-5.7 C
Innichen
Saturday, January 22, 2022

ରସଗୋଲା କାହାର ପ୍ରଶ୍ନ ର ଉତ୍ତର ଦେଇ ଚର୍ଚ୍ଚାରେ ସ୍ଥିତିପଦ୍ମା ଦାସ

ରିପୋର୍ଟ : ସୁଭାସିସ ନାୟକ
ଭୁବନେଶ୍ୱର,(୨୭/୧୦) : ଓଡ଼ିଶାରୁ ସୃଷ୍ଟି ହୋଇ ସାରା ଭାରତରେ ଓ ବିଦେଶରେ ନିଜ ଅତୁଳନୀୟ ସ୍ୱାଦ ଯୋଗୁଁ ପ୍ରସିଦ୍ଧି ଲାଭ କରିଥିବା ମିଷ୍ଟାନ୍ନ ରସଗୋଲାର ଉତ୍ସକୁ ପୁଣି ଚର୍ଚ୍ଚା ଜୋର ଧରିଛି । ମୁମ୍ବାଇର ସୁପ୍ରସିଦ୍ଧ ସଙ୍ଗୀତ ରିଆଲିଟି ଶୋ’ ‘ସାରେଗାମାପା’ ରେ ହଠାତ ରସଗୋଲା କାହାର ପ୍ରଶ୍ନ ଆସିଥିଲା, ହେଲେ ସେହି ପ୍ରଶ୍ନର ଉତ୍ତର ଦେଇ ସାରା ଦେଶକୁ ରସଗୋଲାର ସ୍ୱାଦ ଓ ସତ୍ୟରେ ଭରି ଦେଇଛନ୍ତି ଜଣେ ଓଡ଼ିଆ ଝିଅ ।

‘ସାରେଗାମାପା’ ସଙ୍ଗୀତ କାର୍ଯ୍ୟକ୍ରମରେ ଭାଗ ନେଇଥିବା କଟକର ଶାସ୍ତ୍ରୀୟ ସଙ୍ଗୀତ ଶିଳ୍ପୀ ସ୍ଥିତିପଦ୍ମା ଦାସଙ୍କୁ ରସଗୋଲା କାହାର ବୋଲି ପ୍ରଶ୍ନଟି ପଚରା ଯାଇଥିଲା । ଗୀତ ଗାଇବାକୁ ମଞ୍ଚ ଉପରକୁ ଆସିଥିବା ସ୍ଥିତିପଦ୍ମା ସେହି ପ୍ରଶ୍ନ ଶୁଣି ଚକିତ ହୋଇଥିଲେ । ମାତ୍ର ସେ ସୁନ୍ଦର ଭାବରେ ଏହାର ଉତ୍ତର ଦେଇଥିଲେ ।

ଯେତେବେଳେ ସ୍ଥିତିପଦ୍ମା ଦାସ ମଞ୍ଚକୁ ହାତରେ ମାଇକ୍ରୋଫୋନ୍ ଧରି ଆସିଲେ ଓ କହିଲେ, ‘‘ମୈଁ କଟକ୍ ଓଡ଼ିଶା ସେ ଆଈ ହୁଁ,’’ ‘‘ସାର, ମୁଁ ଏହି କଥାକୁ ଆଗକୁ ବଢେ଼ଇବାକୁ ଚାହିଁବି, କିନ୍ତୁ…’’ ଇଂରାଜୀରେ ଉତ୍ତର ଦେବା ଆରମ୍ଭ କଲେ ସ୍ଥିତିପଦ୍ମା, କିନ୍ତୁ ତା’ ପରେ ଓଡ଼ିଆରେ ସେହି ପ୍ରସିଦ୍ଧ ବାକ୍ୟ କହି ସମସ୍ତଙ୍କ ମୁହଁ ବନ୍ଦ୍ କରେଇଦେଲେ । ହାତକୁ ଛାତିରେ ଲଗେଇ ସେ କହିଲେ, ‘‘ଜୟ ଜଗନ୍ନାଥ, ରସଗୋଲା ଆମର ।’’ ତା’ ପରେ ସଙ୍ଗେ ସଙ୍ଗେ ସେ ବାମ ହାତ ହଲେଇ ପବନକୁ ଥରେ କାଟି କହିଲେ, ‘‘ନୋ ଡିସକସନ୍’’ । ଅର୍ଥାତ୍ ଏହି ବିବାଦ ଉପରେ ଆଉ ଆଲୋଚନା ଅନାବଶ୍ୟ । ତିନି ଜଣ ଯାକ ଜଜ୍ ଚୁପ୍ ହୋଇଗଲେ । ଏହି ଉତ୍ତର ଶୁଣି ଦର୍ଶକମାନେ ବି କରତାଳିରେ କାର୍ଯ୍ୟକ୍ରମ ସ୍ଥଳକୁ ପ୍ରକମ୍ପିତ କଲେ ।
ଏହା ପରେ ହିମେଶ ରେଶମିଆ ପଚାରିଥିଲେ, ‘ବାକି ବେଙ୍ଗଲର ଲୋକେ ଯେ କହନ୍ତି ରସଗୋଲା ତାଙ୍କର ବୋଲି…ସେଇଠୁ ସ୍ଥିତିପଦ୍ମା ସ୍ଥିତିକୁ ଟିକେ ସ୍ପଷ୍ଟ କରିଦେଲେ । ସେ କହିଲେ, ‘‘ସର୍ର, ଆର୍ଗ୍ୟୁମେଣ୍ଟ୍ କରେଙ୍ଗେ ତୋ କରନେ ଦିଜିୟେ । ହସଲୋଗ୍ ଓହୀଁ ପେ ଖତମ୍ କରଦେତେ ହେଁ… ଜୟ ଜଗନ୍ନାଥ, ରସଗୋଲା ଆମର ।’’

‘‘ସାର, ରସୋଗୋଲା ତାଙ୍କର ହେଇଥିବ, କିନ୍ତୁ ରସଗୋଲା ଆମର,’’ ଶେଷରେ କହିଥିଲେ ସ୍ଥିତିପଦ୍ମା । ତାଙ୍କର ସେହି ଉତ୍ତରର ଭିଡିଓ ସାରା ଓଡ଼ିଶାରେ ଭାଇରାଲ୍ ହେଉଛି ଯାହାକୁ ନେଇ ଲୋକେ ତାଙ୍କୁ ପ୍ରଶଂସା କରୁଛନ୍ତି ।

‘‘ରସଗୋଲା ବେଙ୍ଗଲ୍ କା ହୈ ୟା ଓଡ଼ିଶା କା?’’ ପଚାରିଥିଲେ ହିମେଶ ରେଶମିଆ । ଜଣେ ପରେ ଜଣେ ସମସ୍ତେ ଉତ୍ତର ଦେଇଥିଲେ ‘‘ବେଙ୍ଗଲ୍ କା ହୈ ।’’ ଜଣେ ପ୍ରତିଯୋଗୀ ତ କହିଥିଲେ, ‘‘ଅଫ୍ କୋର୍ସ କୋଲକାତା କା ହୈ, ଜରୁର କୌଲକାତା କା ହୈ ।’’ ହିମେଶ ରେଶମିଆଙ୍କ ସମେତ ବାକି ଦୁଇ ଜଣ ଜଜ୍ – ବିଶାଲ ଡଡଲାନି ଓ ଶଙ୍କର ମହାଦେବନ୍ ସେହି ଉତ୍ତର ଶୁଣି ଆସୁଥିଲେ ।

Related Articles

Stay Connected

0FansLike
3,129FollowersFollow
19,100SubscribersSubscribe
- Advertisement -spot_img

Latest Articles