ମାଁ ମୁତ୍ୟାଲୁମା ଙ୍କ ୨୫ତମ ଚୈତ୍ର ଯାତ୍ରା; କଳସ ଯାତ୍ରାରେ ଭାଗ ନେଲେ ଶତାଧିକ ମହିଳା

0
17
ମାଁ

ରିପୋର୍ଟ : ବିରଞ୍ଚି ପ୍ରସାଦ ଶତପଥୀ
ଗୁଣୁପୁର, (୨୧/୦୪) : ଗୁଣପୁରର ଅଧିଷ୍ଠିତା ଦେବୀ ମାଁ ମୁତ୍ୟାଲୁମା ଙ୍କ ୨୫ତମ ଶୀତଳ ଚୈତ୍ର ଯାତ୍ରା ଆରମ୍ଭ ହୋଇଯାଇଛି ।WhatsApp Image 2024 04 21 at 21.46.41 ମାଁ ମୁତ୍ୟାଲୁମା ଙ୍କ ୨୫ତମ ଚୈତ୍ର ଯାତ୍ରା; କଳସ ଯାତ୍ରାରେ ଭାଗ ନେଲେ ଶତାଧିକ ମହିଳା

ଆଜି ସକାଳେ ମାଁ ଙ୍କ ପଞ୍ଚାମୃତ ଅଭିଷେକ ହେବା ପରେ ଅଳଙ୍କାର ଦର୍ଶନ ହୋଇଥିଲା । ପରେ ମନ୍ଦିର ପରିସରରେ ଧ୍ୱଜ ପ୍ରତିଷ୍ଠା , ସୂର୍ଯ୍ୟ ପୂଜା, ଘାଟଶାଳା ପ୍ରଵେଶ, ସ୍ତମ୍ଭ ରକ୍ଷା, ମଣ୍ଡଳ ପୁଜା, ଅଗ୍ନି ଷୋଡ଼ଶ ଉପଚାର, ହୋମାଗ୍ନି ସ୍ଥାପନ ଓ ପୂଜା ଅର୍ଚ୍ଚନା କରାଯାଇଥିଲା । ଚଳତବର୍ଷ ମାଙ୍କ ଚୈତ୍ର ଯାତ୍ରା ୨୫ ବର୍ଷରେ ପଦାର୍ପଣ ହୋଇଥିବାରୁ ଜଗତ କଲ୍ୟାଣ ନିମନ୍ତେ ପଞ୍ଚକୁଣ୍ଡିୟ ହୋମଯଜ୍ଞର ଆୟୋଜନ କରାଯାଇଛି । ଏହି ଅବସରରେ ପ୍ରତ୍ୟେକ ବର୍ଷ ଭଳି ଶୀତଳ କଳସ ଯାତ୍ରା କରାଯାଇଥିଲା । ମୋତିଲାଲ ନଗର, ଜଗନ୍ନାଥ ନଗର ଅଞ୍ଚଳର ଶତାଧିକ ମହିଳା ଭକ୍ତ ମାନେ ଏହି କଳସ ଯାତ୍ରା ରେ ଅଂଶଗ୍ରହଣ କରିଥିଲେ ।

ଏହି ଯାତ୍ରା ରେ ମହିଳା ମାନେ ନିଜ ନିଜ ଗୃହରୁ କଳସରେ ହଳଦୀ ପାଣି ସହ ନିମ ପତ୍ର ରଖି ନଗର ପରିକ୍ରମା କରିବା ପରେ ମାଁ ଙ୍କ ଠାରେ ଅର୍ପଣ କରିଥିଲେ । ଏହି ହୋମଯଜ୍ଞ ପୂଜାକୁ ପୂଜକ ଭାବେ ପ୍ରଭାତ କୁମାର ରଥଶର୍ମା କାର୍ଯ୍ୟ ସମ୍ପାଦନ କରୁଥିବା ବେଳେ ମନ୍ଦିର ପୂଜକ ଭାବେ ବି କିଶୋର କୁମାର, ଏମ କିଷାନ ଓ ଏମ ରାଜା ପ୍ରମୁଖ ପୂଜା କାର୍ଯ୍ୟ ତୁଲାଇବେ । ଯାତ୍ରା ନିମନ୍ତେ ମନ୍ଦିର ପରିସରକୁ ବିଭିନ୍ନ ପ୍ରକାର ସାଜସଜ୍ଜାରେ ଆକର୍ଷିତ କରାଯାଇଛି ।

Leave a Reply