ଶେଷ ଦିନରେ ବିଜେଡ଼ି, ବିଜେପି, କଂଗ୍ରେସ ଓ ସ୍ଵାଧୀନ ପ୍ରାର୍ଥୀ ଭାବେ ୩୩ ଜଣଙ୍କ ପ୍ରାର୍ଥୀପତ୍ର ଦାଖଲ

0
164
ଶେଷ ଦିନରେ ବିଜେଡ଼ି

ରିପୋର୍ଟ : ଧ୍ରୁବରାଜ ମିଶ୍ର
ବିନିକା, (୭/୩) : ଆଜି ଥିଲା ପୌର ନିର୍ବାଚନରେ ନାମାଙ୍କନ ପତ୍ର ଦାଖଲ କରିବାର ଶେଷଦିନ । ଏହି ଶେଷ ଦିନରେ ବିଜେଡ଼ି, ବିଜେପି, କଂଗ୍ରେସ ସମେତ ସ୍ଵାଧୀନ ପ୍ରାର୍ଥୀ ଭାବେ ମୋଟ ୩୩ ଜଣ ପ୍ରାର୍ଥୀ/ପ୍ରାର୍ଥୀନୀ ମାନେ ନାମାଙ୍କନ ପତ୍ର ଦାଖଲ କରିଛନ୍ତି ।WhatsApp Image 2022 03 08 at 6.25.59 AM ଶେଷ ଦିନରେ ବିଜେଡ଼ି, ବିଜେପି, କଂଗ୍ରେସ ଓ ସ୍ଵାଧୀନ ପ୍ରାର୍ଥୀ ଭାବେ ୩୩ ଜଣଙ୍କ ପ୍ରାର୍ଥୀପତ୍ର ଦାଖଲ

୧୨ ୱାର୍ଡ ବିଶିଷ୍ଟ ବିନିକା ଏନଏସି ର ସମସ୍ତ ୱାର୍ଡରେ ବିଜେଡ଼ି ଓ ବିଜେପି ପ୍ରାର୍ଥୀ ଦେଇଥିବା ବେଳେ ଜାତୀୟ କଂଗ୍ରେସ ଦଳ ମାତ୍ର ୪ ଗୋଟି ୱାର୍ଡରେ ପ୍ରତିଦ୍ୱନ୍ଦିତା କରୁଛନ୍ତି । ତେବେ ଆଜି ଶେଷ ଦିନରେ ବିଜେଡ଼ି ସ୍ଥାନୀୟ ମତମଠା ମନ୍ଦିର ଠାରୁ ଏକ ବିରାଟ ଶୋଭାଯାତ୍ରାରେ ବିଜେଡ଼ିର ଅଧ୍ୟକ୍ଷ ପ୍ରାର୍ଥୀଙ୍କ ସହ ସମସ୍ତ ୱାର୍ଡର ପ୍ରାର୍ଥୀ, ମାନ୍ୟବର ପରିବହନ ମନ୍ତ୍ରୀ ପଦ୍ମନାଭ ବେହେରା, ନିର୍ବାଚିତ ଜିଲ୍ଲା ପରିଷଦ ସଦସ୍ୟ, ନଗର ସଭାପତି ସୋମନାଥ ମିଶ୍ର, ବ୍ଳକ ସଭାପତି ଦ୍ୱାରିକାନାଥ ସାହୁ, ବରିଷ୍ଠ ନେତା ରଞ୍ଜନ ମିଶ୍ର, କିଶୋର ହୋତା, ବିହାରୀ ମିଶ୍ର, ରଞ୍ଜିତ ରଥ, ପୀତବାସ ମେହେର, ହଲାୟୁଧ ମିଶ୍ର, ହାଡୁ ମେହେର ପ୍ରମୁଖଙ୍କ ସମେତ ପ୍ରାର୍ଥୀ/ପ୍ରାର୍ଥୀନୀ ଙ୍କୁ ସମର୍ଥନ ଦେଉଥିବା ବିଭିନ୍ନ ୱାର୍ଡ ର ଶହ ଶହ ମହିଳା ଜିନ୍ଦାବାଦ ଧ୍ୱନି ଦେଇ ସହର ପରିକ୍ରମା କରି ସ୍ଥାନୀୟ ଏନ.ଏ.ସି. କାର୍ଯ୍ୟାଳୟକୁ ଆସିଥିଲେ ।

ବିଜେଡ଼ି ଦଳରୁ ଅଧ୍ୟକ୍ଷ ଭାବେ ସୁବାସ ଭୋଇ, ୧ ନଂ ୱାର୍ଡ ର କାଉନସିଲର ଭାବେ କଳ୍ପନା ଦୀପ, ୨ ନଂ ୱାର୍ଡରେ ବୈରାଗୀ ପ୍ରଧାନ, ୩ ନଂ ରେ କୁନି ଚିର୍ଗୁନ, ୪ ନଂ ରେ ଜିତେନ୍ଦ୍ର ମଲ୍ଲିକ, ୫ ନଂ ରେ ପ୍ରତିମା ଦୀପ, ୬ ନଂ ରେ ବିଜୟ ବାରାଇ, ୭ ନଂ ରେ ରେଣୁକା ବରାଇ, ୮ ନଂ ରେ ପ୍ରଦୀପ ବାଘ, ୯ ନଂ ରେ ବୈୟଜନ୍ତି କଟୁଆଳ, ୧୦ ନଂ ରେ ଆଶାରାଣୀ ପଣ୍ଡା, ୧୧ ନଂ ରେ ବିକାଶ କର୍ଣ୍ଣ, ୧୨ ନଂ ରେ ପୂର୍ବତନ ଉପାଧ୍ୟକ୍ଷା ତପସ୍ଵିନୀ ମେହେର ପ୍ରମୁଖ ପ୍ରାର୍ଥୀ/ପ୍ରାର୍ଥୀନୀ ମାନେ ନାମାଙ୍କନ ପତ୍ର ଦାଖଲ କରିଥିଲେ ।

ସେହିପରି ବିଜେପି ଦଳ ତରଫରୁ ମଧ୍ୟ ସ୍ଥାନୀୟ ଯୋଗେଶ୍ୱର ମନ୍ଦିର ଠାରୁ ଏକ ଶୋଭାଯାତ୍ରା ଅନୁଷ୍ଠିତ ହୋଇଥିଲା । ଏଥିରେ ବିନିକା ପ୍ରଭାରୀ ବିଶ୍ୱମ୍ବର ମିଶ୍ର, ବିଜୟ ମହାକୁର, ବାବୁଳୁ ବିଶି, ରଘୁନାଥ ଜଗଦଲା, ଆଇନଜୀବୀ ପ୍ରଶାନ୍ତ ଦଣ୍ଡସନା, ସମ୍ବିତ ନେପାକ ଙ୍କ ସମେତ ପ୍ରାର୍ଥୀ/ପ୍ରାର୍ଥୀନୀ, ବିଜେପି କର୍ମୀ ସାମିଲ ହୋଇ ଜିନ୍ଦାବାଦ ଧ୍ୱନି ଦେଇ ଏନ.ଏ.ସି. କାର୍ଯ୍ୟାଳୟକୁ ଆସିଥିଲେ ।

ସେଠାରେ ଦଳ ପକ୍ଷରୁ ଚେୟାରମେନ ପ୍ରାର୍ଥୀ ବିଶ୍ଵାମିତ୍ର ଭୁଏଙ୍କ ସହ ୧ ନଂ ୱାର୍ଡରେ କାଉନସିଲର ପ୍ରାର୍ଥୀ ମମତା ସେଠୀ, ୨ ନଂ ରେ ରାଜ କୁମାର ସେବକ, ୩ ନଂ ରେ ସସ୍ମିତା ବିଶ୍ଵାଳ, ୪ ନଂ ରେ ଟିକୁନ ମହାଳୀଙ୍ଗ, ୫ ନଂ ରେ ଗୋପାଳ କୃଷ୍ଣ ମହାଲିଙ୍ଗ, ୬ ନଂ ରେ ସନ୍ତୋଷ ଅଗ୍ରୱାଲ, ୭ ନଂ ରେ ସୁର ପ୍ରିୟା ନେପାକ, ୮ ନଂ ରେ ନାରାୟଣ ନାଏକ, ୯ ନଂ ରେ ପିଙ୍କି ସେଠୀ, ୧୦ ନଂ ରେ ବନିତା ବାଘ, ୧୧ ନଂ ରେ ପ୍ରଫୁଲ୍ଲ ବଘାର, ୧୨ ନଂ ରେ ଚନ୍ଦ୍ରମା ଅଗ୍ରୱାଲ ପ୍ରମୁଖ ନିର୍ବାଚନ ଅଧିକାରୀଙ୍କ ଠାରେ ପ୍ରାର୍ଥୀପତ୍ର ଦାଖଲ କରିଥିଲେ ।

ସେହିପରି କଂଗ୍ରେସ ଦଳ ର ବରିଷ୍ଠ ନେତା ସନ୍ତୋଷ ପଣ୍ଡା, ନରେନ୍ଦ୍ର ସାହୁ, ନରେନ୍ଦ୍ର ପଣ୍ଡା, ପ୍ରଦୀପ ସେଠୀ, ରାଘବ ଦାସଙ୍କ ନେତୃତ୍ୱରେ ବହୁ କଂଗ୍ରେସ ନେତାଙ୍କ ଉପସ୍ଥିତିରେ ନଗରପାଳ ପ୍ରାର୍ଥୀ ଅନିଲ କୁମାର ନାଏକ, ୪ ନଂ ୱାର୍ଡ ର କାଉନସିଲର ପ୍ରାର୍ଥୀ ଗୋବିନ୍ଦା ଝାଙ୍କର, ୫ ନଂ ରେ ବିର ବଳ ବେହେରା, ୬ ନଂ ରେ ଉମାକାନ୍ତ ଦୀପ, ୧୨ ନଂ ରେ ସୁଦାମ ଭୋଇ ପ୍ରମୁଖ ତାଙ୍କର ନାମାଙ୍କନ ପତ୍ର ନିର୍ବାଚନ ଅଧିକାରୀଙ୍କ ଠାରେ ଦାଖଲ କରିଥିଲେ ।

ସେହିପରି ଏନ.ଏ.ସି. ର ଅଧ୍ୟକ୍ଷ ପଦ ପାଇଁ ସ୍ଵାଧୀନ ପ୍ରାର୍ଥୀ ଭାବେ କରଣଜିତ ଭୋଇ, କର୍ଣ୍ଣ ମୁଣ୍ଡା ଏବଂ କାଉନସିଲର ସ୍ଵାଧୀନ ପ୍ରାର୍ଥୀ ଭାବେ ୪ ନଂ ୱାର୍ଡରେ ଗୋପାଳ ମହାନ୍ତି, ୫ ନଂ ରେ ଗୁରୁବାରି ସେଠ, ୧୦ ନଂ ରେ ପୂର୍ଣ୍ଣିମା ବାଘ, ୧୧ ନଂ ରେ ଦେବେନ୍ଦ୍ର ଜଗଦଲା, ୧ ନଂ ୱାର୍ଡରେ ବିଏସପି ର ରାଧାରାଣୀ ବାଘ ପ୍ରମୁଖ ପ୍ରାର୍ଥୀପତ୍ର ଦାଖଲ କରିଛନ୍ତି ।

ସୁଚନାଯୋଗ୍ୟ ଯେ, ଗତକାଲି ବିନିକା ଏନ.ଏ.ସି. ର ୬ ନଂ ୱାର୍ଡ ପାଇଁ ବିଜେପି ଦଳରୁ ସନ୍ତୋଷ ଅଗ୍ରୱାଲ, ୭ ନଂ ରେ ସୁରପ୍ରିୟା ନେପାକ, ୮ ନଂ ରେ ନାରାୟଣ ନାଏକ, ୧୦ ନଂ ରେ ବନିତା ବାଘ ଏବଂ ୧୨ ନଂ ୱାର୍ଡ ରେ ଚନ୍ଦ୍ରମା ଅଗ୍ରୱାଲ ପ୍ରମୁଖ ପ୍ରାର୍ଥୀ/ପ୍ରାର୍ଥୀନୀ ନାମାଙ୍କନ ପତ୍ର ଦାଖଲ କରିଛନ୍ତି ।