ଦୁର୍ଗମ ଗାଁ ସୂତାଘାଟି ରେ ଶୀତ ବସ୍ତ୍ର ବାଣ୍ଟି ଉଦାହରଣ ସାଜୁଛନ୍ତି ବୁଲୁ

0
149

ରିପୋର୍ଟ : ବିଭୁତି ଲହରିୟା
ବାଲିଗୁଡା,(୭/୧୧) : କୋଟଗଡ ବ୍ଲକ ର ଦୁର୍ଗମ ଗାଁ ସୂତାଘାଟି ରେ ଗରିବ ପରିବାର କୁ ନିଜ ଉଦ୍ୟମ ରେ ଶୀତ ବସ୍ତ୍ର ବାଣ୍ଟିଛନ୍ତି ସମାଜ ସେବୀ ବୁଲୁ | ପ୍ରତ୍ୟେକ ବର୍ଷ ଭଳି ଏ ବର୍ଷ ମଧ୍ୟ ଉପାନ୍ତ କୋଟଗଡ ବ୍ଲକ ର ଦୁର୍ଗମ ସୂତା ଘାଟି ଗାଁ କୁ ଯାଇ ନିଜ ସାମର୍ଥ ଅନୁଯାଇ ସମାଜ ସେବୀ ବୁଲୁ ମଳିକ ଗରିବ ପରିବାର ଲୋକଙ୍କୁ ଶୀତ ବସ୍ତ୍ର ବାଣ୍ଟିଛନ୍ତି |WhatsApp Image 2021 11 08 at 10.39.09 AM ଦୁର୍ଗମ ଗାଁ ସୂତାଘାଟି ରେ ଶୀତ ବସ୍ତ୍ର ବାଣ୍ଟି ଉଦାହରଣ ସାଜୁଛନ୍ତି ବୁଲୁ

ଜଣେ ଶିକ୍ଷକତା କରି ମଧ୍ୟ ଉପାନ୍ତ କୋଟଗଡ ଓ ତୁମୁଡିବନ୍ଧ ବ୍ଲକ ରେ ଗରିବ ଲୋକ ମାନଙ୍କ ସାହା ଭରସା ହୋଇଛନ୍ତି ବୁଲୁ | ଦୁର୍ଗମ ଗାଁ ସୂତାଘାଟି ଭଲି ଅତ୍ୟନ୍ତ ଦୁର୍ଗମ ଅଞ୍ଚଳ କୁ ହେଲେ ଦଶ ରୁ ବାର କିଲୋମିଟର ଚାଲି ଚାଲି ଯିବାକୁ ପଡେ ରାସ୍ତା ଘାଟ ଏବେ ମଧ୍ୟ ଯିବାକୁ କଷ୍ଟ ସାଧ୍ୟ୍ୟ | କିନ୍ତୁ ବୁଲୁ ମଳିକ ସେଠାରେ ଥିବା ପରିବାର ଲୋକଙ୍କ ସୁବିଧା ଅସୁବିଧା ରେ ସାହାଯ୍ୟ କରନ୍ତି |

କୋଟଗଡ ଓ ତୁମୁଡିବନ୍ଧ ଭଲି ଉପାନ୍ତ ଅଞ୍ଚଳ ର ଗରିବ ଦୁଃସ୍ତ ରୋଗୀ ମାନଙ୍କୁ ଡାକ୍ତରଖାନା ନେବାକୁ ହେଲେ ସହଯୋଗ ର ହାତ ବଢ଼ାନ୍ତି ସମାଜସେବୀ ବୁଲୁ ମଳିକ ଓ ତାଙ୍କର ସାଥି ସହ ଯୋଗୀ ବନ୍ଧୁ ଙ୍କ ସହାୟତା ରେ କନ୍ଧମାଳ ଜିଲ୍ଲା ସହିତ ଅନ୍ୟ ଜିଲ୍ଲା ରେ ମଧ୍ୟ ପୀଡିତ ଗରିବ ଦୁସ୍ତ ରୋଗୀ ମାନଙ୍କୁ ରକ୍ତଦାନ କରି ଅନ୍ୟ ମାନଙ୍କ ପାଇଁ ଉଦାହରଣ ସୃଷ୍ଟି କରିପାରିଛନ୍ତି | ଅନାଥ, ଦୁଃସ୍ତ ଗରିବ ଲୋକମାନଙ୍କୁ ବିଭିନ୍ନ ପ୍ରକାର ସାହାଯ୍ୟ କରି ଅନ୍ୟ ର ମୁହଁ ରେ ହସ ଫୁଟାଉ ଥିବା ଗରିବ ଲୋକଙ୍କ ସାଥି ହୋଇ ପାରିଛନ୍ତି |

ଅନ୍ୟ କୌଣସି ସ୍ଵେଛାସେବୀ ଅନୁଷ୍ଠାନ ମାନଙ୍କ ସାହାଯ୍ୟ ବିନା ନିଜ ବ୍ୟକ୍ତି ଗତ ଚେଷ୍ଟା ରେ ଲୋକଙ୍କୁ ସାହାଯ୍ୟ କରି ଆନନ୍ଦ ସାଉଁଟି ପାରିଛନ୍ତି ବୁଲୁ ମଳିକ | ଯାହା କନ୍ଧମାଳ ଭଲି ଆଦିବାସୀ ଅଞ୍ଚଳ ରେ ନିସ୍ଵାର୍ଥ ପର ସେବା କରି ଏକ ଦେବଦୁତ ଭଲି ଲୋକଙ୍କ ସେବା କାର୍ଯ୍ୟ କରି ଆସୁଛନ୍ତି |