ଆନ୍ତର୍ଜାତୀୟ ନିଶା ଦ୍ରବ୍ୟ ର ବ୍ୟବହାର ଓ ଅବୈଧ ତସ୍କରୀ ର ନିରାକରଣ ଦିବସ ଅନୁଷ୍ଠିତ

0
138
ଆନ୍ତର୍ଜାତୀୟ ନିଶା ଦ୍ରବ୍ୟ

ରିପୋର୍ଟ : ଧ୍ରୁବରାଜ ମିଶ୍ର
ସୁବର୍ଣ୍ଣପୁର, (୨୬/୬) : ସୁବର୍ଣ୍ଣପୁର ଜିଲ୍ଲା ପ୍ରଶାସନ ତରଫରୁ ସାମାଜିକ ସୁରକ୍ଷା ବିଭାଗ ତଥା ଭିନ୍ନକ୍ଷମ ସଶକ୍ତିକରଣ ବିଭାଗ ଓ ଜିଲ୍ଲା ଅବକାରୀ ବିଭାଗ ଆନୁକୂଲ୍ୟରେ ଆଜି ଜିଲ୍ଲାପାଳ ଙ୍କ କାର୍ଯ୍ୟାଳୟ ସମ୍ମିଳନୀ କକ୍ଷ ଠାରେ ଆନ୍ତର୍ଜାତୀୟ ନିଶା ଦ୍ରବ୍ୟ ର ବ୍ୟବହାର ଓ ଅବୈଧ ତସ୍କରୀ ର ନିରାକରଣ ଦିବସ ଅନୁଷ୍ଠିତ ହୋଇଯାଇଛି lWhatsApp Image 2022 06 26 at 8.36.39 PM ଆନ୍ତର୍ଜାତୀୟ ନିଶା ଦ୍ରବ୍ୟ ର ବ୍ୟବହାର ଓ ଅବୈଧ ତସ୍କରୀ ର ନିରାକରଣ ଦିବସ ଅନୁଷ୍ଠିତ

ଏହି ପରିପ୍ରେକ୍ଷୀରେ ଅନୁଷ୍ଠିତ ଜିଲ୍ଲା ସ୍ତରୀୟ ସଚେତନତା ସଭାରେ ଜିଲ୍ଲା ଆରକ୍ଷୀ ଅଧିକ୍ଷକ ସୁବର୍ଣ୍ଣପୁର ଅମରେଶ ପଣ୍ଡା ମୁଖ୍ୟ ଅତିଥି ଭାବେ ଯୋଗଦାନ କରି ଆନ୍ତର୍ଜାତୀୟ ନିଶା ଦ୍ରବ୍ୟ ର କୁ ଅଭ୍ୟାସ ଓ ଅବୈଧ ତସ୍କରୀ କୁ ରୋକିବା ନିମନ୍ତେ ସବୁ ସ୍ତରରେ ଆନ୍ତରିକ ଉଦ୍ୟମ ରହିବା ଆବଶ୍ୟକ ବୋଲି କହିବା ସହ ଆମେ ସମସ୍ତେ ନିଜ ନିଜ ସ୍ତରରେ ଏଥି ନିମନ୍ତେ ଯତ୍ନବାନ ହେବାକୁ ପରାମର୍ଶ କରିଛନ୍ତି l

ଜିଲ୍ଲା ପ୍ରକଳ୍ପ ନିର୍ଦ୍ଦେଶକ ଡିଆରଡିଏ ନିହାର ରଞ୍ଜନ କଁହରଙ୍କ ସଭାପତିତ୍ୱ ତଥା ପରିଚାଳନାରେ ଅନୁଷ୍ଠିତ ଜିଲ୍ଲା ସ୍ତରୀୟ ଏହି ସଚେତନତା ସଭା ରେ ଅତିରିକ୍ତ ଜିଲ୍ଲପାଳ ଶ୍ରୀମତୀ ନିଶି ପୁନମ ମିଞ୍ଜ, ଉପଜିଲ୍ଲାପାଳ ବୀରମହାରାଜପୁର ଅଶୋକ ଭୋଇ ପ୍ରମୁଖ ସମ୍ମାନିତ ଅତିଥିଭାବେ ଯୋଗଦାନ କରି ନିଶା ଦ୍ରବ୍ୟ ର କୁଅଭ୍ୟାସ ଓ ମାନବ ସମାଜ ଓ ବ୍ୟକ୍ତି ଜୀବନରେ ତାର ପ୍ରଭାବ ଓ ଭବିଷ୍ୟତ ତଥା ଅବୈଧ ତସ୍କରୀ ର ସାମାଜିକ ଜୀବନରେ କୁ ପ୍ରଭାବ ଉପରେ ନିଜ ନିଜର ମତବ୍ୟକ୍ତ କରିଛନ୍ତି l

ଏହି ଅବସରରେ ଜିଲ୍ଲା ଶିକ୍ଷା ଅଧିକାରୀ ଲକ୍ଷ୍ମଣ ଭୋଇ ଶିକ୍ଷା କ୍ଷେତ୍ରରେ ନିଶାର ପlଦ୍ରୁଭାବ କୁ ରୋକିବା ନିମନ୍ତେ ନିଆଯାଉଥିବା ବିଭିନ୍ନ ସଚେତନତା ଧର୍ମୀ ପଦକ୍ଷେପ ସହ କାର୍ଯ୍ୟାନୁଷ୍ଠାନ ଉପରେ ଆଲୋକପାତ କରିଛନ୍ତି l ସେହିପରି ଅବକାରୀ ବିଭାଗ ନିରୀକ୍ଷକ ରାଧାକାନ୍ତ ଭୋଇ ଓ ଜିଲ୍ଲା ସ୍ୱାସ୍ଥ୍ୟ ବିଭାଗ ର ସ୍ୱାସ୍ଥ୍ୟ ଅଧିକାରୀ, ରେଆର ସାଧାରଣ ସମ୍ପାଦକ ଅନଙ୍ଗ ନେଗୀ, ସାମାଜିକ, ଅର୍ଥ ନୈତିକ ଓ ମାନସିକ ସ୍ତରରେ ନିଶା ବ୍ୟବହାର ଅପକାରିତା, ତଥା ନିଶା ବ୍ୟବହାର ଓ ଅବୈଧ ତସ୍କରୀ ନିମନ୍ତେ ଆଇନ ର ବିଭିନ୍ନ ଦିଗ ତଥା ନିବାରଣ ନିମନ୍ତେ ବିଭାଗୀୟ ପଦକ୍ଷେପ ଉପରେ ସୂଚନା ପ୍ରଦାନ କରିଛନ୍ତି l

ରିସୋର୍ସ ପର୍ସନ ସାମାଜିକ କର୍ମୀ ରାଜୀବ ଲୋଚନ ନାୟକ, ବ୍ରହ୍ମ କୁମାରୀ ନମିତା, ଜୀବନ ଜ୍ୟୋତି ଯୁବକ ସଂଘ ପ୍ରକଳ୍ପ ସଂଯୋଜକ ପ୍ରମୁଖ ନିଶା ସେବନ ର ମାନବ ଜୀବନରେ କୁପ୍ରଭାବ ଓ ପରିଣତି ଏବଂ ଏହାର ନିବାରଣରେ ଆଧ୍ୟାତ୍ମିକ ଚିନ୍ତନ ର ଉପଯୋଗୀତା ଉପରେ ଗୁରୁତ୍ୱପୁର୍ଣ ସୂଚନା ପ୍ରଦାନ କରିବା ସହ ଦୃଶ୍ୟ ଶ୍ରାବ୍ୟ ମାଧ୍ୟମରେ ନିଶା ସେବନ ଦ୍ୱାରା ମାନବ ଜୀବନରେ ତା’ର କୁପରିଣତି ର ଏକ କ୍ଷୁଦ୍ର ଚଳଚିତ୍ର ପ୍ରଦର୍ଶିତ କରାଯାଇଥିଲା l

ଅନ୍ୟ ମାନଙ୍କ ମଧ୍ୟରେ ଭିନ୍ନକ୍ଷମ ଅଭିଵାବକ ସଂଘ, ତଥା ବିଭିନ୍ନ ସଙ୍ଗଠନ ର କର୍ମକର୍ତ୍ତା ପ୍ରମୁଖ ଅଂଶଗ୍ରହଣ କରି ନିଶାଦ୍ରବ୍ୟ କାରବାର ତଥା ନିଶା ନିବାରଣ ସମ୍ପର୍କରେ ନିଜର ବକ୍ତବ୍ୟ ରଖିଥିଲେ l ସଭା ପ୍ରାରମ୍ଭରେ ଜିଲ୍ଲା ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତିକରଣ ଅଧିକାରୀ ଗୋବିନ୍ଦ ବଲ୍ଲଭ ଷଡ଼ଙ୍ଗୀ ସ୍ୱାଗତ ବକ୍ତବ୍ୟ ପ୍ରଦାନ କରିଥିବାବେଳେ ତରଭା ବ୍ଲକ ସାମାଜିକ ସୁରକ୍ଷା ଅଧିକାରୀ ପ୍ରଭାସ କୁମାର କର୍ଣ୍ଣ ଧନ୍ୟବାଦ ଅର୍ପଣ କରିଥିଲେ l

ନିଶା ସେବନ ଦ୍ୱାରା କବଳିତ ହୋଇ ବର୍ତ୍ତମାନ ସମ୍ପୂର୍ଣ୍ଣ ଭାବେ ନିଜକୁ ନିଶା ମୁକ୍ତ କରିପାରିଥିବା ଜିଲ୍ଲା ର କିଛି ସଫଳ ବ୍ୟକ୍ତି ନିଜ ନିଜର ଅତିତ ଜୀବନ ର ଅନୁଭୂତିକୁ ବଖାଣି ଥିବା ବେଳେ ସମସ୍ତେ ଏକଜୁଟ ହୋଇ ନିଶା ମୁକ୍ତ ସମାଜ ଗଠନ କରିବା ନିମନ୍ତେ ଏକ ଶପଥ ପାଠ କରାଯାଇଥିଲା l ଦିବସ ପରିପ୍ରେକ୍ଷୀରେ ଆଜି ସକାଳୁ ପୁରୁଣା ସୋନପୁର ଟାଉନ ହଲ ଠାରେ ପ୍ରକଳ୍ପ ନିର୍ଦ୍ଦେଶକ ଡିଆରଡିଏ ନିହାର ରଞ୍ଜନ କଁହର ସବୁଜ ପତାକା ପ୍ରଦର୍ଶନ ପୂର୍ବକ ଏନ ସି ସି, ଏନ ଏସ ଏସ କ୍ୟାଡଟ, ବିଭିନ୍ନ ସ୍ୱେଚ୍ଛାସେବୀ ସଙ୍ଗଠନ ର କର୍ମକର୍ତ୍ତା ଙ୍କ ଏକ ସଚେତନତା ରାଲି ଓ ନିଶା ନିବାରଣ ସଚେତନତା ରଥ ର ଶୁଭାରମ୍ଭ କରିଛନ୍ତି l

ଜିଲ୍ଲା ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତିକରଣ ବିଭାଗ, ସୁବର୍ଣ୍ଣପୁର ର କାର୍ଯ୍ୟକର୍ତ୍ତା ତଥା ରାକେଶ କୁମାର ମିଶ୍ର, ଜନ୍ମେଜୟ ମହାକୁର, ଉମାକାନ୍ତ ହୋତା, ସମୀକ୍ଷ୍ୟା ପୁରୋହିତ, ସୋନିଆ ବେହେରା, ଗୁପ୍ତେଶ୍ୱର ପଧାନ ଏବଂ ରେଆର, ରାଧା, ସଖି ଏବଂ ଏନ.ଆର.ଡି.ସି. ର ସ୍ଵେଚ୍ଛାସେବୀ ସଭାକୁ ସଫଳ କରିବାରେ ବିଶେଷ ସହଯୋଗ କରିଥିଲେ ।