ତିନିଦିନ ହେଲା ବିଏସଏନଏଲ ସେବା ଠପ : ବନ୍ଧୁଗାଁ ଓ ନାରାୟଣ ପାଟଣା ବ୍ଲକ ଲୋକେ ହନ୍ତସନ୍ତ

0
141

ରିପୋର୍ଟ : ମୀନା ବେହେରା
ବନ୍ଧୁଗାଁ,ତା,(୨୦/୮) : ବନ୍ଧୁଗାଁ ବ୍ଲକ ଠାରେ ଆଜକୁ ତିନିଦିନ ହେଲା ବିଏସଏନଏଲ ସେବା ଠପ, ଅଞ୍ଚଳ ବାସି ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଥିବାର ଦେଖିବାକୁ ମିଳିଛି |

ତିନିଦିନ ହେଲା ବିଏସଏନଏଲ ସେବା ଠପ ଯୋଗୁଁ ବ୍ଲକରେ ରହିଥିବା ସରକାରୀ କିମ୍ବା ବେସରକାରୀ କାର୍ଯ୍ୟାଳୟ ମାନଙ୍କରେ ହୋଇ ପାରୁନି କମ୍ଫୁଟର କାମ, ଯ ଦ୍ୱାରାକି ଲୋକେ ଦିନ ତମାମ ଖାଲି ହାତରେ ବସି ରହୁଛନ୍ତି | ବ୍ଲକ କାର୍ଯ୍ୟାଳୟରେ ଚାଲିଥିବା ଆଧାର କାର୍ଡ ପାଇଁ ପଞ୍ଚି କରଣ,ଶେଷ ହୋଇଥିବା କାର୍ଯ୍ୟ ମାନଙ୍କ ବିଲ କାମ, ନୂତନ ଭାବରେ ରଖା ଯାଇଥିବା କାମର ସେକୁର ପାଇଁ ଜିଲ୍ଲାକୁ ପଠା ଯିବାକୁ ଥିବା କାର୍ଯ୍ୟର ତଥ୍ୟ ଓ ଟଙ୍କା ସହ ପଞ୍ଜିକରଣ କାମ,ଏମ.ଜୀ.ଏନ.ଆର. ଇ.ଯି.ଏ.କାର୍ଯ୍ୟର ଜିଓ ଟେକିଙ୍ଗ ଫଟର ଆଗାମୀ କାର୍ଯ୍ୟକୁ ନେଇ ଡିମାଣ୍ଡ ମାରିବା ଓ କାମ ଶେଷ ହୋଇଯାଇଥିବା କାମର ଶେଷ ବିଲଓ ବ୍ଲକରେ ରହିଥିବା କିଓଏସକ ବ୍ୟାଙ୍କ ମାନଙ୍କରେ ଟଙ୍କା ଉଠାଣ ଓ ଜମା କରିବା ପାଇଁ ଆସି ଥିବା ଗ୍ରାହାକ ମାନେ ନିରାଶ ହୋଇ ଫେରି ଯାଉଥିବା ଦେଖିବାକୁ ମିଳିଛି |

ଏପରି ଭାବରେ ବନ୍ଧୁଗାଁ ବ୍ଲକ ବାସି ଓ ବନ୍ଧୁଗାଁ ଓ ନାରାୟଣ ପାଟଣା ୨ ବ୍ଲକଠାରେ ରହିଥିବା ଲୋକେ ବହୁତ ଅସୁବିଧା ହୋଉଥିବାର ଦେଖିବାକୁ ମିଳିଛି | ଲଷ୍ମୀପୁର ଦେଇ ନାରାୟଣ ପାଟଣା ଦେଇ ବନ୍ଧୁଗାଁ ବ୍ଲକ ୨ ବ୍ଲକ ପାଇଁ ସଂଯୋଗ କରିଥିବା ବିଏସଏନଏଲ ସେବାର ତାର ବିଚାଯାଇ ୨ ବ୍ଲକକୁ ସଂଯୋଗ କରୁଥିବା ତାରକୁ କୌଣସି ଦୁର୍ବୃତ୍ତ ମାନେ କାଟି ଦେଇଥିବାର ଜାଣିବାକୁ ମିଳିଛି |

ଏକା ଦିନରେ ୩ ଚାରି ସ୍ଥାନରେ କାଟି ତାର କାଟି ଦୋଉଥିବାରୁ ବିଏସଏନଏଲ ସେବାରେ ରହିଥିବା କର୍ମଚାରି ଗତ କାଲିଠାରୁ ଆଜି ପର୍ଯ୍ୟନ୍ତ ଘଞ୍ଚ ଜଙ୍ଗଲରେ ଦିନ ତମାମ ତାର ଯୋଡ଼ୁଥିବାର ଦେଖିବାକୁ ମିଳିଛି I