ଲୁଟ ପରେ ଚଳିବା ପାଇଁ ୨ ହଜାର ଟଙ୍କା, ମୋବାଇଲ ଦେଇଦେଲେ ଡକାୟତ

0
202

ରିପୋର୍ଟ : ସୁଭାସିସ ନାୟକ //
ଭୁବନେଶ୍ୱର,(୦୫/୧୨) : ରାତି ଅଧରେ ଦମ୍ପତିଙ୍କ ଘରେ ପଶିଲେ, ଲୁଟ କଲେ । ଲୁଟ ପରେ ଚଳିବା ପାଇଁ ୨ ହଜାର ଟଙ୍କା ଦେଇଗଲେ । ଅନୁରୋଧ କରିବାରୁ ସୁନା ଚୁଡ଼ି ମଧ୍ୟ ଫେରାଇ ଦେଇଥିଲେ । ଭୁବନେଶ୍ୱର ଉପକଣ୍ଠ ମଂଚେଶ୍ୱର ଥାନା ଅଧିନରେ ଥିବା ଟାଙ୍ଗିବନ୍ତ ଗାଁରେ ଘଟିଛି ଏହି ଘଟଣା ।

ସୂଚନା ମୁତାବକ ଅବସରପ୍ରାପ୍ତ ପରିସଂଖ୍ୟାନ ବିଭାଗ କର୍ମଚାରୀଙ୍କ ଘରେ ରାତିରେ ପଶିଥିଲେ ୪ ଲୁଟେରା । ବିଜୟ କୁମାର ମିଶ୍ରଙ୍କ ମୁଣ୍ଡରେ ବନ୍ଧୁକ ଲଗାଇ ଲୁଟ କରିଥିଲେ । ନଗଦ ୨୫ ହଜାର ଟଙ୍କା, ସୁନା କାନ ଟପ, ସୁନା ଚୁଡ଼ି ସହିତ ମୋବାଇଲ ଫୋନ, ଟିଭି ନେବାକୁ ଉଦ୍ୟମ କରିଥିଲେ । ଏହି ସମୟରେ ବିଜୟ କୁମାର ମିଶ୍ର ଏବଂ ତାଙ୍କ ସ୍ତ୍ରୀ ଏସବୁ ନ ନେବାକୁ ଡକାୟତଙ୍କୁ ଅନୁରୋଧ କରିଥିଲେ । ଲୁଟ ପରେ ଚଳିବା ପାଇଁ ୨ ହଜାର ଟଙ୍କା ଦେଇଥିଲେ ଚୋର ।

ଦମ୍ପତିଙ୍କ ନେହୁରା ହେବା ଦେଖି ତରଳି ଯାଇଥିଲା ଚୋରଙ୍କ ହୃଦୟ । ସୁନା ଚୁଡ଼ି, ମୋବାଇଲ ଫୋନ, ଟିଭିକୁ ଫେରାଇ ଦେଇଥିଲେ ଚୋର । ଆଉ ଭୁଲ ତଥ୍ୟ ଦେଇଥିବା ଲୋକ କୁ ଫୋନରେ ଗାଳି ଗୁଲଜ କରି ସେଠାରୁ ଫେରି ଆସିଥିଲେ । ବାକି ଟଙ୍କା ପରେ ଆସି ଘରେ ପକାଇ ଦେଇ ଯିବେ ବୋଲି କହିଥିଲେ । ଘଟଣା ସ୍ଥଳରେ ପୁଲିସ ପହଂଚି ସିସିଟିଭି ଆଧାରରେ ଛାନଭିନ ଜାରି ରଖିଛି ପୁଲିସ