Tuesday, May 7, 2024
Home Blog Page 2

ହାତୀ ଆକ୍ରମଣରେ ଜଣେ ମୃତ

ରିପୋର୍ଟ : ଓଡିଶା ନ୍ୟୁଜ ୨୪ ବ୍ୟୁରୋ //
ଅନୁଗୁଳ, (୦୭/୦୫) : ଅନୁଗୋଳ ବନଖଣ୍ଡ ବନ୍ତଳା ରେଞ୍ଜ ମଧୁପୁର ଗାଁ’ରେ ହାତୀ ଆକ୍ରମଣରେ ଜଣେ ବ୍ୟକ୍ତିଙ୍କ ମୃତ୍ୟୁ ଘଟିଛି । ମୃତକଙ୍କ ନାଁ କୁମୁଦ ସାହୁ (୫୫) ।

ଛେଳି ଚରାଇବାକୁ ଯାଇଥିବା ବେଳେ ଏକ ହାତୀ କୁମୁଦଙ୍କୁ ଆକ୍ରମଣ କରିଥିଲା । ଘଟଣାସ୍ଥଳରେ ତାଙ୍କର ମୃତ୍ୟ ହୋଇଥିଲା । କୁମୁଦଙ୍କ ମୃତ୍ୟୁକୁ ନେଇ ସ୍ଥାନୀୟ ଅଞ୍ଚଳରେ ଚାପା ଉତ୍ତେଜନା ଦେଖା ଦେଇଛି । ହାତୀ ଉପଦ୍ରବ ରୋକିବା ଓ ମୃତକଙ୍କ ପରିବାରକୁ ଉପଯୁକ୍ତ କ୍ଷତିପୂରଣ ଦାବିରେ ଅଡ଼ି ବସିଛନ୍ତି ଅଞ୍ଚଳବାସୀ । ଘଟଣାସ୍ଥଳରେ ପୁଲିସ ଓ ବନବିଭାଗ ଅଧିକାରୀମାନେ ପହଞ୍ଚି ଉତ୍ତ୍ୟକ୍ତ ଲୋକଙ୍କୁ ବୁଝାସୁଝା କରି ପରିସ୍ଥିତିକୁ ନିୟନ୍ତ୍ରଣ କରିବା ପାଇଁ ଉଦ୍ୟମ ଜାରି ରଖିଛନ୍ତି ।

ହେଲିକପ୍ଟର୍‌ରେ ଆସିଲା ଟିମ ଇଣ୍ଡିଆର ଟି-୨୦ ବିଶ୍ୱକପ ଜର୍ସି

ରିପୋର୍ଟ : ଓଡିଶା ନ୍ୟୁଜ ୨୪ ବ୍ୟୁରୋ //
ନୂଆଦିଲ୍ଲୀ, (୦୭/୦୫) : ଆସନ୍ତା ଟି-୨୦ ବିଶ୍ୱକପ ପାଇଁ ଆଜି ଟିମ ଇଣ୍ଡିଆର ଅଫିସିଆଲ ଜର୍ସି ଉନ୍ମୋଚିତ ହୋଇଛି । ବେଶ ନାଟକୀୟ ଷ୍ଟାଇଲରେ ଜର୍ସିକୁ ସାର୍ବଜନୀନ କରାଯାଇଛି ।

ହେଲିକପ୍ଟର୍‌ରେ ଆସିଲା ଟିମ ଇଣ୍ଡିଆର ଟି-୨୦ ବିଶ୍ୱକପ ଜର୍ସି । ଧର୍ମଶାଳାର ଏଚପିସିଏ ଷ୍ଟାଡିୟମରେ ଜର୍ସିର ଲଞ୍ଚ ହୋଇଛି । ସ୍ପୋର୍ଟସ ୱେୟାର ବ୍ରାଣ୍ଡ ଆଡିଡାସ ପକ୍ଷରୁ ଲଞ୍ଚ ବେଳର କିଛି ଦୃଶ୍ୟକୁ ଏକ୍ସରେ ପୋଷ୍ଟ କରାଯାଇଛି । ଉକ୍ତ ଭିଡିଓରେ କ୍ୟାପ୍ଟେନ ରୋହିତ ଶର୍ମାଙ୍କ ସହ କୁଲଦୀପ ଯାଦବ ଓ ରବୀନ୍ଦ୍ର ଜାଡେଜା ରହିଛନ୍ତି । ଜର୍ସି ଡିଜାଇନ୍‌ ଲିକ୍‌ ହୋଇଥିବା କୁହାଯାଉଥିଲେ ହେଁ ଏହାର ଏଣ୍ଟ୍ରୀ ସବୁଠାରୁ ଭିନ୍ନ ରହିଥିଲା । କାରଣ ଭାରତୀୟ ଟିମର ଜର୍ସି ହେଲିକପ୍ଟର ଦ୍ୱାରା ଷ୍ଟାଡିୟମର ଛାତ ଦେଇ ପଡ଼ିଆ ଭିତରେ ପ୍ରବେଶ କରିଥିଲା । ଏକ ବିରାଟ ଜର୍ସିକୁ ହେଲିକପ୍ଟରରେ ଡଙ୍ଗା ଯାଇ ସାମ୍ନାକୁ ଅଣାଯାଇଛି ।

ଏହାକୁ ଦେଖି ରୋହିତ ଓ ଜାଡେଜା ମଧ୍ୟ ଚକିତ ହେଉଛନ୍ତି । ଜର୍ସିର ବଡି ପାର୍ଟ ବ୍ଲୁ ଥିବା ବେଳେ ହାତ ଗେରୁଆ ରଙ୍ଗର ରହିଛି । ଉକ୍ତ ଜର୍ସିକୁ ପିନ୍ଧି ଟିମ ଇଣ୍ଡିଆ ଟି-୨୦ ବିଶ୍ୱକପରେ ଟକ୍କର କରିବ । ଆସନ୍ତା ଜୁନ ୨ରୁ ଆମେରିକା ଓ ୱେଷ୍ଟଇଣ୍ଡିଜରେ ଟି-୨୦ ବିଶ୍ୱକପ ଆରମ୍ଭ ହେବ। ଏଥିପାଇଁ ୧୫ ଜଣିଆ ଭାରତୀୟ ସ୍କ୍ୱାଡ ଘୋଷଣା ହୋଇ ସାରିଛି ।

ରୋହିତ ଶର୍ମା ଅଧିନାୟକ ଓ ହାର୍ଦ୍ଦିକ ପାଣ୍ଡ୍ୟା ତାଙ୍କ ଡେପୁଟି ଭାବେ ବିଶ୍ୱକପରେ ନଜର ଆସିବେ ।ଭାରତୀୟ ସ୍କ୍ୱାଡ: ରୋହିତ ଶର୍ମା (ଅଧିନାୟକ), ବିରାଟ କୋହଲି, ଯଶସ୍ୱୀ ଜୈସୱାଲ, ସୂର୍ଯ୍ୟ କୁମାର ଯାଦବ, ଶିବମ ଦୁବେ, ହାର୍ଦ୍ଦିକ ପାଣ୍ଡ୍ୟା (ଉପ ଅଧିନାୟକ), ଋଷଭ ପନ୍ତ, ସଞ୍ଜୁ ସାମସନ, ରବୀନ୍ଦ୍ର ଜାଡେଜା, ଅକ୍ଷର ପଟେଲ, କୁଲଦୀପ ଯାଦବ, ୟୁଜି ଚହଲ, ଯଶପ୍ରୀତ ବୁମ୍ରା, ଅର୍ଶଦୀପ ସିଂହ ଓ ମହମ୍ମଦ ସିରାଜ।

ରିଜର୍ଭ ଖେଳାଳି: ଶୁବମନ ଗିଲ, ରିଙ୍କୁ ସିଂହ, ଖଲୀଲ ଅହମଦ ଓ ଆବେଶ ଖାନ।

ଛେଳି ଚରାଇବାକୁ ଯାଇଥିଲେ, ବଜ୍ରାଘାତ ନେଲା ଜୀବନ

ରିପୋର୍ଟ : ଓଡିଶା ନ୍ୟୁଜ ୨୪ ବ୍ୟୁରୋ //
ଗଞ୍ଜାମ, (୦୭/୦୫) : ଗଞ୍ଜାମ ଜିଲ୍ଲା ସାନଖେମୁଣ୍ଡି ବ୍ଲକ ପାଟପୁର ଥାନା ଅନ୍ତର୍ଗତ ପଟିଗୁଡ଼ା ରେ ବଜ୍ରାଘାତ ରେ ଜଣେ ମୃତ୍ୟୁ । ମୃତକଙ୍କ ନାଁ ହେଉଛି ଜିତୁ ଗୌଡ଼ (୧୬) ।

ସୂଚନା ଅନୁସାରେ ପଟିଗୁଡ଼ା ଗାଁର ପଞ୍ଚା ଗୌଡ଼ଙ୍କ ପୁଅ ଜିତୁ ବିଲରୁ ଛେଳି କୁ ଚରାଇ ଘରକୁ ଆଣୁଥିଲେ। ରାସ୍ତାରେ ଆସୁଥିବା ବେଳେ ବହୁ ଜୋରରେ ବର୍ଷ ଆରମ୍ଭ ହେଲା । ଜିତୁ ଶିଘ୍ର ଆସିବା ପାଇଁ ଛେଳିଙ୍କୁ ଗୋଡ଼ାଇ ଆଣୁ ଥାନ୍ତି। ସେଇ ସମୟରେ ତାଙ୍କ ଉପରେ ବଜ୍ରାଘାତ ହୋଇଥିଲା । ସଙ୍ଗେ ସଙ୍ଗେ ଜିତୁ ତଳେ ପଡ଼ିଯାଇଥିଲେ। ସ୍ଥାନୀୟ ଲୋକ ଏହା ଦେଖି ଜିତୁଙ୍କୁ ଉଦ୍ଧାର କରି ଦିଗପହଣ୍ଡି ମେଡିକାଲକୁ ନେଇ ଯାଇଥିଲେ। ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ ।

ତେବେ କାଳବୈଶାଖୀ ପ୍ରଭାବରେ ରାଜ୍ୟର ବିଭିନ୍ନ ସ୍ଥାନରେ ଝଡ଼ ବର୍ଷା ହୋଇଛି । ଗଞ୍ଜାମ ସମେତ ଭୁବନେଶ୍ୱର, ନୟାଗଡ଼, ଭଞ୍ଜନଗର, ପୁରୀ ଓ ରେ କାଳବୈଶାଖୀ ପ୍ରଭାବରେ ବର୍ଷା ପବନ ହୋଇଛି। ନୟାଗଡ଼ରେ ପ୍ରବଳ ପବନ ସାଙ୍ଗକୁ କୁଆପଥର ମାଡ଼ ଓ ବର୍ଷା ହୋଇଛି । ଗଞ୍ଜାମ ଜିଲ୍ଲାର କିଛି ଅଞ୍ଚଳ ଓ ପୁରୀ ଜିଲ୍ଲାରେ ବୈଶାଖୀ ଜନିତ ବର୍ଷା ହୋଇଛି ।

ଛାତ୍ରଙ୍କ ସନ୍ଦେହଜନକ ମୃତ୍ୟୁ, ହତ୍ୟା ଅଭିଯୋଗ ଆଣିଲେ ପରିବାର ଲୋକ

ରିପୋର୍ଟ : ଓଡିଶା ନ୍ୟୁଜ ୨୪ ବ୍ୟୁରୋ //
ଜଗତସିଂହପୁର, (୦୭/୦୫) : ହଷ୍ଟେଲରେ ଛାତ୍ରଙ୍କ ସନ୍ଦେହଜନକ ମୃତ୍ୟୁ। ପରିବାର ଲୋକ ଆଣିଲେ ହତ୍ୟା ଅଭିଯୋଗ। ମୃତକଙ୍କ ନାଁ ବିଶ୍ୱଭୂଷଣ ସ୍ୱାଇଁ । ତାଙ୍କ ଘର ଜଗତସିଂହପୁର ଜିଲ୍ଲା ଗୋପୀନାଥପୁର ଗାଁ’ରେ ।

ବିଶ୍ୱଭୂଷଣ ଦଶମ ଶ୍ରେଣୀର ଛାତ୍ର ଥିଲେ । ସେ ଜଗତସିଂହପୁର ଜିଲ୍ଲାର ଗୋପାଳସାଗରରେ ଥିବା ଏକ ଘରୋଇ ହଷ୍ଟେଲରେ ରହି ପାଠପଢୁ‌ ଥିଲେ । ସେ ସେଠାରେ ପ୍ରାୟ ୭ ମାସ ହେଲା ଥିଲେ। ଆଜି ସକାଳେ ବିଶ୍ୱଭୂଷଣଙ୍କର ମୃତ୍ୟୁ ହୋଇଥିବା ହଷ୍ଟେଲ କର୍ମଚାରୀ ଜାଣିବାକୁ ପାଇଥିଲେ । ଏନେଇ ସେମାନେ ବିଶ୍ୱଭୂଷଣଙ୍କ ପରିବାର ଲୋକଙ୍କୁ ଜଣାଇଥିଲେ । ଖବର ପାଇ ବିଶ୍ୱଭୂଷଣଙ୍କ ବାପା ବିଭୁତିଭୂଷଣ ହଷ୍ଟେଲେରେ ପହଞ୍ଚିଥିଲେ । ଖଟ ଉପରେ ପୁଅର ମୃତଦେହ ପଡ଼ିଥିବା ଦେଖିବା ପରେ ତାଙ୍କ ମନ ବୁଝିନଥିଲା ।

କାରଣ ଗତକାଲି ସେ ପୁଅକୁ ଦେଖା କରି ଯାଇଥିଲେ । ସେତେବେଳେ ପୁଅର ପୂରା ଠିକ୍ ଥିଲା । ରାତିରେ କାହିଁକି ସେ ଆତ୍ମହତ୍ୟା କରିବ ବୋଲି ତାଙ୍କ ବାପା ପ୍ରଶ୍ନ କରିଛନ୍ତି । ଏହା ସହିତ ପୁଅକୁ ହତ୍ୟା କରାଯାଇଥିବା ନେଇ ସେ ଜଗତସିଂହପୁର ସଦର ଥାନାରେ ଲିଖିତ ଅଭିଯୋଗ କରିଛନ୍ତି ।ବିଭୁତିଭୂଷଣଙ୍କ ଅଭିଯୋଗ ଆଧାରରେ ପୁଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହକୁ ଜବତ କରିବା ସହିତ ବ୍ୟବଚ୍ଛେଦ ପାଇଁ ପଠାଇଛି । ବ୍ୟବଚ୍ଛେଦ ରିପୋର୍ଟ ଆସିବା ପରେ ମୃତ୍ୟୁର ପ୍ରକୃତ କାରଣ ଜଣାପଡ଼ିବ ବୋଲି ପୁଲିସ କହିଛି ।

ଚେକିଂ ବେଳେ କାରରୁ ମିଳିଲା ୫ ଲକ୍ଷ

ରିପୋର୍ଟ : ଓଡିଶା ନ୍ୟୁଜ ୨୪ ବ୍ୟୁରୋ //
ବଲାଙ୍ଗୀର, (୦୬/୦୫) : ଚେକିଂ ବେଳେ କାର ଭିତରୁ ମିଳିଲା ୫ ଲକ୍ଷ ଟଙ୍କା। ବଲାଙ୍ଗିର-ଦେଓଗାଁ ରାସ୍ତାର ବିଜାଖମନ ନିକଟରୁ ଏହି ଟଙ୍କା ଜବତ କରିଛି । ପୁଲିସ ଏହି ଟଙ୍କାକୁ ଫ୍ଲାଇଂ ସ୍କ୍ବାଡକୁ ହସ୍ତାନ୍ତର କରିଛି ।

ନିର୍ବାଚନ ପାଇଁ ଚାରିଆଡେ କଢ଼ାକଢ଼ି ଭାବେ ଚେକିଂ ଚାଲିଛି । ଗତକାଲି ବଲାଙ୍ଗିର-ଦେଓଗାଁ ରାସ୍ତାର ବିଜାଖମନ ନିକଟରେ ଚେକି ଚାଲିଥିବା ବେଳେ ପୁଲିସ ଏକ କାର୍‌ରୁ ୫ ଲକ୍ଷ ଟଙ୍କା ଜବତ କରିଥିଲା । ତେବେ କାରଟି କେଉଁଠାରୁ କେଉଁ ସ୍ଥାନକୁ ଯାଉଥିଲା, ସେଥିରେ ଏତେ ଟଙ୍କା କାହିଁକି ନିଆଯାଉଥିଲା, ସେନେଇ କାର୍ ଥିବା ଚାଳକ ସନ୍ତୋଜନକ ଉତ୍ତର ଦେଇ ପାରି ନଥିଲେ।ପରେ ପୁଲିସର ସନ୍ଦେହ ବ‍ଢ଼ିଥିଲା। ପୁଲିସ ଟଙ୍କାକୁ ଜବତ କରି ଫ୍ଲାଇଂ ସ୍କ୍ବାଡକୁ ହସ୍ତାନ୍ତର କରିବା ସହ ନାଘନା ଚଳାଇଛି ।

 

ଧକ୍କା ଦେଲା କମ୍ପାନୀ ଗାଡ଼ି : ଟାୟାର ଜାଳି ରାସ୍ତାରୋକ କଲେ ସ୍ଥାନୀୟ ଲୋକେ

ରିପୋର୍ଟ : ଓଡିଶା ନ୍ୟୁଜ ୨୪ ବ୍ୟୁରୋ //
କେନ୍ଦ୍ରାପଡ଼ା, (୦୬/୦୫) : କେନ୍ଦ୍ରାପଡା ଜିଲ୍ଲା ମହାକାଳପଡ଼ା ବ୍ଲକରେ ଅଘଟଣ । ଜମ୍ବୁ -ମାର୍ଶାଘାଇ କେନାଲ ରାସ୍ତାର ସମ୍ପ୍ରସାରଣ କାର୍ଯ୍ୟରେ ନିୟୋଜିତ ଥିବା ଏଆରଏସଏସ କମ୍ପାନୀର ଗାଡ଼ି ଧକ୍କାରେ ଶ୍ରମିକଙ୍କ ମୃତ୍ୟୁ

ମୃତ ଶ୍ରମିକ ଜଣକ ହେଲେ ସେହି କମ୍ପାନୀରେ କାର୍ଯ୍ୟରତ ଶ୍ରମିକ । ଏହାର ପ୍ରତିବାଦରେ ଜମ୍ବୁ -ମାର୍ଶାଘାଇ କେନାଲ ରୋଡର ବାୟାବାବା କଲେଜ ଛକ ଠାରେ ଟାୟାର ଜାଳି ସ୍ଥାନୀୟ ଲୋକେ ରାସ୍ତାରୋକ କରିଛନ୍ତି । ମୃତକ ଜଣକ ହେଲେ ସ୍ଥାନୀୟ ବାରଡାଙ୍ଗ ପଞ୍ଚାୟତ ନନ୍ତାର ଗ୍ରାମର ଅଞ୍ଜନ ମଳିକ । ଗତକାଲି ବିଳମ୍ବିତ ରାତି ପ୍ରାୟ ୩ଟା ସମୟରେ ଅଞ୍ଜନ ସେହି ରାସ୍ତା କାର୍ଯ୍ୟରେ ନିୟୋଜିତ ଥିବା ବେଳେ କମ୍ପାନୀର ଗାଡ଼ି ଚଢ଼ାଇ ଦେଇଥିବା ଜଣାପଡ଼ିଛି । ଦିନ ବେଳା ଅସହ୍ୟ ଗରମ ହେତୁ ରାସ୍ତାର ପିଚୁ କାର୍ଯ୍ୟ ରାତିରେ ହେଉଥିଲା । ଘଟଣାସ୍ଥଳରେ ମହାକାଳପଡ଼ା ପୁଲିସର ତଦନ୍ତ ଜାରି ରହିଥିବା ବେଳେ ଜମ୍ବୁ-ମାର୍ଶାଘାଇ କେନାଲ ରୋଡରେ ଶହ ଶହ ଗାଡି ଅଟକି ରହିଛି ।

୧୬ ନମ୍ବର ଜାତୀୟ ରାଜପଥରେ ସଡ଼କ ଦୁର୍ଘଟଣା; ଦୁଇ ମୃତ

ରିପୋର୍ଟ : ଓଡିଶା ନ୍ୟୁଜ ୨୪ ବ୍ୟୁରୋ //
ଗଞ୍ଜାମ, (୦୬/୦୫) : ଗଞ୍ଜାମ ଥାନା ଅଧୀନ ଗଞ୍ଜାମ ସହର ୧୬ ନମ୍ବର ଜାତୀୟ ରାଜପଥରେ ସଡ଼କ ଦୁର୍ଘଟଣା । 

୧୬ ନମ୍ବର ଜାତୀୟ ରାଜପଥ ଜୟଶ୍ରୀ ଶନିମନ୍ଦିର ଛକ ଡେଡ ଜୋନ୍‌ ଭାବେ ପରିଚୟ ପାଇଛି ବାରମ୍ବାର ସେଠାରେ ଦୁର୍ଘଟଣାରେ ବହୁ ଲୋକଙ୍କ ମୃତ୍ୟୁ ଘଟିଲାଣି ତ କେତକ ଖଣ୍ଡିଆ ହୋଇ ମେଡିକାଲ୍‌ ଗଲେଣି ଆଜି ଠିକ ସେହି ସ୍ଥାନରେ ସଡ଼କ ଦୁର୍ଘଟଣାରେ ଦୁଇ ଜଣଙ୍କ ମୃତ୍ୟୁ ଘଟିଛି । ଉକ୍ତ ସଡ଼କ ଦୁର୍ଘଟଣାରେ ଏକ ସ୍କୁଟିକୁ ଆର୍‌ଜେ୦୨ଜି -ବି ୬୪୯୫ନମ୍ବର ବିଶିଷ୍ଟ ଏକ ଟ୍ରକ ଧକ୍କା ଦେଇଥିଲା । ଫଳରେ ଘଟଣା ସ୍ଥଳରେ ହିଁ ଦୁଇ ଜଣଙ୍କ ମୃତ୍ୟୁ ଘଟିଥିଲା । ମୃତକ ଦ୍ୱୟ ହେଲେ ଗଞ୍ଜାମ ଥାନା ଅନ୍ତର୍ଗତ ତେଲୁଗୁ ନୂଆଗାଁ ଗ୍ରାମର ଶରତ ଦାସ ଓ ମିଥୁନ ଦାସ ।

ଘଟଣାର ଖବର ପାଇଁ ଗଞ୍ଜାମ ଥାନା ପୋଲିସ ମୃତ ଦ୍ୱୟଙ୍କୁ ଉଦ୍ଧାର କରି ଛତ୍ରପୁର ଉପଖଣ୍ଡ ଚିକିତ୍ସାଳୟରେ ଭର୍ତ୍ତି କରିଥିଲେ । ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । ଦୁର୍ଘଟଣା ଘଟେଇ ଥିବା ଟ୍ରକ୍‌କୁ ପୁଲିସ ଜବତ କରି ତଦନ୍ତ ଚଳାଇଛି । ସଡ଼କ ଦୁର୍ଘଟଣା କିପରି ରୋକାଯିବ କତୃପକ୍ଷ ଏଥି ପ୍ରତି ଦୃଷ୍ଟି ଦେବାପାଇଁ ସହର ବସି ଅନୁରୋଧ କରିଛନ୍ତି ।

ଭାଲୁମୁଣ୍ଡାରେ ଆମ ଓଡ଼ିଶା ଓ ବଣିକ ସଂଘ ପକ୍ଷରୁ ରକ୍ତଦାନ ଶିବିର ଅନୁଷ୍ଠିତ : ୨୩ ୟୁନିଟ ରକ୍ତ ସଂଗ୍ରହ

ରିପୋର୍ଟ : ଓଡିଶା ନ୍ୟୁଜ ୨୪ ବ୍ୟୁରୋ //
ବଙ୍ଗୋମୁଣ୍ଡା, (୦୬/୦୫) : ବଲାଙ୍ଗିର ଜିଲ୍ଲା ବଙ୍ଗୋମୁଣ୍ଡା ବ୍ଲକ୍‌ ଭାଲୁମୁଣ୍ଡା ଗାଁ’ର ଗଙ୍ଗାଧର ମେହେର ଧର୍ମଶାଳା ଠାରେ ଆଜି ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଯାଇଛି ।

ଭାଲୁମୁଣ୍ଡା ବଣିକ ସଂଘ ଓ ଆମ ଓଡ଼ିଶା ସମ୍ବାଦର ମିଳିତ ଆନୁକୂଲ୍ୟରେ ଏହି ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଯାଇଛି । ସମ୍ବାଦ ଖବର କାଗଜର ଭାଲୁମୁଣ୍ଡା ପ୍ରତିନିଧି ତଥା କାର୍ଯ୍ୟକ୍ରମର ସଂଯୋଜକ ରାଧେଶ୍ୟାମ ମେହେରଙ୍କ ଅଧ୍ୟକ୍ଷତାରେ ମୁଖ୍ୟ ଅତିଥି ଭାବେ ବଙ୍ଗୋମୁଣ୍ଡା ବ୍ଲକ୍‌ ସାମ୍ବାଦିକ ସଂଘର ସଭାପତି ରଶ୍ମିରଞ୍ଜନ ପୁଟେଲ, ସମ୍ମାନୀୟ ଅତିଥି କାର୍ଯ୍ୟକାରୀ ସଭାପତି ତଥା ଜିଲ୍ଲା ପେଷାଦାର ସାମ୍ବାଦିକ ସଂଘର ଉପସଭାପତି ଅଶୋକ ନାରାୟଣ ଭୋଇ, ସମ୍ପାଦକ ତଥା ଜିଲ୍ଲା ପେଷାଦାର ସାମ୍ବାଦିକ ସଂଘର ସଂଗଠନ ସମ୍ପାଦକ ହୁଲେଶ୍ୱର ହଂସ, କଣ୍ଟାବାଞ୍ଜି କଳିଙ୍ଗ ଟିଭିର ପ୍ରତିନିଧି ଦୀପକ ଯାଦବ ପ୍ରମୁଖ ଅତିଥି ଭାବେ ଯୋଗଦେଇ ରକ୍ତଦାତା ମାନଙ୍କୁ ଉତ୍ସାହିତ କରିଥିଲେ । ଏହି ଭଳି କାର୍ଯ୍ୟକ୍ରମ ଆୟୋଜନ କରାଯାଇଥିବା ଆୟୋଜକ ମାନଙ୍କୁ ଭୂୟଂଶୀ ପ୍ରସଂଶା କରିଥିଲେ ।

ଏହି ଶିବିରରେ ୨୩ ୟୁନିଟ ରକ୍ତ ସଂଗ୍ରହ କରାଯାଇଥିଲା । ଏଥିରେ ରକ୍ତଦାତାମାନେ ହେଲେ ଫକୀର ମେହେର, ଲକ୍ଷ୍ମଣ ମେହେର, ଅମୀର ମେହେର, ଗୋପାଳ ମେହେର, ବାବୁଲାଲ ମେହେର, ବିନୋଦ ମେହେର, ସୁଶାନ୍ତ ମେହେର, ତେଜୁରାମ ମେହେର, ସନ୍ତୋଷ ମେହେର, ରାଜେନ୍ଦ୍ର ମେହେର, ରଞ୍ଜନ ମେହେର, ରାଜେଶ ମେହେର, କୃଷ୍ଣ ମେହେର, ସୁଜାତା ମେହେର, ଚୂଡାଙ୍ଗଦେବ ସଗରିଆ, ରୀଙ୍କୁ ମେହେର, ରଞ୍ଜନ ପ୍ରଧାନ, ଜନକ ମେହେର, ସୁବାସ ମେହେର, ଦୀପକ ପୁଞ୍ଜି, ଜୁଜେଷ୍ଟି ପୁଟେଲ ପ୍ରମୁଖ ରକ୍ତଦାନ କରିଥିଲେ । ରକ୍ତଦାତା ମାନଙ୍କୁ ସମସ୍ତ ସୁବିଧା ଯୋଗାଇ ଦିଆଯାଇଥିବା ଭାଲୁମୁଣ୍ଡା ବଣିକ ସଂଘ ସଭାପତି ଫକୀରମେହେର କହିଥିଲେ ।

କଣ୍ଟାବାଞ୍ଜି ରକ୍ତଭଣ୍ଡାରର ଏଲ.ଟି ସୁନିତା ଭୋଇ, ଶିବ କୁମାର ସାହୁ, କୁନାଲ ଦାସ, ପ୍ରଶାନ୍ତ ସାହୁ, ଗୁରୁବାରୁ ରଣା କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ । ରକ୍ତଦାନ ସମୟରେ ଗଙ୍ଗାଧର ମେହେର ଧର୍ମଶାଲାର କର୍ମକର୍ତ୍ତା ସୋନୁ ମେହେର, ମନୁ ମେହେର, ଗୋପାଲ ମେହେର, ସୁଧୀର ମେହେର, ଟିଙ୍କୁ ମେହେର, ଭକ୍ତବନ୍ଧୁ ସାହୁ, ଭାଲୁମୁଣ୍ଡା ବଣିକ ସଂଘର ସଭାପତି ଫକୀର ମେହେର, ସମ୍ପାଦକ ମୋତିଲାଲ ମେହେର, ବାବୁଲାଲ ମେହେର ପ୍ରମୁଖ ସହଯୋଗ କରିଥିଲେ ।

ଦେଓଗାଁରେ କଂଗ୍ରେସର ମେଗା ମିଶ୍ରଣ ପର୍ବ ଅନୁଷ୍ଠିତ : ଯୋଗଦେଲେ ଶତାଧିକ ବିଜେଡି ନେତା ଓ କର୍ମୀ

ରିପୋର୍ଟ : ଓଡିଶା ନ୍ୟୁଜ ୨୪ ବ୍ୟୁରୋ //
ବଲାଙ୍ଗିର, (୦୬/୦୫) : ଦେଓଗାଁ ବ୍ଲକ ଗାଇବାହାଲ ଗ୍ରାମ ପଂଚାୟତ ଅନ୍ତର୍ଗତ ଝୁଲ୍ଲାକାନି ପ୍ରକଳ୍ପ ଖେଳ ପଡିଆରେ ଏକ ବିରାଟ ମିଶ୍ରଣ ପର୍ବ ଅନୁଷ୍ଠିତ ହୋଇଯାଇଛି ।

ଅନୁଷ୍ଠିତ ଉକ୍ତ ମେଗା ମିଶ୍ରଣ ପର୍ବକୁ ଦେଓଗାଁ ଅଂଚଳର କଂଗ୍ରେସ ନେତା ଟିଙ୍କୁ ଅଗ୍ରୱାଲ, ସଂଜୟ ହୋତା, ପ୍ରମୋଦ ରଣା, କେଶବ ରଣା, ସୁବଳ ରଣା, ରାଜକିଶୋର ସାହୁ, ଅଜୟ ସିଂ ପ୍ରଧାନ, ଜିତେନ୍ଦ୍ର ରଣା, କେଶବ ରଣା ପ୍ରମୁଖଙ୍କ ନେତୃତ୍ୱରେ ଦେଓଗାଁ ବ୍ଲକର ବିଭିନ୍ନ ପଂଚାୟତ ଯଥା ଗାଇବାହାଲ, ଉଡାର, ସାରସମାଲ ଓ ଦେଓଗାଁ ପଂଚାୟତରୁ ପ୍ରାୟ ୨୦୦ରୁ ଅଧି ନେତା ଓ କର୍ମୀ ବଲାଙ୍ଗିର ନିର୍ବାଚନ ମଣ୍ଡଳୀର କଂଗ୍ରେସ ବିଧାୟକ ପ୍ରାର୍ଥୀ ସମରେନ୍ଦ୍ର ମିଶ୍ରଙ୍କ ଉପସ୍ଥିତିରେ ଆନୁଷ୍ଠାନିକ ଭାବରେ କଂଗ୍ରେସ ଦଳରେ ମିଶିଛନ୍ତି ।

କଂଗ୍ରେସ ଦଳରେ ଯୋଗ ଦେଇଥିବା ବ୍ୟକ୍ତିମାନେ ନିଜ ବକ୍ତବ୍ୟରେ କହିଛନ୍ତି ଯେ, ବଲାଙ୍ଗିର ରାଜପରିବାର ବିଗତ ୨୦୧୪ ମସିହା ପୂର୍ବରୁ ଦୀର୍ଘ ବର୍ଷ ଧରି ରାଜ୍ୟ ସରକାରଙ୍କ ବିଭିନ୍ନ ପଦ ପଦବୀ ତଥା ମୁଖ୍ୟମନ୍ତ୍ରୀ ବିଭିନ୍ନ ବିଭାଗର ମନ୍ତ୍ରୀ, ସାଂସଦ, ଅଧ୍ୟକ୍ଷ ଥିଲେ ମଧ୍ୟ ବଲାଙ୍ଗିର ନିର୍ବାଚନ ମଣ୍ଡଳୀର କୌଣସି ପ୍ରକାର ଉନ୍ନତି କରିପାରିନ ଥିଲେ କିନ୍ତୁ ୨୦୧୪ ମସିହା ପରେ ନରସିଂହ ମିଶ୍ର ବଲାଙ୍ଗିର ବିଧାୟକ ହେଲା ପରେ ଶ୍ରୀ ମିଶ୍ରଙ୍କ ନିରବଚ୍ଛିନ୍ନ ଉଦ୍ୟମ ଫଳରେ ବଲାଙ୍ଗିରର ସାମଗ୍ରିକ ବିକାଶ ସମ୍ଭବପର ହୋଇପାରିଛି । ତେଣୁ ଏହି ବିକାଶଧାରାକୁ ତ୍ୱରାନ୍ୱିତ କରିବାକୁ ହେଲେ ବଲାଙ୍ଗିରରେ କଂଗ୍ରେସ ଦଳକୁ ସମର୍ଥନ ପୂର୍ବକ ଆମ୍ଭେ କଂଗ୍ରେସ ଦଳରେ ଯୋଗ ଦେଲୁ ବୋଲି କହିଥିଲେ ।

ସେମାନେ ଆହୁରି ମଧ୍ୟ କହିଥିଲେ ଯେ ରାଜ୍ୟରେ ମହିଳା ନିର୍ଯ୍ୟାତନା ଶୀର୍ଷରେ, କୃଷକକୁ ତାର ଉତ୍ପାଦନର ଉଚିତ ମୂଲ୍ୟ ମିଳିପାରୁ ନାହିଁ । ଯୁବକ ଆଜି ବେରୋଜଗାର, ଶିକ୍ଷା, ସ୍ୱାସ୍ଥ୍ୟ ସେବା ବିପର୍ଯ୍ୟସ୍ତ । ଅପରପକ୍ଷେ କେନ୍ଦ୍ରରେ ଥିବା ବିଜେପି ସରକାର ଅମଳରେ ଦେଶରେ ଭ୍ରଷ୍ଟାଚାର ବୃଦ୍ଧି ପାଇବା ସହ ଗରିବ ଓ ଧନୀ ମଧ୍ୟରେ ତାରତମ୍ୟ ବୃଦ୍ଧି ପାଇଛି । ଅତ୍ୟବଶ୍ୟକ ଦରଦାମ ହୁ ହୁ ହୋଇ ବଢିଚାଲିଛି । ତେଣୁ କଂଗ୍ରେସ ଦଳ ହିଁ ଏକମାତ୍ର ବିକଳ୍ପ ବୋଲି କହିଥିଲେ ।

ବିଧାୟକ ପ୍ରାର୍ଥୀ ସମରେନ୍ଦ୍ର ମିଶ୍ର ଆଜି ଯୋଗ ଦେଇଥିବା ସମସ୍ତ ବ୍ୟକ୍ତିଙ୍କୁ କଂଗ୍ରେସ ଦଳକୁ ସ୍ୱାଗତ କରିବା ସହ ଏମାନଙ୍କ ଯୋଗଦାନ ଫଳରେ ଦେଓଗାଁ ଅଂଚଳରେ କଂଗ୍ରେସ ଦଳ ଆହୁରି ମଜବୁତ ହୋଇ ଲୋକଙ୍କ ସେବା କରିବ ତତ୍‌ ସହ ଏ ଅଂଚଳର ସାମଗ୍ରିକ ବିକାଶ ଦିଗରେ ସହାୟକ ହେବ ବୋଲି କହିଥିଲେ । ଏହି ମିଶ୍ରଣ ପର୍ବରେ ଅନ୍ୟମାନଙ୍କ ମଧ୍ୟରେ କାନ୍ତେଶ୍ୱର ପ୍ରଧାନ, ବିରେନ୍ଦ୍ର ମିଶ୍ର, ମାନସ ମହାନ୍ତି, ଟିଟୁ ରଣା, ଅନ୍ତ ବେହେରା, ସଂଜୀବ ଅଗ୍ରୱାଲ ପ୍ରମୁଖ ଉପସ୍ଥିତ ଥିଲେ ।

ଗୁଣପୁର ପୈାରାଞ୍ଚଳର ଶତାଧିକ ମହିଳାଙ୍କ ବିଜେଡିରେ ଯୋଗଦାନ

ରିପୋର୍ଟ : ବିରଞ୍ଚି ପ୍ରସାଦ ଶତପଥୀ
ଗୁଣପୁର, (୬/୫) : ଆଜି ଗୁଣପୁର ବିଜେଡି କାର୍ଯ୍ୟାଳୟ ପରିସରରେ ନଗର ଯୁବ ବିଜେଡି ସଭାପତି ରାମ ପଣ୍ଡା ଓ ରାଜ୍ୟ ସାଧାରଣ ସମ୍ପାଦକ ସୁଧୀର କୁମାର ଦାସଙ୍କ ଉପସ୍ଥିତିରେ ଗୁଣପୁର ପୈାରପରିଷଦ ଅଞ୍ଚଳର ୧୨, ୧୩, ୧୪ ଓ ୧୫ ନମ୍ବର ୱାର୍ଡର ଶତାଧିକ ମହିଳା ଓ ଯୁବତୀ ଆନୁଷ୍ଠାନିକ ଭାବେ ବିଜେଡିରେ ଯୋଗଦାନ କରିଛନ୍ତି ।WhatsApp Image 2024 05 06 at 10.00.53 1 ଗୁଣପୁର ପୈାରାଞ୍ଚଳର ଶତାଧିକ ମହିଳାଙ୍କ ବିଜେଡିରେ ଯୋଗଦାନ

ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଆଦର୍ଶରେ ଅନୁପ୍ରାଣୀତ ହୋଇ ସେମାନେ ବିଜେଡିରେ ଯୋଗଦେଇଥିବା କହିଛନ୍ତି । ନୂତନ ଭାବେ ବିଜେଡିରେ ଯୋଗଦାନ କରିଥିବା ମହିଳା ଓ ଯୁବତୀ ମାନଙ୍କୁ ଉତ୍ତରୀୟ ପ୍ରଦାନ କରି ଦଳ ତରଫରୁ ସ୍ବାଗତ କରାଯାଇଥିଲା । ପ୍ରତି ୱାର୍ଡରେ ଏଭଳି ମିଶ୍ରଣ ପର୍ବ ଚାଲୁ ରହିଥିବାରୁ ଗୁଣପୁର ପୈାରାଞ୍ଚଳରେ ବିଜେଡି ଅଧିକ ଶକ୍ତିଶାଳୀ ହେବ ବୋଲି ଦଳ ପକ୍ଷରୁ କୁହାଯାଇଛି । ଏହି ମିଶ୍ରଣ ପର୍ବରେ ବିଜେଡି ନେତା ରାଜେନ୍ଦ୍ର ସାହୁ, ଦେବୀ ଆଚାର୍ଯ୍ୟ, ଗଣେଶ ପଣ୍ଡା, ଅଶ୍ଵିନୀ ଗମାଙ୍ଗ , ଭାଷା ଶତପଥୀ, ଵାଳୀ ଗମାଙ୍ଗ, ଏସ୍ ବାବା ପ୍ରସାଦ, ନାରୀନେତ୍ରୀ କେ ସାଇଲଜା ପ୍ରମୁଖ ଉପସ୍ଥିତ ରହି ନବାଗତ କର୍ମୀଙ୍କୁ ଉତ୍ତରୀୟ ପ୍ରଦାନ କରିଥିଲେ ।

ଏହି ଅବସରରେ ଗୁଣପୁର ପୈାରପରିଷଦ ଅଞ୍ଚଳରେ ଚାଲିଥିବା ମୁକ୍ତା ଯୋଜନା ଦୁର୍ନୀତିର ପର୍ଦ୍ଦାଫାଶ କରିବା ପାଇଁ ଅନୁରୋଧ କରିଥିଲେ । ବିଭିନ୍ନ ଏସ୍ ଏଚ ଜି ସଙ୍ଘର ନାମ ଫଳକରେ ଦର୍ଶାଇ ଦଲାଲ ଓ ଠିକାଦାର ମାନେ ମୁକ୍ତା ଯୋଜନା କାମ କରୁଥିବା ଅଭିଯୋଗ ହୋଇଆସୁଛି, ତଥାପି ଏଯାବତ ଏହି ଦୁର୍ନୀତି ଉପରୁ ପରଦା ହଟିନି । ଆଗାମୀ ଦିନରେ ଏହି ମୁକ୍ତା ଯୋଜନା କେତେ ମହିଳାଙ୍କୁ ଶଶକ୍ତ କରିପାରୁଛି ଦେଖିବାକୁ ବାକି ରହିଲା ।