ଡିଗ୍ରୀ ମହା ବିଦ୍ୟାଳୟ ର ରେଡ଼କ୍ରସ ଶିକ୍ଷା ଓ ତାଲିମ ଶିବିର ଉଦଯାପିତ

0
221

ରିପୋର୍ଟ : ଏନ.ସନ୍ତୋଷ କୁମାର //
ବୈପାରୀଗୁଡା,(୦୭/୧୧) : ଶହୀଦ ଲଷ୍ମଣ ନାୟକ ଡିଗ୍ରୀ ମହା ବିଦ୍ୟାଳୟ ରେ ତିନି ଦିନ ଧରି ଚାଲିଥିବା କଷ୍ଟର ସ୍ତରୀୟ ଯୁବ ରେଡ଼କ୍ରସ ସ୍ୱଚ୍ଛାସେବୀ ଯୁବ ରେଡ଼କ୍ରସ ଶିକ୍ଷା ଓ ତାଲିମ ଶିବିର ଉଦଯାପିତ ହୋଇଯାଇଛି ।

ବିଦ୍ୟାଳୟର ଅଧ୍ୟକ୍ଷl ସ୍ନହଲତା ପଟ୍ଟନାୟକଙ୍କ ଅଧ୍ୟକ୍ଷତା ରେ ଆୟୋଜିତ ଉଦଯାପନୀ ସଭାରେ ମୁଖ୍ୟ ଅତିଥି ଭାବେ ଜିଲ୍ଲା ଯୁବ ରେଡ଼କ୍ରସ ସଂଯୋଜକ ନବୀନ ଚନ୍ଦ୍ର ସାହୁ ଏବଂ ସମ୍ମାନିତ ଅଥିତି ଭାବେ ଡିଗ୍ରୀ ମହା ବିଦ୍ୟାଳୟ କମିଟି ସଭାପତି ମୋନଜ କୁମାର ମହାପାତ୍ର, ଦlମନଯୋଡି କଲେଜ ଅଧ୍ୟାପିକl ମମତା ସାହୁ, ରକ୍ତଦାତା ପ୍ରବର୍ତକ ପବିତ୍ର ସାହୁ, ଲମତାପୁଟ ଡିଗ୍ରୀ କଲେଜ ପ୍ରିନସିପାଲ ପ୍ରବୀନ କୁମାର ବିଶୋଇ, ଡ଼ଃ ନରେଶ କୁମାର ସାହୁ, ପ୍ରମୁଖ ଯୋଗଦେଇ ସ୍ବେଛାସେବୀ ମାନଙ୍କୁ ମାନବ ସେବାରେ ବ୍ରତୀ ହେବାକୁ ଆହ୍ଵାନ ଦେଇଥିଲେ । ଅଧ୍ୟାପିକା ତଥା ଯୁବ ରେଡ଼କ୍ରସ ସଂଯୋଜିକା ମାନସୀ ଆଚାର୍ଯ୍ୟ ମଞ୍ଚ ପରିଚାଳନା କରିଥିଲେ । ad213596 7a09 488c 874c 721c913bfb25 ଡିଗ୍ରୀ ମହା ବିଦ୍ୟାଳୟ ର ରେଡ଼କ୍ରସ ଶିକ୍ଷା ଓ ତାଲିମ ଶିବିର ଉଦଯାପିତ

ଏହି ଶିବିର ରେ ଶ୍ରେଷ୍ଠ ସ୍ୱଚ୍ଛାସେବୀ ଭାବେ ବୈପାରୀଗୁଡା ଡିଗ୍ରୀ ମହାବିଦ୍ୟାଳୟ ପ୍ରିୟ ଦର୍ଶନୀ ପଟ୍ଟନାୟକ ଏବଂ ମାନସ ରଞ୍ଜନ ମହାନ୍ତି ସମ୍ମାନିତ ହୋଇଥିଲେ ପ୍ରବନ୍ଧ ଓ ସାଧାରଣ ଜ୍ଞାନ ପ୍ରତିଯୋଗୀତାରେ କୃତୀ ପ୍ରତିଯୋଗୀମାନଙ୍କୁ ପୁରସ୍କୃତ କରାଯାଇଥିଲା । ଏହି ଉଦଯାପନୀ ସମାରୋହରେ  ଅଧ୍ୟାପକ ଖିରୋଦ ପାଇକ, ଏବଂ ସାନୁ ପରଜା, ରକେଶ ଭୂୟାଁ ପ୍ରମୁଖ ସହଯୋଗ କରିଥିଲେ l

ଏହି ଶିବିରରେ ଆୟୋଜକ ମହା ବିଦ୍ୟାଳୟ ବ୍ୟତୀତ କୁନ୍ଦୁରା ବିଜୁ ପଟ୍ଟନାୟକ ମହାବିଦ୍ୟାଳୟ ଲମତାପୁଟ ଡିଗ୍ରୀ କଲେଜ , ବୈପାରୀଗୁଡା ଜୁନିଅର କଲେଜରୁ ୩୦ଜଣ ଛାତ୍ର ଛାତ୍ରୀ ରେଡକ୍ରସର ଇତିହାସ, ବିକାଶ ଚିହ୍ନ ମୌଳିକନୀତି ପ୍ରାଥମିକ ଚିକିତ୍ସା, ବିପର୍ଯ୍ୟୟ ପରିଚାଳନା, ସଡ଼କ ସୁରକ୍ଷା, ଏଡ଼ସର ନିରାକରଣ ଓ ରକ୍ତଦାନର ମହତ୍ତ୍ଵ ଆଦି ବିଭିନ୍ନ ବିଭାଗରେ ତାଲିମ ଗ୍ରହଣ କରିଥିଲେ।