ଅଲଡ଼ା ଗ୍ରାମ ପଞ୍ଚାୟତ ଗଣିତ : କିଏ ହାତେଇଵ ପଞ୍ଚାୟତ ?

0
219

ରିପୋର୍ଟ : ପ୍ରଣତି ସାବତ
କାଶୀନଗର,(୨୭/୧୦) : ଆଗାମୀ ପଞ୍ଚାୟତ ନିର୍ବାଚନ ରେ ଅଲଡ଼ା ଗ୍ରାମ ପଞ୍ଚାୟତ କୁ କିଏ ହାତେ ଇବେ ସେ ନେଇ ପ୍ରାକ୍ ଗଣନା ଆରମ୍ଭ ହୋଇଯାଇଛି । କାଶୀନଗର ବ୍ଲକ୍ ର ପୋଖତ ନେତା ଗାବରା ତିରୁପତି ରାଓ ଙ୍କ ମତରେ ଆଗାମୀ ନିର୍ବାଚନ ବିଜେଡ଼ି ପକ୍ଷରେ ଯିବ ।

ସେ କାରଣ ବତାଇଛନ୍ତି କି ଗତ ପଞ୍ଚାୟତ ନିର୍ବାଚନ ରେ ସରପଞ୍ଚ କୁ ଅଲଗା ଭୋଟ ଯାଇଥିଲା କିନ୍ତୁ ସମିତି ସଭ୍ୟ କଂଗ୍ରେସ ନେଇଥିଲା । ପରବର୍ତ୍ତୀ ସମୟ ରେ ସମିତି ସଭ୍ୟ ବର୍ତ୍ତମାନ ବିଜେପି ରେ ଥିବା ବିଧାୟକ କେ ନାରାୟଣ ରାଓ ଙ୍କ ସହ ଚାଲିଗଲେ । ଗତ ସାଧାରଣ ନିର୍ବାଚନ ରେ ଚତୁର ମୁଖି ପ୍ରତିଦ୍ୱନ୍ଦିତା ହୋଇଥିଲା । ବିଜେପି କୁ ପ୍ରାୟ ୮୫୦ ଭୋଟ ଯାଇଥିଲା । ମୋଟ ୩୦୧୨ ଭୋଟ ରେ ସିଂହ ଭାଗ ବିଜେପି ନେଇଥିଲା । ତା ପରକୁ ସ୍ଵାଧୀନ ପ୍ରାର୍ଥୀ ଥିବା ଡ. ତିରୁପତି ପାଣିଗ୍ରାହୀ ୭୦୦ ରୁ ଊର୍ଦ୍ଧ୍ୱ ୪୦୦ ରୁ ଊର୍ଦ୍ଧ୍ୱ ଭୋଟ ବିଜେଡ଼ି ଓ ୨୦୦ ରୁ ଊର୍ଦ୍ଧ୍ୱ ଭୋଟ କଂଗ୍ରେସ କୁ ଯାଇଥିଲା । ବର୍ତ୍ତମାନ କଂଗ୍ରେସ ର ଦୁର୍ଗ କୁହାଯାଉଥିବା ଅଲଡ଼ା ଗ୍ରାମ ପଞ୍ଚାୟତ ଦୁର୍ଗ ଭୁଶୁଡ଼ି ପଡ଼ିଛି ।

ସଂଗଠନ ନାହିଁ,ଏପଟ ସ୍ଵାଧୀନ ରୁ ବିଜେଡ଼ି କୁ ଚାଲି ଯାଇଥିବା ନେତା ଓ କଂଗ୍ରେସ ର କର୍ମୀ ଙ୍କୁ ମିଶାଇଲେ ବିଜେଡ଼ି ର ପଲ୍ଲା ଭାରି ଜଣା ପଡିଛି । ଏଣୁ ଆଗାମୀ ଦିନରେ ରାଜନୀତି ସମୀକରଣ କଣ ହେଉଛି ଦେଖିବାକୁ ବାକି ରହିଲା ।