ଏଚ.ଆଇ.ଭି./ଏଡ୍ସ ଆକ୍ରାନ୍ତ ଶଯ୍ୟାଶାୟୀ ବାପ ପୁଅ ମାଗୁଛନ୍ତି ନିଜ ଜୀବନ ଭିକ୍ଷା

0
185

ରିପୋର୍ଟ : ସୁନୀଲ ଆଚାର୍ଯ୍ୟ
ବଲାଙ୍ଗୀର, ତା(୦୧/୦୮) : ବଲାଙ୍ଗୀର ଜିଲ୍ଲା ଓଡ଼ିଶାର ଗଞ୍ଜାମ ତୁଳନାରେ ଏଚ.ଆଇ.ଭି./ଏଡ୍ସ ଆକ୍ରାନ୍ତ ଙ୍କ ସଂଖ୍ୟା କୁ ନେଇ ଅତୀତରେ ରେଡ଼ ଜୋନ ଘୋଷିତ ହୋଇ ସ୍ୱତନ୍ତ୍ର ଟି.ଆଇ. ପ୍ରକଳ୍ପ କାର୍ଯ୍ୟକ୍ଷମ କରାଯାଇଥିବା ବେଳେ କାଗଜ କଲମ ରେ ଖୋଲା ଖୋଲି ଚାଲିଛି ଲକ୍ଷ ଲକ୍ଷ ଟଙ୍କା ହରିଲୁଟ ।WhatsApp Image 2021 08 02 at 7.38.46 AM ଏଚ.ଆଇ.ଭି./ଏଡ୍ସ ଆକ୍ରାନ୍ତ ଶଯ୍ୟାଶାୟୀ ବାପ ପୁଅ ମାଗୁଛନ୍ତି ନିଜ ଜୀବନ ଭିକ୍ଷା

ଏଭଳି ଏକ ଜ୍ଵଳନ୍ତ ପ୍ରମାଣ ମିଳିଛି ଟିଟିଲାଗଡ଼ ସହର ସର୍ଗିଗୁଡା ରେ,ଘରେ ଜଣେ ଏଚ.ଆଇ.ଭି./ଏଡ୍ସ ଆକ୍ରାନ୍ତ ମାଆ ଙ୍କ ମୃତ୍ୟୁ ପରେ ଗତ ଦୁଇ ମାସ ହେଲା ବାପ,ପୁଅ ଗୁରୁତର ଅବସ୍ଥାରେ ନିଜ ଜୀବନ ଭିକ୍ଷା ମାଗୁଛନ୍ତି ।

ସାଇ ରେ ବାସନ୍ଦ ହୋଇ ଶଯ୍ୟାଶାୟୀ ଅବସ୍ଥାରେ ଉଭୟ ବାପା ଓ ପୁଅ ନିଜ ଚାଉଳକାର୍ଡ କୁ ବନ୍ଧା କରି ଜଣେ କ୍ୱାକ ଙ୍କୁ ଟଙ୍କା ଦେଇ ସାଲାଇନ ନେଇ ଥିବା ବେଳେ ଡାକ୍ତରଖାନାରେ ତାଙ୍କୁ ଭର୍ତ୍ତି ନ କରି ବଲାଙ୍ଗୀର ଯାଅ ବୋଲି କହି ତଡିଦେଇଥିବା କହିଛନ୍ତି ପୁଅ ସୁମନ ବାଗ(୩୦)ଛଦ୍ମନାମ ।

ତାଙ୍କ ପିତା ଜନେକ ବାଗ(୫୭) ବର୍ତ୍ତମାନ ହାତରେ ଖାଇବା କୁ ଟଙ୍କା ନ ଥିବା ବେଳେ କିଭଳି ଚିକିତ୍ସିତ ହେବାକୁ ବଲାଙ୍ଗୀର ଯିବେ ଦୟା କର ମୁଁ ମଲେ ଚାଲିବ ମୋ ପୁଅ କୁ ବଞ୍ଚାଇଦିଅ ବୋଲି ଗୁହାରି କରିଛନ୍ତି ।WhatsApp Image 2021 08 02 at 7.38.47 AM ଏଚ.ଆଇ.ଭି./ଏଡ୍ସ ଆକ୍ରାନ୍ତ ଶଯ୍ୟାଶାୟୀ ବାପ ପୁଅ ମାଗୁଛନ୍ତି ନିଜ ଜୀବନ ଭିକ୍ଷା

ଅନ୍ୟ ପଟେ ଫୋନ ରେ ବାରମ୍ବାର ଜିଲ୍ଲା ଡି.ପି.ଏମ. ରାଜେନ୍ଦ୍ର ମହାରଣା ଓ ଅନ୍ୟ ସରକାରୀ ଅଧିକାରୀ ଙ୍କୁ ଜଣାଇବା ରୁ ଟିଟିଲାଗଡ଼ ର ଉକ୍ତ ସାଇ ଟି.ଆଇ. ପ୍ରକଳ୍ପ ର ଦୁଇ କର୍ମଚାରୀ ଘର ନିକଟକୁ ଯାଇ ଦୁଇଟି ମାସ୍କ ଓ ସେନିଟାଇଜର ଦେଇ ଫଟୋ ଉଠେଇ ଚାଲିଯାଇଥିଲେ ।

ଯଦି ଉକ୍ତ ଶଯ୍ୟାଶାୟୀ ଏଡ୍ସ ଆକ୍ରାନ୍ତ ଙ୍କୁ ତୁରନ୍ତ ଆବଶ୍ୟକ ଚିକିତ୍ସା ନ ମିଳେ ତେବେ ତାଙ୍କ ମୃତ୍ୟୁ ସୁନିଶ୍ଚିତ । ଏ ନେଇ ରାଜ୍ୟ ମୁଖ୍ୟ ଶାସନ ସଚିବ ନିଜେ ତୁରନ୍ତ ଦୃଷ୍ଟି ଦେବାକୁ ଦାବି ହୋଇଛି ।