ଆଜି ଭୈରବୀ କନିଷ୍ଠ ମହାବିଦ୍ୟାଳୟ ରେ ନେହେରୁ ଯୁବ କେନ୍ଦ୍ର ତରଫରୁ ବକୃତା ପ୍ରତିଯୋଗିତା

0
209

ରିପୋର୍ଟ : ସୁଶାନ୍ତ ବେହେରା //
ହରଭଙ୍ଗା,(୧୮/୧୧) : ନେହେରୁ ଯୁବକେନ୍ଦ୍ର ବୌଦ୍ଧ ତରଫରୁ ଆଜି ଭୈରବୀ କନିଷ୍ଠ ମହାବିଦ୍ୟାଳୟ ଠାରେ ଦେଶ ଗଠନରେ ଦେଶପ୍ରେମୀ ବିଷୟରେ ଏକ ବକୃତା ପ୍ରତିଯୋଗିତା ଅନୁଷ୍ଠିତ ହୋଇଯାଇଛି ।90dfbc47 af47 4657 b0d9 aba1d70ea2de ଆଜି ଭୈରବୀ କନିଷ୍ଠ ମହାବିଦ୍ୟାଳୟ ରେ ନେହେରୁ ଯୁବ କେନ୍ଦ୍ର ତରଫରୁ ବକୃତା ପ୍ରତିଯୋଗିତା

ଏହି ପ୍ରତିଯୋଗିତାରେ ନେହେରୁ ଯୁବ କେନ୍ଦ୍ର ର ସ୍ବେଛାସେବୀ ସୁପ୍ରିୟା ଦେହୁରୀ, ମନୋଜ ଭୋକ୍ତା, ସୁଧୀର ଦୀପ ଉପସ୍ଥିତ ଥିଲେ । ସ୍ବେଚ୍ଛାସେବୀ ସୁପ୍ରିୟା ଦେହୁରୀ କାର୍ଯ୍ୟକ୍ରମରେ ସମସ୍ତଙ୍କୁ ସ୍ଵାଗତ ଜଣାଇଥିଲେ । ମହାବିଦ୍ୟାଳୟ ର ଅଧକ୍ଷ ଶ୍ରୀଯୁକ୍ତ ମନୋଜ ପାଠି ଙ୍କ ତତ୍ତ୍ଵାବଧାନରେ ଏହି କାର୍ଯ୍ୟକ୍ରମ ହୋଇଥିଲା । ଆଜି ଭୈରବୀ କନିଷ୍ଠ ମହାବିଦ୍ୟାଳୟ, କେ ଏନ ମେମୋରିଆଲ ଏବଂ ଭୈରବୀ ଡିଗ୍ରୀ ମହାବିଦ୍ୟାଳୟ ର ଅନେକ ଛାତ୍ର ଛାତ୍ରୀ ଏହି ପ୍ରତିଯୋଗିତା ରେ ଅଂଶ ଗ୍ରହଣ କରିଥିଲେ । ବିଚାରପତି ଭାବରେ ଅଧ୍ୟକ୍ଷ ମନୋଜ କୁମାର ପାଠୀ ପ୍ରତିଯୋଗୀ ମାନଙ୍କର ମୂଲ୍ୟାଙ୍କନ କରିଥିଲେ । ପ୍ରତିଯୋଗିତା ଟି ଉଭୟ ହିନ୍ଦୀ ଏବଂ ଇଂରାଜୀ ଭାଷାରେ ହୋଇଥିଲା ।c89f8ecb 5add 43ec a7ea 8f96a6570610 ଆଜି ଭୈରବୀ କନିଷ୍ଠ ମହାବିଦ୍ୟାଳୟ ରେ ନେହେରୁ ଯୁବ କେନ୍ଦ୍ର ତରଫରୁ ବକୃତା ପ୍ରତିଯୋଗିତା

ବକୃତା ପ୍ରତିଯୋଗିତାରେ ସୁନୀତା ପାଢ଼ୀ ଭୈରବୀ ଡିଗ୍ରୀ ମହାବିଦ୍ୟାଳୟ ପ୍ରଥମ, ଆକାଶ ପ୍ରଧାନ ଭୈରବୀ କନିଷ୍ଠ ମହାବିଦ୍ୟାଳୟ ଦ୍ଵିତୀୟ, ଦେବାଶିଷ ବିଶି କେ ଏନ୍ ମେମୋରିଆଲ ତୃତୀୟ ସ୍ଥାନ ଅଳଙ୍କୃତ କରିଥିଲେ । ପ୍ରତିଯୋଗିତା ଶେଷରେ କୃତି ପ୍ରତିଯୋଗୀ ମାନଙ୍କୁ ପୁରସ୍କାର ବିତରଣ କରାଯାଇଥିଲା । ଶେଷରେ ନେହେରୁ ଯୁବ କେନ୍ଦ୍ର ବୌଦ୍ଧ ର ସ୍ବେଚ୍ଛାସେବୀ ସୁଧୀର ଦୀପ ସମସ୍ତଙ୍କୁ ଧନ୍ୟବାଦ୍ ଅର୍ପଣ କରିଥିଲେ ।