ସାଇକୃପା ଯୁକ୍ତ ଦୁଇ ଆବାସିକ ମହାବିଦ୍ୟାଳୟରୁ ୩୩ କୋରନା ରୋଗୀ ଚିହ୍ନଟ : ସିଲ କଲା ଜିଲ୍ଲା ପ୍ରଶାସନ

0
159

ରିପୋର୍ଟ : ରଞ୍ଜିତ ବେହେରା
ଢେଙ୍କାନାଳ,(୦୩/୧୨) : ଢେଙ୍କାନାଳ ସହର କୁଞ୍ଜକାନ୍ତ ସ୍ଥିତ ସାଇକୃପା ଯୁକ୍ତ ଦୁଇ ଆବାସିକ ମହାବିଦ୍ୟାଳୟର ୩୩ ଜଣ ଛାତ୍ରଛାତ୍ରୀ କରୋନାରେ ସଂକ୍ରମିତ ହେବା ପରେ ଗତକାଲି ପ୍ରଶାସନ ପକ୍ଷରୁ କୁଞ୍ଜକାନ୍ତି ଅଞ୍ଚଳର ୨ ନମ୍ବର ୱାର୍ଡ କୁ ୧/୧୨/୨୦୨୧ ରୁ ୧୦/୧୨/୨୦୨୧ ପର୍ଯ୍ୟନ୍ତ ୧୦ ଦିନ ପାଇଁ କଣ୍ଟେନମେଣ୍ଟ ଯୋନ ଘୋଷଣା କରାଯାଇଥିଲା ।WhatsApp Image 2021 12 02 at 8.45.38 PM 1 ସାଇକୃପା ଯୁକ୍ତ ଦୁଇ ଆବାସିକ ମହାବିଦ୍ୟାଳୟରୁ ୩୩ କୋରନା ରୋଗୀ ଚିହ୍ନଟ : ସିଲ କଲା ଜିଲ୍ଲା ପ୍ରଶାସନ

ତେବେ ଆଜି ପ୍ରଶାସନ ପକ୍ଷରୁ ପୌର ନିର୍ବାହୀ ଅଧିକାରୀ ଅତନୁ କୁମାର ସାମନ୍ତ ଓ ସ୍ୱତନ୍ତ୍ର କୋଭିଡ୍ ଟିମ୍ ସେଠାରେ ପହଞ୍ଚି ସାଇକୃପା ଯୁକ୍ତ ଦୁଇ ଆବାସିକ ମହାବିଦ୍ୟାଳୟ ଓ ଏହାର ଦୁଇଟି ୨ ଟି ହଷ୍ଟେଲ କୁ ସିଲ କରିଦେଇଛନ୍ତି । ସୂଚନା ଅନୁଯାୟୀ ସର୍ବମୋଟ୍ ୨୬୦ ଛାତ୍ରଛାତ୍ରୀଙ୍କ କରୋନା ପରୀକ୍ଷା ହୋଇଥିଲା । ୯୦ ଜଣଙ୍କ ରିପୋର୍ଟ ଆସିଥିବା ବେଳେ ସେଥି ମଧ୍ୟରୁ ୩୩ ଜଣ ସଂକ୍ରମିତ ହୋଇଛନ୍ତି । ଅନ୍ୟପଟେ ସଂକ୍ରମିତଙ୍କ ସ୍ଵାସ୍ଥ୍ୟବସ୍ଥା ଗୁରୁତର ନ ଥିବା ସୂଚନା ରହିଛି ।