ପଞ୍ଚମ ଗଡଜାତ ଲୋକ ମହୋତ୍ସବ ର ପ୍ରାରମ୍ଭିକ ବୈଠକ ଅନୁଷ୍ଠିତ

0
309

ରିପୋର୍ଟ : ସୁଶାନ୍ତ ବେହେରା
ହରଭଙ୍ଗା,(୨୭/୦୯) : ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକ ବିରନରସିଂହ ପୁର ଠାରେ ଗଡଜାତ ସଂସ୍କୃତିକ ପରିଷଦ ଆନୁକୂଲ୍ୟରେ ଅନୁଷ୍ଠିତ ହେଉଥିବା ପଞ୍ଚମ ଗଡଜାତ ଲୋକ ମହୋତ୍ସବ ର ଆଜି ପ୍ରଥମ ବୈଠକ ଅନୁଷ୍ଠିତ ହୋଇଯାଇଛି |

ଗଡ଼ଜାତ ସାଂସ୍କୃତିକ ପରିଷଦ ବୀରନରସିଂପୁର ଅନୁଷ୍ଠାନ ଚଳିତ ବର୍ଷ ହେଉଛି ପଞ୍ଚମ ଗଡଜାତ ଲୋକ ମହୋତ୍ସବ | ଏହି କାର୍ଯ୍ୟକ୍ରମରେ ଅନୁଷ୍ଠାନର ସଭାପତି ସଭାପତିତ୍ବ ରେ ଅନୁଷ୍ଠିତ ହୋଇଥିଲା । ଅନୁଷ୍ଠାନର ସମସ୍ତ ସଦସ୍ୟ ଉପସ୍ଥିତ ଥିଲେ । ଆଗାମୀ ପଞ୍ଚମ ଗଡ଼ଜାତ ଲୋକ ମହୋତ୍ସବ କୋଭିଡ -୧୯ କଟକଣା କୁ ମାନି କେମିତି ସୁରୁଖୁରରେ ଅନୁଷ୍ଠିତ ହେବ ତାହା ଆଲୋଚନା ହେଇଥିଲା |