ରିପୋର୍ଟ : ଅକ୍ଷୟ କୁମାର ପିଡିଶିକା //
କଲ୍ୟାଣସିଂହପୁର, (୨୨/୧୨) : ରାୟଗଡା ଜିଲ୍ଲା କଲ୍ୟାଣସିଂହପୁର ବ୍ଲକ ଶିକରପାଇ ଛକ ଠାରେ ଦେଶୀ ବନ୍ଧୁକ ଧରି ବୁଲୁଥିବା ଯୁବକ ଗୋପାଳ ଚାମିଆ କୁ ଗିରଫ କରି କେଶ ନମ୍ବର ୧୧୩/୨୧ ଦଫା୨୫(ଏ)/ ୨୭ କୋର୍ଟ ଚାଲାଣ କରିଥିବା ପୁଲିସ କହିଛନ୍ତି ।
ମଙ୍ଗଳବାର ଦିନ ଜଣେ ଯୁବକ ଶିକରପାଇ ଛକରେ ଦେଶୀ ବନ୍ଧୁକ ଧରି ଲୋକଙ୍କୁ ଭୟଭୀତ କରୁଥିବା ବେଳେ କୁମିଙ୍ଗି ସାରି (ଏସ ଡି ପି ଓ) ଉପଜିଲା ପୁଲିସ ଅଧିକାରୀ ଦେବଜ୍ୟୋତି ଦାସ କଲ୍ୟାଣସିଂହପୁର ଦେଇ ରାୟଗଡା ଯାଉଥିବା ସମୟରେ ଉକ୍ତ ଯୁବକକୁ ଦେଖି ଥାନା ଅଧିକାରୀ ସୁକୁମା ହଂସଦା ଙ୍କୁ ଯୋଗାଯୋଗ କରିଥିଲେ । ପୁଲିସକୁ ଦେଖି ଛକରେ ଥିବା ଦୋକାନ ପଛଭାଗରେ ରଖିଥିବା ଖାଲି ବିଅର ବୋତଲ ଆବର୍ଜନା ଗୋଦାମ ଗଦା ଭିତରେ ଦେଶିବନ୍ଧୁକ କୁ ଲୁଚାଇ ଦେଇଥିଲେ ।
ଏହାକୁ ପୁଲିସ ସିସି ଫୁଟେଜ ଦେଖି ଖୋଜା ଖୋଜି କରି ଉକ୍ତ ଦେଶୀବନ୍ଧୁକ ପାଇବା ପରେ ଦୁଇ ଯୁବକ ଙ୍କୁ ଥାନା ରେ ରଖି ପଚାର ଉଚରା ଚଲାଇଥିଲେ । ସେଥି ମଧ୍ୟରୁ ଜଣେ ଯୁବକ କୁ ଗତ ରାତିରେ ଛାଡିଦେଇଥିବା ଜଣାପଡିଛି । ଆଜି ଜଣେ ଗୋପାଳ ଚାମିଆକୁ ଡାକ୍ତରୀ ପରୀକ୍ଷା କରି କୋର୍ଟ ଚାଲାଣ କରା ଯାଇଛି । ଏହି ସମ୍ପର୍କରେ ଥାନା ଅଧିକାରୀ ସୁକୁମା ହଂସଦା ଙ୍କୁ ଘଟଣା ବିଷୟରେ ପଚାରିବାକୁ ଥାନା କୁ ଗଣମାଧ୍ୟମ ବାରମ୍ବାର ଗଲେ ମଧ୍ୟ ତଥ୍ୟ ନଦେଇ ଲୁଚାଉଥିବା ରୁ ଗଣମାଧ୍ୟମ ପ୍ରତିନିଧିମାନେ ଦୁଖଃ ପକାଶ କରୁଥିବା ଜଣାପଡିଛି ।
ଆଗାମି ଦିଅନରେ ଗଣମାଧ୍ୟମ କୁସଠିକ ତଥ୍ୟ ନ ଦେଲେ ଥାନା ର କୌଣସି ଖବର ପ୍ରସାରଣ କରିବୁ ନାହିଁ ବୋଲି ଆଲୋଚନା କରିଛନ୍ତି । ଅନ୍ୟ ପକ୍ଷରେ ଅଞ୍ଚଳ ରେ ଘଟୁଥିବା ଅପରାଧ ବିଷୟରେ ମଧ୍ୟ ଖବର ପ୍ରକାଶ କରିବୁ ନାହିଁ ବୋଲି ନିଷ୍ପତ୍ତି ନେଛନ୍ତି । ଅନ୍ୟ ପକ୍ଷରେ ଜଣ ଦୋକାନ ମାଲିକ ରଞ୍ଜିତ ନାୟକକୁ ପୁଲିସ ଛାଡି ଦେଇଥିବାରୁ ପୁଲିସ ସହ ବନ୍ଧୁତା ଥାଇପାରେ ବୋଲି ସାଧାରଣ ରେ ପ୍ରଶ୍ନବାଛି ସୃଷ୍ଟି ହୋଇଛି ବୋଲି ଶୁଣିବାକୁ ମିଳିଛି ।