ଜିଲ୍ଲାପାଳଙ୍କ ଦ୍ଵାରା ୫୫ ଟି ଜଙ୍ଗଲ ଜମି ପଟ୍ଟା ବଣ୍ଟନ

0
320

ରିପୋର୍ଟ : ଅକ୍ଷୟ କୁମାର ପିଡ଼ିସିକା //
କଲ୍ୟାଣସିଂହପୁର, (୧୬/୧୩) : ରାୟଗଡା ଜିଲ୍ଲା କଲ୍ୟାଣସିଂହପୁର ବ୍ଲକ ସଦର ରେ ଥିବା ତହସିଲ କାର୍ଯ୍ୟାଳୟ ଠାରେ ଜିଲ୍ଲାପାଳଙ୍କ ଦ୍ଵାରା ୫୫ ଟି ଜଙ୍ଗଲ ଜମି ପଟ୍ଟା ବଣ୍ଟନ କରାଯାଇଛି ।

ଆଜି ଜିଲ୍ଲାପାଳ ସରୋଜ କୁମାର ମିଶ୍ର ତହସିଲ କାର୍ଯ୍ୟାଳୟ ରେ ନଥି ପତ୍ର ଯାଞ୍ଚ କରିବାକୁ ଆସିଥିଲେ ସେହି ସମୟରେ ପୂଜାରି ଗୁଡ଼ା ପଞ୍ଚାୟତ ର ଢ଼ିମିରିବାଡ଼ି, ଲଟାଗୁଡା ଓ ରାଉତ ପରଡିଗୁଡା ଗ୍ରାମ ବାସୀ ଜଙ୍ଗଲ ଜମି ପଟ୍ଟା ନେବାକୁ ଆସିଥିବା ଜାଣିପାରି ସେହି ମାନଙ୍କୁ ଜିଲ୍ଲାପାଳଙ୍କ ଦ୍ଵାରା ୫୫ ଟି ଜଙ୍ଗଲ ଜମି ପଟ୍ଟା ବଣ୍ଟନ କରିଥିଲେ । ଏଥିରେ ରାୟଗଡା ଜିଲ୍ଲା କଲ୍ୟାଣସିଂହପୁର ବ୍ଲକ ତହସିଲଦାର ଦେବାଶିଷ କର, ଅତିରିକ୍ତ ତହସିଲଦାର ଗଣେଶ ଦଳେଇ, ମଙ୍ଗଳ ସମ୍ପ୍ରସାରଣ ଅଧିକାରୀ ଚନ୍ଦନ ଦାସ ବାଙ୍ଗାରି, ବ୍ଲକ ଜଙ୍ଗଲ ଜମି ସଂଯୋଜକ ମଦନ ସୁନ୍ଦର ସାମଲ ପ୍ରମୁଖ ଉପସ୍ଥିତ ରହିଥିଲେ ।