ଫ୍ଲାଟ ମିଳିବା ପରେ ବି ଘର ଛାଡୁ ନାହାଁନ୍ତି ବସ୍ତି ବାସୀନ୍ଦା : ସତ୍ୟକାଳୀ ବସ୍ତିରେ ଉଚ୍ଛେଦ ହେଲା ୧୧୭ ଘର

0
181

ରିପୋର୍ଟ : ସୁଭାସିସ ନାୟକ
ଭୁବନେଶ୍ୱର,(୧୬/୧୧) : ବସ୍ତିବାସିନ୍ଦାଙ୍କୁ ମିଳିଛି ଫ୍ଲାଟ ହେଲେ ଫ୍ଲାଟ ମିଳିବା ପରେ ବି ବସ୍ତି ଛାଡି ନାହାଁନ୍ତି ହିତାଧିକାରୀ । ପୁଣି ସେହି ବସ୍ତିରେ ଘର ତିଆରି କରି ରହୁଛନ୍ତି ସେମାନେ | ‘ରେ’ ହିତାଧିକାରୀଙ୍କ ସହିତ ଅନ୍ୟ ବ୍ୟକ୍ତିମାନେ ବି ଜୋର ଜବରଦସ୍ତି ଘର ଠିଆ କରୁଛନ୍ତି । 

ଭୁବନେଶ୍ୱର ଉନ୍ନୟନ କର୍ତ୍ତୃପକ୍ଷ (ବିଡିଏ) ଏନଫୋର୍ସମେଣ୍ଟ ଟିମ ସେମାନଙ୍କୁ ସ୍ଥାନାନ୍ତର କରିବା ପାଇଁ ପ୍ରୟାସ ଜାରି ରଖଛି । ଏ ପର୍ଯ୍ୟନ୍ତ ବିଡିଏ ୧୦୨ ‘ରେ’ ପରିବାରକୁ ସ୍ଥାନାନ୍ତରିତ କରିସାରିଥିବା ଜଣାପଡ଼ିଛି । ରାଜୀବ ଆବାସ ଯୋଜନାରେ ଅନ୍ତର୍ଗତ ସତ୍ୟକାଳୀ ବସ୍ତିରେ ରହୁଥିବା ଯୋଗ୍ୟ ହିତାଧିକାରୀଙ୍କୁ ମିଳିଥିଲା ଘର । ହେଲେ ଫ୍ଲାଟ ମିଳିବା ପରେ ବି ଘର ଛାଡୁ ନାହାଁନ୍ତି ବସ୍ତି ବାସୀନ୍ଦା | ସେହି ବସ୍ତିରେ ୨୮୦ ଟି ‘ରେ’ ହିତାଧିକାରୀ ଅଛନ୍ତି ସେଥିରୁ ତିନୋଟି ପର୍ଯ୍ୟାୟରେ ୧୦୨ ଟି ‘ରେ’ ଘର ଉଚ୍ଛେଦ କରିଛି । ବିଡିଏ ଆଜି ୩୧ ଟି ରେ’ ହିତାଧିକାରୀଙ୍କ ୧୧୭ ଟି ଘରକୁ ମାଟିରେ ମିଶାଇଛି । ଏହାସହ ୮ ଟି ନନ୍ ‘ରେ’ ଘର ଭଙ୍ଗାଯାଇଥିଲା ।

ଆଇନ ଶୃଙ୍ଖଳା ପରିସ୍ଥିତି ପାଇଁ ଏକ ପ୍ଲାଟୁନ ରିଜର୍ଭ ପୋଲିସ ଫୋର୍ସ ଓ ଗୋଟିଏ ସେକ୍ସନ ମହିଳା ପୋଲିସ ମୁତୟନ କରାଯାଇଥିଲା । ଉଚ୍ଛେଦ ସମୟରେ ବିଡିଏ ଲିଆସନ ଅଫିସର ଶୁଭ୍ରାଂଶୁ ଶେଖର ମହାନ୍ତି, ଖାରବେଳ ନଗର ଥାନା ଅଧିକାରୀ ଅରୁଣ କୁମାର ସ୍ୱାଇଁ ପ୍ରମୁଖ ଉପସ୍ଥିତ ଥିଲେ । ବିଡିଏ ର ୧, ୨, ୪ ଏନଫୋର୍ସମେଣ୍ଟ ସ୍କ୍ୱୋାଡ୍ ଉଚ୍ଛେଦ କାର୍ଯ୍ୟରେ ଲାଗିଥିଲେ । ଉଚ୍ଛେଦ ପାଇଁ ଏକ ଜେସିବି ମେସିନ କାର୍ଯ୍ୟରେ ଲାଗିଥିଲା ।