ବିଧବା ମହିଳା ପ୍ରମିଳା ଶେଖ ଙ୍କ ଆତ୍ମାହୁତି ଉଦ୍ୟମ : ପୋଲିସ ର ଦୁର୍ବ୍ୟବହାରର ଶିକାର ହୋଇଥିଲେ

0
285

ରିପୋର୍ଟ : ସନ୍ତୋଷ କୁମାର ନାୟକ
ବଲାଙ୍ଗୀର,ତା(୧୧/୧୧) : ବିଧବା ମହିଳା ପ୍ରମିଳା ଶେଖ ଙ୍କ ବିରୋଧ ସତ୍ତ୍ୱେ ତାଙ୍କ ୯ ବର୍ଷୀୟ ଝିଅ କୁ ନେଇ ଯିବା କୁ ବିରୋଧ କରି ଗୁରୁତର ଆକ୍ରମଣ ର ଶିକାର ହୋଇ ପୋଲିସ ପ୍ରଶାସନ ର ନିର୍ଯ୍ୟାତନା କୁ ବିରୋଧ କରି ନିରାଶ ମହିଳା ଆତ୍ମାହୁତି ଉଦ୍ୟମ କରିବା ଏବେ ଚର୍ଚ୍ଚା ଜୋର ଧରିଛି ।WhatsApp Image 2021 11 11 at 12.49.56 PM ବିଧବା ମହିଳା ପ୍ରମିଳା ଶେଖ ଙ୍କ ଆତ୍ମାହୁତି ଉଦ୍ୟମ : ପୋଲିସ ର ଦୁର୍ବ୍ୟବହାରର ଶିକାର ହୋଇଥିଲେ

ସୂଚନା ଅନୁଯାୟୀ, ଟିଟିଲାଗଡ଼ ଥାନା ଅନ୍ତର୍ଗତ ବାନ୍ଧୁପଲା ଗ୍ରାମ ର ବିଧବା ମହିଳା ପ୍ରମିଳା ଶେଖ (ବ-୩୫) ନାମ୍ନୀ ଜଣେ ବିଧବା ମହିଳା ଙ୍କୁ ନିଜକୁ ଦେବଗଡ଼ ଜିଲ୍ଲା ରୁ ଆସିଥିବା ଜଗଦୀଶ ମୁଣ୍ଡା ବୋଲି ପରିଚୟ ଦେଇ ଜଣେ ମହିଳା ଙ୍କ ସହାୟତା କ୍ରମେ ପ୍ରମିଳା ଙ୍କ ବଡ଼ ଝିଅ ମମତା ଶେଖ (ବ-୯) କୁ ଚଳିତ ମାସ ୧୩ ତାରିଖ ରେ ନଗଦ ୭୦ ହଜାର ଟଙ୍କା ଦେଇ ନେଇଯିବ, ଏପରି କି ସେଠୁ ଫେରି ପ୍ରମିଳା ଙ୍କୁ କୋର୍ଟ ରେ ବିବାହ କରି ତାଙ୍କ ସହ ଥିବା ଚାରି ବର୍ଷ ର ପୁତ୍ର ସନ୍ତାନ ସହ ମିଶି ରହିବା ପ୍ରତିଶ୍ରୁତି ଦେଇଥିଲେ ।

ହେଲେ ପ୍ରମିଳା ମଧ୍ୟ ସାଙ୍ଗରେ ଯିବ ବୋଲି କହିବା ରୁ ସେ ରାଜି ନ ହେବାରୁ ତାଙ୍କୁ ଆକ୍ରମଣ କରି ଗୁରୁତର କରିଦେଇ ଉକ୍ତ ଦୁଇ ସନ୍ତାନ ଙ୍କୁ ନିଜେ ଜୋର ଜବରଦସ୍ତ ପ୍ରମିଳା ଙ୍କ ଘରେ ଚାରିଦିନ ପର୍ଯ୍ୟନ୍ତ ଅଟକ ରଖିଥିଲା । ପ୍ରକାଶ ଯେ କୋର୍ଟ ରେ ବିବାହ କରିବା ପାଇଁ ସମସ୍ତ ଆବେଦନ ପତ୍ର ପ୍ରସ୍ତୁତ କରାଯାଇଥିଲା ।

ହେଲେ ଶେଷ ସମୟ ରେ ଅଭିଯୁକ୍ତ ମନା କରି ସାଙ୍ଗରେ ଉକ୍ତ ଝିଅ କୁ ନେଇ ଯିବି ବୋଲି କହିବା ଯୋଗୁଁ ବିରୋଧ କରି ଆକ୍ରମଣ ର ଶିକାର ପ୍ରମିଳା ଡାକ୍ତରଖାନାରେ ଭର୍ତ୍ତି ହେବା ପରେ ଫୋନ ସରକାରୀ ଫୋନ ନଂ ୧୦୦ ସରକାରୀ ନମ୍ବର ସହ ଅନ୍ୟ ପୋଲିସ ବିଭାଗୀୟ ଅଧିକାରୀ ଙ୍କୁ ଉକ୍ତ ଅଟକ ଦୁଇ ସନ୍ତାନ ଙ୍କୁ ଉଦ୍ଧାର ପାଇଁ ଫୋନ ରେ ଗୁହାରୀ କରି ନିରାଶ ହୋଇ ଚିକିତ୍ସାଧୀନ ଅବସ୍ଥାରେ ଟିଟିଲାଗଡ଼ ଆରକ୍ଷୀ ଅଧିକାରୀ ତଥା ଟିଟିଲାଗଡ଼ ଥାନା କୁ ଯାଇ ଗୁହାରୀ କରି କିଛି ସୁଫଳ ନ ପାଇ ଦୁର୍ବ୍ୟବହାର ର ଶିକାର ହୋଇ ଥିବା ଗତ ପାଞ୍ଚ ତାରିଖରେ ଟିଟିଲାଗଡ଼ ଉପଜିଲ୍ଲାପାଳ ଙ୍କୁ ଅଭିଯୋଗ କରିଥିଲେ ।WhatsApp Image 2021 11 11 at 12.49.54 PM ବିଧବା ମହିଳା ପ୍ରମିଳା ଶେଖ ଙ୍କ ଆତ୍ମାହୁତି ଉଦ୍ୟମ : ପୋଲିସ ର ଦୁର୍ବ୍ୟବହାରର ଶିକାର ହୋଇଥିଲେ

ଅଭିଯୁକ୍ତ ଉକ୍ତ ଜଗଦୀଶ କୁ ଗିରଫ ବଦଳରେ ପୋଲିସ ପ୍ରଶାସନ ର କର୍ମଚାରୀ ଅକଥନୀୟ ହଇରାଣ ସହ ଦୁବ୍ୟବହାର କରିବା ନେଇ ତୁରନ୍ତ ଆବଶ୍ୟକ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା କୁ ଟିଟିଲାଗଡ଼ ଉପଖଣ୍ଡ ପୋଲିସ ଆରକ୍ଷୀ ଅଧିକାରୀ ଙ୍କୁ ନିର୍ଦ୍ଦେଶ ଦେଇଥିଲେ । ହେଲେ ପୁନଃ ଥାନାରେ ଅଧିକ ଦୁର୍ବ୍ୟବହାର ଓ ଗାଳି, ଗୁଳଜ ର ଶିକାର ହୋଇ ନିରାଶ ହୋଇ ଥିବା ପ୍ରମିଳା ଗତ ବୁଧବାର ଉପଜିଲ୍ଲାପାଳ ଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଆତ୍ମାହୁତି ଉଦ୍ୟମ କରି ଥିବା ବେଳେ ପୋଲିସ ଉଦ୍ଧାର କରି ଟିଟିଲାଗଡ଼ ଉପଜିଲ୍ଲାପାଳ ଙ୍କ ନିକଟରେ ହାଜର କରାଯାଇଥିଲା ।

ଏ ନେଇ ପୋଲିସ ପ୍ରଶାସନ ଅଭିଯୁକ୍ତ ଜଗଦୀଶ ବିରୋଧ ରେ ଗତ ତା୧୧/୧୧/୨୦୨୧ ରିଖ ରେ ଏକ ମାମଲା ରୁଜ୍ଜୁ କରି ଅଭିଯୁକ୍ତ କୁ ଅଟକ ରଖିଥିବା ଜଣାଯାଇଛି । ଏକ ଚାଷୀ ସମାବେଶ ବେଳେ ପୋଲିସ ପ୍ରଶାସନ ର ଉପସ୍ଥିତି ରେ ଏଭଳି ଆତ୍ମାହୁତି ଉଦ୍ୟମ ଯୋଗୁଁ ଉପସ୍ଥିତ ଟିଟିଲାଗଡ଼ ଥାନା ଅଧିକାରୀ ରଞ୍ଜନ ବରିହା ଓ ଅନ୍ୟ ପୋଲିସ କର୍ମଚାରୀ ଉଦ୍ଧାର କରି ଏକ ବଡ଼ ଘଟଣା କୁ ଏଡାଇ ଦେଇଥିଲେ ।

ଘଟଣା ରେ ସମ୍ପୃକ୍ତ ଉକ୍ତ ମହିଳା ଜଣକ କିଏ ? ଏଭଳି ଜଣେ ଅସହାୟ ଅବସ୍ଥାରେ ଥିବା ମହିଳା ଙ୍କୁ ପୋଲିସ ର ଏପରି ବ୍ୟବହାର ନେଇ ତୁରନ୍ତ ପଦକ୍ଷେପ ନେବା ପ୍ରତିଶ୍ରୁତି ଉପଜିଲ୍ଲାପାଳ ଦେଇଥିବା ବେଳେ ଅଭିଯୁକ୍ତ କୁ ଗିରଫ କରାଯାଇଛି ।