SVEEP ଆନୁବୁଲ୍ୟରେ କୋରାପୁଟ ଜିଲ୍ଲା ପ୍ରଶାସନ ଦ୍ଵାରା ମତଦାତା ସଚେତନତା ରାଲି

0
56
SVEEP

ରିପୋର୍ଟ : ରବିଶଙ୍କର ମହାପାତ୍ର
କୋରାପୁଟ, (୨୧/୪) : SVEEP ଆନୁକୂଲ୍ୟରେ କୋରାପୁଟ ଜିଲ୍ଲା ପ୍ରଶାସନ ଜନସାଧାରଣଙ୍କୁ ମତଦାନ ସଚେତନତା କରିବା ନିମନ୍ତେ ଏକ ସାଇକଲ ରାଲି ଜୟପୁର ବିକ୍ରମ ଦେବ ବିଶ୍ୱବିଦ୍ୟାଳୟ ପଡିଆ ଠାରେ ପୂର୍ବାହ୍ନ ୭ ଘଟିକା ସମୟରେ ଆୟୋଜନ କରିଥିଲା ।WhatsApp Image 2024 04 22 at 06.38.58 SVEEP ଆନୁବୁଲ୍ୟରେ କୋରାପୁଟ ଜିଲ୍ଲା ପ୍ରଶାସନ ଦ୍ଵାରା ମତଦାତା ସଚେତନତା ରାଲି

ଏହି ରାଲିରେ ଜୟପୁର ସହରର ସ୍କୁଲ ଛାତ୍ର ଛାତ୍ରୀ, ମହିଳା, ଯୁବକ ଯୁବତୀ ପ୍ରମୁଖ ଭାଗ ନେଇ ଥିଲେ । ଏହି କାର୍ଯ୍ୟକ୍ରମରେ ଜିଲ୍ଲାପାଳ କୋରାପୁଟ ଶ୍ରୀ ୱି କୀର୍ତ୍ତି ୱାସନ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ “ନିଜ ଭୋଟ ମତଦାନ କରି ଜିଲ୍ଲା ଓ ଦେଶ ଗଠନରେ ଅଂଶଗ୍ରହଣ କରିବା” ବୋଲି ଉପସ୍ଥିତ ଜନସାଧାରଣ ଓ ଭଦ୍ରମଣ୍ଡଳୀଙ୍କୁ ବାର୍ତ୍ତା ଦେଇ ଥିଲେ ଓ ପରେ ସାଇକଲ ରାଲିରେ ଅଂଶଗ୍ରହଣ କରି ଥିବା ସମସ୍ତଙ୍କୁ ମାନ ପତ୍ର ପ୍ରଦାନ କରି ଥିଲେ । ଏହି ରାଲିରେ ୨୨୨ ଜଣ ଅଂଶଗ୍ରହଣ କରି ଥିଲେ ।

ଅନ୍ୟ ମାନଙ୍କ ମଧ୍ୟରେ ଉପଖଣ୍ଡ ଅରକ୍ଷୀ ଅଧିକାରୀ ଶ୍ରୀ ଅଙ୍କିତ ବର୍ମା, ଅତିରିକ୍ତ ଜିଲ୍ଲାପାଳ ଲଗ୍ନଜିତ ରାଉତ, ଉପଜିଲ୍ଲାପାଳ କୋରାପୁଟ ଶ୍ରୀ ବେଣୁଧର ସବର, ଉପଜିଲ୍ଲାପାଳ ଜୟପୁର ଶ୍ରୀ ପ୍ରଭାତ କୁମାର ପରିଡା, ଜିଲ୍ଲା ପରିଷଦ ଅଧିକାରୀ ହିମାଂଶୁ ଶତପଥୀ, , ଜୟପୁର ଗୋଷ୍ଠୀ ଉନ୍ନୟନ ଅଧିକାରୀ ଶକ୍ତି ମହାପାତ୍ର, କାର୍ଯ୍ୟ ନିର୍ବାହୀ ଅଧିକାରୀ ଜୟପୁର ପୌରପାଳିକା ସିଦ୍ଧାର୍ଥ ପଟ୍ଟନାୟକ, ଜୟପୁର ତହସିଲଦାର ଡ. ମୋନାଲିସା ଆଚାର୍ଜୀ, ଉପଖଣ୍ଡ ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ଯଶୋଦା ଗାଦବା ଓ ଜିଲ୍ଲାର ସମସ୍ତ ପଦାଧିକାରୀ, ଜୟପୁର ପୌରପାଳିକାର ସମସ୍ତ କାର୍ଯ୍ୟକର୍ତ୍ତା ଓ ଗଣ ମାଧ୍ୟମ ପ୍ରମୁଖ ଉପସ୍ଥିତ ଥିଲେ ।

ହିମାଂଶୁ ଶତପଥୀ, ଜୟପୁର ଗୋଷ୍ଠୀ ଉନ୍ନୟନ ଅଧିକାରୀ ଶକ୍ତି ମହାପାତ୍ର, କାର୍ଯ୍ୟ ନିର୍ବାହୀ ଅଧିକାରୀ ଜୟପୁର ପୌରପାଳିକା ସିଦ୍ଧାର୍ଥ ପଟ୍ଟନାୟକ, ଜୟପୁର ତହସିଲଦାର ଡ. ମୋନାଲିଶା ଆଚାର୍ଜୀ, ଉପଖଣ୍ଡ ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ଯଶୋଦା ଗାଦବା ଓ ଜିଲ୍ଲାର ସମସ୍ତ ପଦାଧିକାରୀ, ଜୟପୁର ପୌରପାଳିକାର ସମସ୍ତ କାର୍ଯ୍ୟକର୍ତ୍ତା ଓ ଗଣ ମାଧ୍ୟମ ପ୍ରମୁଖ ଉପସ୍ଥିତ ଥିଲେ ।

Leave a Reply