Tuesday, May 7, 2024
Home Blog Page 1292

ସରୁନି ବିଏମସିର ଡ୍ରେନ୍ କାର୍ଯ୍ୟ : ବର୍ଷା ଯୋଗୁ ହନ୍ତସନ୍ତ ହେଉଛନ୍ତି ରାଜଧାନୀବାସୀ

ରିପୋର୍ଟ : ସୁଭାସିସ ନାୟକ //
ଭୁବନେଶ୍ୱର,(୨୨/୦୭) : ଦେଶର ନମ୍ବର-ୱାନ ସ୍ମାର୍ଟ ସିଟି ଭାବେ ଗଣାଯାଉଥିବା ଭୁବନେଶ୍ୱରର ସ୍ଥିତି ବେହାଲ । ସରୁନି ବିଏମସିର ଡ୍ରେନ୍ କାର୍ଯ୍ୟ, ଅସରାଏ ବର୍ଷାରେ ରାଜଧାନୀ ଜଳମଗ୍ନ ହୋଇଯାଇଛି । କେଉଁଠି ଘରେ ପାଣି ପଶିଲାଣି ତ କେଉଁଠି ରାସ୍ତା ଉପରେ ଆଣ୍ଠୁଏ ପାଣି ଦେଖିବାକୁ ମିଳୁଛି । ବର୍ଷା ହେଲେ ବାହାରକୁ ବାହାରିବା ପାଇଁ ଲୋକେ ପାଣି ଶୁଖିବା ପର୍ଯ୍ୟନ୍ତ ଅପେକ୍ଷା କରୁଛନ୍ତି ।

ଏପରି ସମୟରେ ବିଏମ୍ସିର ଡ୍ରେନ କାର୍ଯ୍ୟ ସମସ୍ୟାକୁ ଆହୁରୀ ଜଟିଳ କରି ଦେଉଛି । ବର୍ଷ ସାରା ଲକଡାଉନ ପାଇଁ ଯାତାୟତ ଉପରେ କଟକଣା ଲାଗୁ କରାଯାଇଥିଲା । ଏବେ ଲକଡାଉନ କୋହଳ ହେବା ପରେ ଲୋକେ ବାହାରକୁ ବାହାରି କାର୍ଯ୍ୟରେ ଲାଗୁଛନ୍ତି । ଏପରି ସ୍ଥଳେ ଡ୍ରେନ୍ ଖୋଳି ଦେବା ଯୋଗୁ ରାସ୍ତା ଉପରେ ମାଟି ଜମି ରହିଛି ସରୁନି ବିଏମସିର ଡ୍ରେନ୍ କାର୍ଯ୍ୟ । ବର୍ଷା ଦିନରେ ଡ୍ରେନ୍ ଅଳିଆ ରାସ୍ତା ଉପରେ ପଡି ରହିଥିବା ବେଳେ ଲୋକେ ଅସୁବିଧା ଭୋଗୁଛନ୍ତିି । ଠିକ୍ ଭାବେ ଡ୍ରେନ୍ ସଫେଇ ହୋଇ ନ ଥିବାର ପାଣି ମଧ୍ୟ ଠିକ୍ ଭାବେ ନିଷ୍କାସନ ହୋଇପାରୁନାହିଁ । ୨୦୧୫ ମସିହାରୁ ବିଏମ୍ସି ଡ୍ରେନ କାର୍ଯ୍ୟ ଶେଷ ହୋଇଯିବ ବୋଲି କହୁଥିଲେ ମଧ୍ୟ ଏପର୍ଯ୍ୟନ୍ତ ତାହା ଶେଷ ହୋଇପାରି ନାହିଁ । ଅଧିକାଂଶ ସ୍ଥାନରେ ଏବେବି ଡ୍ରେନ୍ ଖୋଳା ଚାଲିଛି । ଯାହା ଫଳରେ ରାସ୍ତା ବନ୍ଦ ରହୁଛି । ଡ୍ରେନ୍ କାର୍ଯ୍ୟ ଶେଷ ହୋଇ ନ ଥିବାରୁ ରାଜଧାନୀ ବିଭିନ୍ନ ସ୍ଥାନରେ ବର୍ଷା ଜଳ ଜମି ରହୁଥିବା ଦେଖିବାକୁ ମିଳୁଛି ।

ବର୍ଷା ହେବାର ୩ ଘଣ୍ଟା ପରେ ମଧ୍ୟ ପାଣି ନିଷ୍କାସନ ହୋଇପାରୁନ ଥିବାରୁ ତଳି ଅଞ୍ଚଳରେ ରହୁଥିବା ଲୋକଙ୍କ ଘରେ ପାଣି ପଶୁଛି । ୨୦୧୯ରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଭୁବନେଶ୍ୱରରେ ଜଳ ସମସ୍ତା ଦୂର କରିବା ପାଇଁ ହଜାର କୋଟି ଟଙ୍କା ମଞ୍ଜୁର କରିଥିଲେ । ଯେଉଁଥିରେ ଡ୍ରେନ୍ ନିର୍ମାଣ, ଜଳାଶୟର ପୁନଃଉଦ୍ଧାର, ଡ୍ରେନ ମରାମତି ସମେତ ବହୁ ବିଷୟ ଜଡିତ ଥିଲା । ହେଲେ ଏହି ଟଙ୍କାରୁ ଏବେ ସୁଦ୍ଧା ମାତ୍ର ୧୦୦ କୋଟି ମିଳିଥିବାରୁ ପାଣି ସମସ୍ୟା ସମାଧାନ କରିବା ଦିଗରେ ବିଏମ୍ସି ସଠିକ୍ ପଦକ୍ଷେପ ନେଇ ପାରୁନି ବୋଲି ଜଣେ ବରିଷ୍ଠ ଅଧିକାରୀ କହିଛନ୍ତି ।

ରସୁଲଗଡ, ବୋମିଖାଲ, ଲକ୍ଷ୍ମୀସାଗର, ପୁରୁଣା ଭୁବନେଶ୍ୱର, ନୟାପଲ୍ଲୀ ଆଦି ଅଞ୍ଚଳରେ ଡ୍ରେନ କାର୍ଯ୍ୟ ଏବେବି ଚାଲୁ ରହିଥିବା ଦେଖିବାକୁ ମିଳିଛି । ଡ୍ରେନ କାର୍ଯ୍ୟ ପରେ ରାସ୍ତାକୁ ଖୋଳି ଦେଇ ମରାମତି କରୁ ନ ଥିବାରୁ ଏହା ଏବେ ସ୍ଥିତିକୁ ଅଧିକ ଜଟିଳ କରୁଛି । ବର୍ଷା ଦିନରେ ରାସ୍ତାରେ ମୋରମ ପଡି ରହୁଥିବା ବେଳେ ଚାରିଆଡେ କାଦୁଅ ହୋଇଯାଇଛି । କେତଳ ସ୍ଥଳେ ଡ୍ରେନ୍ ନିର୍ମାଣ କରି ଠିକ୍ ଭାବେ ମାଟି ପୋତି ନ ଥିବାରୁ ରାସ୍ତା ମଝିରେ ବଡ ବଡ ଖାଲ ରହିଥିବା ଦେଖିବାକୁ ମିଳୁଛି । ଟେଣ୍ଡର ନେଇଥିବା ସଂସ୍ଥା ଏଭଳି କାର୍ଯ୍ୟକୁ ନେଇ ଲୋକେ ଅଭିଯୋଗ କରୁଥିଲେ ମଧ୍ୟ ଫଳ ଶୂନ୍ୟ । କାର୍ଯ୍ୟ କରୁଥିବା ସଂସ୍ଥା ସହ ବିଏମ୍ସିର ମଧୁ ଚନ୍ଦ୍ରିକା ଯୋଗୁ ଲୋକେ ଅସୁବିଧାର ସମ୍ମୁଖୀନ ହେଉଛନ୍ତି ।

ଏଥିସିହିତ ଇସ୍କନ ମନ୍ଦିର ସମ୍ମୁଖରେ ଦେଖାଯାଉଥିବା ପାଣି ସମସ୍ୟାର ସମାଧାନ ହୋଇପାରି ନାହିଁ । ପ୍ରତିବର୍ଷ ଇସ୍କନ ମନ୍ଦିର ସମ୍ମୁଖରେ ପାଣି ଜମି ରହୁଥିଲେ ମଧ୍ୟ ସମସ୍ୟାର ସ୍ଥାୟୀ ସମାଧାନ ହୋପାରୁ ନାହିଁ । ବିଏମ୍ସି, ରାଜ୍ୟ ସରକାର, ଏନ୍ଏଚ୍ଏଆଇ ସବୁ ମିଳିତ ଭାବେ ସମସ୍ୟାର ସମାଧାନ ଦିଗରେ ଦିର୍ଘ ୫ ପାଞ୍ଚ ବର୍ଷ ଯୋଜନା ପସ୍ତୁତରେ ରହିଯାଇଛନ୍ତି । ରାଜଧାନୀରେ ଏଭଳି ଜଳ ସମସ୍ୟାକୁ ନେଇ ସୋଶିଆଲ ମିଡିଆରେ ସମାଲୋଚନା କରାଯାଉଥିବା ଦେଖିବାକୁ ମିଳିଛି । କିଛି ଲୋକ ବର୍ଷା ଦିନରେ ରାଜଧାନୀରେ ଡଙ୍ଗାର ବ୍ୟବସ୍ଥା କରିବାକୁ କହି ସରକାରଙ୍କୁ ସମାଲୋଚନା କରୁଥିବା ଦେଖିବାକୁ ମିଳିଛି ।

ପାଣି ସମସ୍ୟା ସମାଧାନ ପାଇଁ ଡ୍ରେନ କାର୍ଯ୍ୟ ଶେଷ କରିବା ସବୁଠୁ ଗୁରୁତ୍ୱପୂର୍ଣ୍ଣ ହୋଇଥିଲେ ମଧ୍ୟ ଡ୍ରେନ କାର୍ଯ୍ୟ ମଧ୍ୟ ଶେଷ ହୋଇପାରୁନି । କେବେ ସରିବ ତାହା ମଧ୍ୟ ବିଏମ୍ସି ପକ୍ଷରୁ କୁହାଯାଇନାହିଁ । ରାଜଧାନୀବାସୀଙ୍କ ଠାରୁୁ ସରକାର ବିଭିନ୍ନ ଆଳରେ ମୋଟା ଅଙ୍କର ଟ୍ୟାକ୍ସ ନେଉଥିଲେ ମଧ୍ୟ ଜନସାଧାରଣଙ୍କୁ ମୌଳିକ ସୁବିଧା ଯୋଗାଇ ଦେବାରେ ବିଫଳ ହୋଇଛି । ଏବେ ଡ୍ରେନ୍ ସଫେଇକୁ ନେଇ ସ୍ଥାନୀୟ ଅଞ୍ଚଳରେ ବିରୋଧ ଦେଖିବାକୁ ମିଳିଛି । କିଛି ଲୋକ ଏଥିପାଇଁ କାର୍ଯ୍ୟ କରୁଥିବା ସଂସ୍ଥା ଉପରେ ଦୋଷ ଦେଉଥିବା ବେଳେ ଆଉ କିଛି ଲୋକ ଏଥିପାଇଁ ବିଏମ୍ସିକୁ ଦାୟୀ କରିଛନ୍ତି ।

ବିଏମମ୍ସିରା ବେପରୁଆ ନିତି ଯୋଗୁ ଏବେ ସୁଦ୍ଧା ଡ୍ରେନ କାର୍ଯ୍ୟ ଶେଷ ହୋଇ ନ ଥିବା ଲୋକେ ଅଭିଯୋଗ କରିଛନ୍ତି । ସ୍ମାର୍ଟ ସିଟି କେବେ ଏହି ସମସ୍ୟାରୁ ମୁକୁଳିବ ସେନେଇ କାହା ପାଖରେ ଉତ୍ତର ନାହିଁ । ଯଦି ସମସ୍ୟାର ସମାଧାନ ଉପରେ ଗୁରୁତ୍ୱ ଦିଆନଯାଏ ତେବେ ଆଗାମୀ ଦିନରେ ଜନଅସନ୍ତୋଷ ବୃଦ୍ଧି ପାଇବ ବୋଲି ବୁଦ୍ଧିଜୀବୀ ମହଲରେ ଆଲୋଚନା ହେଉଛି ।

ଅ।ସନ୍ତା ଜୁଲାଇ ୨୬ରୁ ଖୋଲିବ ଦଶମ ଓ ଦ୍ୱାଦଶ ଶ୍ରେଣୀ ହଷ୍ଟେଲ : ଗଣଶିକ୍ଷା ବିଭାଗ

ରିପୋର୍ଟ : ସୁଭାସିସ ନାୟକ //
ଭୁବନେଶ୍ୱର,(୨୨/୦୭) : ଛାତ୍ରଛାତ୍ରୀଙ୍କ ପାଇଁ ଖୁସି ଖବରୟ ସ୍କୁଲ ପରେ ଖୋଲିବ ହଷ୍ଟେଲ ଅ।ସନ୍ତା ଜୁଲାଇ ୨୬ରୁ ସ୍କୁଲ ସହ ହଷ୍ଟେଲ ଖୋଲିବାକୁ ରାଜ୍ୟ ସରକାର ଘୋଷଣା କରିଛନ୍ତି । ଦଶମ ଓ ଦ୍ୱାଦଶ ଶ୍ରେଣୀ ପିଲାଙ୍କ ପାଇଁ ହଷ୍ଟେଲ ଖୋଲିବାକୁ ନିଷ୍ପତ୍ତି ହୋଇଛି ।

ଅ।ସନ୍ତା ଜୁଲାଇ ୨୬ରୁ ମୁଖ୍ୟତଃ ଗଣଶିକ୍ଷା, ୟୁଜି, ପିଜି ଓ ସଂଖ୍ୟାଲଘୁ ବିଭାଗ ପରିଚାଳିତ ହଷ୍ଟେଲ ଖୋଲିବ । ସେହିପରି ଘରୋଇ ସଂସ୍ଥା ପରିଚାଳିତ ଇଂଲିଶ ମିଡିୟମ ସ୍କୁଲ ହଷ୍ଟେଲ ଖୋଲିବୟ ହଷ୍ଟେଲ ଖୋଲିବା ନେଇ ଗଣଶିକ୍ଷା ବିଭାଗ ପକ୍ଷରୁ ବିଜ୍ଞପ୍ତି ଜାରି କରାଯାଇଛି ।

ଏହା ପୂର୍ବରୁ ଅ।ସନ୍ତା ୨୬ ତାରିଖରୁ ସ୍କୁଲ୍ ଖୋଲିବାକୁ ନିଷ୍ପତ୍ତିି ନେଇଛନ୍ତି ରାଜ୍ୟ ସରକାର । କେବଳ ଦଶମ ଓ ଦ୍ୱାଦଶ ଶ୍ରେଣୀ ସ୍କୁଲ ଖୋଲିବାକୁ ନିଷ୍ପତ୍ତି ହୋଇଛି । କ୍ଲାସରେ ୨୦ ରୁ ୨୫ ପିଲା ବସିବେ । ସମସ୍ତଙ୍କ ପାଇଁ ମାସ୍କ ବାଧ୍ୟତାମୂଳକ କରାଯାଇଥିବା ବେଳେ ସ୍କୁଲକୁ ନିୟମିତ ଭାବେ ସାନିଟାଇଜ୍ କରାଯିବ । ଏପରିକି ପ୍ରବେଶ ପଥରେ ସାନିଟାଇଜର ଓ ଥର୍ମାଲ ସ୍କ୍ରିନିଂର ବ୍ୟବସ୍ଥା ରହି ।

ତାସହିତ ସ୍କୁଲରେ ଅ ।ଇସୋଲେସନ ରୁମ୍ ବି ରହିବ । ତେବେ ହଷ୍ଟେଲ୍ ଖୋଲିବ ନାହିଁ । ୫୦ ପ୍ରତିଶତ ସିଟ୍ ଖାଲି ରଖି ଛାତ୍ରଛାତ୍ରୀଙ୍କୁ ପରିବହନ ସୁବିଧା ଯୋଗାଇ ଦିଅ ।ଯିବ ବୋଲି କୁହାଯାଇଛି ।

ଡାକ୍ତରଙ୍କ ଘରୁ ଚୋରି ଦାଦା ଦେଲେ ବନ୍ଧୁଗାଁ ଥାନାରେ ଏତଲା : ନଗଦ ଟଙ୍କା ସହ ସୁନା ଓ ରୁପା ଚୋରି

ରିପୋର୍ଟ : ମିନା ବେହେରା //
ବନ୍ଧୁଗାଁ,(୨୧/୭/୨୧) : ଡାକ୍ତରଙ୍କ ଘରୁ ଚୋରି | ବନ୍ଧୁଗାଁ ବ୍ଲକ ଥାନା ଅନ୍ତର୍ଗତ କୋରାପୁଟ ଜିଲ୍ଲା ବନ୍ଧୁଗାଁ ବ୍ଲକ ଆଲମଣ୍ଡା ପ୍ରାଥମିକ ଚିକିସ୍ଛା କେନ୍ଦ୍ରରେ କାର୍ଯ୍ୟରତ ଜଣେ ଡାକ୍ତର ଭୋଗି ସନ୍ତୋସ କୁମାରଙ୍କ ଘରୁ କେହି ଚୋରି କରିଥିବାକୁ ନେଇ ତାଙ୍କ ଦାଦା ଭୋଗି ଝାଡେଶ୍ଵର ରାଓ ବନ୍ଧୁଗାଁ ଥାନାରେ ଲିଖିତ ଅଭିଯୋଗ କରିଛନ୍ତି ।5801da3f 6367 41a6 a0fa 289a8ecb774a ଡାକ୍ତରଙ୍କ ଘରୁ ଚୋରି ଦାଦା ଦେଲେ ବନ୍ଧୁଗାଁ ଥାନାରେ ଏତଲା : ନଗଦ ଟଙ୍କା ସହ ସୁନା ଓ ରୁପା ଚୋରି

ଡାକ୍ତରଙ୍କ ଘରୁ ଚୋରି ଅଭିଯୋଗ ପାଇଲା ପରେ ଘଟଣା ସ୍ଥଳକୁ ପୋଲିସ ଜାଇ ତଦନ୍ତ କରିଥିଲେ।ଘର ଭିତରେ ତିନଟି ବଖରାରେ ଥିବା ତିନଟି ଆଲମିରାର କବାଟ ଚୋର ମାନେ ଭାଙ୍ଗି ଦେଇଥିବା ବେଳେ ଜିନିଷ ପତ୍ର ସବୁ ଏଣେ ତେଣେ ପଡିଥିବା ସହ ୧.୨୦ ହଜାର ନଗଦ ଟଙ୍କା, ପାଞ୍ଚତୁଳା ଶୁନା, ଓ ୭୫୦ ଗ୍ରାମ ରୁପା ଅନୁମାନିକ ଭାବରେ ଘରୁ ଚୋରି ହୋଇଥିବା ଅନୁଯାଇ ବନ୍ଧୁଗାଁରେ ଏକ ଲିଖିତ ଭାବେ ଏତାଲା ଦିଆଯାଇଛି | ଉକ୍ତ ଘଟଣାର ବିଷୟକୁ ନେଇ ବନ୍ଧୁଗାଁ ଥାନା ଅଧିକାରୀ ଓ଼ଆଇସି ଶ୍ରୀ ସଭ୍ୟସାଚି ସତପତି ଘଟଣା ଷ୍ଟୋଳକୁ ଯାଇଛି ଦେଖି ଘରେ କେହି ନରୋହିଥିବା ହେତୁ ଥାଆନରୁ ଜଣେ ଗୃହ ରୋକ୍ଷଙ୍କୁ ରଖଆଯିବା ସହ କେଶକୁ ୪୫୭,୩୮୦, ବାବଦରେ କେସକରୀ ତଦନ୍ତ ଯାରି ରହିଛି,ଦେଖିବାକୁ ପାଇଥିଲେ ପୋଲିସ ।

ଡାକ୍ତର ଅନୁପସ୍ଥିତ ଥିବାରୁ କେତେକଣ ଚିରି ହୋଇଚି ତାହାସଠିକ ଭାବେ ଜଣାପଡୁନଥିବା ବେଳେ ସନ୍ଧାନି କୁକୁରର ସାହାଯ୍ୟ ଲୋଡାଜିବ ବୋଲି ପୋଲିସ କହିଚି । ପ୍ରକାସ ଥାଉକି ଡାକ୍ତର ସନ୍ତୋସଙ୍କର ରାଉରକେଲା ବଦଳି ହେଇଜାଇ ଥିବାରୁ ସେଠାରେ ଜାଇ ଜଇନ କରି ବନ୍ଧୁଗାଁ ଆସି ପୁଣି ଦସଦିନ ତଳେ ରାଉରକେଲା ଚାଲିଜାଇଥିଲେ।ଜାହାର ସୁଯୋଗ ନେଇ ଚୋର ମାନେ ଘର ସମୁଖ କବାଟର ତାଲା ଭାଙ୍ଗି ଚୋରି କରିବାରେ ସକ୍ଷମ ହୋଇଥିଲେ ।

ବାର୍ଡ ଫ୍ଲୁ ମଣିଷକୁ ସଂକ୍ରମିତ କରିବା ବିରଳ, ସତର୍କତା ଆବଶ୍ୟକ : ଏମ୍ସ ନିର୍ଦ୍ଦେଶକ

ରିପୋର୍ଟ : ଓଡିଶା ନ୍ୟୁଜ ୨୪ ବ୍ୟୁରୋ //
ନୂଆଦିଲ୍ଲୀ,(୨୨/୦୭) : ଇନଫ୍ଲୁଏଞ୍ଜା ଭାଇରସ ବା ବାର୍ଡ ଫ୍ଲୁ ରେ ପକ୍ଷୀ କିମ୍ୱା କୁକୁଡ଼ାଙ୍କ ଦେହରେ ଦେଖାଯାଏ । ଏବେ ଏହି ଭାଇରସରେ ସଂକ୍ରମିତ ହୋଇ ହରିଆଣାର ଜଣେ ୧୧ ବର୍ଷୀୟ ବାଳକ ପ୍ରାଣ ହରାଇଛି ।

ଏହାପରେ ବାର୍ଡ ଫ୍ଲୁ ମଣିଷର ଶରୀରକୁ ସଂକ୍ରମିତ ହେଉଛି ବୋଲି ଆଶଙ୍କା କରାଯାଉଥିଲା । ତେବେ ଏଭଳି ହେବା ଦୁର୍ଲଭ । ତେଣୁ ମାନବ ଜାତି ଏହାକୁ ନେଇ ଭୟଭୀତ ହେବାର ଆବଶ୍ୟକତା ନାହିଁ ବୋଲି ଦିଲ୍ଲୀ ଏମ୍ସ ନିର୍ଦ୍ଦେଶକ ଡାକ୍ତର ରଣଦୀପ ଗୁଲେରିଆ କହିଛନ୍ତି ।

ଏମ୍ସ ନିର୍ଦ୍ଦେଶକ କହିଛନ୍ତି ଯେ, “ଆମକୁ ଏହାକୁ ନେଇ ସତର୍କ ରହିବାକୁ ହେବ। ଯେଉଁଠି ଏହି ବାର୍ଡ ଫ୍ଲୁ ସଂକ୍ରମଣ ରହିଛି ସେଠାରୁ ନିଜକୁ ଦୂରେଇ ରଖିବା ଠିକ୍ ହେବ । ଯେଉଁଠି ଏହି ଭାଇରସ କାରଣରୁ ନାବାଳକଟିର ମୃତ୍ୟୁ ଘଟିଛି ସେଠି ନମୁନା ନିଆଯିବା ଆବଶ୍ୟକ । ତେବେ ନ୍ୟାସନାଲ ସେଣ୍ଟର ଫର୍ ଡିଜିଜ କଣ୍ଟ୍ରୋଲର ଏକ ଟିମ୍ ମୃତ ବାଳକର ଗାଁକୁ ଯାଇ ନମୁନା ପରୀକ୍ଷା କରିଥିବା ସୂଚନା ରହିଛି । ହେଲେ ଗୁରୁଗ୍ରାମ ପ୍ରଶାସନ କହିଛି ଆଉ କୌଣସି ବ୍ୟକ୍ତି ବା ଛୋଟ ଛୁଆ ଏହି ଇନଫ୍ଲୁଏଞ୍ଜାରେ ସଂକ୍ରମିତ ହେବାର ନଜିର ନାହିଁ” ।

ମେଡିସିନ୍ ବିଭାଗର ଆସୋସିଏଟ୍ ପ୍ରଫେସର ଡକ୍ଟର ନୀରଜ ନିଶାଲ କହିଛନ୍ତି ଯେ ବାର୍ଡ ଫ୍ଲୁ ମୁଖ୍ୟତଃ ପକ୍ଷୀମାନଙ୍କର ରୋଗ ଏବଂ ଏପର୍ଯ୍ୟନ୍ତ ମଣିଷ-ମଣିଷ ମଧ୍ୟରେ ସଂକ୍ରମିତ ହେବାର କୌଣସି ପ୍ରମାଣ ନାହିଁ । ସେ କହିଛନ୍ତି, ସଂକ୍ରମଣ ଦ୍ୱାରା ପ୍ରଭାବିତ କେତେକ ଅଲଗା ଅଞ୍ଚଳ ଚିହ୍ନଟ ହୋଇଛି । କ୍ୱଚିତ୍, ଏହି ଅଞ୍ଚଳରେ ସଂକ୍ରମଣ ବିସ୍ତାର କରି ଥାଇପାରେ । ତଥାପି, ମାନବ-ରୁ-ମାନବ ସଂକ୍ରମଣର କୌଣସି ପ୍ରମାଣ ମିଳି ନାହିଁ ।

ନିଶଲ କହିଛନ୍ତି, ସେରୋ ସର୍ଭେରେ ଅସ୍ୱାଭାବିକ ମାମଲାଗୁଡ଼ିକର କୌଣସି ପ୍ରମାଣ ନାହିଁ ଏବଂ ଚିକିତ୍ସା ସମୟରେ ସ୍ୱାସ୍ଥ୍ୟ କର୍ମୀଙ୍କ ନିକଟରେ ସଂକ୍ରମଣ ହେବାର କୌଣସି ପ୍ରମାଣ ମିଳି ନାହିଁ । ଯଦି ଜଣେ ଠିକ୍ ଭାବରେ ରନ୍ଧା ହୋଇଥିବା କୁକୁଡ଼ା ମାଂସ ଖାଉଛନ୍ତି, ତେବେ ଚିନ୍ତା କରିବାର କୌଣସି ଆବଶ୍ୟକତା ନାହିଁ ।

ତେବେ ସଂକ୍ରମିତ କିମ୍ୱା ଅସୁସ୍ଥ କୁକୁଡ଼ାମାନଙ୍କଠୁ ଦୂରେଇ ରହିବା ଠିକ୍ ହେବ । ଗୁଲେରିଆ କହିଛନ୍ତି ଯେ ଅତୀତରେ ଯେତେବେଳେ କୁକୁଡ଼ାଙ୍କ ପାଖରେ H5N1 ଏଭିଆନ୍ ଫ୍ଲୁ ହୋଇଥିଲା, ସଂକ୍ରମଣ ବିସ୍ତାର ନହେବା ପାଇଁ ସେହି ଅଞ୍ଚଳରେ କୁକୁଡ଼ାଙ୍କୁ ମାରି ଦିଆଯାଉଥିଲା । ସେ କହିଛନ୍ତି ଯେ H5N1 ଭାଇରସ ମୁଖ୍ୟତଃ କୁକୁଡ଼ା ଓ ସ୍ଥାନାନ୍ତରିତ ପକ୍ଷୀମାନଙ୍କ ମାଧ୍ୟମରେ ହୋଇଥାଏ । ଗୁଲେରିଆ କହିଛନ୍ତି ଯେ ଯେଉଁମାନେ କୁକୁଡ଼ା ଚାଷ ଏବଂ ଫାର୍ମରେ କାମ କରନ୍ତି ସେମାନେ ସଂକ୍ରମଣର ଶିକାର ହୁଅନ୍ତି ।

କ୍ରାଇମବ୍ରାଞ୍ଚ ହାତରେ ରାଜ କୁନ୍ଦ୍ରାଙ୍କ ଘରର ଏକ ସର୍ଭର : ୭୦ଟି ପର୍ଣ୍ଣ ଭିଡିଓ ଜବତ

ରିପୋର୍ଟ : ଓଡିଶା ନ୍ୟୁଜ ୨୪ ବ୍ୟୁରୋ //
ମୁମ୍ବାଇ,(୨୨/୦୭) : ଅଶ୍ଲୀଳ ଫିଲ୍ମ ନିର୍ମାଣ ମାମଲାରେ ରାଜ କୁନ୍ଦ୍ରାଙ୍କ ଅଡୁଆ ବଢିବାରେ ଲାଗିଛି । ବର୍ତ୍ତମାନ କୁନ୍ଦ୍ରା ଏବଂ ତାଙ୍କ ଡାହାଣ ହାତ କୁହାଯାଉଥିବା ମୁଖ୍ୟ ଅଭିଯୁକ୍ତ ଉମେଶ କାମତ ପୋଲିସ ହେପାଜତରେ ଅଛନ୍ତି । ଏହି ମାମଲାର ଯାଞ୍ଚ କରୁଥିବା କ୍ରାଇମବ୍ରାଞ୍ଚ ହାତରେ ଲାଗିଛି ରାଜ କୁନ୍ଦ୍ରାଙ୍କ ଘରର ଏକ ସର୍ଭର ଓ ଉମେଶ କାମତ ନିର୍ମାଣ କରିଥିବା ୭୦ ଟି ପର୍ଣ୍ଣ ଭିଡିଓ ।

କ୍ରାଇମବ୍ରାଞ୍ଚ ର ସୂଚନା ଅନୁସାରେ, ୟୁକେର ପ୍ରଯୋଜନା କମ୍ପାନୀ କେନରିନ୍‌କୁ ପଠାଯାଇଥିବା ଭିଡିଓ ବାବଦରେ ସେ କିଛି ଜାଣିନାହାଁନ୍ତି ବୋଲି କହିଛନ୍ତି ରାଜ କୁନ୍ଦ୍ରା । ତେବେ ତାଙ୍କ ଘରୁ ଜବତ ହୋଇଥିବା ସର୍ଭରକୁ ଫରେନସିକ୍ ଯାଞ୍ଚ ପାଇଁ ପଠାଯାଇଛି । ଏଥିରୁ ସ୍ପଷ୍ଟ ହେବ ଯେ, ୟୁକେ କମ୍ପାନୀକୁ ପଠାଯାଇଥିବା ଭିଡିଓ ଏହି ସର୍ଭରରୁ ପଠାଯାଇଛି ନା ଅନ୍ୟ କେଉଁ ସର୍ଭରରୁ ପଠାଯାଇଛି ।

ସେପଟେ ପଟରାଉଚରା ବେଳେ କିନ୍ତୁ ରାଜ ବାରମ୍ବାର କହିଆସୁଛନ୍ତି ଯେ, ସେ ପର୍ଣ୍ଣ ଫିଲ୍ମ ନିର୍ମାଣ କରୁନଥିଲେ ବରଂ ଅନ୍ୟ ଓ.ଟି.ଟି. ପ୍ଲାଟଫର୍ମରେ ଦେଖାଯାଉଥିବା ଯୌନ ଉଦ୍ଦୀପକ ଭିଡିଓ ତିଆରି କରୁଥିଲେ ।

କ୍ରାଇମବ୍ରାଞ୍ଚର ସୂଚନା ଅନୁସାରେ, ଜବତ ହୋଇଥିବା ଅଶ୍ଳୀଳ ଭିଡିଓ ଗୁଡିକ ଅଲଗା ଅଲଗା ପ୍ରଯୋଜନା ସଂସ୍ଥା ଦ୍ୱାରା ନିର୍ମାଣ କରାଯାଇଛି । ହଟ୍ ସଟ୍ ଆପ୍‌ରେ ଅପଲୋଡ୍ କରାଯାଇଥିବା ୨୦ରୁ ୩୦ ମିନିଟ୍ ଅବଧିର ୯୦ଟି ଭିଡିଓକୁ ଜବତ କରି ତଦନ୍ତ ଚଳାଇଛି କ୍ରାଇମବ୍ରାଞ୍ଚ ।

ଆଜି ଅଧରପଣା , ରାତି ୮ଟା ସୁଦ୍ଧା ରଥାରୁଢ଼ ଶ୍ରୀଜିଉଙ୍କୁ ଲାଗି ହେବ ପଣା

ରିପୋର୍ଟ : ଓଡିଶା ନ୍ୟୁଜ ୨୪ ବ୍ୟୁରୋ //
କଟକ,ପୁରୀ,(୨୨/୦୭) : ସୁନାବେଶ ଦିନ ପରେ ଅର୍ଥାତ ତ୍ରୟୋଦଶୀ ତିଥିରେ ରଥାରୁଢ଼ ଶ୍ରୀଜିଉଙ୍କୁ ଅଧରପଣା ଭୋଗ ନୀତି ଅନୁଷ୍ଠିତ ହୋଇଥାଏ । ଆଜି ଅଧରପଣା ନୀତି ପାଇଁ ଶ୍ରୀମନ୍ଦିର ପ୍ରଶାସନ, ରାଘବଦାସ ମଠ ଓ ବଡ଼ଓଡିଆ ମଠ ପକ୍ଷରୁ ସମସ୍ତ ପ୍ରସ୍ତୁତି ହୋଇଥାଏ । ଛାଚି, ସର, କଦଳୀ, ଛେନା, ଗୋଲମରିଚ, କର୍ପୂର ଓ ଜାଇଫଳ ଆଦି ପଣା ସାମଗ୍ରୀ ପହଞ୍ଚାଯାଏ । ମହାପ୍ରଭୁଙ୍କ ସେବକମାନେ ପଣା ପ୍ରସ୍ତୁତ କରିଥାନ୍ତି।

ସୂଚନା ମୁତାବକ, ଆଜି ଅଧରପଣା ଗୁରୁବାର ତ୍ରୟୋଦଶୀ ତିଥିରେ ରଥାରୁଢ ଦିଅଁଙ୍କୁ ଅଧରପଣା ଭୋଗ ଲଗାଯିବ । ଅଧର ଉଚ୍ଚା ୯ଟି ତୁମ୍ୱାକୃତି ମାଟି ପାତ୍ରରେ ପଣା ପ୍ରସ୍ତୁତ ହେବ । ଭୋଗ ସରିଲା ପରେ ରଥ ଉପରେ ହାଣ୍ଡି ଭଙ୍ଗା ଯିବ ।

କିମ୍ବଦନ୍ତୀ ଅନୁସାରେ ଉକ୍ତ ଭୋଗ ପଣା ପାଶ୍ୱର୍ଦେବାଦେବୀ, ଅଶରୀର, ଚଣ୍ଡୀ ଓ ଚାମଣ୍ଡାଙ୍କ ଉଦ୍ଦେଶ୍ୟରେ ସମର୍ପଣ କରାଯାଏ । ଠାକୁରଙ୍କ ମଧ୍ୟାହ୍ନଧୂପ ବଢିବା ପରେ ଅଧର ପଣା ପ୍ରସ୍ତୁତି ଆରମ୍ଭ ହେବ।

ସନ୍ଧ୍ୟା ୮ଟାରେ ଅଧର ପଣା ଭୋଗ ଲଗାଯିବା ପାଇଁ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ସମୟ ଧାର୍ଯ୍ୟ ହୋଇଛି ।

ଲେମ୍ବୁ ଓ ଗୁଡ଼ ର ପାଣି ପିଇବା ଦ୍ୱାରା କମିଥାଏ ଓଜନ, ଜାଣନ୍ତୁ କିପରି କରିବେ ପ୍ରସ୍ତୁତ

0

ରିପୋର୍ଟ : ଓଡିଶା ନ୍ୟୁଜ ୨୪ ବ୍ୟୁରୋ //
ଭୁବନେଶ୍ୱର,(୨୨/୦୭) : ଆପଣ ଲେମ୍ବୁ ଓ ମହୁ ପିଇବାର ଉପକାର ତ ନିଶ୍ଚୟ ଶୁଣିଥିବେ, କିନ୍ତୁ ଆପଣ ଜାଣନ୍ତି କି ଲେମ୍ବୁ ଓ ଗୁଡ଼ ର ପାଣି ଆପଣଙ୍କ ଶରୀର ପାଇଁ କେତେ ଲାଭଦାୟକ । ଯେଉଁମାନେ ଓଜନ କମାଇବାକୁ କଠିନ ପରିଶ୍ରମ କରୁଛନ୍ତି, ସେମାନେ ଏହି ସହଜ ଆୟୁର୍ବେଦିକ ରେସିପି ମାଧ୍ୟମରେ ନିଜର ଓଜନ ହ୍ରାସ କରିପାରିବେ ।

ଆଜି ଆମେ ଆପଣଙ୍କୁ ଏପରି ପାନୀୟ କିମ୍ବା ଆୟୁର୍ବେଦିକ ମିଶ୍ରଣ ବିଷୟରେ କହିବାକୁ ଯାଉଛୁ ଯାହା ଆପଣଙ୍କ ସ୍ୱାସ୍ଥ୍ୟ ପାଇଁ ଲାଭଦାୟକ ହେବା ସହିତ ଓଜନ ହ୍ରାସ କରିବାରେ ମଧ୍ୟ ସାହାଯ୍ୟ କରେ । ଏହା ହେଉଛି ଲେମ୍ବୁ ଓ ଗୁଡ଼, ଯାହାକୁ ଏକାସାଙ୍ଗରେ ପିଇବା ଦ୍ୱାରା ଓଜନ କମ୍ ହୋଇଥାଏ ।

ଗୁଡ଼ର ଉପକାରିତା :

ଚିନି ତୁଳନାରେ ଗୁଡ଼ ଆପଣଙ୍କ ଶରୀର ପାଇଁ ଭଲବୋଲି ସାବ୍ୟସ୍ତ ହୋଇଥାଏ । ଏଥିରେ ଅଳ୍ପ ପରିମାଣର କ୍ୟାଲୋରୀ ଥାଏ । ଗୁଡ଼ରେ ଆଣ୍ଟିଅକ୍ସିଡାଣ୍ଟ, ଜିଙ୍କ ଏବଂ ସେଲେନିୟମ୍ ଭରପୂର ମାତ୍ରାରେ ରହିଥାଏ, ଯାହାକି ରୋଗପ୍ରତିରୋଧକ ଶକ୍ତି ବୃଦ୍ଧି କରିବାରେ ସାହାଯ୍ୟ କରିଥାଏ । କେବଳ ଏତିକି ନୁହେଁ, ଗୁଡ଼ ଶରୀରରୁ ବିଷାକ୍ତ ପଦାର୍ଥ ବାହାର କରିଥାଏ ଓ ମେଟାବୋଲିଜିମକୁ ଶକ୍ତିଶାଳୀ କରିଥାଏ । ଖାଇବା ପରେ ଏକ ଛୋଟ ଖଣ୍ଡ ଗୁଡ଼ ଖାଇବା ଦ୍ୱାରା ଖାଦ୍ୟ ସହଜରେ ହଜମ ହୋଇଯାଏ ।

ଲେମ୍ବୁର ଉପକାରିତା :

ଲେମ୍ବୁରେ ଭିଟାମିନ୍ ସି ପ୍ରଚୁର ପରିମାଣରେ ମିଳିଥାଏ । ଏହା ଶରୀରକୁ ହାଇଡ୍ରେଟ୍ ରଖିବା ସହ ମେଟାବୋଲିଜିମ୍ ବଢ଼ାଇଥାଏ । ଲେମ୍ବୁରେ ଥିବା ଆଣ୍ଟିଅକ୍ସିଡାଣ୍ଟଗୁଡିକ କୋଷଗୁଡ଼ିକୁ ମୁକ୍ତ ରେଡିକାଲ୍ ଦ୍ୱାରା କ୍ଷତିରୁ ରକ୍ଷା କରିଥାଏ । ଓଜନ ହ୍ରାସ କରିବାରେ ଏହା ପ୍ରଭାବଶାଳୀ ।

ବଙ୍ଗୋପସାଗରରେ ଘୁର୍ଣ୍ଣିବଳୟ, ଲଘୁଚାପରେ ପରିଣତ ହେବା ସମ୍ଭାବନା : ୨୬ ଯାଏଁ ଛେଚିବ

ରିପୋର୍ଟ : ଓଡିଶା ନ୍ୟୁଜ ୨୪ ବ୍ୟୁରୋ //
ଭୁବନେଶ୍ୱର,(୨୨/୦୭) : ଉତ୍ତର-ପଶ୍ଚିମ ବଙ୍ଗୋପସାଗରରେ ଘୂର୍ଣ୍ଣିବଳୟ ସୃଷ୍ଟି ହୋଇଛି । ଆସନ୍ତା ୪୮ ଘଣ୍ଟା ଭିତରେ ଏହା ଘନୀଭୂତ ହୋଇ ଲଘୁଚାପରେ ପରିଣତ ହେବା ସମ୍ଭାବନା ଅଛି । ଏହା ପ୍ରଭାବରେ ରାଜ୍ୟରେ ବର୍ଷା ହେବ । ମାତ୍ର ରାଜ୍ୟରେ ଏବେ ବର୍ଷାର ଯେଉଁଭଳି ଅଭାବ ରହିଛି, ତାହା ଭରଣା ହେବା ସମ୍ଭାବନା କମ୍‌ ।

କୃଷି ପାଣିପାଗ ବିଶାରଦ ଡକ୍ଟର ସୁରେନ୍ଦ୍ରନାଥ ପଶୁପାଳକଙ୍କ ପୂର୍ବାନୁମାନ ହେଲା, ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଘୂର୍ଣ୍ଣିବଳୟ ଗୁରୁବାରକୁ ଲଘୁଚାପ ରୂପ ନେଇପାରେ । ହେଲେ ଏହା ବିଶେଷ ବର୍ଷା କରାଇବ ନାହିଁ । ୨୨ ତାରିଖରେ ସମଗ୍ର ରାଜ୍ୟରେ ଓ ୨୩ରେ ଦକ୍ଷିଣ ଏବଂ କେନ୍ଦ୍ରୀୟ ଓଡ଼ିଶାର କେତେକ ଜାଗାରେ ଘଡ଼ଘଡ଼ି ସହ ବର୍ଷା ହେବ । ୨୩ରେ ଉପକୂଳ ଜିଲ୍ଲା ଓ ୨୩/୨୪ରେ ଉତ୍ତର ଆଭ୍ୟନ୍ତରୀଣ ଜିଲ୍ଲାରେ ଲଘୁଚାପଜନିତ ମୌସୁମୀ ବର୍ଷା ହେବ । ୨୪ରୁ ଅଧିକାଂଶ ଜାଗାରେ ବର୍ଷା ଛାଡ଼ିଯିବ ।

ଆକଳନ କରାଯାଉଛି, ଆସନ୍ତା ୨୬ ତାରିଖ ସୁଦ୍ଧା ଦକ୍ଷିଣ କେନ୍ଦ୍ରୀୟ ଓ ପଶ୍ଚିମ ଓଡ଼ିଶାରେ ସମୁଦାୟ ବର୍ଷା ହାରାହାରି ୪୦, ଉପକୂଳରେ ୮୦ ଓ ସୀମାନ୍ତବର୍ତ୍ତୀ ଆଭ୍ୟନ୍ତରୀଣ ଓଡ଼ିଶାରେ ୧୦୦ ମିମି ବର୍ଷା ହୋଇପାରେ । ଖୋର୍ଦ୍ଧା ଓ ନୟାଗଡ଼ରେ ସମୁଦାୟ ୬୦ ମିମି ବର୍ଷା ହୋଇପାରେ ।

୨୬ ତାରିଖରେ ସୃଷ୍ଟି ହେବାକୁ ଯାଉଥିବା ସମ୍ଭାବ୍ୟ ଘୂର୍ଣ୍ଣିବଳୟର ପ୍ରଭାବ ୨୪ ତାରିଖ ବେଳକୁ ଜଣାପଡ଼ିବ । ତେଣୁ ବର୍ତ୍ତମାନର ନିଅଣ୍ଟିଆ ମୌସୁମୀ ଅତିକମ୍‌ରେ ୨୬ ପର୍ଯ୍ୟନ୍ତ ଅଧିକ ବଢ଼ିବ । ଦକ୍ଷିଣ କେନ୍ଦ୍ରୀୟ ଓ ପଶ୍ଚିମ ଓଡ଼ିଶାର ଅଣଜଳସେଚିତ ଜମିରେ ଧାନର ରୁଆବେଉସା କାମ ବେଶି ଆଗେଇବ ନାହିଁ ।

ପାଣିପାଗ ବିଭାଗ କହିଛି, ସମ୍ଭାବ୍ୟ ଲଘୁଚାପ ପ୍ରଭାବରେ ୨୬ ଯାଏଁ ବର୍ଷା ହେବ । ୨୨ ତାରିଖରେ ରାଜ୍ୟର ଅଧିକାଂଶ ଜାଗାରେ ବର୍ଷା ସମ୍ଭାବନା ଅଛି । କେନ୍ଦ୍ରାପଡ଼ା, ଜଗତସିଂହପୁର, ପୁରୀ, ଖୋର୍ଦ୍ଧା, କଟକ, ସମ୍ବଲପୁର, ଦେବଗଡ଼ରେ ସ୍ଥାନେ ସ୍ଥାନେ ପ୍ରବଳରୁ ପ୍ରବଳତର ବର୍ଷା ହୋଇପାରେ । ବାଲେଶ୍ୱର, ଭଦ୍ରକ, ଯାଜପୁର, ଢେଙ୍କାନାଳ, ଅନୁଗୁଳ, କେନ୍ଦୁଝର, କୋରାପୁଟ, ମାଲକାନଗିରି, ସୁନ୍ଦରଗଡ଼ରେ ପ୍ରବଳ ବର୍ଷା ଆଶଙ୍କା ଅଛି ।

ଆଜିଠୁ ଜନ୍ତରମନ୍ତର ରେ ଗର୍ଜିବେ ଅନ୍ନଦାତା, ଦିନ ୧୧ରୁ ସନ୍ଧ୍ୟା ୫ ଯାଏଁ ଚାଲିବ କୃଷକ ସଂସଦ

ରିପୋର୍ଟ : ଓଡିଶା ନ୍ୟୁଜ ୨୪ ବ୍ୟୁରୋ //
ନୂଆଦିଲ୍ଲୀ,(୨୨/୦୭) : ଗୁରୁବାରଠାରୁ ରାଜଧାନୀ ନୂଆଦିଲ୍ଲୀର ଜନ୍ତରମନ୍ତର ଠାରେ ଧାରଣା ଦେବେ କୃଷକ । ଶେଷରେ ଦିଲ୍ଲୀର ଜନ୍ତରମନ୍ତରରେ ଧାରଣା ପ୍ରଦର୍ଶନ କରିବାକୁ କୃଷକଙ୍କୁ ମିଳିଛି ଅନୁମତି । ଦିଲ୍ଲୀ ସରକାରଙ୍କ ପକ୍ଷରୁ ଏହାର ଆଦେଶ ମଧ୍ୟ ଜାରି କରାଯାଇଛି । ଜୁଲାଇ ୨୨ରୁ ଅଗଷ୍ଟ ୯ ତାରିଖ ପର୍ଯ୍ୟନ୍ତ ସକାଳ ୧୧ଟାରୁ ସନ୍ଧ୍ୟା ୫ଟା ଯାଏଁ ସଂଯୁକ୍ତ କିଷାନ ମୋର୍ଚ୍ଚାର ସର୍ବାଧିକ ୨୦୦ ପ୍ରଦର୍ଶନକାରୀ କୃଷକଙ୍କୁ ଧାରଣା ପ୍ରଦର୍ଶନ କରିବାକୁ ଅନୁମତି ଦିଆଯାଇଛି ।

ଧାରଣା ପୂର୍ବରୁ ବୁଧବାର ଅପରାହ୍ନରେ କୃଷକ ନେତା ଯୁଦ୍ଧବୀର ମଲିକ, ନୂଆ ଦିଲ୍ଲୀର ଜଏଣ୍ଟ କମିସନର ଯଶପାଲ ସିଂହ, ଡିସିପି ଦୀପକ ଯାଦବ ସମେତ ଅନେକ ଅଧିକାରୀ ଜନ୍ତରମନ୍ତର ପହଞ୍ଚିଥିଲେ । ସେଠାରେ ଆନ୍ଦୋଳନସ୍ଥଳର ବ୍ୟବସ୍ଥାର ସମୀକ୍ଷା କରିଥିଲେ । ପ୍ରଦର୍ଶନ ହେଲେ ଅଲଗା ଅଲଗା ସୀମାରୁ ଆସୁଥିବା କୃଷକ କେଉଁଠି ବସିବେ ସେ ସଂପର୍କରେ ଆଲୋଚନା ମଧ୍ୟ କରାଯାଇଛି ।

କୃଷକ ଆନ୍ଦୋଳନକୁ ଆହୁରି ଜୋରଦାର କରିବା ପାଇଁ ଗୁରୁବାରଠୁ ପ୍ରତିଦିନ ୨୦୦ କୃଷକ ସିନ୍ଧୁ ବର୍ଡରରୁ ସଂସଦ ପର୍ଯ୍ୟନ୍ତ ଶୋଭାଯାତ୍ରା କରିବେ । ଦିଲ୍ଲୀ ପୋଲିସ ଖୋଦ୍ କୃଷକଙ୍କୁ ଜନ୍ତରମନ୍ତର ପର୍ଯ୍ୟନ୍ତ ନେଇଯିବେ । କୃଷକଙ୍କ କହିବା ଅନୁଯାୟୀ, ସେମାନେ ସଂସଦ ବାହାରେ ନିଜର କୃଷକ ସଂସଦ ଆୟୋଜନ କରିବେ । ପ୍ରତିଦିନ ୨୦୦ କୃଷକଙ୍କୁ ପରିଚୟ ପତ୍ର ଦିଆଯିବ, ଯେଉଁମାନେ ସଂସଦ ପର୍ଯ୍ୟନ୍ତ ରାଲି କରିବେ । ଯଦି ସେମାନଙ୍କୁ ଦିଲ୍ଲୀ ପୋଲିସ ଅଟକାଏ ତେବେ ବିନା ବାଧାରେ ଗିରଫ ହେବାକୁ ପ୍ରସ୍ତୁତ ବୋଲି ସେମାନେ କହିଛନ୍ତି ।

ଦିଲ୍ଲୀ ପୋଲିସର କହିବାନୁସାରେ, ସଂଯୁକ୍ତ କୃଷକ ମୋର୍ଚ୍ଚାର ନେତାଙ୍କ ସହିତ ଆଲୋଚନା କରି କୃଷକଙ୍କକୁ ଜନ୍ତର ମନ୍ତର ଅଣାଯିବ । ପ୍ରାୟ ୨୦୦ କୃଷକ ବସ ମାଧ୍ୟମରେ ସକାଳ ୧୦ଟା ୩୦ରେ ଜନ୍ତର ମନ୍ତରରେ ପହଞ୍ଚିବେ । ସେମାନେ ସେଠାରେ ଶାନ୍ତିପୂର୍ଣ୍ଣ ଭାବେ ଆନ୍ଦୋଳନ କରିବେ ।

ପୋଲିସ ପକ୍ଷରୁ ସମସ୍ତ ସୁରକ୍ଷା ବ୍ୟବସ୍ଥା ଯୋଗାଇ ଦିଆଯିବ । ସୁରକ୍ଷା ପାଇଁ ଦିଲ୍ଲୀ ପୋଲିସ ଓ ଅର୍ଦ୍ଧସାମରିକ ବଳର ୫-୫ କମ୍ପାନୀକୁ ମୁତୟନ କରାଯିବ । ସମସ୍ତ କୃଷକଙ୍କୁ ପରିଚୟ ପତ୍ର ଯାଞ୍ଚ ପରେ ଭିତରକୁ ପ୍ରବେଶ ଅନୁମତି ମିଳିବ । ଏହାପରେ ସନ୍ଧ୍ୟା ୫ଟାରେ କୃଷକ ଜନ୍ତର ମନ୍ତରରୁ ଫେରିବେ ।

କମୁଛି ସଂକ୍ରମଣ, ୨୪ ଘଣ୍ଟାରେ ରାଜ୍ୟରେ ବାହାରିଲେ ୧୯୪୮ କରୋନା ପଜିଟିଭ୍

ରିପୋର୍ଟ : ସୁଭାସିସ ନାୟକ
ଭୁବନେଶ୍ୱର,(୨୨/୦୭) : ଜୁନ ପରେ ଜୁଲାଇ ଆଣିଦେଉଛି ଆଶ୍ୱସ୍ତିକର ଖବର । ରାଜ୍ୟରେ ଧୀରେ ଧୀରେ ତଳକୁ ଖସୁଛି ସଂକ୍ରମଣର ପାରା । ପ୍ରତିଦିନ ଚିହ୍ନଟ ହେଉଥିବା ନୂଆ ଆକ୍ରାନ୍ତଙ୍କ ସଂଖ୍ୟା ଧିରେ ଧିରେ କମୁଛି । ଗତ ୨୪ ଘଣ୍ଟା ମଧ୍ୟରେ ୧୯୪୮ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି ।

ଏହାକୁ ମିଶାଇ ରାଜ୍ୟରେ ମୋଟ୍ କରୋନା ପଜିଟିଭ୍ ସଂଖ୍ୟା ୯୬୧୯୩୪ରେ ପହଞ୍ଚିଛି । ତେବେ ଆଜି ଚିହ୍ନଟ ହୋଇଥିବା ସଂକ୍ରମିତଙ୍କ ମଧ୍ୟରୁ ୧୧୨୦ଜଣ କ୍ୱାରେଣ୍ଟାଇନ୍‌ରୁ ହୋଇଥିବା ବେଳେ ୮୨୮ ଜଣ ଲୋକାଲ୍‌ କେସ୍‌ ରହିଛନ୍ତି ।

ଚିହ୍ନଟ ହୋଇଥିବା ସଂକ୍ରମିତଙ୍କ ମଧ୍ୟରୁ ଅନୁଗୁଳ ଜିଲ୍ଲାରୁ ୮୫ଜଣ, ବାଲେଶ୍ୱର ଜିଲ୍ଲାରୁ ୯୮ଜଣ, ବରଗଡ଼ ଜିଲ୍ଲାରୁ ୧୭ଜଣ, ଭଦ୍ରକ ଜିଲ୍ଲାରୁ ୫୯ଜଣ, ବଲାଙ୍ଗୀର ଜିଲ୍ଲାରୁ ୭ଜଣ, ବୌଦ୍ଧ ଜିଲ୍ଲାରୁ ୪ଜଣ, କଟକ ଜିଲ୍ଲାରୁ ୨୭୯ଜଣ, ଦେଓଗଡ଼ ଜିଲ୍ଲାରୁ ୫ଜଣ, ଢେଙ୍କାନାଳ ଜିଲ୍ଲାରୁ ୩୪ଜଣ, ଗଜପତି ଜିଲ୍ଲାରୁ ୪ଜମ, ଗଞ୍ଜାମ ଜିଲ୍ଲାରୁ ୬ଜଣ, ଜଗତସିଂହପୁର ଜିଲ୍ଲାରୁ ୧୧୩ଜଣ, ଯାଜପୁର ଜିଲ୍ଲାରୁ ୧୧୫ଜଣ, ଝାରସୁଗୁଡ଼ା ଜିଲ୍ଲାରୁ ୬ଜଣ, କଳାହାଣ୍ଡି ଜିଲ୍ଲାରୁ ୪ଜଣ, କନ୍ଧମାଳ ଜିଲ୍ଲାରୁ ୧୯ଜଣ, କେନ୍ଦ୍ରାପଡ଼ା ଜିଲ୍ଲାରୁ ୧୧୨ଜଣ, କେନ୍ଦୁଝର ଜିଲ୍ଲାରୁ ୨୧ଜଣ, ଖୋର୍ଦ୍ଧା ଜିଲ୍ଲାରୁ ୪୮୦ଜଣ, କୋରାପୁଟ ଜିଲ୍ଲାରୁ ୭ଜଣ, ମାଲକାନଗିରି ଜିଲ୍ଲାରୁ ୨୪ଜଣ, ମୟୁରଭଞ୍ଜ ଜିଲ୍ଲାରୁ ୬୬ଜଣ, ନବରଙ୍ଗପୁର ଜିଲ୍ଲାରୁ ୯ଜଣ, ନୟାଗଡ଼ ଜିଲ୍ଲାରୁ ୮୮ଜଣ, ନୂଆପଡ଼ା ଜିଲ୍ଲାରୁ ୨ଜଣ, ପୁରୀ ଜିଲ୍ଲାରୁ ୮୩ଜଣ, ରାୟଗଡ଼ା ଜିଲ୍ଲାରୁ ୧୮ଜଣ, ସମ୍ବଲପୁର ଜିଲ୍ଲାରୁ ୨୫ଜଣ, ସୋନପୁର ଜିଲ୍ଲାରୁ ୧୨ଜଣ, ସୁନ୍ଦରଗଡ଼ ଜିଲ୍ଲାରୁ ୪୭ଜଣ, ଷ୍ଟେଟ ପୁଲ୍‌ରୁ ୯୯ଜଣ ରହିଛନ୍ତି ।

ସୂଚନାଯୋଗ୍ୟ ଯେ, ରାଜ୍ୟରେ ବର୍ତ୍ତମାନ ସୁଦ୍ଧା ମୋଟ୍ ୯୬୧୯୩୪ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏଥି ମଧ୍ୟରୁ ୧୯୬୨୩ଟି ଆକ୍ଟିଭ୍‌ କେସ୍‌ ରହିଥିବା ବେଳେ ୯୩୬୯୫୦ ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି । ଏବେ ସୁଦ୍ଧା ରାଜ୍ୟରେ ୧୫୩୫୭୭୭୧ ସାମ୍ପୁଲ ଟେଷ୍ଟ୍ ହୋଇଛି ।