୧୦ ଦଫା ଦାବିନେଇ ‘ଓଡିଶା ଡ୍ରାଇଭର ମହାସଂଘ” ର ମା ସମଲେଶ୍ୱରୀ ଠୁ ନବୀନ ନିବାସ ପଦଯାତ୍ରା

0
281

ରିପୋର୍ଟ : ସୁଶାନ୍ତ ବେହେରା //
ବୌଦ୍ଧ,(୨୧/୧୦) : ସଡ଼କ ପଥର ଯୋଦ୍ଧା, ପଥ ପ୍ରଦର୍ଶକ ଡ୍ରାଇଭର ଭାଇ ମାନଙ୍କ ଆଜି ୧୦ ଦଫା ଦାବିନେଇ “ଓଡିଶା ଡ୍ରାଇଭର ମହାସଂଘ “ପଦ ଯାତ୍ରା ରାଜ୍ୟ ସରକାରଙ୍କ ନିବାସକୁ ଆରମ୍ଭ ହୋଇଯାଇଛି |bdh 1 ୧୦ ଦଫା ଦାବିନେଇ 'ଓଡିଶା ଡ୍ରାଇଭର ମହାସଂଘ" ର ମା ସମଲେଶ୍ୱରୀ ଠୁ ନବୀନ ନିବାସ ପଦଯାତ୍ରା

୧୦ ଦଫା ଦାବିନେଇ ଚଳିତ ବର୍ଷ ସେପ୍ଟେମ୍ବର ୧ ତାରିଖ ଓଡିଶା ଡ୍ରାଇଭର ମହାସଂଘ ଦିବସରେ ରାଜ୍ୟର ପ୍ରତି ଜିଲ୍ଲାର ଜିଲ୍ଲାପାଳ ମାନଙ୍କୁ ଦାବିପତ୍ର ଦିଆଯାଇଥିଲା | ଏହି ଦାବିପତ୍ର ର ପ୍ରଶାସନିକ ଠାରୁ କୈlଣସି ଉତ୍ତର ନ ମିଳି ଥିବାରୁ ଆଜି ସମଗ୍ର ଓଡିଶା ପ୍ରଦେଶର “ଓଡିଶା ଡ୍ରାଇଭ ମହାସଂଘ “ର ଡ୍ରାଇଭର ଭାଇ ମାନେ ନିଜର ହକ ମାଗିବା ପାଇଁ ଆରମ୍ଭ କରୁଛନ୍ତି ପ୍ରଥମ ପଦଯାତ୍ରା |

ଆଜି ସକାଳୁ ପଶ୍ଚିମ ଓଡିଶାର ଅଧିଷ୍ଠାତ୍ରୀ ଦେବୀ ମା ସମଲେଶ୍ୱରୀଙ୍କୁ ଦର୍ଶନ କରି ମା ଙ୍କୁ ଗୁହାରି ଜଣାଇ ସମ୍ବଲପୁର ଠାରୁ ନବୀନ ନିବାସ ଭୁବନେଶ୍ୱରକୁ ପ୍ରଥମ ଦୀନ ପ୍ରଥମ ପାଦ ଆଗକୁ ନେଇଛନ୍ତି ଓଡିଶା ଡ୍ରାଇଭର ମହାସଂଘ |