ରାଜ୍ୟରେ ଦିଆଗଲାଣି ୪ କୋଟି ୩ ଲକ୍ଷ ଡୋଜ ଟିକା : ପରିବାର କଲ୍ୟାଣ ନିର୍ଦ୍ଦେଶକ

0
154

ରିପୋର୍ଟ : ସୁଭାସିସ ନାୟକ
ଭୁବନେଶ୍ୱର,(୧୬/୧୧) : ରାଜ୍ୟରେ ଦିଆଗଲାଣି ୪ କୋଟି ୩ ଲକ୍ଷ ଡୋଜ ଟିକା । ଏଥି ମଧ୍ୟରୁ ପ୍ରଥମ ଡୋଜ ୨ କୋଟି ୩୮ ଲକ୍ଷ ରହିଛି । ସେହିପରି ଦ୍ୱିତୀୟ ଡୋଜ ୧ କୋଟି ୩୫ ଲକ୍ଷ ରହିଛି । ଯାହାକି ୪୧.୫ ପ୍ରତିଶତ ବୋଲି ପରିବାର କଲ୍ୟାଣ ନିର୍ଦ୍ଦେଶକ ବିଜୟ ପାଣିଗ୍ରାହୀ କହିଛନ୍ତି ।

ରାଜ୍ୟରେ ଦିଆଗଲାଣି ୪ କୋଟି ୩ ଲକ୍ଷ ଡୋଜ ଟିକା ବୋଲି ପରିବାର କଲ୍ୟାଣ ନିର୍ଦ୍ଦେଶକ ବିଜୟ ପାଣିଗ୍ରାହୀ କହିଛନ୍ତି | ସେ ଆହୁରି କହିଛନ୍ତି ଯେ, ନଭେମ୍ବର ମାସରୁ ଆରମ୍ଭ ହେବାକୁ ଥିବା “ହର ଘର ଦସ୍ତକ” କାର୍ଯ୍ୟକ୍ରମରେ ଦ୍ୱିତୀୟ ଡୋଜକୁ ଅଧିକ ଗୁରୁତ୍ୱ ଦିଆଯାଇଛି । ଚଳିତ ମାସରେ ୩୦ ଲକ୍ଷ ଟିକା କରଣ ସରିଛି । ସେଥି ମଧ୍ୟରୁ ପ୍ରଥମ ଡୋଜ ୧୦ ଲକ୍ଷ ଓ ଦ୍ୱିତୀୟ ଡୋଜ ୨୦ ଲକ୍ଷ ରହିଛି । ଟିକା କରଣକୁ କିପରି ଭାବରେ ଦୈନିକ ୪ ଲକ୍ଷ କରାଯିବ ସେ ନେଇ ଯୋଜନା ଚାଲିଛି ବୋଲି ସେ କହିଛନ୍ତି ।

ଆଜି ୨୩୦୦ ଟିକା କରଣ କେନ୍ଦ୍ରରେ ଟିକା ଦାନ ଚାଲିଛି । ପ୍ରଥମ ଡୋଜ ନେଇ ନ ଥିବା ୧୮ ପ୍ରତିଶତ ଲୋକଙ୍କୁ ଶୀଘ୍ର ଟିକା ନେବକୁ ଅନୁରୋଧ କରାଯାଉଛି । ଏହାସହ ଗାଁ ଲୋକ କିପରି ଅଧିକ ଟିକା କରଣ ପ୍ରକ୍ରିୟା ରେ ସାମିଲ ହେବେ ତାକୁ ଗୁରୁତ୍ୱ ଦିଆଯାଇଛି ବୋଲି ପରିବାର କଲ୍ୟାଣ ନିର୍ଦ୍ଦେଶକ ବିଜୟ ପାଣିଗ୍ରାହୀ କହିଛନ୍ତି ।