ନିମୁଣ୍ଡିଆ ଗ୍ରାମ ରେ ଅଘଟଣ : ଗାଧୋଇବାକୁ ଯାଇ ପୋଖରୀ ରେ ବୁଡି ମହିଳା ମୃତ

0
186

ରିପୋର୍ଟ : ରାକେଶ ମହାରଣା
ଗଞ୍ଜାମ,କୋଦଳା,(୩୦/୦୭) : ଗଞ୍ଜାମ ଜିଲ୍ଲା କବିସୂର୍ଯ୍ୟନଗର ଥାନା ନିମୁଣ୍ଡିଆ ଗ୍ରାମ ରେ ଅଘଟଣ l ଗୁଡିପାଲି ପୋଖରୀ କୁ ଗାଧୋଇବାକୁ ଯାଇ ପୋଖରୀରେ ବୁଡି ମହିଳା ମୃତ ।WhatsApp Image 2021 07 30 at 7.50.36 AM ନିମୁଣ୍ଡିଆ ଗ୍ରାମ ରେ ଅଘଟଣ : ଗାଧୋଇବାକୁ ଯାଇ ପୋଖରୀ ରେ ବୁଡି ମହିଳା ମୃତ

ମୃତକ ହେଲେ ନିମୁଣ୍ଡିଆ ଗ୍ରାମ ର ୪୧ ବର୍ଷୀୟା ଜାମୁନି ଡାକୁଆ l ସେ ଆଜି ସକାଳୁ ପୋଖରୀ କୁ ଗାଧୋଇବାକୁ ଯାଇ ଆଉ ଫେରିନଥିଲେ l ଏହାପରେ ଜାମୁନି ଙ୍କ ଝିଅ ସାଇ ପଡ଼ୋଶୀଙ୍କୁ ନେଇ ପୋଖରୀ କୁ ଯାଇଦେଖିବା ବେଳେ ଜାମୁନି ଙ୍କ ମୃତଦେହ ପୋଖରୀରେ ଭାସୁଥିବା ଦେଖିବାକୁ ମିଳିଥିବା ବେଳେ ଜାମୁନି ଙ୍କୁ ଚିକିତ୍ସା ନିମନ୍ତେ କବିସୂର୍ଯ୍ୟନଗର ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତି କରିଥିଲେ l

ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ l ଖବର ପାଇ ବାଲିଛାଇ ଫାଣ୍ଡି ପୋଲିସ ପହଞ୍ଚି ଏକ ଅପମୃତ୍ୟୁ ମାମଲା ରୁଜୁକରି ତଦନ୍ତ ଜାରି ରଖିବା ସହିତ ଶବ ବ୍ୟବଚ୍ଛେଦ ନିମନ୍ତେ ଆସିକା କୁ ପଠାଇଥିବା ଜଣାପଡିଛି l