ଏସିଆ କପ ପୂର୍ବରୁ ଭାରତକୁ ଝଟ୍‌କା : ରାହୁଲ ଦ୍ରାବିଡଙ୍କୁ କରୋନା

0
132
ଏସିଆ କପ

ରିପୋର୍ଟ : ଓଡ଼ିଶା ନ୍ୟୁଜ ୨୪ ବ୍ୟୁରୋ //
ମୁମ୍ବାଇ, (୨୩/୦୮) : ଏସିଆ କପ ପୂର୍ବରୁ ଟିମ୍‌ ଇଣ୍ଡିଆକୁ ବଡ ଝଟ୍‌କା । ଭାରତୀୟ ଟିମ୍‌ ର ମୁଖ୍ୟ କୋଚ୍‌ ରାହୁଲ ଦ୍ରାବିଡ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି । ଏ ନେଇ ପିଟିଆଇ ପକ୍ଷରୁ ସୂଚନା ମିଳିଛି ।

କରୋନା ପାଇଁ ଦୁବାଇରେ ହେବାକୁ ଯାଉଥିବା ଆଗାମୀ ଏସିଆ କପ ରେ ସେ ଟିମ୍‌ ସହ ଯୋଡି ହୋଇ ପାରିବେ ନାହିଁ । ଭାରତୀୟ କ୍ରିକେଟ୍‌ ଟିମ୍‌ ଆଜି ହିଁ ୟୁଏଇ ଅଭିମୁଖେ ଯାତ୍ରା କରିବ । ଏହି ଟୁର୍ଣ୍ଣାମେଣ୍ଟ ଅଗଷ୍ଟ ୨୭ ତାରିଖରୁ ଆରମ୍ଭ ହେବ । ରାହୁଲ କରୋନା ପଜିଟିଭ୍ ହେଲା ପରେ ଟିମ୍‌ ର ଚିନ୍ତା ବଢିଯାଇଛି । କାରଣ ତାଙ୍କର ରିପୋର୍ଟ ନେଗେଟିଭ୍ ନ ଆସିବା ଯାଏଁ ଓ ସେ ସୁସ୍ଥ ନ ହେବା ଯାଏଁ ସେ ଟିମ୍‌ ସହ ଯୋଡି ହୋଇପାରିବେ ନାହିଁ । ତାଙ୍କ ସ୍ଥାନରେ ଭିଭିଏସ ଲକ୍ଷ୍ଣଣ ଟିମ୍‌ ସହ ଦୁବାଇ ଯାଇପାରନ୍ତି ।

ତେବେ ଏ ନେଇ ବିସିସିଆଇ କିଛି ସ୍ପଷ୍ଟ ସୂଚନା ଦେଇନାହିଁ । ନିକଟରେ ଓ୍ୱେଷ୍ଟ ଇଣ୍ଡିଜ ବିପକ୍ଷ ୩ ମ୍ୟାଚ୍‌ ବିଶିଷ୍ଟ ଦିନିକିଆ ସିରିଜ ଖେଳିଥିଲା ଭାରତ । ଏଥିରେ ରାହୁଲଙ୍କ ବ୍ରେକ୍ ଦିଆଯାଇଥିଲା । ତାଙ୍କ ସ୍ଥାନରେ ନ୍ୟାସନାଲ କ୍ରିକେଟ୍‌ ଏକାଡେମୀ ର ଡାଇରେକ୍ଟର ଭିଭିଏସ ଲକ୍ଷ୍ଣଣଙ୍କୁ କୋଚ୍ ଭାବେ ଇଣ୍ଡିଜ ପଠାଯାଇଥିଲା । କେଏଲ ରାହୁଲ-ଲକ୍ଷ୍ଣଣଙ୍କ ଯୋଡି ଜିମ୍ବାଓ୍ୱେ ବିପକ୍ଷରେ ମଧ୍ୟ କ୍ଲିନ୍ ସ୍ୱିପ୍ କରିଥିଲା ।

ସୂଚନାଯୋଗ୍ୟ, ଏସିଆ କପ୍ ଅଗଷ୍ଟ ୨୭ ତାରିଖରୁ ଆରମ୍ଭ ହେବ । ଅଗଷ୍ଟ ୨୮ ରେ ପ୍ରଥମ ମ୍ୟାଚ୍‌ ଖେଳାଯିବ । ଭାରତ ଓ ପାକିସ୍ତାନ ମଧ୍ୟରେ ମହା ମୁକାବିଲା ହେବ । ଏହି ମ୍ୟାଚ୍‌ ପାଇଁ ପ୍ରଶଂସକ ଖୁବ୍ ଉତ୍ସାହିତ ରହିଛନ୍ତି । ଭାରତୀୟ ସମୟାନୁସାରେ ଏହା ସନ୍ଧ୍ୟା ୭ ଟା ୩୦ ରେ ଆରମ୍ଭ ହେବ ।