୨୬ ନମ୍ବର ଜାତୀୟ ରାଜପଥରେ ସଡକ ଦୁର୍ଘଟଣା : ଜଣେ ମୃତ, ୩ ଗୁରୁତର

0
143
୨୬ ନମ୍ବର ଜାତୀୟ

ରିପୋର୍ଟ : ରବିଶଙ୍କର ମହାପାତ୍ର
କୋରାପୁଟ, (୬/୨) : କୋରାପୁଟ ଜିଲ୍ଲା ବୋରିଗୁମ୍ମା ବ୍ଲକ୍ ଅନ୍ତର୍ଗତ ୨୬ ନମ୍ବର ଜାତୀୟ ରାଜପଥରେ ପର୍ଲି ଗ୍ରାମ ନିକଟରେ ଏକ ସ୍କୁଟି ଓ ବାଇକ୍ ମଧ୍ୟରେ ଦୁର୍ଘଟଣା ଘଟି ୩ ଜଣ ଗୁରୁତର ଆହତ ହୋଇଥିବା ଜଣାପଡିଛି ।WhatsApp Image 2022 02 07 at 8.23.19 AM ୨୬ ନମ୍ବର ଜାତୀୟ ରାଜପଥରେ ସଡକ ଦୁର୍ଘଟଣା : ଜଣେ ମୃତ, ୩ ଗୁରୁତର

ସୂଚନା ମୁତାବକ OD10 S 2769 ନମ୍ବର ଥିବା ଏକ ସ୍କୁଟିରେ ୨୬ ନମ୍ବର ଜାତୀୟ ରାଜପଥରେ ଜୟପୁର ଅଭିମୁଖେ ୨ ଜଣ ମହିଳା ଯାଉଥିବା ବେଳେ ବିପରୀତ ଦିଗରୁ ଆସୁଥିବା ଏକ ବାଇକ୍ ନଂ OD 10 R 6007 ସହିତ ମୁହାଁମୁହିଁ ଧକ୍କା ହୋଇଥିଲା । ଯାହା ଫଳରେ ୪ ଜଣ ଆହତ ହୋଇଥିଲେ । ଆହତ ମାନେ ହେଲେ ରୋହନ ନାୟକ ଓ ରାଜ ତଥା କାଜଲ ଖରା ଓ ସଞ୍ଜନା । ଏ ସମସ୍ତ ବ୍ୟକ୍ତି ଜୟପୁର ଅଞ୍ଚଳ ର ବୋଲି ସୂଚନା ମିଳିଛି । ଘଟଣା ସ୍ଥଳରେ ପହଞ୍ଚି ଦମକଳ ବାହିନୀ ଓ ବୋରିଗୁମ୍ମା ପୁଲିସ ଆହତଙ୍କୁ ଉଦ୍ଧାର କରିବା ସହ ବୋରିଗୁମ୍ମା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର କୁ ନେଇଥିଲେ । ଗୁରୁତର ଆହତ ମହିଳାଙ୍କ ମଧ୍ୟରୁ କାଜଲ ଖରାଙ୍କୁ କୋରାପୁଟ ରେଫର କରାଯାଇଥିଲା, ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିବା ଜଣା ପଡିଛି । ବାଇକ୍ ଆରୋହୀ ମାନେ ପ୍ରାଥମିକ ଚିକିତ୍ସା ପରେ ଚାଲି ଯାଇଥିବା ଜଣାପଡିଛି ।

ଏ ନେଇ ବୋରିଗୁମ୍ମା ଥାନା କେସ୍ ନଂ ୨୧/୨୦୨୨ ରୁଜୁ କରାଯାଇ ବାଇକ ଦୁଇଟିକୁ ଜବତ କରାଯିବା ସହ ତଦନ୍ତ ଚାଲୁ ରହିଛି, ତଦନ୍ତକାରୀ ଅଧିକାରୀ ଭାବେ ଏ ଏସ୍ ଆଇ ଶ୍ରୀ ସରକାରଙ୍କୁ ନିୟୋଜିତ କରାଯାଇଥିବା ଜଣାପଡିଛି ।