ମହିଳା କମିଶନଙ୍କ ମହିଳା ସଚେତନତା ଶିବିର ପାଇଁ ଜିଲା ପ୍ରଶାସନ ର ପ୍ରସ୍ତୁତି

0
201

ରିପୋର୍ଟ : ସୁଶାନ୍ତ ବେହେରା //
ବୌଦ୍ଧ,(୨୧/୧୧) : ଆସନ୍ତା ୨୩ ତାରିଖ ଦିନ ରାଜ୍ୟ ମହିଳା କମିଶନଙ୍କ ମହିଳା ସଚେତନତା ଶିବିର ପାଇଁ ଜିଲା ପ୍ରଶାସନ ପକ୍ଷରୁ ପ୍ରସ୍ତୁତି ଚୂଡାନ୍ତ ପର୍ଯ୍ୟାୟରେ ପହଞ୍ଚିଛି ।

ବୌଦ୍ଧ ଟାଉନହଲ ପରିସରେ ହେବାକୁ ଥିବା ଏହି ମହିଳା କମିଶନଙ୍କ ମହିଳା ସଚେତନତା ଶିବିର କାର୍ଯ୍ୟକ୍ରମରେ ୧୫ ଜଣ ଆଶାକର୍ମୀ, ମହାବିଦ୍ୟାଳୟ ୨୦ ଜଣ ଛାତ୍ରୀ, ମହିଳା ସ୍ୱୟଂ ସହାୟିକା ଗୋଷ୍ଠୀ ସହରାଞ୍ଚଳ ର ୩୦ ଜଣ ଓ ଗ୍ରାମାଞ୍ଚଳ ର ୩୦ ଜଣ, ଅଙ୍ଗନବାଡି କର୍ମୀ ୩୦ ଜଣ, ମହିଳା ସୁପରଭାଇଜର ୧୫ ଜଣ, ପଞ୍ଚାୟତିରାଜ ସଦସ୍ୟା ୧୫ ଜଣ, ସ୍ୱେଛାସେବୀ ସଂଗଠନ ର ୧୦ ଜଣ ସଦସ୍ୟା, ପାରାଲିଗାଲ ସ୍ୱେଛାସେବୀ ୧୦ ଜଣ, ସ୍ୱାସ୍ଥ୍ୟ କର୍ମୀ ୧୦ ଜ.ପୋଲିସ ୫ ଜଣ ଓ ଅନ୍ୟାନ୍ୟ ୧୦ ଜଣ ଏହି କାର୍ଯ୍ୟକ୍ରମରେ ଉପସ୍ଥିତ ରହି ଆଲୋଚନାରେ ଅଂଶଗ୍ରହଣ କରାଯିବାକୁ ନିଷ୍ପତି ଗ୍ରହଣ କରାଯାଇଛି ।

କୋଭିଡ ମହାମାରୀ ସମୟରେ ଭଲ କାମ କରିଥିବା ଶ୍ରେଷ୍ଠ ଆଶାକର୍ମୀ, ଅଙ୍ଗନବାଡି କର୍ମୀ, ମହିଳା ପୋଲିସ, ମହିଳା ଡାକ୍ତର ଓ ନର୍ସ, ସ୍ୱୟଂ ସହାୟିକା ଗୋଷ୍ଠୀ, ମହିଳା ସରପଞ୍ଚ, ସାମାଜିକ କର୍ମୀ, ମହିଳା ଆଇନଜିବୀ, ସୁରକ୍ଷା ଅଧିକାର ଓ ସକ୍ଷୀ କେନ୍ଦ୍ରରୁ ଜଣେ ଲେଖାଏଁ ସଦସ୍ୟାଙ୍କୁୁ ଚୟନ କରାଯାଇ ଜିଲା ଚୟନ କମିଟି ଦ୍ୱାରା ମନୋନୀତ କରାଯାଇ ମହିଳାକମିଶନଙ୍କ ଦ୍ୱାରା ସମ୍ବର୍ଦ୍ଧିତ କରାଯିବାକୁ ନିଷ୍ପତି ଗ୍ରହଣ କରାଯାଇଛି ।

ଏହି କାର୍ଯ୍ୟକ୍ରମରେ ମହିଳା କମିଶନଙ୍କ ବ୍ୟତୀତ ସଭାପତି ଜିଲା ପରିଷଦ, ଜିଲାପାଳ, ଜିଲା ଆରକ୍ଷୀ ଅଧିକ୍ଷକ ପ୍ରମୁଖ ମଞ୍ଚରେ ଏବଂ ସମସ୍ତ ଜିଲା ସ୍ତରୀୟ ଅଧିକାରୀ ମଧ୍ୟ ଉପସ୍ଥିତ ରହିବେ ବୋଲି ଜଣାଯାଇଛି । ମହିଳା କମିଶନଙ୍କ ଏହି ଗସ୍ତ ଉପଲକ୍ଷେ ଏକ ପ୍ରସ୍ତୁତି ବୈଠକ ଜିଲାପାଳଙ୍କ କାର୍ଯ୍ୟାଳୟ ସମ୍ମିଳନୀ କକ୍ଷରେ ମଧ୍ୟ ଅନୁଷ୍ଠିତ ହୋଇଯାଇଛି ।

ଏହି ବୈଠକରେ ଜିଲାପାଳ ଲଲାଟେନ୍ଦୁ ମିଶ୍ର,ଅତିରିକ୍ତ ଜିଲାପାଳ ବବିତାରାଣୀ ଦଳବେହେରା,ଗ୍ରାମ୍ୟ ଉନ୍ନୟନ ସଂସ୍ଥାର ପ୍ରକଳ୍ପ ନିର୍ଦ୍ଦେଶକ ଅଶ୍ୱନୀ କୁମାର ମେହେର, ଜିଲା ସମାଜିକ ମଙ୍ଗଳ ଅଧିକାରୀ ଲକ୍ଷପତି ଭୋଇ, ଡିପିସି ମିଶନ ଶକ୍ତି ଦେବଦୂତ ମିଶ୍ର, ଅତିରିକ୍ତ ଏସପି ରବିନ୍ଦ୍ର କୁମାର ରାଉତ, ପ୍ରୋଗ୍ରାମ ଅଫିସର ଶର୍ମିଷ୍ଠା ହୋତା, ସୂଚନା ଓ ଲୋକସମ୍ପର୍କ ଅଧିକାରୀ ରିତାକାନ୍ତି ବଳିୟାରସିଂହ ଏବଂ ସମସ୍ତ ବ୍ଲକର ସିଡିପିଓମାନେ ଉପସ୍ଥିତ ରହି ଆଲୋଚନାରେ ଅଂଶଗ୍ରହଣ କରିଥିଲେ । ଜିଲାରେ ପ୍ରଥମ ମହିଳା ଅତିରିକ୍ତ ଜିଲାପାଳ ଭାବରେ ଦାୟିତ୍ୱ ଗ୍ରହଣ କରିଥିବାବେଳେ ଏହି କାର୍ଯ୍ୟକ୍ରମକୁ ସଫଳ କରିବା ପାଇଁ ସେ ସମସ୍ତ ମହିଳା ଅଧିକାରୀମାନଙ୍କୁ ଆହ୍ୱାନ ଜଣାଇଥିଲେ ।