ଆମ୍ବୁଲାନ୍ସ ଧକ୍କା ରେ ସାଇକେଲ ଆରୋହୀ ମୃତ : ୫୭ ନଂ ଜାତୀୟ ରାଜପଥ ଅବରୋଧ

0
142
ଆମ୍ବୁଲାନ୍ସ ଧକ୍କା ରେ

ରିପୋର୍ଟ : ସୁଶାନ୍ତ ବେହେରା
ହରଭଙ୍ଗା, (୨୨/୦୨) : ଖୋର୍ଦ୍ଧା-ବଲାଙ୍ଗୀର ୫୭ ନଂ ଜାତୀୟ ରାଜପଥ ରେ ଆମ୍ବୁଲାନ୍ସ ଧକ୍କା ରେ ସାଇକେଲ ଆରୋହୀ ମୃତ । ସାଇକେଲ ଆରୋହୀ କୁ ଧକ୍କା ଦେଇ ଫେରାର ହୋଇଥିଲା ଆମ୍ବୁଲାନସ । ଫଳରେ ଘଟଣା ସ୍ଥଳରେ ସାଇକେଲ ଆରୋହୀ ର ମୃତ୍ୟୁ ଘଟିଥିଲା ।WhatsApp Image 2022 02 23 at 11.45.16 AM 1 ଆମ୍ବୁଲାନ୍ସ ଧକ୍କା ରେ ସାଇକେଲ ଆରୋହୀ ମୃତ : ୫୭ ନଂ ଜାତୀୟ ରାଜପଥ ଅବରୋଧ

ସୂଚନା ଅନୁଯାଇ ଆଜି ସକାଳ ୯.୩୦ ମିନିଟରେ ଖୋର୍ଦ୍ଧା-ବଲାଙ୍ଗୀର ୫୭ ନଂ ଜାତୀୟ ରାଜପଥ ହରଭଙ୍ଗା ବ୍ଲକ ହରେକୃଷ୍ଣ ପୁର ଗୋପବନ୍ଧୁ ଛକ ଠାରେ ଆମ୍ବୁଲାନ୍ସ ଧକ୍କା ରେ ସାଇକେଲ ଆରୋହୀଙ୍କ ମୃତ୍ୟୁ ହୋଇଥିଲା । ମୃତକ ଜଣକ ହେଲେ ସାମ୍ପୋଚ ପଞ୍ଚାୟତ ଶ୍ୟାମସୁନ୍ଦରପୁର ଗ୍ରାମ ର ସରଜୁ ମାହାର (୫୦) ।

ସେ ସାଇକେଲ ଯୋଗେ ବ୍ରଏଲର କୁକୁଡ଼ା ଆଣିବାକୁ ଯାଇଥିବା ସମୟରେ ୫୭ ନଂ ଜାତୀୟ ରାଜପଥ ହରେକୃଷ୍ଣ ପୁର ଗୋପବନ୍ଧୁ ଛକ ଠାରେ ହଠାତ ଆମ୍ବୁଲାନ୍ସଟି ଧକ୍କା ଦେଇ ବୌଦ୍ଧ ଅଭିମୁଖେ ଚାଲିଯାଇଥିଲା । ଫଳରେ ଗ୍ରାମବାସୀ ଜାତୀୟ ରାଜପଥ ଅବରୋଧ କରିଥିଲେ । ଦେଢ଼ଘଣ୍ଟା କାଳ ଯାତାୟତ ବନ୍ଦ ହୋଇଯାଇଥିଲା । ବୌଦ୍ଧ ପୋଲିସ ଘଟଣା ସ୍ଥଳରେ ପହଞ୍ଚି ଜନସାଧାରଣ ଙ୍କୁ ବୁଝା ସୁଝା କରିବା ପରେ ଯାତାୟତ ସ୍ୱାଭାବିକ ହୋଇଥିଲା ।

ମୃତ ଶରୀର କୁ ପୋଲିସ ବ୍ୟବଚ୍ଛେଦ ପାଇଁ ବୌଦ୍ଧ ପଠାଇବା ସହିତ ଧକ୍କା ଦେଇ ଫେରାର ହୋଇଥିବା OD -27-0192 ନଂ ଆମ୍ବୁଲାନ୍ସ କୁ ଠାବ କରିଥିବାର ସୂଚନା ମିଳିଛି ।