ଶିକ୍ଷକ ଓ କିରାଣୀଙ୍କ ବିୟୋଗରେ ଶୋକ ସଭା ଅନୁଷ୍ଠିତ : ଅମର ଆତ୍ମାର ସଦଗତି କାମନା

0
161

ରିପୋର୍ଟ : ଜିଲ୍ଲାପ୍ରତିନିଧି ଗୋପୀନାଥ ଗୌଡ଼
ରାୟଗଡା,(୨୫/୦୮) : ରାୟଗଡା ଜିଲ୍ଲା ମୁନିଗୁଡା ଏସ.ଏନ.ଦୁବେ ପ୍ରାଥମିକ ବିଦ୍ୟାଳୟ ପରିସରରେ ଶିକ୍ଷକ ଓ କିରାଣୀଙ୍କ ବିୟୋଗରେ ଶୋକ ସଭା ଓ ଦୁଇ ମିନିଟ ନିରବ ପ୍ରାଥନା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି l

ସ୍ବର୍ଗତ ଅବସର ପ୍ରାପ୍ତ ଶିକ୍ଷକ ପୂର୍ଣ୍ଣଚନ୍ଦ୍ର ରତ୍ନାଲୁ,ଯୁବ ଶିକ୍ଷକ ସୁଶାନ୍ତ କୁମାର ଗୌଡ଼ ଓ ପ୍ରଦୀପ କୁମାର ଆଚାର୍ଯ୍ୟ ତିନି ଜଣଙ୍କ ବିୟୋଗରେ ମୁନିଗୁଡା ବ୍ଲକର ସମସ୍ତ ବର୍ଗର ଶିକ୍ଷକ ଶିକ୍ଷୟତ୍ରୀ ମାନଙ୍କ ଦ୍ୱାରା ଦୁଇ ମିନିଟ ନିରୋବ ପ୍ରାଥନା କରିବା ସହ ଶୋକ ସଭା କରାଯାଇଥିଲା l ଏହି ଅବସରରେ ସ୍ବର୍ଗତ ଶିକ୍ଷକ ଓ କିରାଣୀଙ୍କ ବିୟୋଗରେ ଅମର ଆତ୍ମାର ସଦଗତି କାମନା କରିବା ସହ ଶୋକ ସନ୍ତନ ପରିବାରକୁ ସମବେଦନା ଜଣାଇଥିଲେ l

ସେହି ପରି ବ୍ଲକର ଆମ୍ବଦଳା ଯୋଶୀ ପ୍ରାଥମିକ ବିଦ୍ୟାଳୟ ପରିସରରେ ମଧ୍ୟ ସମସ୍ତ ବର୍ଗର ଶିକ୍ଷକ ଶିକ୍ଷୟତ୍ରୀ ମାନଙ୍କ ଦ୍ୱାରା ତିନି ଜଣଙ୍କ ବିୟୋଗରେ ଦୁଇ ମିନିଟ ନିରୋବ ପ୍ରାଥନା ସହ ଶୋକ ସଭା ଅନୁଷ୍ଠିତ ହୋଇଥିଲା l