ଓ.ଏସ.ଏସ.ସି. ଙ୍କ ବ୍ୟକ୍ତିଗତ ସଚିବଙ୍କୁ ଗିରଫ ପରେ ଉପରିସ୍ଥ ଅଧିକାରୀଙ୍କ କାର୍ଯ୍ୟକୁ ଅନେକ ପ୍ରଶ୍ନବାଚୀ

0
158

ରିପୋର୍ଟ : ସୁଭାସିସ ନାୟକ
ଭୁବନେଶ୍ୱର,(୦୨/୦୮) : ଆୟ ବହିର୍ଭୂତ ସମ୍ପତ୍ତି ଠୁଅ ଅଭିଯୋଗରେ ଗତକାଲି ଭିଜିଲାନ୍ସର କଟକ ଏବଂ ଭୁବନେଶ୍ୱର ଟିମ୍ ମିଳିତ ଭାବେ ଓଡ଼ିଶା ଷ୍ଟାଫ୍ ସିଲେକ୍ସନ କମିଶନ(ଓ.ଏସ.ଏସ.ସି.)ଙ୍କ ବ୍ୟକ୍ତିଗତ ସଚିବ ବିରଞ୍ଚି ନାରାୟଣ ସାହୁଙ୍କ ଘରେ ଚଢାଉ କରିଥିଲା ।

ଭୁବନେଶ୍ୱର ମୋଟ ୬ ଟି ସ୍ଥାନରେ ଭିଜିଲାନ୍ସ ପକ୍ଷରୁ ଚଢାଉ କରାଯାଇଥ୍ଖବା ବେଳେ ବିରଞ୍ଚିଙ୍କର ପାଖାପାଖି ୩ କୋଟି ୭୯ ଲକ୍ଷ ଟଙ୍କାର ସମ୍ପତ୍ତି ଠାବ କରାଯାଇଛି । ଜଣେ ତୃତୀୟ ଶ୍ରେଣୀ କର୍ମଚାରୀଙ୍କ ଠାରୁ ଏତେ ଟଙ୍କାର ସମ୍ପତ୍ତି ମିଳିବା ପରେ ଓ.ଏସ.ଏସ.ସି. ର କାର୍ଯ୍ୟକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି ।

କାରଣ ଜଣେ ତୃତୀୟ ଶ୍ରେଣୀ କର୍ମଚାରୀ ବିନା ଉପରିସ୍ଥ ଅଧିକାରୀଙ୍କ ସହଯୋଗରେ ଏତେ ଟଙ୍କା ଏକାଠୀ କରିବା ଅସମ୍ଭବ । ନାହିଁ ତାଙ୍କ ପାଖରେ ସେପରି କିଛି ପାୱାର ନାହିଁ ଯାହା ଦ୍ୱାରା ସେ କାହାକୁ ନିଯୁକ୍ତି ଦେଇପାରିବେ । ଅବା ନିଯୁକ୍ତି ପ୍ରକ୍ରିୟାରେ ହସ୍ତକ୍ଷେପ କରି ସେଥିରେ କିଛି ପରିବର୍ତ୍ତନ କରିପାରିବେ । ଏପରି ସ୍ଥଳେ ତାଙ୍କର ଉପରିସ୍ଥ ଅଧିକାରୀଙ୍କ କାର୍ଯ୍ୟକୁ ନେଇ ପ୍ରଶ୍ନ ଉଠିଛି ।

ଓ.ଏସ.ଏସ.ସି. ଓଡ଼ିଶାର ବି ,ସି ଗ୍ରେଡର ସମସ୍ତ ପରୀକ୍ଷା ପରିଚାଳନା କରିଥାଏ । ଏ.ଏସ୍ଓ ଠାରୁ ଆରମ୍ଭ କର କିରାଣୀ ପର୍ଯ୍ୟନ୍ତ ସବୁ ଚାକିରିର ପରିଚାଳନା ଓ.ଏସ.ଏସ.ସି. କରିଥାଏ । ବହୁବାର ଓ.ଏସ.ଏସ.ସି. ପରୀକ୍ଷା ଦୁର୍ନୀତି ନେଇ ମଧ୍ୟ ଅଭିଯୋଗ ଉଠିଥିଲେ ମଧ୍ୟ ସରକାର ଏଥିପ୍ରତି ଗୁରୁତ୍ୱ ଦେଇନଥାନ୍ତି ।

ଏବେ ଜଣେ ବ୍ୟକ୍ତିଗତ ସଚିବଙ୍କ ଘରୁ ଏତେ ଟଙ୍କା ଠାବ ହେବା ପରେ ତାଙ୍କ ଉପରିସ୍ଥ ଅଧିକାରୀଙ୍କ କାର୍ଯ୍ୟକୁ ନେଇ ଅଙ୍ଗୁଠି ଉଠିଛି । କାରଣ ଜଣେ ଉପରିସ୍ଥ ଅଧିକାରୀଙ୍କ ବିନା ସହଯୋଗର ତଳ ଶ୍ରେଣୀର କର୍ମଚାରୀ ଲାଞ୍ଚ ନେଇ କିଛି କରିପାରିବ ନାହିଁ । ଯେପରି ପୋଲିସ କ୍ଷେତ୍ରରେ ଥାନା କନଷ୍ଟେବଳଙ୍କ ଠାରୁ ଆରମ୍ଭ କରି ଏସ୍ପିଙ୍କ ପର୍ଯ୍ୟନ୍ତ ଟଙ୍କା ଯାଇଥାଇ ସେପରି ସବୁ ସରକାରୀ କାର୍ଯ୍ୟରେ ପିଅନ ଠାରୁ ଆରମ୍ଭ କରି ଉପରିସ୍ଥ ଅଧିକାରୀଙ୍କ ପର୍ଯ୍ୟନ୍ତ ଟଙ୍କା କାରବାର ହୋଇଥାଏ ।

ଏପରି ସ୍ଥଳେ ବିରଞ୍ଚିଙ୍କ ସହଯୋଗୀ କିଏ, ଓ.ଏସ.ଏସ.ସି.ର କେଉଁ ଅଧିକାରୀମାନେ ତାଙ୍କୁ ସହଯୋଗ କରିଥିଲେ ତାକୁ ନେଇ ପ୍ରଶ୍ନ ଉଠିଛି । ଚଢାଉ ବେଳେ ତାଙ୍କ ଘରୁ କେତକ ପରୀକ୍ଷାର ଆଡମିଟ୍ କାର୍ଡ ଜବତ କରାଯାଇଥିଲା । ଯାହା ପ୍ରମାଣ କରୁଛି ଯେ ସେ ପରୀକ୍ଷା ପରିଚାଳନାରେ ହସ୍ତକ୍ଷେପ କରିଛନ୍ତି ।

ଏପରି ସ୍ଥଳେ ଭିଜିଲାନ୍ସ ସବୁବେଳେ ଛୋଟ ଛୋଟ ଅଧିକାରୀଙ୍କ ଘରେ ଚଢାଉ କରି ଚୁପ୍ ବସି ପଡୁଥିବାର ନଜର ପୂର୍ବରୁ ରହିଛି । ଏହି କ୍ଷେତ୍ରରେ ଭିଜିଲାନ୍ସ ଘଟଣାର ମୁଖ୍ୟ ଅଭିଯୁକ୍ତଙ୍କ ଧରିବ ନା ଛାଡିଦେବ ତାକୁ ନେଇ ପ୍ରଶ୍ନବାଚୀ ସନେ୍ଦହ ସୃଷ୍ଟି ହୋଇଛି । ଏପଟେ ଏହି ଘଟଣାରେ କିଛି ରାଜନୈତିକ ବ୍ୟକ୍ତିଙ୍କୁ ସମ୍ପକ୍ତିଙ୍କୁ ଏଡାଇ ଦିଆଯାଇ ନପାରେ । ହେଲେ ସଠିକ୍ ତଦନ୍ତ ହେଲେ ଯାଇ ପ୍ରକୃତ ଅଭିଯୁକ୍ତ ଧରାପଡିବେ ବୋଲି ବୁଦ୍ଧୀଜୀବୀ ମହଲରେ ଆଲୋଚନା ହେଉଛି ।

ସୂଚନାଯୋଗ୍ୟ, ଗତକାଲି ଭିଜିଲାନ୍ସ ପକ୍ଷରୁ ବିରଞ୍ଚିଙ୍କ ବାସଭବନ ସମେତ ଭୁବନେଶ୍ୱର ୬ ଟି ସ୍ଥାନରେ ସକାଳୁ ବିଳମ୍ବିତ ରାତି ପର୍ଯ୍ୟନ୍ତ ଚଢାଉ କରାଯାଇଥିଲା । ମୋଟ ଉପରେ ନଗଦ ୨୫ ଲକ୍ଷ ଟଙ୍କା ଜବତ ହୋଇଥିଲା ।

ତାଙ୍କ ଶଳାଙ୍କ ଘରୁ ୧୩ ଲକ୍ଷ ଟଙ୍କା ଜବତ ହୋଇଥିବା ବେଳେ ତାଙ୍କ ଘରୁ ୧୨ ଲକ୍ଷ ଟଙ୍କା ଜବତ ହୋଇଥ୍ଖଲା ୬୦ ଲକ୍ଷ ଟଙ୍କାର ସୁନା, ରୁପା, ହୀରା ଅଳଙ୍କାର,ଦୁଇଟି ଆପାର୍ଟମେଣ୍ଟ ସହ ୪ ଟି ଘର , ୧୪ ଟି ପ୍ଲଟ ସମେତ ଅନ୍ୟାନ୍ୟ ସମ୍ପତ୍ତି ଠାବ କରାଯାଇଥିଲା ।