ବିଷମ କଟକ ବ୍ଲକ କୁଟ୍ରାଗଡ ଗ୍ରାମ ପଞ୍ଚାୟତ ଗାଁ ସାଥି ମେଟ ମାନଙ୍କୁ ନେଇ ବୈଠକ ଅନୁଷ୍ଠିତ

0
246

ରିପୋର୍ଟ : ନରତ୍ତମ ପାଢୀ //
ବିଷମ କଟକ, (୧୦/୧୧) : ରାୟଗଡା ଜିଲ୍ଲା ର ବିଷମ କଟକ ବ୍ଲକ କୁଟ୍ରାଗଡ ଗ୍ରାମ ପଞ୍ଚାୟତ ରେ ଗାଁ ସାଥି ମେଟ୍ ଭାଇ ଓ ଭଉଣୀ ମାନଙ୍କୁ ନେଇ ଏକ ସ୍ବତନ୍ତ୍ର କର୍ମଶାଳା ଅନୁଷ୍ଠିତ ହୋଇଛି । ତାଙ୍କର ମୁଖ୍ୟ କଥା ହେଲା ୯ ଗୋଟି ଦାବୀ ପୂରଣ ପାଇଁ ଏକ ସ୍ମାରକ ପତ୍ର ସରପଞ୍ଚ ଓ ଗ୍ରାମ ରୋଜଗାର ସଂଯୋଯକ ମାଧ୍ୟମରେ ପ୍ରଦାନ କରାଗଲା । 

ଏହି କାର୍ଯ୍ୟକ୍ରମ କୁ ରାମନାକୁପୁଲି ଶ୍ରୀମତୀ ଅନୀତା ପିଡିକାକା ବିଷମ କଟକ ବ୍ଲକ କୁଟ୍ରାଗଡ ଗ୍ରାମ ପଞ୍ଚାୟତ ରେ ଆୟୋଜିତ କରିଥିଲେ | ସହଯୋଗ କରିଥିଲେ ବଳରାମ ଜାଲ ଓ ନରତ୍ତମ ପାଢୀ ସଂଯୋଗ କରୀଥିଲେ । ଏହି ବୈଠକରେ ଆଲୋଚନା ୯ ଟୀ ଦାବୀ ଉପସ୍ଥାପନା କରିଥିଲେ । ଏହି ବୈଠକରେ ବିଷମ କଟକ ବ୍ଲକ ସଭାପତି ଶ୍ରୀ ନରତ୍ତମ ଉଲ୍ଲାକା ଉପସ୍ଥିତ ରହିଥିଲେ |

ଜଗନ୍ନାଥ କାଣ୍ଡମାକା, କୃଷ୍ଣ ପିଡିକାକା, ବାବୁଲା ନାଗ, ଦୁର୍ଯ୍ୟୋଧନ କୁସୁଲିଆ, କୃଷ୍ଣ ଚନ୍ଦ୍ର ଭାଟ୍ଟ, ରାମେଶ୍ୱର ଭାଟ୍ଟ, ଅରୁଣ କାଣ୍ଡମାକା, ଛଞ୍ଚରା ଗୁଡ଼ା ପୂନୀ଼ୟା ମେଲେକା, ପୁର୍ବତନ ସରପଞ୍ଚ ଶ୍ରୀ ଡମ୍ବରୁଧର ପିଡିକାକା ଓ ସରପଞ୍ଚ ଶ୍ରୀ ନରେନ୍ଦ୍ର ପିଡିକାକା ଏବଂ ଗ୍ରାମ ପଞ୍ଚାୟତ ରୋଜଗାର ସେବକ ଶ୍ରୀ ପ୍ରମୋଦ କୁମାର ନାଲା ଉପସ୍ଥିତରେ ସରପଞ୍ଚ ଙ୍କୁ ଦାବିପତ୍ର ପ୍ରଦାନ କରାଗଲା ।

କୁଟ୍ରାଗଡ ଗ୍ରାମ ପଞ୍ଚାୟତ ରେ ସମସ୍ତ ଗାଁ ସାଥି ଭାଇ ଓ ଭଉଣୀ ମାନେ ଏକତ୍ରିତ ହୋଇ ଦାବୀ ପ୍ରଦାନ କରାଗଲା । ଯଦି ଆମ ଦାବୀ ପୂରଣ ନହେଲେ ଆନ୍ଦୋଳନ ଜାରି ରହିବ ବୋଲି ଚେତାବନୀ ଦେଇଥିଲେ ଏଵଂ ସର୍ବଶେଷରେ ସମସ୍ତଙ୍କୁ ଧନ୍ୟବାଦ ଜଣାଇ ଶ୍ରୀମତୀ-ଅନିତା ପୀଡୀକାକା ସଭାଟିକୁ ସମାପ୍ତ କରିଥିଲେ ।

b7b1a977 bbd8 48fe af22 1995ac687303 ବିଷମ କଟକ ବ୍ଲକ କୁଟ୍ରାଗଡ ଗ୍ରାମ ପଞ୍ଚାୟତ ଗାଁ ସାଥି ମେଟ ମାନଙ୍କୁ ନେଇ ବୈଠକ ଅନୁଷ୍ଠିତ