ଲ୍ୟାଣ୍ଡ ମାଇନ୍ ବିସ୍ଫୋରଣରେ ମୃତ ରୋହିତ ବିଶ୍ବାଳଙ୍କୁ ଶହୀଦ ଘୋଷଣା କରିବାକୁ ଦାବି

0
271
ଲ୍ୟାଣ୍ଡ ମାଇନ୍ ବିସ୍ଫୋରଣରେ

ରିପୋର୍ଟ : ରବିଶଙ୍କର ମହାପାତ୍ର //
କୋରାପୁଟ, (୦୮/୦୨) : ଓଡିଶା ସାମ୍ବାଦିକ ସଂଘ, କୋରାପୁଟ ଜିଲ୍ଲା ଶାଖା ତରଫରୁ ଗତ କାଲି ଦକ୍ଷିଣ ପଶ୍ଚିମାଞ୍ଚଳ ଉପ ଆରକ୍ଷୀ ମହାନିର୍ଦ୍ଦେଶକଙ୍କୁ ଏକ ଦାବୀପତ୍ର ପ୍ରଦାନ କରାଯାଇଛି । କଳାହାଣ୍ଡି ର ମୋହନଗିରି ଅଞ୍ଚଳ ର ସାମ୍ବାଦିକ ରୋହିତ ବିଶ୍ବାଳ ମାଓ ପୋଷ୍ଟର ଲାଗିଥିବା ସୂଚନା ପାଇ ଖବର ସଂଗ୍ରହ କରିବାକୁ ଯାଇଥିବା ବେଳେ ଲ୍ୟାଣ୍ଡ ମାଇନ୍ ବିସ୍ଫୋରଣରେ ତାଙ୍କର ମୃତ୍ୟୁ ହୋଇଥିଲା ।81da6673 22dc 4a9a b646 d5e2619c8072 ଲ୍ୟାଣ୍ଡ ମାଇନ୍ ବିସ୍ଫୋରଣରେ ମୃତ ରୋହିତ ବିଶ୍ବାଳଙ୍କୁ ଶହୀଦ ଘୋଷଣା କରିବାକୁ ଦାବି

ତେଣୁ ଲ୍ୟାଣ୍ଡ ମାଇନ୍ ବିସ୍ଫୋରଣରେ ମୃତ ରୋହିତ ବିଶ୍ବାଳଙ୍କୁ ଶହୀଦ ର ମାନ୍ୟତା ପ୍ରଦାନ ସହ ତାଙ୍କ ପରିବାରକୁ ୫୦ ଲକ୍ଷ ଟଙ୍କା ଆର୍ଥିକ ସହାୟତା, ଯୋଗ୍ୟତା ଭିତ୍ତିରେ ଜଣକୁ ସରକାରୀ ଚାକିରି ପ୍ରଦାନ ତଥା ଏପରି ବିପତ୍ତି ସମୟରେ ଖବର କାଗଜ ମାଲିକ ମାନଙ୍କୁ ନିଜର ଦାୟିତ୍ୱ ନିର୍ବାହ ପାଇଁ ନୂଆ ନିର୍ଦ୍ଦେଶାବଳୀ ପ୍ରସ୍ତୁତି ସମ୍ବନ୍ଧୀୟ ଦାବି ଗଣମାଧ୍ୟମ ଜରିଆରେ ଉପସ୍ଥାପନ କରାଯାଇଥିଲା । ଦାବି ପତ୍ର ପ୍ରଦାନ ସମୟରେ ଓଡିଶା ସାମ୍ବାଦିକ ସଂଘର ରାଜ୍ୟ ସମ୍ପାଦକ କେ.ଶ୍ରୀନିବାସ ରାଓ,କୋରାପୁଟ ଜିଲ୍ଲା ସଭାପତି ଜୟସିଂ ପୋଡାସେଠୀ, ସମ୍ପାଦକ ହରିଶ କୁମାର ପଟ୍ଟନାୟକ, ଉପ ସଭାପତି ରବିଶଙ୍କର ମହାପାତ୍ର, ରୁପକ ଖରା, ଦିଲ୍ଲୀପ ମହାନ୍ତି, ସନ୍ତୋଷ ପଲାଇ, କୃଷ୍ଣ ଗୋଲରୀ ପ୍ରମୁଖ ସାମ୍ବାଦିକ ମାନେ ଉପସ୍ଥିତ ଥିଲେ ।