ବୁଡ଼ୁରା ବାଲିଘାଟ ନିମନ୍ତେ ଜନ ଶୁଣାଣୀ

0
144
ବୁଡ଼ୁରା ବାଲିଘାଟ

ରିପୋର୍ଟ : ପ୍ରଣତି ସାବତ
କାଶୀନଗର, (୨୧/୦୭) : ଗତ ୨୦ ତାରିଖ ଦିନ ବୁଡ଼ୁରା ପଞ୍ଚାୟତ କାର୍ଯ୍ୟାଳୟ ଠାରେ ବୁଡ଼ୁରା ବାଲିଘାଟ ନିମନ୍ତେ ଜନ ଶୁଣାଣୀ ହୋଇଯାଇଛି ।WhatsApp Image 2022 07 20 at 6.15.46 PM ବୁଡ଼ୁରା ବାଲିଘାଟ ନିମନ୍ତେ ଜନ ଶୁଣାଣୀ

ପ୍ରକାଶ ଥାଉ କି ଅତିରିକ୍ତ ଜିଲ୍ଲାପାଳ (ରାଜସ୍ୱ) ପ୍ରଦୀପ ନାୟକ ଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ଶୁଣାଣୀରେ ରାଜ୍ୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ ର ଆଞ୍ଚଳିକ କାର୍ଯ୍ୟାଳୟ ର ଅଧିକାରୀ ଶ୍ରୀ ହେମେନ୍ଦ୍ର ନାୟକ, ଶ୍ରୀ ଗୌରଚନ୍ଦ୍ର ଦାସ, ତହସିଲଦାର ଲାରିମନ୍ ଖର୍ସେଲ, ବିଡ଼ିଓ ଶ୍ରୀ ଲକ୍ଷ୍ମୀ ପ୍ରସାଦ ସାହୁ, ଥାନା ଅଧିକାରୀ ସୁଶାନ୍ତ କୁମାର ସାହୁ, ପଞ୍ଚାୟତ ସରପଞ୍ଚ ଶ୍ରୀ ସଞ୍ଜୟ ମିଶ୍ର, ସମିତି ସଭ୍ୟ ବାବୁ ରାଓ ବୁଡ଼ୁରା ବାଲିଘାଟ ନିମନ୍ତେ ଏହି ଜନ ଶୁଣାଣୀରେ ଯୋଗ ଦେଇଥିଲେ ।

ଲୋକଙ୍କ ଆପତ୍ତି ଓ ଅଭିଯୋଗ ଶୁଣିଥିଲେ । ପ୍ରଦୂଷଣ ନିୟମକୁ ମାନି ବାଲି ଉଠାଇବାକୁ ପରାମର୍ଶ ଦେଇଥିଲେ । ସରପଞ୍ଚ ଓ ସମିତି ସଭ୍ୟ ବାଲି ଉଠାଇବା ଦ୍ଵାରା କୌଣସି କ୍ଷୟ କ୍ଷତି ହେବ ନାହିଁ ବୋଲି ସଫେଇ ଦେଇଥିଲେ । ବାଲି ଉଠା ଇଦୁଡ଼ି, ପୁରିଟିଗୁଡ଼ା ଓ ବୁଡ଼ୁରାରେ ଏଠି ପୂର୍ବରୁ ଚାଲିଥିଲେ ସୁଦ୍ଧା କେବେ ଜନ ଶୁଣାଣି ହୋଇନଥିବା ସ୍ଥାନୀୟ ବାସିନ୍ଦା କହିଛନ୍ତି ।