କାମ ଦେବା ବାହାନାରେ ନିଶା ଦେଇ ଯୁବତୀଙ୍କୁ ଦୁଷ୍କର୍ମ

0
113
କାମ ଦେବା

ରିପୋର୍ଟ : ଓଡିଶା ନ୍ୟୁଜ ୨୪ ବ୍ୟୁରୋ //
ବାଲେଶ୍ୱର, (୧୨/୦୩) : କାମ ଦେବା ବାହାନାରେ ନିଶା ଦେଇ ଯୁବତୀଙ୍କୁ ଦୁଷ୍କର୍ମ ଅଭିଯୋଗ । ଯୁବକଙ୍କୁ ଅଟକ ରଖି ନିର୍ଧୁମ ଛେଚିଲେ ଲୋକେ ।

ଏଭଳି ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ବାଲେଶ୍ୱର ଜିଲ୍ଲା ନୀଳଗିରି ଥାନା ଅଞ୍ଚଳରେ । ଖନ୍ତାପଡା ଥାନା ଅଞ୍ଚଳର ଜଣେ ଯୁବତୀଙ୍କୁ ଜୟପୁର ଅଞ୍ଚଳର ଯୁବକ ରାଜମିସ୍ତ୍ରୀ କାମ ଦେବା ବାହାନାରେ ସାଙ୍ଗରେ ନେଇଥିଲେ । ହେଲେ କାମ ବଦଳରେ ତାଙ୍କୁ ନିଶା ଦେଇ ବାରମ୍ବାର ଦୁଷ୍କମ କରିଥିବା ନେଇ ଯୁବତୀ ପରିବାର ପାଖରେ ଅଭିଯୋଗ କରିଥିଲେ । ଯୁବତୀଙ୍କୁ ତାଙ୍କ ବାପା ମା ରହୁଥିବା ନୀଳଗିରି ଥାନା ଅଞ୍ଚଳରେ ଯୁବକ ଛାଡିବାକୁ ଆସିଥିବାବେଳେ ଝିଅ କାନ୍ଦି କାନ୍ଦି ବାପା ମାଆଙ୍କୁ ଜଣାଇଥିଲେ । ପରେ ଅଞ୍ଚଳର ଲୋକେ ଏକଜୁଟ ହୋଇ ଯୁବକଙ୍କୁ ଅଟକ ରଖି ନିର୍ଧୁମ ମାଡ ମାରିବା ସହ ନୀଳଗିରି ଥାନାକୁ ଖବର ଦେଇଥିଲେ । ପରେ ପୋଲିସ ପହଞ୍ଚି ରାଜମିସ୍ତ୍ରୀଙ୍କୁ ଅଟକ ରଖିଛି ।