ଗଜପତି ଜିଲ୍ଲା ସିଟି ପ୍ରାଥମିକ ଶିକ୍ଷକ ସଂଘର କାର୍ଯ୍ୟକାରୀଣୀ ବୈଠକ ଅନୁଷ୍ଠିତ

0
153

ରିପୋର୍ଟ : ପ୍ରଣତି ସାବତ
ଗଜପତି,ପାରଳାଖେମୁଣ୍ଡି,(୮ା୯) : ଗଜପତି ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡି ଠାରେ ଥିବା ଗୁଣ୍ଡିଚା ମନ୍ଦିର ପ୍ରାଙ୍ଗଣରେ ଗଜପତି ଜିଲ୍ଲା ସିଟି ପ୍ରାଥମିକ ଶିକ୍ଷକ ସଂଘର କାର୍ଯ୍ୟକାରିଣୀ ବୈଠକ ଅନୁଷ୍ଠିତ ହୋଇଥିଲା ।

ଗଜପତି ଜିଲ୍ଲା ସିଟି ପ୍ରାଥମିକ ଶିକ୍ଷକ ସଂଘର କାର୍ଯ୍ୟକାରୀଣୀ ବୈଠକରେ ନିଖିଳ ଉତ୍କଳ ସିଟି ପ୍ରାଥମିକ ଶିକ୍ଷକ ସଂଘର ରାଜ୍ୟ ସଭାପତି ପ୍ରଦୀପ କୁମାର ସାହୁ ଅଧ୍ୟକ୍ଷତା କରିଥିବା ବେଳେ ଜିଲ୍ଲା ସଭାପତି ଏମ୍‌.ରବିକୁମାର ଏବଂ ଜିଲ୍ଲା ସମ୍ପାଦକ ଦେବରାଜ ଜେନା ସଭା ପରିଚାଳନା କରିଥିଲେ । ଉକ୍ତ ସଭାରେ ପ୍ରାଥମିକ ଶିକ୍ଷକମାନଙ୍କର ବିଭିନ୍ନ ସମସ୍ୟା ସମ୍ପର୍କରେ ଆଲୋଚନା ହୋଇଥିଲା ।

ବିଶେଷତଃ ବର୍ତ୍ତମାନ ପ୍ରଦାନ କରାଯାଉଥିବା ପଦୋନ୍ନତୀ ସମ୍ପର୍କରେ ଆଲୋଚନା କରି ପଦୋନ୍ନତୀ ଏକ ପ୍ରହସନ ମାତ୍ର । ଯାହାକି ଏହି ପଦନ୍ନୋତିର କୌଣସି ସ୍ତରରେ ନା ଗ୍ରେଡପେ ନା ଇକ୍ରିମେଣ୍ଟ ପ୍ରଦାନ କରାଯାଉଛି । ତେଣୁ ସଭାରେ ଘୋର ଦୁଃଖ ପ୍ରକାଶ କରାଯାଇଥିଲା । ବିଶେଷତଃ ପ୍ରାଥମିକ ଶିକ୍ଷକ ୧ମରୁ ୮ମ ଶ୍ରେଣୀ ପାଇଁ ପଢାଇବା ଥିଲେ ମଧ୍ୟ ୯ମ ଓ ୧୦ମ ଶ୍ରେଣୀକୁ ପଢାଇବା ପାଇଁ ବାଧ୍ୟ କରାଯାଉଛି । ନିକଟରେ ଉନ୍ନୀତ ଉଚ୍ଚ ବିଦୟାଳୟର ପ୍ରଧାନ ଶିକ୍ଷକ ପଦ ମାଧ୍ୟମିକ ଶିକ୍ଷକଙ୍କୁ ପ୍ରଦାନ ନିମନ୍ତେ ସରକାର ସ୍ଥିର କରିଛନ୍ତି ।

ସମାନ ଶିକ୍ଷାଗତ ଯୋଗ୍ୟତା ସମାନ ଶିକ୍ଷାଦାନ କଲେ ମଧ୍ୟ ପ୍ରାଥମିକ ଶିକ୍ଷକଙ୍କୁ ଦରମା ଏବଂ ପଦୋନ୍ନତୀ ରେ ବହୁ ପାତର ଅନ୍ତର ନୀତି ଆପଣା ଯାଉଛି । ଉନ୍ନୀତ ଉଚ୍ଚ ବିଦ୍ୟାଳୟରେ ୮୦ ପ୍ରତିଶତ ଶିକ୍ଷାର୍ଥି ଓ ୮୦ ପ୍ରତିଶତ ଶିକ୍ଷକ ପ୍ରାଥମିକ ବିଭାଗରେ ଥିବା ବେଳେ କେବଳ ୨୦ ପ୍ରତିଶତ ମାଧ୍ୟମିକ ଶିକ୍ଷାର୍ଥୀ ଓ ଶିକ୍ଷକ ରହିଥାନ୍ତି । ତେବେ ଉନ୍ନୀତ ଉଚ୍ଚ ବିଦ୍ୟାଳୟର ସମସ୍ତ ପ୍ରଧାନ ଶିକ୍ଷକ ପଦ କେବଳ ମାଧ୍ୟମିକ ଶିକ୍ଷକଙ୍କୁ ମଞ୍ଜୁର ନିମନ୍ତେ ଆଦେଶ କରାଯାଇଛି । ଯାହାକି ଦୁଃଖ ଓ ପରିତାପର ବିଷୟ ଅଟେ ।

ଯେପରିକି ଗୋଷ୍ଠୀ ଶିକ୍ଷାଧିକାରୀ ପଦୋନ୍ନତୀରେ ୨:୧ (ମାଧ୍ୟମିକ ଶିକ୍ଷକ୨, ପ୍ରାଥମିକ ଶିକ୍ଷକ ୧) ଅନୁପାତରେ ପଦୋନ୍ନତୀ କରାଯାଉଛି ତଦୃପ ଉନ୍ନୀତ ଉଚ୍ଚ ବିଦ୍ୟାଳୟ ମାନଙ୍କର ୨:୧ (୨ ପ୍ରାଥମିକ ଶିକ୍ଷକଙ୍କୁ ଏବଂ ୧ ମାଧ୍ୟମିକ ଶିକ୍ଷକଙ୍କୁ) ପ୍ରଧାନ ଶିକ୍ଷକ ପଦୋନ୍ନତୀ ଦେବା ନିମନ୍ତେ ରାଜ୍ୟ ସଭାପତି ଶ୍ରୀସାହୁ ରାଜ୍ୟ ସରକାରଙ୍କ ଠାରେ ଦାବି ଉପସ୍ଥାପନା କରିବା ପାଇଁ ଦୃଢ ସଂକଳ୍ପ ନେଇଥିଲେ । ଯାହାକି ଜଣେ ପ୍ରାଥମିକ ଶିକ୍ଷକ ଚାକିରୀ ଆରମ୍ଭରେ ୨୨୦୦-୨୪୦୦-୪୨୦୦ ଗ୍ରେଡ ପେ ପାଇବାକୁ ଥିବା ସମୟରେ ୪୨୦୦ଗ୍ରେଡ ପେ ନ ଦେବା ନିମନ୍ତେ ମଝିରେ ଏକ ୨୮୦୦ ଗ୍ରେଡ ପେକୁ ଯୋଡି ଦିଆଗଲା । ଯାହା ଫଳରେ ପ୍ରାଥମିକ ଶିକ୍ଷକ ୪୨୦୦ ଗ୍ରେଡ ପେ ପାଇବାରେ ବଞ୍ଚିତ ହୋଇଆସୁଛନ୍ତି ।

ରାଜ୍ୟ ସରକାର ଏସବୁ ପାତର ଅନତ୍ର ପ୍ରତି ଦୃଷ୍ଟିପାତ କରି ସମାଦାନ ନ କଲେ ଆଗାମୀ ଦିନରେ ଏହାର ଘୋର ପ୍ରତିବାଦ କରାଯିବ ବୋଲି ରାଜ୍ୟ ସବାପତି ଶ୍ରୀସାହୁ ଦୃଢ ସଂକଳ୍ପ କରିଥିଲେ । ଆଜିର ଏହି ବୈଠକରେ ଅନ୍ୟମାନଙ୍କ ମଧ୍ୟରେ ସନ୍ତୋଷ କୁମାର ପଣ୍ଡା, ଦୁର୍ଗା ପ୍ରସାଦ ପଟ୍ଟନାୟକ, ସୁଦର୍ଶନ ଜେନା, ବିମଳ ଲିମା, ଗିଦିଏନ୍ ଶବର ପ୍ରମୁଖ ଉପସ୍ଥିତ ଥିଲେ ।