ବିନ୍ଧାପାଲି ଖେଳପଡ଼ିଆ ଉନ୍ନତିକରଣରେ ବ୍ୟାପକ ଅନିୟମିତତା ଅଭିଯୋଗ

0
198

ରିପୋର୍ଟ : ବିମଳେନ୍ଦୁ ସାହୁ
ବଲାଙ୍ଗୀର,(୩୦/୦୭) : ରାଜ୍ୟ ସରକାର ଗ୍ରାମାଞ୍ଚଳରେ କ୍ରୀଡ଼ାର ବିକାଶ ପାଇଁ କୋଟି କୋଟି ଟଙ୍କା ବ୍ୟୟ ବରାଦ କରୁଥିବା ବେଳେ ବଲାଙ୍ଗୀର ଜିଲ୍ଲା ଆଗଲପୁର ବ୍ଲକରେ ଏହା ପ୍ରହସନ ପାଲଟିଥିବା ଦେଖିବାକୁ ମିଳିଛି । ବିନ୍ଧାପାଲି ଖେଳପଡ଼ିଆ ଉନ୍ନତିକରଣରେ ବ୍ୟାପକ ଅନିୟମିତତା ଅଭିଯୋଗ ହୋଇଛି |WhatsApp Image 2021 07 30 at 11.37.18 AM ବିନ୍ଧାପାଲି ଖେଳପଡ଼ିଆ ଉନ୍ନତିକରଣରେ ବ୍ୟାପକ ଅନିୟମିତତା ଅଭିଯୋଗ

ଆଗଲପୁର ବ୍ଲକ ଭରସୁଜା ପଂଚାୟତ ବିନ୍ଧାପାଲି ଗ୍ରାମରେ ନିମ୍ନମାନର ଖେଳ ପଡିଆ ନିର୍ମାଣ କରି ଠିକାଦାର ଏବଂ ସରକାରୀ ଅଧିକାରୀ ମାଲେମାଲ ହୋଇଥିବା ବେଳେ ଖେଳ ପଡ଼ିଆ ଉନ୍ନତିକରଣର ବର୍ଷେ ନପୁରୁଣୁ ତାହା ଭାଙ୍ଗି ନଷ୍ଟ ହୋଇ ଯାଇଥିବା ଦେଖିବାକୁ ମିଳିଛି ।

ବିନ୍ଧାପାଲି ଗାଁରେ ୨୦୧୭-୧୮ ରେ ମନରେଗା ଯୋଜନାରେ ଫାଇଲ ଖୋଲାଯାଇ ଗତ ୮ ଲକ୍ଷ ୮୫ ହଜାର ଟଙ୍କା ବ୍ୟୟରେ ଖେଳ ପଡିଆ ନିର୍ମାଣ ହୋଇଥିବା ସୂଚନା ଫଳକରେ ଉଲ୍ଲେଖ ରହିଛି ।

ଖେଳ ପଡିଆ ନିର୍ମାଣର ଏକ ବର୍ଷ ନ ପୁରୁଣୁ ସାମଗ୍ରୀ ଗୁଡିକ ଭାଙ୍ଗି ନଷ୍ଟ ହେଇ ଯାଇଥିବା ବେଳେ କାମ ସମ୍ପୂର୍ଣ୍ଣ ନ ହୋଇ ମଧ୍ୟ ପୁରା ଟଙ୍କା ଉଠା ଯାଇଥିବା ଅଭିଯୋଗ ହୋଇଛି । । ବଲାଙ୍ଗୀର ଜିଲାପାଳ ଏଥିପ୍ରତି ସ୍ୱତନ୍ତ୍ର ଭାବେ ଦୃଷ୍ଟି ଦେଇ ପଦକ୍ଷେପ ନେବାକୁ ଦାବି ହେଉଛି ।