୩ ଯୁବକଙ୍କ ଆତଙ୍କ, ଦୋକାନୀ ଆହତ

0
28
୩ ଯୁବକ

ରିପୋର୍ଟ : ଓଡିଶା ନ୍ୟୁଜ ୨୪ ବ୍ୟୁରୋ //
ବଲାଙ୍ଗୀର, (୧୫/୦୪) : ବଲାଙ୍ଗୀର ଜିଲ୍ଲା କଣ୍ଟାବାଞ୍ଜି ରେଳ ଷ୍ଟେସନ ଭିରତେ ବୁଲିଲା ଖଣ୍ଡା । ଦୋକାନୀ ଓ ଦୃର୍ବତ୍ତଙ୍କ ମଧ୍ୟରେ କଥା କଟାକଟିକୁ ନେଇ ଅଘଟଣ ।

୩ ଯୁବକଙ୍କ ଆତଙ୍କ, ଦୋକାନୀ ଆହତ । ପ୍ରଥମେ କିଛି ଯୁବକ ଦୋକାନୀଙ୍କ ପାଖକୁ ଆସି ବାକିରେ ଜିନିଷ ଦେବାକୁ କହିଥିଲେ । ସେ ମନା କରିବାରୁ ସେମାନେ ତାଙ୍କ ସହ ଗଣ୍ଡଗୋଳ କରିବା ସହ ତାଙ୍କୁ ଖଣ୍ଡାରେ ଆକ୍ରମଣ କରିଥିବା ଅଭିଯୋଗ ହୋଇଛି । ଏନେଇ ଦୋକାନୀ ଟେକଚନ ପୁଞ୍ଜି କଣ୍ଟାବାଞ୍ଜି ଜିଆରପି ପୋଲିସ ନିକଟରେ ବିଧିବଦ୍ଧ ଭାବେ ଅଭିଯୋଗ କରିଛନ୍ତି । ଗୁଡୁଙ୍କ ଘର କଣ୍ଟାବାଞ୍ଜି ଆଶ୍ରମପଡ଼ାରେ । ସେ ଷ୍ଟେସନରେ ଦୀର୍ଘ ଦିନ ହେଲା ଦୋକାନ କରି ପରିବାର ଚଳାନ୍ତି । ଗତକାଲି ବିଳମ୍ବିତ ରାତିରେ ୩ ଜର ଯୁବକ ନିଶାସକ୍ତ ଅବସ୍ଥାରେ ଗୁଡୁଙ୍କ ଦୋକାନ ପାଖରେ ପହଞ୍ଚିଥିଲେ । ସେମାନେ ଦୋକାନରୁ କିଛି ଜିନିଷ କିଣିଥିଲେ ।

ଏହାପରେ ଗୁଡୁ ସେମାନଙ୍କୁ ଟଙ୍କା ମାଗିଥିଲେ। ହେଲେ ସେମାନେ ଟଙ୍କା ଦେଇ ନଥିଲେ । ଏହାକୁ ସେ ବିରୋଧ କରିବାରୁ ସେମାନେ ତାଙ୍କ ସହ ଝଗଡ଼ା କରିଥିଲେ । ଖବର ପାଇ କଣ୍ଟାବାଞ୍ଜି ପୋଲିସ ଓ ଜିଆରପି ପୁଲିସ ତୁରନ୍ତୁ ଘଟଣାସ୍ଥଳରେ ପହଞ୍ଚିଥିଲେ । ପ୍ରଥମେ ସେମାନେ ଖଣ୍ଡା ଚୋଟରେ ଆହତ ଗୁଡୁଙ୍କୁ ହସ୍ପିଟାଲ ନେଇଥିଲେ । ଆଜି ସେ କଣ୍ଟାବାଞ୍ଜି ଜିଆରପି ପୁଲିସ ରେ ଲିଖିତ ଅଭିଯୋଗ କରିଛନ୍ତି । ଅଭିଯୋଗ ପାଇବା ପରେ ପୁଲିସ୍‌ ଏବେ ଅଭିଯୁକ୍ତମାନଙ୍କୁ ଖୋଜିବା ଆରମ୍ଭ କରିଛି ।