ଚଳ ପ୍ରଚଣ୍ତ ଶବ୍ଦରେ କମ୍ପି ଉଠୁଛିଏବଂ ମହାନଦୀ ର ଜଳ ପ୍ରଦୂଷଣ ହେବାରେ ଲାଗିଛି | ଏହି ପକ୍ରିୟା ପ୍ରତିବର୍ଷ ଶିତ ଦିନରୁ ଆରମ୍ଭ ହୋଇ ମଇ ମାସ ପଯ୍ୟନ୍ତ ଅବଧରେ ଚାଲେ ।

ଏଥିପ୍ରତି ପ୍ରଶାସନର ନିଘା ନାହିଁ । ମହାନଦୀରେ ବେଆଇନ ବିସ୍ଫୋରଣ ରେ ନଦୀ ଜଳରେ କୀଟନାଶକ ପ୍ରୟୋଗ କରି ମାଛ ମାରୁଥିବା ନେଇ ବହୁବାର ଅଭିଯୋଗ ହୋଇଛି ଫଳରେ ବହୁ ସଂଖ୍ୟାରେ ମାଛ ଗୁଡ଼ିକ ମରି ମହାନଦୀ ପାଣିରେ ଭାସୁଥିବା ଦେଖିବାକୁ ମିଳିଛି । ଏପରି ସ୍ଥିତିରେ ନଦୀରୁ ପାରମ୍ପରିକ କୌଶଳରେ ମାଛ ମାରି ଜୀବନ ଓ ଜୀବିକା ନିର୍ବାହ କରୁଥିବା କେଉଟ ଓ ଝରା ସମ୍ପ୍ରଦାୟ ଚିନ୍ତିତ ହୋଇ ପଡ଼ିଛନ୍ତି ବୋଲି ହରଭଙ୍ଗା କୌଵର୍ତ୍ତ ସମାଜର ସଦ୍ଭାପତି ଦନାର ବେହେରା ପ୍ରକାଶ କରିଛନ୍ତି ।

ଏଭଳି ବେଆଇନ କାଯ୍ୟ କୁ ନିଷେଧ କରିବାକୁ ସେ ଦାବି କରିଛନ୍ତି । ଏ ବାବଦରେ ନୟାଗଡ଼ ବନ୍ୟପ୍ରାଣୀ ଡି.ଏଫ. ଓ ସମୀର କୁମାର ଶତପଥିଙ୍କୁ ପଚାରିବାରୁ ସେ କହିଲେ ଏ ବାବଦରେ ଆମେ ଅଭିଯୋଗ ପାଈନାହୁଁ । ହେଲେ ଏବେ ମହାନଦୀରେ ବୋଟ ଦ୍ଵାରା କର୍ମଚାରୀ ମାନଙ୍କୁ ପଠାଇବା ସହ ପେଟ୍ରୋଲିଙ୍ଗ କରି ଏ ଦିଗରେ ସମସ୍ତ ପଦକ୍ଷେପ ନିଆଯିବ ବୋଲି ପ୍ରକାଶ କରିଛନ୍ତି |