୫୦ ହଜାର ଟଙ୍କା ର ଚୋରା କାଠ ଜବତ : ଆନ୍ଧ୍ର ର ଚୋରା କାଠ ବେପାରୀ ସକ୍ରିୟ

0
233

ରିପୋର୍ଟ : ପ୍ରଣତି ସାବତ //
କାଶୀନଗର,(୭/୯) : କାଶୀନଗର ବନାଞ୍ଚଳ ଶିଆଳି ଗ୍ରାମ ପଂଚାୟତ କରନିଭଦ୍ର ଗ୍ରାମ ନିକଟସ୍ଥ ଏକ ସ୍ମସାନ ଘାଟ ଠାରେ ଗତ କାଲି ବିଳମ୍ବିତ ରାତ୍ରରେ ପ୍ରାୟ ସମୟ ୧୧ ଟା ବେଳେ ୫୦ ହଜାର ଟଙ୍କା ର ଚୋରା କାଠ ଜବତ କରିଛି ପୋଲିସ |63525b56 3b63 4207 b0aa e5d160c38c05 ୫୦ ହଜାର ଟଙ୍କା ର ଚୋରା କାଠ ଜବତ : ଆନ୍ଧ୍ର ର ଚୋରା କାଠ ବେପାରୀ ସକ୍ରିୟ

ପାରଳାଖେମୁଣ୍ଡି ଡିଏଫୋ ସଂଗ୍ରାମ କେଶର ବେହେରାଙ୍କ ନିର୍ଦ୍ଦେଶରେ କାଶୀନଗର ବନାଞ୍ଚଳ ଅଧିକାରୀ କାଳି ଚରଣ ବେହେରା ଫରେଷ୍ଟର ବିଜୟ ମହାରଣା, ଧର୍ମରାଜ ମିଶାଲ, ପାରଳାଖେମୁଣ୍ଡି ରୁ ଫରେଷ୍ଟର ଶ୍ୟାମ ସୁନ୍ଦର କଳିଙ୍ଗ, ଶିବ ରାମ ସାବତ ଓ ପାରା ଫରେଷ୍ଟ ଟିମ ମିଳିତ ଭାବେ ଚଢ଼ାଉ କରି ଏକ AP16A 0980 ଟ୍ରାକ୍ଟର ସହ ୭ ଖଣ୍ଡ ଶାଗୁଆନ ଗଣ୍ଡି ଜବତ କରିଛି ବନ ବିଭାଗ । ଯାହାର ଆନୁମାନିକ ମୂଲ୍ୟ ୫୦ ହଜାର ଟଙ୍କା ରୁ ଉର୍ଦ୍ଧ ହେବ ବୋଲି ଜଣା ପଡ଼ିଛି । ଚଢ଼ାଉ ବେଳେ ଟ୍ରାକ୍ଟର ଡ୍ରାଇଭର ଘଟଣା ସ୍ଥଳରୁ ଫେରାର ହୋଇଯାଇ ଥିବା ଜଣାପଡ଼ିଛି |