ବ୍ଲକ୍ କାର୍ଯ୍ୟାଳୟ ଠାରେ ବ୍ଲକ୍ ସ୍ତରୀୟ ସୁରଭି କାର୍ଯ୍ୟକ୍ରମ ଅନୁଷ୍ଟିତ

0
230

ରିପୋର୍ଟ : ପ୍ରଣତି ସାବତ
କାଶୀନଗର, (୧୨/୧୧) : ଆଜି ଗଜପତି ଜିଲ୍ଲା ଅନ୍ତର୍ଗତ କାଶୀନଗର ସ୍ଥାନୀୟ ବ୍ଲକ୍ କାର୍ଯ୍ୟାଳୟ ଠାରେ ବ୍ଲକ୍ ସ୍ତରୀୟ ସୁରଭି କାର୍ଯ୍ୟକ୍ରମ ଅନୁଷ୍ଟିତ ହୋଇଯାଇଛି ।

ସ୍ଥାନୀୟ କାଶୀନଗର ବ୍ଲକ୍ କାର୍ଯ୍ୟାଳୟ ଠାରେ ଆଜି ର ଏହି ସୁରଭି କାର୍ଯ୍ୟକ୍ରମ ରେ ମୁଖ୍ୟ ଅତିଥି ଭାବେ ଗୋଷ୍ଠୀ ଶିକ୍ଷା ଅଧିକାରୀ ଆଦିକନ୍ଦ ଗୋମାଙ୍ଗ ଯୋଗ ଦେଇଥିବା ବେଳେ, ଅତିରିକ୍ତ ଶିକ୍ଷା ଅଧିକାରୀ କିଶୋର କୁମାର, ମୀନା ବେହେରା ଯୋଗ ଦେଇଥିଲେ । ସି ଆର୍ ସି ଗୋପାଳ ରାଓ ମୋହନ ରାଓ, ଶିକ୍ଷକ ଦେବରାଜ ଜେନା, ଧିରେନ୍ ପାତ୍ର ଯୋଗ ଦେଇଥିଲେ ।

ଏହି କାର୍ଯ୍ୟକ୍ରମ ପିଲାମାନଙ୍କ ମଧ୍ୟରେ ଥିବା ଅନ୍ତର୍ନିହିତ କଳା ଓ କୌଶଳ ଦେଖାଇବାର ଏହା ଏକ ମଞ୍ଚ ବୋଲି ବି ଇ ଓ କହିଛନ୍ତି । କାଶୀନଗର ବ୍ଲକ୍ ର ବିଭିନ୍ନ ଅଞ୍ଚଳ ର ପ୍ରତିଭାମାନ ପିଲା ମାନେ ଏହି ମଞ୍ଚରେ ନିଜର ପ୍ରାଇଭ ଦେଖାଇ ପାରିବେ ।