ସ୍ତ୍ରୀ ର ଟାଙ୍ଗିଆ ଚୋଟ ରେ ସ୍ୱାମୀ ମୃତ

0
374

ରିପୋର୍ଟ : ସୁଶାନ୍ତ ବେହେରା //
ହରଭଙ୍ଗା,(୦୯/୧୧) : ହରଭଙ୍ଗା ବ୍ଲକ ଆଡେନିଗଡ଼ ଗ୍ରାମରେ ସ୍ତ୍ରୀ ର ଟାଙ୍ଗିଆ ଚୋଟ ରେ ସ୍ୱାମୀର ମୃତ୍ୟୁ ହୋଇଥିବାର ଏକ ଅଭାବନୀୟ ଘଟଣା ଘଟିଛି |

ସୂଚନା ମତେ ଆଜି ଅପରାହ୍ନ ୪.୩୦ ସମୟରେ ଆଡେନିଗଡ ଗ୍ରାମର ଗଣେଶ ବଜାର ଠାରେ ଘଟିଛି ଏଭଳି ଘଟଣା | ସ୍ୱାମୀ ସ୍ତ୍ରୀ ର ପାରିବାରିକ କଳହ ରେ ସ୍ତ୍ରୀ ର ଟାଙ୍ଗିଆ ଚୋଟ ରେ ସ୍ୱାମୀ ମୃତ | ସ୍ତ୍ରୀ କୁନୁ ମୁଖୀ (୩୯) ଉତକ୍ଷିପ୍ତ ହୋଇ ସ୍ୱାମୀ ତରଣୀ ସେନ ପ୍ରଧାନ (୪୫) ଙ୍କୁ ଟାଙ୍ଗିଆରେ ହାଣି ଘରୁ ଫେରାର ହୋଇ ଯାଇଥିଲେ | ରକ୍ତାକ୍ତ ଅବସ୍ଥାରେ ହରଭଙ୍ଗା ଦମକଳ ବାହିନୀ ଶ୍ରୀ ପ୍ରଧାନ ଙ୍କୁ ପୁରୁଣା କଟକ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର କୁ ଆଣି ଥିଲେ କିନ୍ତୁ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ | ଘଟଣା ସ୍ଥଳରେ ଆଡେନିଗଡ ପୋଲିସ ପହଞ୍ଚି ଘଟଣା ର ତଦନ୍ତ ଚଳାଇଛି | ଟାଙ୍ଗିଆରେ ହାଣି ଆସାମୀ କୁନୁ ମୁଖୀ ଫେରାର ଥିବାର ଫାଣ୍ଡି ଅଧିକାରୀ ସନ୍ତୋଷ ମଲ୍ଲିକ ପ୍ରକାଶ କରିଛନ୍ତି |