Wednesday, May 8, 2024
Home Blog Page 3

ବିଜେଡି ର ନିର୍ବାଚନୀ ସଭାରେ ନବୀନ ଯାହା କହନ୍ତି , ତାହା କାମରେ କରି ଦେଖାନ୍ତି : ପାଣ୍ଡିଆନ

ରିପୋର୍ଟ : ଧୃବରାଜ ମିଶ୍ର
ସୁବର୍ଣ୍ଣପୁର, (୦୫/୦୫) : ବିଜେଡ଼ି ଦଳର ଷ୍ଟାର ପ୍ରଚାରକ ତଥା 5T ଅଧ୍ୟକ୍ଷ ଭି.କେ.ପାଣ୍ଡିଆନ ସୁବର୍ଣ୍ଣପୁର ଜିଲ୍ଲାର ବୀରମହାରାଜପୁର ନିର୍ବାଚନ ମଣ୍ଡଳୀ ତଥା ଉଲୁଣ୍ଡା ବ୍ଲକ ଯାଲୋଏ ପଞ୍ଚାୟତ ଅନ୍ତର୍ଗତ କଇରାଝୁଲି ପଡିଆରେ ଅନୁଷ୍ଠିତ ଏକ ନିର୍ବାଚନୀ ସଭାରେ ଉଦବୋଧନ ଦେଇଛନ୍ତି ।WhatsApp Image 2024 05 06 at 09.48.21 ବିଜେଡି ର ନିର୍ବାଚନୀ ସଭାରେ ନବୀନ ଯାହା କହନ୍ତି , ତାହା କାମରେ କରି ଦେଖାନ୍ତି : ପାଣ୍ଡିଆନ

ଶ୍ରୀ ପାଣ୍ଡିଆନ ବିନା ଚପଳ ପିନ୍ଧି ସଭାରେ ଉଦବୋଧନ ଦେବାର ଦେଖାଯାଇଥିଲା । ଅନୁଷ୍ଠିତ ନିର୍ବାଚନୀ ସଭାରେ ମୁଖ୍ୟ ଅତିଥି ଭାବରେ ଯୋଗଦେଇ ନବୀନ ସରକାରଙ୍କ ବିଭିନ୍ନ ଜନହିତକର ଯୋଜନା ସମ୍ପର୍କରେ ଆଲୋକପାତ କରିଥିଲେ । କାହାରି ନାଁ ନ ନେଇ କେନ୍ଦ୍ର ସରକାରଙ୍କୁ ଟାର୍ଗେଟ କରି ସେମାନେ ଗତ ନିର୍ବାଚନରେ ବର୍ଷକୁ ଦୁଇ କୋଟି ନିଯୁକ୍ତି ଏବଂ ଧାନର ଏମଏସପି ଦୁଇ ଗୁଣା କରିବା ପାଇଁ କହିଥିଲେ । ହେଲେ ସେମାନେ ଲୋକଙ୍କୁ ଠକି ଦେଇଛନ୍ତି ବୋଲି କହିଥିଲେ । ନବୀନ ପଟ୍ଟନାୟକଙ୍କ ସରକାର କଥାରେ ନୁହେଁ, ଯାହା କହନ୍ତି ତାହା କାମରେ କରି ଦେଖାନ୍ତି ବୋଲି ସେ କହିଥିଲେ ।

ଏଥି ସହିତ ବିଏସକେୱାଇ ନବୀନ କାର୍ଡ, ମହିଳା ମାନଙ୍କୁ ସ୍ୱାସ୍ଥ୍ୟ କ୍ଷେତ୍ରରେ ଦଶ ଲକ୍ଷ ଟଙ୍କା, ମୁଖ୍ୟମନ୍ତ୍ରୀଙ୍କ ମହିଳା ସଶକ୍ତିକରଣ, ମହିଳା ସ୍ୱୟଂ ସହାୟକ ଗୋଷ୍ଠୀଙ୍କୁ ପାଞ୍ଚ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ବିନା ସୁଧରେ ଋଣ ତଥା ଅନ୍ୟ ଅନେକ ଜନହିତକର ଯୋଜନା ସମ୍ପର୍କରେ ଅବତାରଣା କରିଥିଲେ । ଡବଲ ଇଞ୍ଜିନ ସରକାର ହେଲେ ବିଜୁ ସ୍ବାସ୍ଥ୍ୟ କଲ୍ୟାଣ ଯୋଜନା ବନ୍ଦ ହୋଇଯିବ ବୋଲି ଆଶଙ୍କା ପ୍ରକାଶ କରିଥିଲେ । ଶ୍ରୀ ପାଣ୍ଡିଆନ ନିଜ ଚାକିରୀ ଜୀବନ ସୋନପୁରର ବିନିକା ଠାରୁ ଆରମ୍ଭ କରିଥିବା କହିବା ସହ ଏ ମାଟିରୁ ସେ ଅନେକ କିଛି ଶିଖିଛନ୍ତି ବୋଲି ଉଲ୍ଲେଖ କରିଥିଲେ ।

ସେ ପୂର୍ବରୁ ସୁବର୍ଣ୍ଣପୁର ଜିଲ୍ଲା ଗସ୍ତରେ ଆସିଥିବା ସମୟରେ ଲୋକଙ୍କ ଅନୁରୋଧ କ୍ରମେ ପାତାଳି ଶ୍ରୀକ୍ଷେତ୍ର ଉନ୍ନତି ପାଇଁ ୨୮ କୋଟି, ବିନିକା ପାପକ୍ଷୟର ଉନ୍ନତି କରଣ ପାଇଁ ୪୦ ଲକ୍ଷ ଟଙ୍କା, ମହାନଦୀରେ ଜଳାଶୟ ପାଇଁ ଖଇରମାଳ ବ୍ୟାରେଜ ଓ ଗୋଧନେଶ୍ୱର ବ୍ୟାରେଜ ପାଇଁ ୨ ହଜାର କୋଟି ଟଙ୍କା ଅନୁଦାନ, କଲେଜ ଛାତ୍ରଛାତ୍ରୀ ମାନଙ୍କୁ ଛାତ୍ର ବୃତ୍ତି ପ୍ରଦାନ, ମଠ ଓ ମନ୍ଦିର ବିକାଶ ପାଇଁ ମୁଖ୍ୟମନ୍ତ୍ରୀ ସ୍ୱତନ୍ତ୍ର ଆର୍ଥିକ ସହାୟତା ପ୍ରଦାନ, ବିଭିନ୍ନ ୫-ଟି ସ୍କୁଲ ଓ କଲେଜର ରୂପାନ୍ତିକରଣ ପାଇଁ ଆର୍ଥିକ ସହାୟତା ମୁଖ୍ୟମନ୍ତ୍ରୀ ପ୍ରଦାନ କରିଥବାର ପ୍ରକାଶ କରିଥିଲେ ।

ଏଥିସହ ଲୋକଙ୍କ ଦାବି କ୍ରମେ ବୀରମହାରାଜପୁର, ଉଲୁଣ୍ଡା ଓ ସୁବଳୟାକୁ ଏନଏସି ଘୋଷଣା କରାଯାଇଛି । ସଭାରେ ଶ୍ରୀ ପାଣ୍ଡିଆନ ବଲାଙ୍ଗୀର ଲୋକସଭା ପ୍ରାର୍ଥୀ ସୁରେନ୍ଦ୍ର ସିଂ ଭୋଇ ଓ ବୀରମହାରାଜପୁର ବିଧାୟକ ପ୍ରାର୍ଥୀ ପଦ୍ମନାଭ ବେହେରାଙ୍କୁ ବିପୁଳ ଭୋଟରେ ବିଜୟୀ କରିବା ପାଇଁ ନିବେଦନ କରିଥିଲେ । ପୂର୍ବରୁ ସଭାରେ ସାଂସଦ ପ୍ରାର୍ଥୀ ଓ ବିଧାୟକ ପ୍ରାର୍ଥୀ ମଧ୍ୟ ଉଦବୋଧନ ଦେଇଥିଲେ । ନିଜ ଉଦବୋଧନରେ ବିଧାୟକ ଶ୍ରୀ ବେହେରା ଜନ୍ମ ଠାରୁ ମୃତ୍ୟୁ ପର୍ଯ୍ୟନ୍ତ ବିଜେଡ଼ି ଦଳ ବିଭିନ୍ନ କାର୍ଯ୍ୟକ୍ରମ ମାଧ୍ୟମରେ ଲୋକଙ୍କ ସାଥିରେ ଥିବା ପ୍ରକାଶ କରିଥିଲେ । ସେହିଭଳି ଶ୍ରୀ ଭୋଇ ନବୀନ ବାବୁଙ୍କ ବିଭିନ୍ନ ଯୋଜନା ସମ୍ପର୍କରେ ଆଲୋକପାତ କରିଥିଲେ ।

ସେହିପରି ସୋନପୁର ବିଧାନସଭା ନର୍ବାଚନମଣ୍ଡଳୀ ଅଧୀନରେ ଥିବା ବିନିକା ବ୍ଲକ ଅନ୍ତର୍ଗତ ସିଆଲି ଠାରେ ଏକ ଜନ ସଭାକୁ ଶ୍ରୀ ପାଣ୍ଡିଆନ ସମ୍ବୋଧନ କରି ଡୁଙ୍ଗୁରିପାଲି ଓ ରାମପୁର କୁ ଏନଏସି ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକଙ୍କ ଘୋଷଣା କରିବା ସଂପର୍କରେ ସେ ସୂଚନା ଦେବା ସହ ସୋନପୁର ନିର୍ବାଚନ ମଣ୍ଡଳୀରେ ହୋଇଥିବା ବିଭିନ୍ନ ଉନ୍ନତି ମୂଳକ କାମ ବିଷୟରେ ସେ କହିଥିଲେ । ଏଥିରେ ମନ୍ତ୍ରୀ ତଥା ବିଧାୟକ ପ୍ରାର୍ଥୀ ନିରଞ୍ଜନ ପୂଜାରୀ, ସାଂସଦ ପ୍ରାର୍ଥ ସୁରେନ୍ଦ୍ର ସିଂହ ଭୋଇ ପ୍ରମୁଖ ଉପସ୍ଥିତ ଥିଲେ । ଏହି ଉଭୟ ସଭାରେ ବହୁ ଲୋକଙ୍କ ସମାଗମ ହୋଇଥିଲା ।

ନିର୍ବାଚନ ଗାଇଡ଼ ଲାଇନର ପାଳନକୁ ସୁନିଶ୍ଚିତ କରିବା ସହ ଶାନ୍ତି ପୂର୍ଣ୍ଣ ଓ ନିରପେକ୍ଷ ନିର୍ବାଚନ ପରିଚାଳନା ଉପରେ ଗୁରୁତ୍ୱ : ସାଧାରଣ ପର୍ଯ୍ୟବେକ୍ଷକ ଶ୍ରୀ ଭିଶାଳ

ରିପୋର୍ଟ : ଧୃବରାଜ ମିଶ୍ର
ସୁବର୍ଣ୍ଣପୁର, (୦୫/୦୫) : ସାଧାରଣ ନିର୍ବାଚନ ପ୍ରସ୍ତୁତି ଓ ପଦକ୍ଷେପ ଉପରେ ତର୍ଜମା କରିବା ପାଇଁ ସୁବର୍ଣ୍ଣପୁର ଜିଲ୍ଲା ଗସ୍ତ ରେ ଆସିଛନ୍ତି ସାଧାରଣ ପର୍ଯ୍ୟବେକ୍ଷକ ।WhatsApp Image 2024 05 06 at 09.46.35 1 ନିର୍ବାଚନ ଗାଇଡ଼ ଲାଇନର ପାଳନକୁ ସୁନିଶ୍ଚିତ କରିବା ସହ ଶାନ୍ତି ପୂର୍ଣ୍ଣ ଓ ନିରପେକ୍ଷ ନିର୍ବାଚନ ପରିଚାଳନା ଉପରେ ଗୁରୁତ୍ୱ : ସାଧାରଣ ପର୍ଯ୍ୟବେକ୍ଷକ ଶ୍ରୀ ଭିଶାଳ

ସଂସଦୀୟ କ୍ଷେତ୍ର ସାଧାରଣ ପର୍ଯ୍ୟବେକ୍ଷକ ରୂପେ ରଞ୍ଜନ ଭିଶାଲ, ଆଇଏଏସ ଜିଲ୍ଲା ଅନ୍ତର୍ଗତ ଉଭୟ ବିଧାନସଭା ନିର୍ବାଚନ ମଣ୍ଡଳୀ ର ନିର୍ବାଚନ ସଂକ୍ରାନ୍ତୀୟ ଆଇନ ଶୃଙ୍ଖଳା ବ୍ୟବସ୍ଥା, ଖର୍ଚ୍ଚ ହିସାବ ଓ ପରିଚାଳନା ତଥା ନିର୍ବାଚନ ସମ୍ପୃକ୍ତ ଅନ୍ୟାନ୍ୟ ବ୍ୟବସ୍ଥା ତଦାରଖ କୁ ନେଇ ଜିଲ୍ଲାପାଳ ଙ୍କ କାର୍ଯ୍ୟାଳୟ ସମ୍ମିଳନୀ କକ୍ଷରେ ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ କରିଛନ୍ତି ।

ସାଧାରଣ ପର୍ଯ୍ୟବେକ୍ଷକ ରଞ୍ଜନ ଭିଶାଳ ଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ସମୀକ୍ଷା ବୈଠକରେ ସୁବର୍ଣ୍ଣପୁର ଜିଲ୍ଲାପାଳ ତଥା ଜିଲ୍ଲା ନିର୍ବାଚନ ଅଧିକାରୀ ଶ୍ରୀମତୀ ଅନ୍ୟା ଦାସ, ଆରକ୍ଷୀ ଅଧିକ୍ଷକ ୟସ ପ୍ରତାପ ଶ୍ରୀମଲ, ଅତିରିକ୍ତ ଜିଲ୍ଲାପାଳ ରାଜେନ୍ଦ୍ର କୁମାର ମାଝୀ, ଅତିରିକ୍ତ ଜିଲ୍ଲାପାଳ ଅଞ୍ଜଳିନା ପ୍ରଧାନ, ଜିଲ୍ଲାପରିଷଦ ମୁଖ୍ୟ ଉନ୍ନୟନ ଓ ନିର୍ବାହୀ ଅଧିକାରୀ ଅଶ୍ୱିନୀ କୁମାର ମେହେର, ବୀରମହାରାଜପୁର ବିଧାନସଭା ରିଟର୍ନିଙ୍ଗ ଅଧିକାରୀ ଉପଜିଲ୍ଲାପାଳ ଲଲାଟେନ୍ଦୁ ସି, ସୋନପୁର ବିଧାନସଭା ରିଟର୍ଣ୍ଣିଙ୍ଗ ଅଧିକାରୀ ତଥା ଉପଜିଲ୍ଲାପାଳ ସୁରଜ କୁମାର ପଟ୍ଟନାୟକ ଙ୍କ ସହ ନିର୍ବାଚନ ଦାୟିତ୍ୱରେ ଥିବା ସମସ୍ତ ନୋଡାଲ ଅଧିକାରୀ ପ୍ରମୁଖ ଉପସ୍ଥିତ ଥିଲେ ।

ବୈଠକରେ ଜିଲ୍ଲାପାଳ ତଥା ଜିଲ୍ଲା ନିର୍ବାଚନ ଅଧିକାରୀ ଶ୍ରୀମତୀ ଅନ୍ୟା ଦାସ ନିର୍ବାଚନ ପ୍ରସ୍ତୁତି ତଥା ପରିଚାଳନା ସମ୍ବନ୍ଧୀୟ ସମସ୍ତ ତଥ୍ୟ ପାୱାର ପଏଣ୍ଟ ମାଧ୍ୟମରେ ବୈଠକରେ ଉପସ୍ଥାପନ କରିଥିଲେ । ସେ ଏହି ପରିପ୍ରେକ୍ଷୀରେ ପାୱାରପଏନ୍ଟ ଦ୍ଵାରା ଜିଲ୍ଲାର ସମୁଦାୟ ବିଭିନ୍ନ ବର୍ଗର ଭୋଟର, ବୁଥ ତଥା ପ୍ରତ୍ୟେକ ବର୍ଗର ଭୋଟର ଙ୍କ ନିମନ୍ତେ ଶୃଙ୍ଖଳିତ ଓ ବ୍ୟବସ୍ଥିତ ମତଦାନ ପାଇଁ ଆନୁସଙ୍ଗିକ ବ୍ୟବସ୍ଥା, ସେକ୍ଟର ଅଧିକାରୀ, ରୁଟ ପ୍ଲାନ, ଇଭିଏମ ପ୍ରସ୍ତୁତି, ଅଣୁ ପର୍ଯ୍ୟବେକ୍ଷକ, ନିର୍ବାଚନ ଖର୍ଚ୍ଚ ପରିଚାଳନା, ସି- ଭିଜିଲ , ଗଣମାଧ୍ୟମ ପ୍ରମାଣୀକରଣ ଓ ପରିଚାଳନା କକ୍ଷ, ପୋଷ୍ଟାଲ ବାଲାଟ, ହୋମ ଭୋଟିଂ, ଜିଲ୍ଲା ଅଭିଯୋଗ କକ୍ଷ ପ୍ରଭୁତିର ବ୍ୟବସ୍ଥା ଓ ପରିଚାଳନା ଉପରେ ତଥ୍ୟ ଉପସ୍ଥାପନ କରିଥିଲେ ।

ସେହିପରି ଆରକ୍ଷୀ ଅଧିକାରୀ ୟସ ପ୍ରତାପ ଶ୍ରୀମଲ ଆଇନ ଶୃଙ୍ଖଳା ନିମନ୍ତେ ପୋଲିସ ମୁତୟନ , ନାକା ଓ ଚେକିଂ ପଏଣ୍ଟ, ଲାଇସେନ୍ସ ଅସ୍ତ୍ର ଜମା, ଫ୍ଲାଗ ମାର୍ଚ, ବେଆଇନ ନିଶା କାରବାର କୁ ରୋକିବା ନିମନ୍ତେ ପ୍ରସ୍ତୁତି ଓ କାର୍ଯ୍ୟକାରିତା ଆଦି ବିଷୟରେ ଅବଗତ କରାଇଥିଲେ । ସାଧାରଣ ପର୍ଯ୍ୟବେକ୍ଷକ ଶ୍ରୀ ଭିଶାଳ ଉପସ୍ଥିତ ସମସ୍ତଙ୍କୁ ଭାରତୀୟ ନିର୍ବାଚନ ଆୟୁକ୍ତଙ୍କ ଗାଇଡଲାଇନକୁ କଡାକଡି ଭାବେ ପାଳନ କରିବା ଏବଂ ନିୟମର ଅନୁପାଳନ ପୂର୍ବକ ନିର୍ବାଚନ ପରିଚାଳନା କରିବା ବିଶେଷ ଗୁରୁତ୍ଵପୂର୍ଣ୍ଣ ବୋଲି ସୂଚୀତ କରିଥିଲେ ।

କୌଣସି ଭୁଲକୁ ପ୍ରଶୟ ନ ଦେବାକୁ ଏବଂ ଅଧିକ ରୁ ଅଧିକ ମତଦାନ ପାଇଁ ଜରୁରୀ ପଦକ୍ଷେପ ନେବାପାଇଁ ନିର୍ବାଚନରେ ସମ୍ପୃକ୍ତ ସମସ୍ତ ଅଧିକାରୀ ନିଷ୍ଠାପର, ନିରପେକ୍ଷ ଓ ଯତ୍ନବାନ ହେବାକୁ ପରାମର୍ଶ ଦେବା ସହ ଅଧିକାରୀଙ୍କୁ ନିର୍ବାଚନ ସମ୍ପୃକ୍ତି ଦାୟିତ୍ୱ ଉପରେ ପଚାରି ବୁଝିଥିଲେ । ସେହିପରି ଜିଲ୍ଲା ଅଭିଯୋଗ କକ୍ଷ , ଏମସିଏମସି କକ୍ଷ ସହ ସୋନପୁର – ୬୫ ବିଧାନସଭା ନିର୍ବାଚନ ମଣ୍ଡଳୀ ଓ ବୀରମହାରାଜପୁର -୬୪ବିଧାନସଭା ନିର୍ବାଚନ ମଣ୍ଡଳୀ ଷ୍ଟ୍ରଙ୍ଗ ରୁମ ର ଆନୁସଙ୍ଗିକ ବ୍ୟବସ୍ଥା ବୁଲି ଦେଖିଥିଲେ l

ଜଳିଗଲା ସପିଙ୍ଗ୍‌ ମଲ୍‌

ରିପୋର୍ଟ : ଓଡିଶା ନ୍ୟୂଜୁ ୨୪ ବ୍ୟୁରୋ //
କେନ୍ଦୁଝର, (୦୫/୦୫) : ଆନନ୍ଦପୁରରେ ଏକ ସପିଙ୍ଗ୍‌ ମଲ୍‌ରେ ଲାଗିଲା ନିଆଁ । ହୁତୁହୁତୁ ହୋଇ ଜଳିଗଲା ସବୁ ସାମଗ୍ରି । ନିଆଁ ଲିଭାରେ ୪ଟି ଅଗ୍ନିଶମ ଗାଡ଼ି ନିୟୋଜିତ ହୋଇଥିଲା ।

ସର୍ଟସର୍କିଟ ଯୋଗୁଁ ନିଆଁ ଲାଗିଥିବା ସନ୍ଦେହ କରାଯାଇଛି । ସପିଙ୍ଗ୍‌ ମଲ୍‌ରେ ଥିବା ସମସ୍ତ କର୍ମଚାରିଙ୍କୁ ସୁରକ୍ଷିତ ଉଦ୍ଧାର କରାଯାଇଛି । ସୂଚନା ଆନୁସାରେ ଆନନ୍ଦପୁରରେ ଥିବା ରିଲିଆନ୍ସ ଟ୍ରେଣ୍ଡରେ ଆଜି ସନ୍ଧ୍ୟାରେ କୌଣସି କାରଣରୁ ନିଆଁ ଲାଗି ଯାଇଛି । ସପିଙ୍ଗ୍‌ ମଲରେ ଥିବା ଲକ୍ଷାଧିକ ଟଙ୍କାର ସମ୍ପତି ପୋଡ଼ି ପାଉଁଶ ହୋଇଯାଇ ଥିବା ଅଭିଯୋଗ ହୋଇଛି । ଖବର ପାଇ ସଙ୍ଗେ ସଙ୍ଗେ ଦମକଳ ବାହିନି ପହଞ୍ଚି ନିଆଁ ଲିଭାଇବାକୁ ଚେଷ୍ଟା କରିଥିଲା ହେଲେ ଅଗ୍ନିକାଣ୍ଡ ଏତେ ଭୟଙ୍କର ହୋଇଥିଲା ଯେ ଆହୁରି ଦମକଳ ଗାଡ଼ିର ଅବସ୍ୟକ ପଡ଼ିଲା ।

ସେଥିପାଇଁ ଅନନ୍ଦପୁର, ଘସିପୁରା, ହାଟଡ଼ିହି, ଘଟଗାଁ, ଯାଜପୁର ରୋଡ଼ରେ ଥିବା ଦମକଳ କେନ୍ଦ୍ରରୁ ୭ଟି ଗାଡ଼ି ଆସି ନିଆଁ ଲିଭାଇବାରେ ନିୟୋଜିତ ଅଛନ୍ତି । ତେବ ସର୍ଟ ସର୍କିଟରୁ ନିଆଁ ଲାଗିଥିବା ଅନୁମାନ କରାଯାଉଛି । ମଲ୍‌ରେ ଥିବା ସମସ୍ତ କର୍ମଚାରୀ ସୁରକ୍ଷିତ ବହାରି ଆସିଛନ୍ତି । ମଲ୍‌ର ଗୋଟିଏ ପଟ କାନ୍ଥ ଭାଙ୍ଗି ନିଆଁ ଲିଭାଇବା ପାଇଁ ଉଦ୍ୟମ ଜାରି ରହିଛି ।

ଶ୍ୱଶୁରଙ୍କ ନିର୍ଯାତନା ସହି ନପାରି ଆତ୍ମହତ୍ୟା କଲେ ଜ୍ୱାଇଁ !

ରିପୋର୍ଟ : ଓଡିଶା ନ୍ୟୁଜ ୨୪ ବ୍ୟୁରୋ //
ବଲାଙ୍ଗୀର, (୦୬/୦୫) : ଗାଁ ଦାଣ୍ଡରେ ଲୁହା ଚେନ୍‌ରେ ଜ୍ୱାଇଁଙ୍କୁ ବାନ୍ଧି ମାଡ଼ ମାରିଲେ ଶ୍ୱଶୁର ! ଯେତେ ନେହୁରା ହୋଇଥିଲେ ମଧ୍ୟ ସେ ଛାଡ଼ି ନଥିଲେ ।

ଏପରିକି ପାଖରେ ଥିବା ପତ୍ନୀ ମଧ୍ୟ ତାଙ୍କୁ ଉଦ୍ଧାର କରିନଥିଲେ । ଯାହାର ଭିଡିଓ ଭାଇରାଲ୍‌ ହେବା ପରେ ବିଷ ପିଇ ଆତ୍ମହତ୍ୟା କଲେ ଜ୍ୱାଇଁ । ଆଜି ଏପରି ଅଭିଯୋଗ ଆସିଛି ବଲାଙ୍ଗିର ସଦର ଥାନା ଅଞ୍ଚଳରୁ । ବରଗଡ଼ ଜିଲ୍ଲା ଗାଇସିଲେଟ ଥାନା ଗଉରେନମୁଣ୍ଡା ଗାଁ’ର ଡିଲେଶ୍ୱର ତରିଆ ବଲାଙ୍ଗିର ସଦରଥାନା ସରଗଡ଼ ଗ୍ରାମର ଶତ୍ରୁଘ୍ନ ନାଏକଙ୍କ ଝିଅ ସୁକାନ୍ତିକୁ ବିବାହ କରିଥିଲେ । ତାଙ୍କର ଚାରୋଟି ଝିଅ ଅଛନ୍ତି। କୌଣସି କଥାକୁ ନେଇ ସ୍ୱାମୀ ଓ ସ୍ତ୍ରୀ ମଧ୍ୟରେ ଗଣ୍ଡଗୋଳ ହୋଇଥିଲା । ଯାହାଫଳରେ ଛୁଆଙ୍କୁ ଧରି ନିଜ ବାପା ଘରକୁ ଚାଲି ଯାଇଥିଲେ ସୁକାନ୍ତି ।

ଗତ ୨ ତାରିଖରେ ନିଜ ଶ୍ୱଶୁର ଘର ସରଗାଡ଼ ଯାଇଥିଲେ ଡିଲେଶ୍ଵର। ସେଠାରେ ପୁଣି ଠାରେ ସ୍ୱାମୀ ଓ ସ୍ତ୍ରୀ ମଧ୍ୟରେ ଝଗଡା ହୋଇଥିଲା । ଏଥିରେ ରାଗି ଯାଇ ଶ୍ୱଶୁର ଶତ୍ରୁଘ୍ନ ଗାଁର ଅନ୍ୟମାନଙ୍କ ସହାୟତରେ ଜ୍ୱାଇଁକୁ ଲୁହା ଚେନ୍‌ରେ ଗଛରେ ବାନ୍ଧି ଦେଇଥିଲେ। ଡିଲେଶ୍ୱର ଯେତେ କାକୁତି ମିନତି କରିଥିଲେ ମଧ୍ୟ ଛାଡିନଥିଲେ। ଯାହାର ଭିଡିଓ ସୋଶାଲ ମିଡ଼ିଆରେ ଭାଇରାଲ୍‌ ହୋଇଛି । ପରିବାର ଲୋକ ଯାଇ ଡିଲେଶ୍ଵରଙ୍କୁ ଉଦ୍ଧାର କରିଥିଲେ । ଗାଁ’କୁ ଫେରିବା ପରେ ବିଷ ପିଇ ଦେଇଥିଲେ ଡିଲେଶ୍ଵର ।

ପରିବାର ଲୋକେ ତାଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରି ବୁର୍ଲା ହସ୍ପିଟାଲ୍‌ରେ ଭର୍ତ୍ତି କରିଥିଲେ । କିନ୍ତୁ ଗତ ୩ ତାରିଖରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ଘଟିଛି । ଶ୍ୱଶୁର ଘର ଲୋକଙ୍କ ନିର୍ଯାତନା ଯୋଗୁ ଡିଲେଶ୍ଵର ଜୀବନ ହାରିଥିବା ନେଇ ଆଜି ସଦର ଥାନାରେ ପରିବାର ଲୋକେ ଲିଖିତ ଅଭିଯୋଗ କରିଛନ୍ତି। ଏନେଇ ପୁଲିସର ପ୍ରତିକ୍ରିୟା ମିଳିପାରିନାହିଁ ।

ପ୍ରେମିକାଙ୍କ ସାନ ଭଉଣୀ ଉପରେ ଗାଡ଼ି ଚଢ଼ାଇ ମାରିଦେବାକୁ ଉଦ୍ୟମ

ରିପୋର୍ଟ : ଓଡିଶା ନ୍ୟୁଜ ୨୪ ବ୍ୟୁରୋ //
ଭୁବନେଶ୍ୱର, (୦୬/୦୫) : ମହିଳାଙ୍କୁ କରୁଥିଲେ ଏକ ତରଫା ପ୍ରେମ। ହେଲେ ବିରୋଧ କରୁଥିଲେ ମହିଳାଙ୍କ ସାନ ଭଉଣୀ ।

ପ୍ରେମିକାଙ୍କ ସାନ ଭଉଣୀ ଉପରେ ଗାଡ଼ି ଚଢ଼ାଇ ମାରିଦେବାକୁ ଉଦ୍ୟମ । ରାଜଧାନୀ ଭୁବନେଶ୍ୱରର ରାଜରାସ୍ତାରେ ଘଟିଥିଲା ଏପରି ଭୟଙ୍କର ଘଟଣା । ଏ ନେଇ ଅଭିଯୋଗ ହେବା ପରେ ଆଜି କମିଶନରେଟ୍‌ ପୁଲିସ୍‌ ପ୍ରେମିକ ପ୍ରବରଙ୍କୁ ଗିରଫ କରିବା ସହିତ ପୂରା ଘଟଣା ଉପରୁ ହଟାଇଛି ପର୍ଦ୍ଦା । ଭୁବନେଶ୍ୱର ପଟିଆ ରେଲୱେ ଷ୍ଟେସନ ଅଞ୍ଚଳରେ ରୁହନ୍ତି ଅକ୍ଷୟ ବେହେରା । ସେ ରେଶମା (ଛଦ୍ମନାମ) ଙ୍କୁ ଏକ ତରଫା ପ୍ରେମ କରୁଥିଲେ । ରେଶମା ବିବାହ କରିଥିବା ସତ୍ତ୍ୱେ ଅକ୍ଷୟ ଜବରଦସ୍ତି ପ୍ରେମ ନିବେଦନ କରୁଥିବା ଅଭିଯୋଗ ହୋଇଥିଲା । ଯାହାକୁ ବିରୋଧ କରୁଥିଲେ ରେଶମାଙ୍କ ସାନ ଭଉଣୀ । ଯେଉଁଥିପାଇଁ ଅକ୍ଷୟ ଓ ରେଶମାଙ୍କ ସାନ ଭଉଣୀଙ୍କ ମଧ୍ୟରେ ଶତ୍ରୁତା ସୃଷ୍ଟି ହୋଇଥିଲା । ଜୀବନରୁ ମାରିଦେବା ପାଇଁ ଧମକ ଦେଇଥିଲେ ।

ଶନିବାର ସନ୍ଧ୍ୟା ବେଳେ ରେଶମାଙ୍କ ସାନ ଭଉଣୀ ସ୍କୁଟିରେ ପଟିଆ ସ୍ଥିତ ନିଜ ଅଫିସରୁ ବାହାରି ଘରକୁ ଯାଉଥିଲେ । ତେବେ ପଟିଆ-ସିପିଇଟି ରାସ୍ତାରେ ତାଙ୍କ ସ୍କୁଟିକୁ ପଛ ପାର୍ଶ୍ୱରୁ ଅକ୍ଷୟ ନିଜ ପିକ୍‌ଅପ୍‌ ଭ୍ୟାନ ସହାୟତାରେ ଧକ୍କା ଦେଇଥିବା ଅଭିଯୋଗ ହୋଇଥିଲା । ଯେଉଁଥିପାଇଁ ରେଶମାଙ୍କ ସାନ ଭଉଣୀ ତଳେ ପଡ଼ି ଯାଇ ୫୦୦ ମିଟର ପର୍ଯ୍ୟନ୍ତ ଘୋଷାଡି ହୋଇଯାଇଥିଲେ । ସ୍ଥାନୀୟ ଲୋକ ଏହା ଦେଖି ଅଭିଯୁକ୍ତଙ୍କ ଗାଡ଼ିକୁ ପିଛା କରି ଅଟକାଇଥିଲେ । ଏଥିସହ ପୀଡ଼ିତାଙ୍କୁ ଉଦ୍ଧାର କରି ଏକ ଘରୋଇ ହସ୍ପିଟାଲରେ ଭର୍ତ୍ତି କରିଥିଲେ । ଦୁର୍ଘଟଣାରେ ପୀଡିତାଙ୍କ ଡାହାଣ ହାତ ଭାଙ୍ଗି ଯାଇଥିବା ବେଳେ ସ୍କୁଟିଟି ସମ୍ପୂର୍ଣ୍ଣ ନଷ୍ଟ ହୋଇ ଯାଇଛି । ପୀଡ଼ିତା ଦୁର୍ଘଟଣା ନେଇ ଇନ୍‌ଫୋସିଟି ଥାନାରେ ଲିଖିତ ଅଭିଯୋଗ କରିଥିଲେ । କମିଶନରେଟ୍‌ ପୁଲିସ୍‌ ଅଭିଯୋଗକୁ ଭିତ୍ତିକରି ଅଭିଯୁକ୍ତଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି । ପୂର୍ବ ଶତ୍ରୁତା ଓ ଏକତରଫା ପ୍ରେମରୁ ଏହି ଦୁର୍ଘଟଣା ଘଟା ଯାଇଥିବା ପୁଲିସ୍‌ କହିଛି ।

ଚାକିରି ନାଁରେ ୧୭ ଲକ୍ଷରୁ ଅଧିକ ଟଙ୍କା ଠକିନେଲେ

ରିପୋର୍ଟ : ଓଡିଶା ନ୍ୟୁଜ ୨୪ ବ୍ୟୁରୋ //
କେନ୍ଦୁଝର, (୦୬/୦୫) : ଚାକିରି ଦେବା ନାଁରେ ଲକ୍ଷାଧିକ ଟଙ୍କା ଠକେଇ । ଏଭଳି ଅଭିଯୋଗ ଆସିଛି କେନ୍ଦୁଝର ଜିଲ୍ଲାରୁ ।

ଠକେଇ ଅଭିଯୋଗରେ ଶନିବାର (ଗତକାଲି) ପୁଲିସ ୩ ଜଣଙ୍କୁ ଗିରଫ କରିଛି । ଗିରଫ ବ୍ୟକ୍ତିମାନେ ହେଲେ ଜୀବନାନନ୍ଦ ସାମଲ ଓ ଯଶୋବନ୍ତ ସିଂ ସାମଲ ଏଦୁଇ ଜଣଙ୍କ ଘର ହେଉଛି କେଉଁଝର ଜିଲ୍ଲା ଆନନ୍ଦପୁରରେ ହୋଇଥିବା ବେଳେ ଟୁଲୁ ମଲ୍ଲିକଙ୍କ ଘର ପୁରୀ ଜିଲ୍ଲାରେ ବୋଲି ଜଣାପଡ଼ିଛି । ଠକେଇର ଶିକାର ହୋଇଛନ୍ତି କଟକ ଜିଲ୍ଲାର ଚିତ୍ତରଞ୍ଜନ ଅଧିକାରୀ । ଚିତ୍ତଞ୍ଜନଙ୍କ ଏକ ସିକ୍ୟୁରିଟି ଏଜେନ୍ସି ଅଛି। ସେ ରାଜ୍ୟରେ ବିଭିନ୍ନ ସ୍ଥାନରେ ସିକ୍ୟୁରିଟି ଗାର୍ଡଙ୍କୁ ନିଯୁକ୍ତି ଦେବା ପାଇଁ ଟେଣ୍ଡର ନେଇଥାନ୍ତି । ତେବେ କେନ୍ଦୁଝର ମେଡିକାଲ କଲେଜରେ ସିକ୍ୟୁରିଟି ଗାର୍ଡ ଅବଶ୍ୟକ ପାଇଁ ଟେଣ୍ଡର ହୋଇଥିଲା । ଚିତରଞ୍ଜ ସିକ୍ୟୁରିଟି ଗାର୍ଡା ନିଯୁକ୍ତି ଦେବା ପାଇଁ ଟେଣ୍ଡର ପକେଇଥିଲେ ।

ଏକଥା ଅଭିଯୁକ୍ତ ଯଶୋବନ୍ତ ସିଂ ସାମଲ ଜାଣିବା ପରେ ଚିତ୍ତଞ୍ଜନଙ୍କୁ ଗୋଟିଏ ନମ୍ବରରୁ କଲ୍‌ କରିଥିଲେ । ନିଜକୁ ଧରଣୀ ଧର କଲେଜର ହେଡକ୍ଲକ ମିଶ୍ର ବାବୁର ବୋଲି ପରିଚୟ ଦେଇଥିଲେ। ଆଉ କହିଥିଲେ ମୁଁ ଆରପଣଙ୍କର ଟେଣ୍ଡର ପାସ୍‌ କରାଇ ଦେବି । ଆଉ ସେଥିପାଇଁ ଆପଣ ମୋତେ ୫୦ ହାଜର ଟଙ୍କା ଦେବାକୁ ପଡ଼ିବ। ଚିତ୍ତଞ୍ଜନ ଏକଥାରେ ରାଜି ହୋଇ ସେମାନଙ୍କୁ ଦୁଇ କିସ୍ତିରେ ୫୦ ହଜାର ଟଙ୍କା ଦେଇଥିଲେ । ପୋନ୍‌ପେରେ ୨୫ ହଜାରେ ଓ କ୍ୟାସ୍‌ ୨୫ ହଜାର ଟଙ୍କା ଦେଇଥିଲେ । ପଇସା ପାଇ ସାରିବା ପରେ ସେମାନେ ଫୋନ୍‌ ବନ୍ଦ କରିଦେଇଥିଲେ ।

ଏନେଇ ଚିତ୍ତଞ୍ଜନ ଅଧିକାରି କେନ୍ଦୁଝର ଥାନାରେ ଲିଖିତ ଅଭିଯୋଗ କରିଥିଲେ । ଅଭିଯୋଗକୁ ଆଧାର କରି ପୁଲିସ ତଦନ୍ତ ଆରମ୍ଭ କାରିଥିଲା । ତଦନ୍ତ ଆଧାରରେ ପୁଲିସ ଜାଣିବାକୁ ପାଇଥିଲାକି ଏଥିରେ ତିନି ଜଣ ଯୁବକ ସମ୍ପୃକ୍ତ ଅଛନ୍ତି । ଏହି ଅଭିଯୁକ୍ତ ମାନେ କେନ୍ଦୁଝରରେ ଘରଭଡ଼ା ନେଇ ରହୁଥିଲେ । ଆଉ ବିଭିନ୍ନ ଅଞ୍ଚଳର ବେକାର ଯୁବକ ଓ ଯୁବତୀ ମାନଙ୍କୁ ବିଭିନ୍ନ ସଂସ୍ଥା ରେ ଚାକିରି କରାଇ ଦେବା ନାଁ ରେ ୧୭ ଲକ୍ଷ ରୁ ଅଧିକ ଟଙ୍କା ଠକି ନେଇଥିବା ପୁଲିସ ତଦନ୍ତରୁ ଜାଣିବାକୁ ପାଇଥିଲା ।

ତଦନ୍ତ ବେଳେ ସେମାନଙ୍କ ଠାରୁ ବିଭିନ୍ନ କମ୍ପାନୀରେ ଜାଲ ନିଯୁକ୍ତି ପତ୍ର ଜବତ୍ ହେବା ସହିତ ଅନେକ ଜାଲି ଦସ୍ତାବିଜ, ଗୋଟିଏ ଲ୍ୟାପ୍‌ଟପ୍‌, ଦୁଇଟି ମୋବାଇଲ, ଗୋଟିଏ ମୋଟର ସାଇକେଲ ଓ ନଗଦ ୨୫ହଜାର ଟଙ୍କା ଜବତ କରିଥିବା କେନ୍ଦୁଝର ଏସପି ଦିଲ୍ଲୀପ ନାୟକ ସୂଚନା ଦେଇଛନ୍ତି ।

କାଶୀନଗର ଏନ ଏ ସି ଅଧ୍ୟାକ୍ଷା ଙ୍କ ପୁନଃ ଘର ବାହୁଡା଼

ରିପୋର୍ଟ : ପ୍ରଣତି ସାବତ
କାଶୀନଗର, (୦୬/୦୫) : କାଶୀନଗର ଏନ ଏ ସି ଅଧ୍ୟାକ୍ଷା ଶ୍ରୀମତୀ ଏମ ସୁଧା ରାଣୀ ଗତ କିଛି ଦିନ ତଳେ ବିଜେଡ଼ି ପରିତ୍ୟାଗ କରି ବିଜେପି ରେ ସାଂସଦ ପ୍ରାର୍ଥୀ ପ୍ରଦୀପ ପାଣିଗ୍ରାହୀ ଙ୍କ ସମ୍ମୁଖରେ ବିଜେପି ରେ ମିଶିଥିଲେ ।

ଆଜି ପୁଣି ପାରଳାଖେମୁଣ୍ଡି ବିଜେଡ଼ି କାର୍ଯ୍ୟାଳୟ କୁ ଯାଇ ଦଳ ରେ ମିଶିଛନ୍ତି । ଜିଲ୍ଲା ପରିଷଦ ଅଧ୍ୟକ୍ଷ ଶ୍ରୀ ଗାଵରା ତିରୁପତି ରାଓ, ଏନ ଏ ସି ଉପାଧ୍ୟକ୍ଷ ରଘୁରାମ ସାହୁ, କାଟିକି ରାମରାଓ, ରାଜ୍ୟ ସମ୍ପାଦକ ଶ୍ରୀ ପ୍ରଦୀପ ନାୟକ, ପ୍ରଚାର କମିଟି ଅଧ୍ୟକ୍ଷ ଶ୍ରୀ କେ ସୂର୍ଯ୍ୟା ରାଓ, ଶିଳ୍ପପତି ତିରୁପତି ପାଣିଗ୍ରାହୀ ଯୁବ ସଭାପତି ଏସ ଲିଙ୍ଗରାଜୂ ଆର ଜନର୍ଦ୍ଧନ ରାଓ, ଅଖିଳ ପାତ୍ର ଙ୍କ ଉପସ୍ଥିତ ରେ ସେ ପୁଣି ଘର ବାହୁଡା଼ କରିଛନ୍ତି, ଏଣୁ ଏନ ଏ ସି କାଶୀନଗର ରେ ଦଳ ଭଲ କରିବ ବୋଲି ବିଜେଡି କହିଛି ।

୬ ଓ ୮ ତାରିଖରେ ମତ୍ସ୍ୟଜୀବୀଙ୍କୁ ସମୁଦ୍ର ମନା

ରିପୋର୍ଟ : ଓଡିଶା ନ୍ୟୁଜ ୨୪ ବ୍ୟୁରୋ //
ଭୁବନେଶ୍ୱର, (୦୬/୦୫) : ଆଗାମୀ ୪୮ ଘଣ୍ଟା ମଧ୍ୟରେ ଉପକୂଳ ଓଡ଼ିଶାରେ ବର୍ଷା ହେବ ବୋଲି ପାଣିପାଗ ବିଭାଗ ପକ୍ଷରୁ କୁହାଯାଇଛି । ଦକ୍ଷିଣ ଏବଂ ଉତ୍ତର ଓଡ଼ିଶାର ଆଭ୍ୟନ୍ତରୀଣ ଅଞ୍ଚଳରେ ବର୍ଷା ହେବା ସମ୍ଭାବନା ରହିଛି ।

ଏନେଇ ୬ ଓ ୮ ତାରିଖରେ ମତ୍ସ୍ୟଜୀବୀଙ୍କୁ ସମୁଦ୍ରକୁ ଯିବାକୁ ବାରଣ କରାଯାଇଛି । ୨ ଦିନ ପ୍ରବଳ ଝଡ ବର୍ଷା ନେଇ ମତ୍ସ୍ୟଜୀବୀଙ୍କୁ ସତର୍କତା ଜାରି ହୋଇଛି । ୬ ଓ ୮ ତାରିଖ ଦୁଇ ଦିନ ସମୁଦ୍ର ନଯିବାକୁ IMD ତରଫରୁ ପରାମର୍ଶ ଦିଆଯାଇଛି । ଉତ୍ତର ଓଡ଼ିଶା ଉପକୂଳରେ ୪୦ ରୁ ୫୦ କିମି ବେଗରେ ପବନ ସହ ବଡ଼ ଜୁଆର ଆସିବା ସମ୍ଭାବନା ରହିଛି । ତେବେ ୨୪ ଘଣ୍ଟାରେ ତାପମାତ୍ରାରେ କୌଣସି ପରିବର୍ତ୍ତନ ହେବନି ବୋଲି କୁହାଯାଇଛି। ଆସନ୍ତା ୭ ଓ ୮ ତାରିଖ ବେଳକୁ ତାପମାତ୍ରା ୩ ରୁ ୬ ଡିଗ୍ରୀ ହ୍ରାସ ପାଇବ।

ଭୁବନେଶ୍ୱରରୁ ବଲାଙ୍ଗୀର ଯାଉଥିବାବେଳେ ଓଲଟିପଡିଲା ବସ

ରିପୋର୍ଟ : ଓଡିଶା ନ୍ୟୁଜ ୨୪ ବ୍ୟୁରୋ //
ସୁବର୍ଣ୍ଣପୁର, (୦୬/୦୫) : ଖୋର୍ଦ୍ଧା ବଲାଙ୍ଗୀର ୫୭ ନମ୍ବର ଜାତୀୟ ରାଜପଥର ସୁବର୍ଣ୍ଣପୁର ଜିଲ୍ଲା ଖମ୍ବେଶ୍ୱରୀପାଲି ଠାରେ ସାଇରାଜ ନାମକ ଏକ ଘାରୋଇ ବସ ଦୁର୍ଘଣାଗ୍ରସ୍ତ

ଯାତ୍ରୀବାହୀ ବସ ଟି ଭୁବନେଶ୍ୱର ରୁ ବଲାଙ୍ଗୀର ଆସୁଥିବା ବେଳେ ଭାରସାମ୍ୟ ହରାଇ ରାସ୍ତା କଡକୁ ଓଲଟି ପଡିଛି । ଏହି ଯାତ୍ରୀ ବାହି ବସରେ ମୋଟ ୪୦ ଜଣ ଯାତ୍ରୀ ଥିବା ଜଣା ପଡ଼ିଛି । ତେବେ ଦୁର୍ଘଟଣାରେ ୭ ଜଣ ସାମାନ୍ୟ ଆହତ ହୋଇ ଥିବା ବେଳେ ୪ ଜଣ ଯାତ୍ରୀ ଗୁରୁତର ଅଛନ୍ତି । ସାମାନ୍ୟ ଆହତ ଯାତ୍ରୀଙ୍କୁ ସୁବର୍ଣ୍ଣପୁର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ରେ ପ୍ରାଥମିକ ଚିକିତ୍ସା ପରେ ଛାଡି ଦେଇ ଥିବା ବେଳେ ଗୁରୁତର ଙ୍କୁ ଚିକିତ୍ସା ଚାଲିଛି । ଘଟଣା ସ୍ତଳରେ ପୋଲିସ ଓ ଦମକଳ ବାହିନୀ ପହଞ୍ଚି ଉଦ୍ଧାର କରିଛି ।

ଫ୍ୟାନ୍‌ ଲଗାଉଥିବା ବେଳେ ବିଦ୍ୟୁତ୍ ଆଘାତରେ ମହିଳାଙ୍କ ମୃତ୍ୟୁ

ରିପୋର୍ଟ : ଓଡିଶା ନ୍ୟୁଜ ୨୪ ବ୍ୟୁରୋ //
ଢେଙ୍କାନାଳ, (୦୫/୦୫) : ଢେଙ୍କାନାଳ ଜିଲ୍ଲା କାମାକ୍ଷାନଗର ଥାନା କଙ୍କଣା ଗାଁରେ ଘଟିଛି ଅଘଟଣ। ଘରେ ଫ୍ୟାନ୍‌ ଲଗାଉଥିବା ବେଳେ ବିଦ୍ୟୁତ୍ ତାର ସଂସ୍ପର୍ଶରେ ଆସି ଜଣେ ମହିଳାଙ୍କର ମୃତ୍ୟୁ ହୋଇଛି ।

ତାଙ୍କ ନାଁ ସୁଲୋଚନା ନାୟକ । ସୂଚନା ଅନୁଯାୟୀ, ସୁଲୋଚନା ଆଜି ସକାଳେ ଘରେ ଫ୍ୟାନ୍‌ ଲଗାଉଥିବା ବେଳେ ଏକ ଜୀବନ୍ତ ବିଦ୍ୟୁତ୍‌ ତାର ତାଙ୍କ ଦେହରେ ଗୋଡ଼େଇ ହୋଇ ଯାଇଥିଲା । ଏହି ତାରରୁ ତାଙ୍କୁ ବିଦ୍ୟୁତ୍ ଆଘାତ ଲାଗିଥିବା ବେଳେ ତାଙ୍କ ଚିତ୍କାର ଶୁଣି ପରବାର ଲୋକେ ଦୌଡ଼ି ଆସି ବିଦ୍ୟୁତ୍ ସଂଯୋଗ ବିଚ୍ଛିନ୍ନ କରିଥିଲେ । ପରିବାର ଲୋକେ ସୁଲୋଚନାଙ୍କୁ ସଙ୍କଟାପନ୍ନ ଅବସ୍ଥାରେ କାମାକ୍ଷାନଗର ମେଡିକାଲରେ ଭର୍ତ୍ତି କରିଥିଲେ । କିନ୍ତୁ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ଏହି ଘଟଣାକୁ ନେଇ ଗାଁରେ ଶୋକାକୁଳ ପରିସ୍ଥିତି ସୃଷ୍ଟି ହୋଇଛି ।