ରାୟଗଡା ଠାରେ ଜିଲ୍ଳାସ୍ତରୀୟ ୮୯ତମ ଓଡିଶା ଦିବସ ପାଳିତ

0
47
ରାୟଗଡା

ରିପୋର୍ଟ : ଗୋପୀନାଥ ଗୌଡ଼
ରାୟଗଡା, (୧/୪) : ରାୟଗଡା ଜିଲ୍ଳା ସଦର ମହକୁମା ଠାରେ ଜିଲ୍ଳାସ୍ତରୀୟ ୮୯ତମ ଓଡିଶା ଦିବସ-୨୦୨୪ ମହା ସମାରୋହରେ ପାଳିତ ହୋଇଯାଇଛି WhatsApp Image 2024 04 01 at 13.24.35 ରାୟଗଡା ଠାରେ ଜିଲ୍ଳାସ୍ତରୀୟ ୮୯ତମ ଓଡିଶା ଦିବସ ପାଳିତ

ଏହି ଅବସରରେ ପ୍ରତ୍ୟୁଷାରେ ପ୍ରଭାତ ଫେରି ଅନୁଷ୍ଠିତ ହୋଇଥିବା ବେଳେ ସକାଳ ସାଢେ ୭ଟା ସମୟରେ ସ୍ଥାନୀୟ ଗଜପତି ଛକରେ ଅବସ୍ଥାପିତ ମହାରାଜା କୃଷ୍ଣଚନ୍ଦ୍ର ଗଜପତି ପ୍ରତିମୂର୍ତିରେ ମୁଖ୍ୟ ଅତିଥି ଶ୍ରୀଯୁକ୍ତ ମନୋଜ ସତ୍ୟୱାନ ମହାଜନ, ଅତିରିକ୍ତ ଜିଲ୍ଲାପାଳ ଭାସ୍କର ରଇତ, ଉପଜିଲ୍ଲାପାଳ ରାୟଗଡା କଲ୍ୟାଣୀ ସଂଘମିତ୍ରା ଦେଵୀ, ଉପନିର୍ଦ୍ଦେଶକ ସୂଚନା ଓ଼ ଲକସମ୍ପର୍କ ବିଭାଗ ଶ୍ରୀ ବସନ୍ତ କୁମାର ପ୍ରଧାନ, ଜିଲ୍ଲା କ୍ରୀଡା ଅଧିକାରୀ ଶେଖ ଆଲେନୁର, ଜିଲ୍ଲା ସଂସ୍କୃତି ଅଧିକାରୀ ସୁସ୍ମିତା ବାଉରୀ, ପୌର ନିର୍ବାହୀ ଅଧିକାରୀ ସୌମ୍ୟ ରଞ୍ଜନ ମିଶ୍ର, ପ୍ରେମ ପାହାଡ଼ ୱାକର୍ସ କ୍ଲବର ସଭାପତି ଡ଼ଃ ଦୁଷ୍ମନ୍ତ କୁମାର ମହାନ୍ତିଙ୍କ ସମେତ ଅଦସ୍ୟ ମାନେ ଉପସ୍ଥିତ ରହି ସାମୁହିକ ମାଲ୍ୟାର୍ପଣ କରିଥିଲେ l

ଏହା ପରେ ସ୍ଥାନୀୟ ଆଜାଦ ହିନ୍ଦ ୟୁଥ ଆଶ୍ସୋସିସନ ପାଖରେ ଥିବା ନେତାଜୀ ସୁଭାଷ ଚନ୍ଦ୍ର ବୋଷ, ନୂତନ ବସ ଷ୍ଟାଣ୍ଡାରେ ସ୍ଥାପିତ ସମ୍ବିଧାନ ପ୍ରଣେତା ଡ଼ଃ ବି. ଆର. ଆମ୍ବେଦକର ଓ଼ ବିଜୁପଟନାୟକ, ଶାସ୍ତ୍ରୀ ନଗରରେ ଥିବା ସହୀଦ ଲକ୍ଷ୍ମଣ ନାୟକ, ରାମଟକିଜ ପାଖ ଆମବେକର ନଗର ଥିବା ଡ଼ଃ ଆମ୍ବେଦକର, ସ୍ଥାନୀୟ ଅଦାଲତ ପରିସରରେ ଥିବା ମଧୁବାବୁଙ୍କ ପ୍ରତିମୂର୍ତ୍ତି,ଗାନ୍ଧୀ ପର୍କରେ ଅବସ୍ଥାପିତ ପଣ୍ଡିତ ଗୋପବନ୍ଧୁ, ଜାତିର ଜନକ ମହାତ୍ମା ଗାନ୍ଧୀ, ପୂର୍ବତନ ପ୍ରଧାନମନ୍ତ୍ରୀ ଲାଲବାହାଦୁର ଶାସ୍ତ୍ରୀ, ବିନୋଭା ଭାବେ ଓ଼ ଠକର ବାପl ଆଶ୍ରମରେ ଥିବା ଠକର ବାପାଙ୍କ ପ୍ରତିମୂର୍ତ୍ତି ମାନଙ୍କରେ ମାଲ୍ୟାର୍ପଣ କରିଥିଲେ ।

ସମେତ ବିଭିନ୍ନ୍ ଶିକ୍ଷାନୁଷ୍ଠାନର ଛାତ୍ରଛାତ୍ରୀ,ଶିକ୍ଷକଶିକ୍ଷୟତ୍ରୀ ଏବଂ ସହରର ମାନ୍ୟଗଣ୍ୟ ବ୍ୟକ୍ତିବିଶେଷ ଓ ଜନସାଧାରଣ ଉପସ୍ଥିତ ରହିଥିଲେ । ଏହାପରେ ସ୍ଥାନୀୟ ବିଜୁପେଟନାୟକ ଆଦିତନୀୟମରେ ଏକ ସାଧାରଣ ସଭା କାର୍ଯ୍ୟକ୍ରମରେ ଜିଲ୍ଳାପାଳ ଶ୍ରୀ ମହାଜନ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଉତ୍କଳ ପ୍ରଦେଶ ଗଠନରେ ଓଡିଆ ମହାପୁରୁଷମାନଙ୍କ ଭୂମିକା ଏବଂ ଆଜିର ପ୍ରଗତିଶୀଳ ଓଡିଶାରେ ସମସ୍ତ ବର୍ଗର ବିକାଶ ଉପରେ ନିଜ ବକ୍ତବ୍ୟରେ ଆଲୋକପାତ କରିଥିଲେ । ସେହିପରି ସାମlନ୍ୱିତ ଅତିଥି ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ରାଇତା,ମୁଖ୍ୟ ବକ୍ତା ଉପଜିଲ୍ଲାପାଳ ଶ୍ରୀମତୀ କଲ୍ୟାଣୀ ଦେବୀ, ଜିଲ୍ଲା ଶିକ୍ଷା ଅଧିକାରୀ ବସନ୍ତ ନାୟକ,ଜିଲ୍ଳା କୃଷି ଅଧିକାରୀ ସୁମନ ପେଟନାୟକ, ଜିଲ୍ଲା ସଂସ୍କୃତି ଅଧିକାରୀ ସୁଶ୍ରୀ ବାଉରୀ, ପୌର କାର୍ଯ୍ୟ ନିର୍ବାହୀ ଶ୍ରୀ ମିଶ୍ର ପ୍ରମୁଖ ଯୋଗ ଦେଇ ପ୍ରଦୀପ ପ୍ରଜ୍ୱଳନ ପୂର୍ବକ କାର୍ଯ୍ୟକ୍ରମର ଶୁଭାରମ୍ଭ କରିଥିଲେ । ୧୯୩୬ ମସିହାରେ ସ୍ୱତନ୍ତ୍ର ଉତ୍କଳ ପ୍ରଦେଶ ଗଠନ ହୋଇଥିବା ବେଳେ ଆଜକୁ ୮୮ବର୍ଷ ବିତିଗଲାଣି ।

ଅତିଥି ମାନେ ଓଡିଆ ଭାଷା ଓ ସଂସ୍କୃତିକୁ ଉଦଜୀବିତ ତଥା ସମୃଦ୍ଧ କରିବା ପାଇଁ ଆହ୍ୱନ ଦେଇଥିବା ବେଳେ ସ୍ୱତନ୍ତ୍ର ଉତ୍କଳ ପ୍ରଦେଶ ଗଠନରେ ମହାପୁରୁଷମାନଙ୍କ ଉଦ୍ୟମକୁ ସ୍ମୃତି ଚାରଣ କରିଥିଲେ । ଏହାପରେ ଉଚ୍ଚ ବିଦ୍ୟାଳୟ ସ୍ଥରୀୟ ବିଭନ୍ନ ପ୍ରତିଯୋଗିତାରେ କୃତୀ ପ୍ରତିଯୋଗୀମାନଙ୍କୁ ପୁରସ୍କାର ପ୍ରଦାନ କରାଯାଇଥିଲା କାର୍ଯ୍ୟକ୍ରମରେ ସ୍ଥାନୀୟ ଗୋବିନ୍ଦ ଚଦ୍ର ଉଚ୍ଚ ବିଦ୍ୟାଳୟ, ଜିଭିଏମ ଉଚବିଦ୍ୟାଳୟ, ଆରେଏସସୀ ଦବ୍ଲୁସି ଉଚ୍ଚ ବିଦ୍ୟାଳୟ ଓ଼ ସରକାରୀ ଉଚ୍ଚ ବିଦ୍ୟାଳୟ ଛାତ୍ର ଛାତ୍ରୀ ଉପସ୍ଥିତ ଥିଲେ l ଜିଲ୍ଲା ସୂଚନା ଓ଼ ଲକସମ୍ପର୍କ ବିଭାଗ କର୍ମଚାରୀ ଉପସ୍ଥିତ ପରିଚାଳନା କରିଥିଲେ l