ଜିଆଇଇଟି ବିଶ୍ୱବିଦ୍ୟାଳୟରେ ସ୍ୱେଚ୍ଛାକୃତ ମେଗା ରକ୍ତଦାନ ଶିବିର ଅନୁଷ୍ଠିତ

0
131
ଜିଆଇଇଟି ବିଶ୍ୱବିଦ୍ୟାଳୟରେ

ରିପୋର୍ଟ : ବିରଞ୍ଚି ପ୍ରସାଦ ଶତପଥୀ
ଗୁଣପୁର, (୨୨/୧୦) : ଆଜି ସ୍ଥାନୀୟ ଜିଆଇଇଟି ବିଶ୍ୱବିଦ୍ୟାଳୟରେ ଜାତୀୟ ସେବା ଯୋଜନା ପକ୍ଷରୁ ଏକ ସ୍ଵେଚ୍ଛାକୃତ ଆନ୍ତଃ ମହାବିଦ୍ୟାଳୟ ମେଗା ରକ୍ତଦାନ ଶିବିର ବିଶ୍ୱବିଦ୍ୟାଳୟ ପରିସରରେ ଅନୁଷ୍ଠିତ ହୋଇଯାଇଛି ।WhatsApp Image 2022 10 22 at 5.30.03 PM 1 ଜିଆଇଇଟି ବିଶ୍ୱବିଦ୍ୟାଳୟରେ ସ୍ୱେଚ୍ଛାକୃତ ମେଗା ରକ୍ତଦାନ ଶିବିର ଅନୁଷ୍ଠିତ

ଏହି ଶିବିରରେ ମୋଟ ୭୧୧ ୟୁନିଟ ରକ୍ତ ସଂଗ୍ରହ କରାଯାଇଛି । ଏହି ଶିବିରରେ ଭାମିନିସ୍ଥିତ ଦ୍ଵିତୀୟ ଆଇ ଆର ବି ଏନ ଦୁର୍ଗପତି ଦିଲ୍ଲୀପ କୁମାର ମହାପାତ୍ର ଯୋଗ ଦେଇ ଶିବିର ର ଶୁଭ ଉଦଘାଟନ କରି ବିଶ୍ୱବିଦ୍ୟାଳୟ ପକ୍ଷରୁ ଏହିଭଳି ମାନବ ସେବା କାର୍ଯ୍ୟକୁ ଭୁୟସୀ ପ୍ରଶଂସା କରିଥିଲେ । ଜିଆଇଇଟି ବିଶ୍ୱବିଦ୍ୟାଳୟରେ ରେଜିଷ୍ଟ୍ରାର ଡ଼ଃ ଏନ. ଭି. ଜଗନ୍ନାଧା ରାଓ ସର୍ବ ପ୍ରଥମେ ରକ୍ତଦାନ କରିଥିଲେ । ବିଶ୍ୱବିଦ୍ୟାଳୟ ର ମହା ନିର୍ଦ୍ଦେଶକ ଡ଼ଃ ଜଗଦୀଶ ପଣ୍ଡା, ସ୍କୁଲ ଅଫ ଇଂଞ୍ଜିନିୟରିଙ୍ଗ ଆଣ୍ଡ ଟେକ୍ନୋଲୋଜି ଡିନ ଏ. ବି . ଶ୍ରୀନିବାସ ରାଓ, ସ୍କୁଲ ଅଫ ମ୍ୟାନେଜମେଣ୍ଟ ର ଡ଼ିନ ଜଗଦୀଶ ଏମ., ଡେପୁଟି ରେଜିଷ୍ଟ୍ରାର ଶିବ ପ୍ରସାଦ ତ୍ରିପାଠୀ ପ୍ରମୁଖ ଯୋଗଦେଇ ରକ୍ତଦାତା ଙ୍କୁ ଉତ୍ସାହିତ କରିଥିଲେ ।

ଏହି ଶିବିରକୁ ଜାତୀୟ ସେବା ଯୋଜନା ର ଆବାହକ ଡ଼ଃ ପ୍ରେମାନଶୁ ଶେଖର ରଥ, କାର୍ଯ୍ୟକ୍ରମ ଅଧିକାରୀ ରଶ୍ମି ପ୍ରଭା ମହାରଣା, ଅଧ୍ୟାପକ ଭି. ଗଣେଶ, ଗୋପାଳ କୃଷ୍ଣ ମହାନ୍ତି, କ୍ରୀଡା ଅଧିକାରୀ ରବିନ୍ଦ୍ର କୁମାର ପଣ୍ଡା, ଜ୍ୟୋତିର୍ମୟ ମିଶ୍ର, କାଳୀ ପ୍ରସାଦ ରଥ, କୃଷ୍ଣ ପ୍ରସାଦ ଦାସ, ଜସିଲ ପଟ୍ଟନାୟକ, ପିଣ୍ଟୁ ବେବର୍ତା ପ୍ରମୁଖ ଶିବରକୁ ପରିଚାଳନା କରିଥିଲେ ।

ବ୍ରହ୍ମପୁର ରକ୍ତ ଭଣ୍ଡାର ର ଟେକ୍ନିସୀୟାନ ଗୋପାଳ କୃଷ୍ଣ ପଣ୍ଡା, ପ୍ରଦୀପ କୁମାର ପଣ୍ଡ ଓ ଚିନ୍ମୟ ବେହେରା ୩୦୧ ୟୁନିଟ, ଗୁଣୁପୁର ରକ୍ତ ଭଣ୍ଡାରର ଟେକ୍ନିସୀୟାନ ସୁରୁଚି ପାତ୍ର, ରାକେଶ କୁମାର ପଣ୍ଡା, ଗୌରୀ ଶଙ୍କର ବ୍ରହ୍ମା, ରାଧାକାନ୍ତ ମହାନ୍ତି ୧୦୦ ୟୁନିଟ, ରାୟଗଡ଼ା ରକ୍ତ ଭଣ୍ଡାର ର ଡାକ୍ତର ଗୌତମ ପଟ୍ଟନାୟକ, ଟେକ୍ନିସୀୟାନ ଆଚାର୍ଯ୍ୟ, ବି. କିଶୋର କୁମାର, ଉମାକାନ୍ତ ମିଶ୍ର ୧୮୦ ୟୁନିଟ ଏବଂ ପାରଳାଖେମୁଣ୍ଡି ରକ୍ତ ଭଣ୍ଡାର ର ଡାକ୍ତର ଏନ. ରବି ବାବୁ, ଟେକ୍ନିସୀୟାନ ଖଗେଶ୍ୱର ବେହେରା, ଏ. କୁସୁମ ୧୩୦ ୟୁନିଟ ରକ୍ତ ସଂଗ୍ରହ କରିଥିଲେ ।WhatsApp Image 2022 10 22 at 5.30.02 PM ଜିଆଇଇଟି ବିଶ୍ୱବିଦ୍ୟାଳୟରେ ସ୍ୱେଚ୍ଛାକୃତ ମେଗା ରକ୍ତଦାନ ଶିବିର ଅନୁଷ୍ଠିତ

ଏହି ଶିବିରରେ ଜି ଆଇ ସି ଏମ.ଏସ ଏବଂ ଜି ଆଇ ଏସ ଟି ମହାବିଦ୍ୟାଳୟ, ବି. ଆଇ ଟି ଏସ ଡିପ୍ଲୋମା ମହାବିଦ୍ୟାଳୟ ଏବଂ ଥାୟରମା ମହିଳା ମହାବିଦ୍ୟାଳୟ ର ଛାତ୍ରଛାତ୍ରୀ ଓ ବିଶ୍ଵବିଦ୍ୟାଳୟ ର ଅଧ୍ୟାପକ, ଅଧ୍ୟାପିକା, ଛାତ୍ରଛାତ୍ରୀ ଯୋଗ ଦେଇ ଉତ୍ସାହ ର ସହ ସ୍ୱେଚ୍ଛାକୃତ ଭାବେ ରକ୍ତଦାନ କରିଥିଲେ । ଏହା ସହ ଚିତ୍ରଙ୍କନ ଓ ଝୋଟି ପ୍ରତିଯୋଗୀତାରେ କୃତି ଛାତ୍ରଛାତ୍ରୀଙ୍କୁ ଅତିଥି ଙ୍କ ଦ୍ୱାରା ମାନପତ୍ର ଓ ସିଲ ପ୍ରଦାନ କରାଯାଇଥିଲା ।