ଅଧା ରହିଲା ବାବା ଚନ୍ଦ୍ରଶେଖରଙ୍କ ଦର୍ଶନ; ଯୁବକଙ୍କ ଉପରେ ମାଡ଼ିଗଲା ହାଇୱା

0
42
ଅଧା ରହିଲା

ରିପୋର୍ଟ : ଓଡିଶା ନ୍ୟୁଜ ୨୪ ବ୍ୟୁରୋ //
ଢେଙ୍କାନାଳ, (୧୬/୦୩) : ବାବା ଚନ୍ଦ୍ରଶେଖରଙ୍କୁ ଦର୍ଶନ କରିବା ପାଇଁ ଖୁସିରେ ବାହାରିଥିଲେ ଯୁବକ । ମନ୍ଦିର କିଛି ବାଟ ଥିଲା ବେଳେ ଯୁବକଙ୍କ ଉପରେ ମାଡ଼ିଗଲା ହାଇୱା

ଅଧା ରହିଲା ବାବା ଚନ୍ଦ୍ରଶେଖରଙ୍କ ଦର୍ଶନ; ଯୁବକଙ୍କ ଉପରେ ମାଡ଼ିଗଲା ହାଇୱା । ଢେଙ୍କାନାଳ ମୁଖ୍ୟ ରାସ୍ତାର ମହୁଲି ଗାଁ ପଞ୍ଚଶଖା ରାଇସ ମିଲ ନିକଟରେ ଏହି ଦୁର୍ଘଟଣା ଘଟିଛି । ମୃତ ଯୁବକ ଜଣଙ୍କ ହେଲେ ଆଲୁଅଝରଣ ଗାଁର ଶାମ୍ବ କୁମାର ସାହୁ । ଆଜି ସକାଳେ ଶାମ୍ବ କପିଳାସ ସ୍ଥିତ ବାବା ଚନ୍ଦ୍ରଶେଖରଙ୍କ ଦର୍ଶନ କରିବାକୁ ଯାଉଥିଲେ । ଏହି ସମୟରେ ମହୁଲି ନିକଟରେ ତାଙ୍କୁ ଏକ ବାଲି ବୋଝେଇ ହାଇୱା ଧକ୍କା ଦେବା ସହିତ କିଛି ବାଟ ଘୋଷାଡି ନେଇଥିଲା । ଘଟଣାସ୍ଥଳରେ ତାଙ୍କର ମୃତ୍ୟୁ ଘଟିଥିଲା । ଦୁର୍ଘଟଣା ପରେ ହାଇୱା ଚାଳକ ଗାଡ଼ି ଛାଡ଼ି ଚମ୍ପଟ ମାରିଥିଲା । ଉତ୍ତ୍ୟକ୍ତ ଲୋକମାନେ ମୃତକ ପରିବାର ଲୋକଙ୍କୁ କ୍ଷତି ପୂରଣ ଦାବିରେ ରାସ୍ତାରେ ଟାୟାର ଜାଳି ରାସ୍ତାରୋକ କରିଥିଲେ । ପୁଲିସ ପହଞ୍ଚି ବୁଝାସୁଝା କରିବା ପରେ ପରିସ୍ଥିତି ଶାନ୍ତ ପଡ଼ିଥିଲା । ପାଞ୍ଚଟି ଝିଅରେ ଗୋଟିଏ ପୁଅ ଥିଲେ ଶାମ୍ବ । ତେବେ ଶାମ୍ବଙ୍କ ମୃତ୍ୟୁ ପରେ ଗାଁରେ ଶୋକର ଛାୟା ଖେଳି ଯାଇଛି ।