Sunday, May 19, 2024
Home Blog Page 1310

ସ୍ଲୋଭାକିଆ ଦେଶର ଗିନିଜ ବିଶ୍ଵ ରେକର୍ଡ ଭାଙ୍ଗି ପୁଣି ଗିନିଜ ବୁକରେ ବିଶ୍ୱ ରେକର୍ଡ କଲେ ସତ୍ୟପୀର ପ୍ରଧାନ

ଭୁବନେଶ୍ୱର (୨୪/୦୭): ଭାରତର ପଞ୍ଚମ୍ୟାନ ଭାବରେ ସୁପରିଚିତ ସତ୍ୟପୀର ପଧାନ, ୨୩ ତାରିଖ ଦିବା ୧୨.୦୫ ଘଟିକାରେ ପୂର୍ବରହିତ ସ୍ଲୋଭାକିଆ ଦେଶର ପ୍ରସିଦ୍ଧ ମୁଷ୍ଟିଯୋଦ୍ଧା ପାଭେଲ୍ ରୁଷୋଭ୍ ଙ୍କର ଗିନିଜ ବିଶ୍ଵ ରେକର୍ଡ ଭାଙ୍ଗି ଭାରତର ନାମରେ ପ୍ରସିଦ୍ଧି ଆଣିଛନ୍ତି। ଏହି କୃତିତ୍ୱ ପାଇଁ ସାରା ଦେଶର କୋଣ ଅନୁକୋଣରୁ ଶୁଭେଚ୍ଛାର ଶୁଅ ଛୁଟୁଛି।dbfa4442 14b5 47cc 8a7f ccfaa55504d2 ସ୍ଲୋଭାକିଆ ଦେଶର ଗିନିଜ ବିଶ୍ଵ ରେକର୍ଡ ଭାଙ୍ଗି ପୁଣି ଗିନିଜ ବୁକରେ ବିଶ୍ୱ ରେକର୍ଡ କଲେ ସତ୍ୟପୀର ପ୍ରଧାନ

ଗିନିଜ ବିଶ୍ଵ ରେକର୍ଡ: ପୂର୍ବ ରହିତ ଦୁଇ ହାତରେ ସର୍ବାଧିକ ୩୩୪ ଥର ମୁଷ୍ଠି ପ୍ରଘାତ ର ରେକର୍ଡ ଭାଙ୍ଗି ଶ୍ରୀ ପଧାନ ୩୪୮ ଥର ମୁଷ୍ଠି ପ୍ରଘାତ କରି ନୂଆ ରେକର୍ଡ ଭାରତର ନାମରେ ସ୍ଥାପନା କରିଛନ୍ତି। ଉକ୍ତ କାର୍ଯ୍ୟକ୍ରମ ଭୁବନେଶ୍ୱର ସ୍ଥିତ ବୁଦ୍ଧ ମନ୍ଦିର ପରିସରରେ ଆୟୋଜିତ ହୋଇଥିଲା।

ସୂଚନା ଯୋଗ୍ୟ ଯେ ଶ୍ରୀ ପଧାନ ପୂର୍ବରୁ ୨୦୧୭ ରେ ଗୋଟିଏ ଏବଂ ୨୦୧୮ ରେ ଆଉ ଗୋଟିଏ ଗିନିଜ ବିଶ୍ଵ ରେକର୍ଡ ସ୍ଥାପନା କରିସାରିଛନ୍ତି, ଏବଂ ଏହି କିର୍ତିମାନ୍ ପାଇଁ ଓଡ଼ିଶାର ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ନବୀନ ପଟ୍ଟନାୟଙ୍କଦ୍ଵାରା ସମ୍ମାନିତ ହୋଇଛନ୍ତି। ପୂର୍ବରୁ କରିଥିବା ଦୁଇଟି ବିଶ୍ୱ ରେକର୍ଡ ମୁଷ୍ଟି ପ୍ରଘାତରେ ହୋଇଥିବାରୁ ପଞ୍ଚମ୍ୟାନ୍ ଭାବରେ ସୁନାମ ଅର୍ଜନ କରି ସାରିଥିବା ସହିତ ଦେଶର ଯୁବକ ଯୁବତୀଙ୍କୁ ଏହି ଭଳି କିର୍ତିମାନ୍ କରିବାକୁ ପ୍ରେରଣା ଦେଉଛନ୍ତି। କଳାହାଣ୍ଡି ଜିଲ୍ଲା ଦେପୁର୍ ଗ୍ରାମସ୍ଥ ପିତା ଶ୍ରୀ ଅନିରୁଦ୍ଧ ପଧାନ ଓ ମାତା ଶକୁନ୍ତଳା ପଧାନଙ୍କ ସୁପୁତ୍ର ଏବଂ ପତ୍ନୀ ନିବେଦିତା ପ୍ରଧାନ ଅଟନ୍ତି।

ଏହି କାର୍ଯ୍ୟକ୍ରମ ପାଇଁ ସେ ଗିନିଜ ରେକର୍ଡକୁ ଆବେଦନ କରିଥିଲେ ଏବଂ ଗତ ୭ ତାରିଖରେ ଅନୁମତି ପାଇଥିଲେ। ବର୍ତ୍ତମାନ ସେ ଦୁଇ ହାତରେ ସର୍ବାଧିକ ମୁଷ୍ଟି ପ୍ରଘାତ କରି ବିଶ୍ଵ ରେକର୍ଡ କରିବା ପାଇଁ ପ୍ରୟାସ କରି ସାରିଛନ୍ତି। ବର୍ତମାନ ସେ ଗିନିଜ ବିଶ୍ୱ ରେକର୍ଡ କୁ ସମସ୍ତ ତଥ୍ୟ ଏବଂ ଆବଶ୍ୟକ ସୂଚନା ପଠାଇବେ। ଉକ୍ତ କାର୍ଯ୍ୟକ୍ରମରେ ଏକ୍ସପର୍ଟ ୱିଟନେଶ ଭାବରେ ଶ୍ରୀ ସୁଧୀର ଚନ୍ଦ୍ର ଛତ୍ରିଆ, ପଞ୍ଚ ପ୍ୟାଡ୍ କିପର୍ ଭାବରେ ଶ୍ରୀ ସୁଜ୍ଞାନ କେଶରୀ ପ୍ରଧାନ ଏବଂ ଟାଇମ କିପର୍ ଭାବରେ କ୍ରୀଡାବିତ୍ ସସ୍ମିତା ରାଉତରାଏ ଓ ଗଜେନ୍ଦ୍ର ବାରିକ ଦାୟିତ୍ଵ ତୁଲାଇଥିଲେ।।

ଶ୍ରୀ ପଧାନ ସାମରିକ କଳାରେ ରୁଚି ରଖିଥିବା ସହିତ ସେ ଭୌତିକ ଚିକିତ୍ସା ବିଜ୍ଞାନରେ (ସ୍ନାୟୁରୋଗ) ଉତ୍କଳ ବିଶ୍ୱବଦ୍ୟାଳୟରୁ ସ୍ନାତକୋତ୍ତର ଉପାଧି ହାସଲ କରିସାରିଛନ୍ତି । ପୂର୍ବରୁ ଶ୍ରୀ ପଧାନ ତାଙ୍କର ବିଭିନ୍ନ କୀର୍ତ୍ତି ପାଇଁ ଦେଶ ତଥା ଦେଶ ବାହାରେ ଅନେକ ସମ୍ମାନରେ ସମ୍ମାନିତ ହୋଇ ସାରିଛନ୍ତି । ପ୍ରକାଶ ଥାଉକି ଶ୍ରୀ ପଧାନଙ୍କ ପ୍ରେରଣାରେ ଓଡ଼ିଶା ଏବଂ ରାଜସ୍ଥାନର ଦଶରୁ ଉର୍ଦ୍ଧ୍ବ ଯୁବକ ଯୁବତୀ ବିଶ୍ଵ କିର୍ତିମାନ୍ ସ୍ଥାପନ କରିଛନ୍ତି ଏବଂ ଏହି ପ୍ରେରଣାଦାୟୀ କାର୍ଯ୍ୟ ପାଇଁ ଶ୍ରୀ ପଧାନଙ୍କୁ ମିଳିତ ଜାତସଂଘ (U.N) ତରଫରୁ ଦିଲ୍ଲୀ IIT ଠାରେ କର୍ମବୀର ପୁରସ୍କାରରେ ସମ୍ମାନୀତ ହୋଇଛନ୍ତି।
ଓଡିଶା ନ୍ୟୁଜ୨୪ ବ୍ୟୁରୋ , ଭୁବନେଶ୍ୱର

ଟୋକିଓ ଅଲିମ୍ପିକ୍ସର ପ୍ରଥମ ସ୍ୱର୍ଣ୍ଣ ଜିତିଲା ଚୀନ : ୟାଙ୍ଗଙ୍କ ୨୫୧.୮ ସ୍କୋର ରେକର୍ଡ

ରିପୋର୍ଟ : ଓଡିଶା ନ୍ୟୁଜ ୨୪ ବ୍ୟୁରୋ //
ଜାପାନ,ଟୋକିଓ,(୨୪/୦୭) : ଚାଇନାର ସୁଟର ୟାଙ୍ଗ କିଆନ୍ ଟୋକିଓ ଅଲିମ୍ପିକ୍ସର ପ୍ରଥମ ସ୍ୱର୍ଣ୍ଣ ପଦକ ହାସଲ କରିଛନ୍ତି । ମହିଳା ୧୦ ମିଟର ଏୟାର ରାଇଫଲ ଫାଇନାଲ ରୋମାଞ୍ଚକର ମୁକାବିଲାରେ ବିଜୟ ପାଇଁ ୨୧ ବର୍ଷୀୟା ରୁଷର ଆନାସ୍ତାସିଆ ଗାଲାସିନାଙ୍କୁ ପରାସ୍ତ କରି ଏହି ସଫଳତା ପାଇଛନ୍ତି ।

ଦୁଇଟି ଫାଇନାଲ୍ ସଟ୍ ପୁର୍ବରୁ ୟାଙ୍ଗ ୧୦.୭ ପଏଣ୍ଟ୍ ସଟ୍ ସହିତ ତାଙ୍କ ନିକଟତମ ପ୍ରତିଦ୍ୱନ୍ଦୀଙ୍କଠାରୁ ମାତ୍ର ୦.୧ ପଛରେ ଥିଲେ । ତାଙ୍କର ପ୍ରତିଦ୍ୱନ୍ଦ୍ୱୀ ଏକ ଚମତ୍କାର ୧୦.୮ ପ୍ରଦର୍ଶନ କରିଥିଲେ ତେବେ ରୂଷର ଏହି ପ୍ରତିଯୋଗି ତାଙ୍କର ଶେଷ ସଟ୍ ରେ ଲକ୍ଷ୍ୟଚ୍ୟୁତ ହେବା ସହିତ ୮.୯ ପଏଣ୍ଟ ହାସଲ କରିଥିଲେ ଏହି ସମୟରେ ୟାଙ୍ଗ ୯.୮ ଶେଷ ସଟ୍ ସହ ଟୋକିଓ ଅଲିମ୍ପିକ୍ସର ପ୍ରଥମ ସ୍ୱର୍ଣ୍ଣ ପଦକ ହାସଲ କରିଛନ୍ତି । ତେବେ ଏହି ପ୍ରତିଯୋଗିତାରେ ୟାଙ୍ଗ ୨୫୧.୮ ସ୍କୋର ସହ ଏକ ନୂତନ ଅଲିମ୍ପିକ୍ ରେକର୍ଡ ମଧ୍ୟ ପ୍ରତିଷ୍ଠା କରିଛନ୍ତି ।

ମହିଳା ୧୦ ମିଟର ଏୟାର ରାଇଫଲ ପ୍ରତିଯୋଗିତାରେ ଦୁଇଜଣ ଭାରତୀୟ ପ୍ରତିଯୋଗୀତା କରିଥିଲେ କିନ୍ତୁ ଉଭୟ ଏଲାଭେନିଲ ଭାଲାରିଭାନ ଏବଂ ଆପୁରଭି ଚାଣ୍ଡେଲା ଫାଇନାଲ ପର୍ଯ୍ୟାୟ ପାଇଁ ଯୋଗ୍ୟତା ଅର୍ଜନ କରିପାରିନଥିଲେ।

ରୁଷର ଆନାସ୍ତାସିଆ ଗାଲାସିନା ୨୫୧.୧ ସହିତ ରୌପ୍ୟ ପଦକ ବିଜେତା ହୋଇଥିବା ବେଳେ ସ୍ୱିଜରଲ୍ୟାଣ୍ଡର ନିନା ଖ୍ରୀଷ୍ଟନ ୨୩୦.୬ ସ୍କୋର ସହିତ ବ୍ରୋଞ୍ଜ ପଦକ ଜିତିଛନ୍ତି ।

ଦୁର୍ନୀତି ଉପରେ ଅଭିଯୋଗ ଆଣିଲେ ପୂର୍ବ ସରପଞ୍ଚ ଓ ସମିତି ସଭ୍ୟ : ନିମ୍ନମାନର କାମ ଅଭିଯୋଗ

ରିପୋର୍ଟ : ସୁଶାନ୍ତ ବେହେରା
ବୌଦ୍ଧ,(୨୨/୦୭) : ସରକାର ତୃଣମୁଳ ଠାରୁ ଆରମ୍ଭ କରି ବିଭିନ୍ନ ଯୋଜନା ବାହାର କରୁଥିବା ବେଳେ ତାହା ଦୁର୍ନୀତି ହୋଇ ବାଟ ମାରଣା ହୋଇଯାଉଛି, ଯାହାକି ଜନସାଧାରଣଙ୍କ କର ପଇସାରେ ନେତା, ମନ୍ତ୍ରୀ ଓ ଯନ୍ତ୍ରୀ l

ଏହିଭଳି ଘଟଣା ଦେଖିବାକୁ ମିଳିଛି ବୋୖଦ୍ଧଜିଲ୍ଲା ବୌଦ୍ଧବ୍ଲକ ମୁଣ୍ଡିପଦର ଗ୍ରାମପଞ୍ଚାୟତ ର ବିଭିନ୍ନ ଗ୍ରାମରେ ହୋଇଥିବା କାର୍ଯ୍ୟ ଗୁଡିକ ଉପରେ ଦୁର୍ନୀତି ଓ ବିନା ସୂଚନା ଫଳକରେ ଚାଲୁଅଛି | ଯାହାକି କ୍ଷମତା ବିହୀନ ସରପଞ୍ଚ ଙ୍କ ମନମୁଖୀ କାର୍ଯ୍ୟକଳାପ ଯୋଗୁଁ ଗ୍ରାମପଂଚାୟତ ର ଜନସାଧାରଣ ନାହିଁନଥିବା ଅସୁବିଧାରେ ସମ୍ମୁଖୀନ ହେଉଛନ୍ତି ।WhatsApp Image 2021 07 24 at 12.21.00 PM ଦୁର୍ନୀତି ଉପରେ ଅଭିଯୋଗ ଆଣିଲେ ପୂର୍ବ ସରପଞ୍ଚ ଓ ସମିତି ସଭ୍ୟ : ନିମ୍ନମାନର କାମ ଅଭିଯୋଗ

ଏହିଭଳି ପଲସପାଟ ଗ୍ରାମଠାରୁ କୁଳତାଖଲି ରାସ୍ତା ପାଇଁ ୧,୮୩,୦୩୦,ଟଙ୍କାର ନିର୍ମିତ ରାସ୍ତାରେ ମୋରୁମ ବଦଳରେ ପଳସପାଟ ବନ୍ଧରୁ ଜେସିବି ଓ ଟ୍ରାକ୍ଟର ସାହାଯ୍ୟରେ ମାଟି ଆଣି ରାସ୍ତାରେ ପକାଯାଇଛି l ଯାହାକି ସାମାନ୍ୟ ବର୍ଷା ରେ ରାସ୍ତା କାଦୁଅ ହେଉଛି l ପଞ୍ଚାୟତ ର ଲୋକମାନେ ନାହିଁନଥିବା ଅସୁବିଧା ରେ ସମ୍ମୁଖୀନ ହେଉଛନ୍ତି ।

ଯେଉଁ ବନ୍ଧରୁ ମାଟି ଆଣି ରାସ୍ତାରେ କାମ ହେଉଥିଲା ତାହା ମନରେଗା ଯୋଜନାରେ କାମ ହେଉଥିଲା । ଏହିଭଳି ଗୋପୀନାଥ ଝାରବନ୍ଧରେ ପଞ୍ଚଦଶ ଅର୍ଥ କମିଶନ ପାଣ୍ଠିରୁ ଅଟକଳ ମୂଲ୍ୟ ୩ଲକ୍ଷ କାମ ଆସିଥଲା । ଏହି କାମକୁ ବିନା ସୂଚନା ଫଳକରେ କାର୍ଯ୍ୟ ଦର୍ଶାଯାଇଅଛି । ଉକ୍ତ ଝାରବନ୍ଧ ମାଟିକୁ ପାଖରେ ଚାଲିଥିବା ରେଲରାସ୍ତା ର କାର୍ଯ୍ୟ ପାଇଁ ରେଳ ରାସ୍ତା ର ଠିକା ସଂସ୍ଥା ନେଇଥିବା ବେଳେ ଏହା ମିଥ୍ୟା ବିଲ କରାଯାଇଛି l ଯାହାକି ଦୁର୍ନୀତିର ଗନ୍ଧ ପୁରା ବାରି ହୋଇଯାଉଛି l

ଜାନକୀପୁର ଠାରୁ କଳାପଥର ରାସ୍ତା ର କାମ ଜେସିବି ମେସିନ ଓ ଟ୍ରାକ୍ଟର ସାହାଯ୍ୟ ରେ ରାତି ଅଧିଆ କାମ ହୋଇଥିଲା । ଯାହାକି ଠିକ ଭାବରେ ହୋଇନାହିଁ । ଏ ରାସ୍ତା ଦେଇ ଜନସାଧାରଣ ଯିବାଆସିବା ବେଳେ ହନ୍ତସନ୍ତ ହେଉଛନ୍ତି ।

ଏହି କାମ ଗୁଡିକ ଯନ୍ତ୍ରୀ ଓ ସରପଞ୍ଚ ଙ୍କ ଶଲା ସୁତୁରାରେ ନିମ୍ନମାନର କାମ ହୋଇଥିବା କାମ ଗୁଡିକ ଉପରେ ଜିଲ୍ଲା ପ୍ରଶାସନ ଦୃଢ କାର୍ଯ୍ୟାନୁଷ୍ଠାନ ନେବାପାଇଁ ପଂଚାୟତ ର ପୂର୍ବ ସରପଞ୍ଚ ଓ ସମିତିସଭ୍ୟ ତଦନ୍ତ ନିମନ୍ତେ ବିଡ଼ିଓ, ଜିଲ୍ଲାପାଳ ଙ୍କ ତଦନ୍ତ ପାଇଁ ଦାବିକରିଛନ୍ତି |

ଆଜି ଅପରାହ୍ନ ୩ଟାରେ ପ୍ରକାଶ ପାଇବ ସି.ଆଇ.ଏସ୍‌.ସି.ଇ. ର ଦଶମ ଓ ଦ୍ୱାଦଶ ଶ୍ରେଣୀ ରେଜଲ୍ଟ

ରିପୋର୍ଟ : ଓଡିଶା ନ୍ୟୁଜ ୨୪ ବ୍ୟୁରୋ //
ଭୁବନେଶ୍ୱର,(୨୪/୦୭) : ଭାରତୀୟ ବିଦ୍ୟାଳୟ ପ୍ରମାଣପତ୍ର ପରୀକ୍ଷା ପରିଷଦ (ସି.ଆଇ.ଏସ୍‌.ସି.ଇ.) ଦ୍ୱାରା ପରିଚାଳିତ ଦଶମ (ଆଇ.ସି.ଏସ.ଇ.) ଓ ଦ୍ୱାଦଶ (ଆଇ.ଏସ.ଇ.)ଶ୍ରେଣୀ ପରୀକ୍ଷା ଫଳ ଆଜି ଅପରାହ୍ନ ୩ଟାରେ ପ୍ରକାଶ ପାଇବ ।

ଏନେଇ ସି.ଆଇ.ଏସ୍‌.ସି.ଇ. ପକ୍ଷରୁ ଶୁକ୍ରବାର ବିଜ୍ଞପ୍ତି ପ୍ରକାଶ ପାଇଛି । ପରୀକ୍ଷା ଫଳ ଆଜି ଅପରାହ୍ନ ୩ଟାରେ ପରିଷଦ ୱେବସାଇଟ୍‌ରେ ଉପଲବ୍ଧ ହେବ । ଛାତ୍ରଛାତ୍ରୀ ୱେବସାଇଟ (www.cisce.org or www. results.cisce.org )କୁ ଲଗଇନ୍ କରି ପରୀକ୍ଷା ଫଳ ଦେଖିପାରିବେ ।

୦୯୨୪୮୦୮୨୮୮୩କୁ ଏସ୍‌ଏମ୍‌ଏସ୍‌ ଜରିଆରେ ଫଳ ଦେଖିବା ବ୍ୟବସ୍ଥା ମଧ୍ୟ କରାଯାଇଛି । ଚଳିତ ବର୍ଷ ଉତ୍ତର ଖାତା ପୁନର୍ବାର ତନଖି (ରିଚେକ୍) କରିବା ସୁବିଧା ଉପଲବ୍ଧ ନାହିଁ ; କିନ୍ତୁ ଅଙ୍କକୁ ନେଇ ଛାତ୍ରଛାତ୍ରୀଙ୍କ ମନରେ ଅସନ୍ତୋଷ ଥିଲେ ତୁରନ୍ତ ବିଦ୍ୟାଳୟ ଅଧ୍ୟକ୍ଷଙ୍କୁ ଦରଖାସ୍ତ କରିବେ । ଦରଖାସ୍ତରେ ସମସ୍ୟାଗୁଡିକୁ ବିସ୍ତୃତ ଭାବେ ଉଲ୍ଲେଖ କରିବେ ବିଦ୍ୟାର୍ଥୀ । ବିଦ୍ୟାଳୟ କର୍ତ୍ତୃପକ୍ଷ ଛାତ୍ରଛାତ୍ରୀଙ୍କ ନିକଟରୁ ଗ୍ରହଣ କରିଥିବା ଦରଖାସ୍ତକୁ ଅଗଷ୍ଟ ୧ ସୁଦ୍ଧା ପରିଷଦକୁ ପଠାଇବେ ।

ଦଶମ ଶ୍ରେଣୀ ବିଦ୍ୟାର୍ଥୀଙ୍କ ଦରଖାସ୍ତଗୁଡ଼ିକୁ ଇ-ମେଲ ଆଇଡି (asicse@cisce.org) ଏବଂ ଦ୍ୱାଦଶ ଶ୍ରେଣୀ ବିଦ୍ୟାର୍ଥୀଙ୍କ ଦରଖାସ୍ତଗୁଡିକୁ (asisc@cisce.org)ରେ ପଠାଇବାକୁ ବିଦ୍ୟାଳୟ ଅଧ୍ୟକ୍ଷଙ୍କୁ କୁହାଯାଇଛି । ଅଗଷ୍ଟ ୧ ପରେ ଦରଖାସ୍ତ ପଠାଇଲେ ବିଚାରକୁ ନିଆଯିବ ନାହିଁ । ମୁଖ୍ୟତଃ ଅଙ୍କ ହିସାବରେ କୌଣସି ତ୍ରୁଟି ଥିଲେ ଏହାକୁ ବିଚାରକୁ ନିଆଯାଇ ପାରିବ ବୋଲି ପ୍ରକାଶିତ ବିଜ୍ଞପ୍ତିରେ ଉଲ୍ଲେଖ କରାଯାଇଛି ।

ଆଞ୍ଚଳିକ ପାଣିପାଗ କେନ୍ଦ୍ର ର ସୂଚନା : ଆସନ୍ତା ୨୪ ଘଣ୍ଟା ପ୍ରବଳ ବର୍ଷିବ,ସମୁଦ୍ରକୁ ଯିବାକୁ ମନା

ରିପୋର୍ଟ : ଓଡିଶା ନ୍ୟୁଜ ୨୪ ବ୍ୟୁରୋ //
ଭୁବନେଶ୍ୱର,(୨୪/୦୭) : ଆଞ୍ଚଳିକ ପାଣିପାଗ କେନ୍ଦ୍ର ର ସୂଚନା ଅନୁଯାୟୀ ଉତ୍ତର-ପଶ୍ଚିମ ବଙ୍ଗୋପସାଗରରେ ଗୁରୁବାର ସୃଷ୍ଚି ହୋଇଥିବା ଲଘୁଚାପ କ୍ଷେତ୍ର ଶୁକ୍ରବାର ଆହୁରି ଘନୀଭୂତ ହୋଇ ଏକ ୱେଲମାର୍କଡ୍ ବା ଚିହ୍ନିତ ଲଘୁଚାପ କ୍ଷେତ୍ରରେ ପରିଣତ ହୋଇଛି । ଏହାର କିଛି ଅଂଶ ଏବେ ସମୁଦ୍ରରେ ଓ ଆଉ କିଛି ଅଂଶ ଓଡ଼ିଶା, ପଶ୍ଚିମବଙ୍ଗ ଓ ଛତିଶଗଡ଼ ଉପରେ ରହିଛି ।

ଆଞ୍ଚଳିକ ପାଣିପାଗ କେନ୍ଦ୍ର ର ସୂଚନା ଅନୁଯାୟୀ ଆସନ୍ତା ୪୮ ଘଣ୍ଟାରେ ଏହା ଉତ୍ତରପଶ୍ଚିମ ଦିଗରେ ଗତି କରି ଓଡ଼ିଶା, ଛତିଶଗଡ଼ ଓ ମଧ୍ୟପ୍ରଦେଶ ଦେଇ ରାଜସ୍ଥାନ ଆଡ଼କୁ ଗତି କରିବ । ଭାରତୀୟ ପାଣିପାଗ ବିଭାଗର ବୁଲେଟିନ ମୁତାବକ ଏହି ଲଘୁଚାପ ପ୍ରଭାବରେ ଆସନ୍ତା ୨୩ ରୁ ୨୫ ତାରିଖ ପର୍ଯ୍ୟନ୍ତ ଓଡ଼ିଶାର ଉପକୂଳବର୍ତ୍ତୀ ଜିଲ୍ଲାଗୁଡ଼ିକରେ ବର୍ଷା ହେବାର ସମ୍ଭାବନା ରହିଛି । ହେଲେ ସୃଷ୍ଟି ହୋଇଥିବା ଲଘୁଚାପ ସତ୍ତ୍ୱେ ଓଡ଼ିଶାରେ ବର୍ଷା ପରିମାଣ କମିବ । ଆଜି ଓ ଆସନ୍ତାକାଲି ଓଡ଼ିଶାରେ ବର୍ଷା ପରିମାଣ କମିବ ।

ଆଜି ରାଜ୍ୟର ୪ ଜିଲ୍ଲା ସୁନ୍ଦରଗଡ଼, କେନ୍ଦୁଝର, ବରଗଡ଼ ଓ ଝାରସୁଗୁଡ଼ାକୁ ପ୍ରବଳ ବର୍ଷା ସମ୍ଭାବନା ଥିବାବେଳେ ରବିବାର ମଧ୍ୟ ୪ ଜିଲ୍ଲା ଯଥା ମାଲକନାଗିରି, କୋରାପୁଟ, ମୟୁରଭଞ୍ଜ ଓ କେନ୍ଦୁଝରକୁ ପ୍ରବଳ ବର୍ଷା ସମ୍ଭାବନା ରହିଛି । ଏନେଇ ପାଣିପାଗ କେନ୍ଦ୍ର ପକ୍ଷରୁ ୟେଲୋ ୱାର୍ଣ୍ଣି ଜାରି କରାଯାଇଛି ।

ପାଣିପାଗ କେନ୍ଦ୍ରର ପୂର୍ବାନୁମାନ ଅନୁଯାୟୀ ଓଡ଼ିଶାକୁ ବଡ଼ ବର୍ଷା ସମ୍ଭାବନା ନାହିଁ । ଅଧିକାଂଶ ଜିଲ୍ଲାରେ ହାଲୁକାରୁ ମଧ୍ୟମ ଧରଣର ବର୍ଷା ହେବ । ଏନେଇ ଆଞ୍ଚଳିକ ପାଣିପାଗ କେନ୍ଦ୍ର କହିଛି । ଗତ ୨୪ ଘଣ୍ଟାରେ ମଧ୍ୟ ଓଡ଼ିଶାରେ ବର୍ଷା ପରିମାଣ ବଢିଛି । ଚଳିତ ମୌସୁମୀରେ ଏଯାବତ ବର୍ଷା ଅପେକ୍ଷ୍ୟାକୃତ କମ ଥିବାବେଳେ ଆଗକୁ ଭାରି ବର୍ଷା ସମ୍ଭାବନା ରହିଛି । ଏଯାବତ ରାଜ୍ୟରେ ସ୍ୱାଭାବିକ ବର୍ଷା ହିସାବରେ ୪୬୦ ମିମିରୁ ଉର୍ଦ୍ଧ୍ୱ ବର୍ଷା ହେବାର ଥିଲା ।

ହେଲେ ଏବେସୁଦ୍ଧା ଓଡ଼ିଶାରେ ୩୭୨.୩ମିମି ବର୍ଷା ରେକର୍ଡ ହୋଇଛି । ଯାହାକି ସ୍ୱାଭାବିକ ବର୍ଷାଠୁ ୨୦% କମ ବୋଲି ପାଣିପାଗ କେନ୍ଦ୍ର ସୂଚନା ଦେଇଛି । ଯାହାଫଳରେ ରାଜ୍ୟରେ ଏଥର ଚାଷ କାର୍ଯ୍ୟ ବ୍ୟାପକଭାବେ ପ୍ରଭାବିତ ହେବ ବୋଲି ଆଶଙ୍କା ପ୍ରକାଶ ପାଇଛି ।

ଏବେ ବାୟୁମଣ୍ଡଳରେ ଲମ୍ବିଥିବା ନିମ୍ନଚାପ ରେଖା ରାଜସ୍ଥାନରୁ ଆନ୍ଧ୍ର ଯାଏଁ ଲମ୍ବିଛି । ଯାହା ସକାଶେ ଆଭ୍ୟନ୍ତରୀଣ ଜିଲ୍ଲାଗୁଡିକରେ ଏବେ ବର୍ଷା ସମ୍ଭାବନା ରହିଛି । ଲଘୁଚାପ ପ୍ରଭାବରେ ଉପକୂଳବର୍ତ୍ତୀ ଅଂଚଳରେ ପବନର ବେଗ ଘଣ୍ଟା ପ୍ରତି ୪୦ରୁ ୫୦ କିଲୋମିଟରକୁ ବୃଦ୍ଧି ପାଇପାରେ ।

ଲଘୁଚାପ ପ୍ରଭାବରେ ଆଗାମୀ କିଛି ଦିନ ସମୁଦ୍ର ଅଶାନ୍ତ ରହିବାର ସମ୍ଭାବନା ଥିବାରୁ ମତ୍ସ୍ୟଜୀବୀମାନଙ୍କୁ ସମୁଦ୍ର ମଧ୍ୟକୁ ନଯିବାକୁ ବିଭାଗ ପକ୍ଷରୁ ସତର୍କ କରାଇଦିଆଯାଇଛି । ତେବେ ରାଜ୍ୟରେ ୨୬ ତାରିଖ ପରେ ବର୍ଷା ପରିମାଣ ବଢିବା ନେଇ ପାଣିପାଗ କେନ୍ଦ୍ର ସୂଚନା ଦେଇଛି ।

ଭିଜିଲାନ୍ସ ଜାଲରେ ବଲାଙ୍ଗିର ଜିଲ୍ଲା ର ପଞ୍ଚାୟତ ଅଧିକାରୀ : ଏକ କାଳୀନ ପାଞ୍ଚଟି ସ୍ଥାନରେ ଚଢ଼ାଉ

ରିପୋର୍ଟ : ସନ୍ତୋଷ କୁମାର ନାୟକ
ବଲାଙ୍ଗିର,ତା(୨୩/୦୭) : ଦୁର୍ନୀତି ର ଗନ୍ତାଘର ରୂପେ ବଲାଙ୍ଗିର ଜିଲ୍ଲା ରୁ ବାରମ୍ବାର ଗୋଟିଏ ପରେ ଗୋଟିଏ ଦୁର୍ନୀତି ମାମଲା ଲୋକ ଲୋଚନକୁ ଆସୁଥିବା ବେଳେ ପୁଣି ଭିଜିଲାନ୍ସ ଜାଲରେ ବଲାଙ୍ଗିର ଜିଲ୍ଲା ର ତୁରେକେଲା ବ୍ଲକ ଗ୍ରାମ ପଞ୍ଚାୟତ ଅଫିସର (ଜି.ପି.ଓ.) ।

ଭିଜିଲାନ୍ସ ଜାଲରେ ବଲାଙ୍ଗିର ଜିଲ୍ଲା ର ତୁରେକେଲା ବ୍ଲକ୍ ଗ୍ରାମ ପଞ୍ଚାୟତ ଅଫିସର ଗୋବିନ୍ଦ ଭୋଇ ଙ୍କ ଏକକାଳୀନ ୫ ଟି ସ୍ଥାନ ରେ ଭିଜିଲାନ୍ସ ର ଚଢ଼ଉ ଜାରି ରହିଛି । ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗ ରେ ଭିଜିଲାନ୍ସ ସମ୍ବଲପୁର, ବରଗଡ଼, ବଲାଙ୍ଗିର ଓ ସୋନପୁର ରେ ଭିଜିଲାନ୍ସ ଟିମ ଚଢ଼ଉ କରିଛି ।

କଣ୍ଟାବାଞ୍ଜି ପଟେଲ କଲୋନୀ ସ୍ଥିତ ବାସଭବନ ସହ ଧଣ୍ଡାମୁଣ୍ଡା ପୈତୃକ ବାସ ଭବନ, ତୁରେକେଲା, ମୁରିବାହାଲ ବ୍ଲକ କାର୍ଯ୍ୟାଳୟ ଏବଂ ତାଙ୍କ ଫଟୋ ଷ୍ଟୁଡିଓ ରେ ଚଢ଼ଉ ହୋଇଛି ।

୯ ବର୍ଷର ନାବାଳିକାକୁ ବଳତ୍କାର ଅଭିଯୋଗ : ଅଭିଯୁକ୍ତକୁ ପୋଲିସ ପକ୍ଷରୁ ପଚରା ଉଚରା ଜାରି

ରିପୋର୍ଟ : ଯୁବରାଜ ଜଗତ
ନବରଙ୍ଗପୁର,ଚନ୍ଦାହାଣ୍ଡି,(୨୩/୭) : ନବରଙ୍ଗପୁର ଜିଲ୍ଲା ଚନ୍ଦାହାଣ୍ଡି ଥାନା ଅଧୀନ ଜମାଦାର ପଡା ପଞ୍ଚାୟତର ବେଲପାଟି ଗ୍ରାମରେ ଜଣେ ୯ ବର୍ଷର ନାବାଳିକାକୁ ବଳତ୍କାର ଅଭିଯୋଗ |

ଗତ ୨୧ ତାରିଖ ବୁଧବାର ଦିନ ଘରେ ନିଜର ୪ ବର୍ଷର ସାନ ଭଉଣୀ ସହ ଘରେ ରୋଷେଇ ପାଇଁ ଚାଉଳ ବାଛୁଥିବା ସମୟରେ ଗୋରଖାବନ୍ଦ ସାହିର ନୀଳ ଠେଲା (୨୪) ନାମକ ଜଣେ ଯୁବକ ବଳ ପୂର୍ବକ ଘରେ ପଶି ୯ ବର୍ଷର ନାବାଳିକାକୁ ବଳତ୍କାର କରି ଥିବା ନେଇ ନାବାଳିକାର ବାପା ଚନ୍ଦାହାଣ୍ଡି ଥାନାରେ ଏକ ଲିଖିତ ଅଭିଯୋଗ କରିଥିବା ଗଣମାଧ୍ୟମକୁ ପ୍ରକାଶ କରିଛନ୍ତି ।

ନାବାଳିକାଙ୍କ ବାପାଙ୍କ ଏତଲାକୁ ଭିତ୍ତି କରି ଚନ୍ଦାହାଣ୍ଡି କେସ ନଂ ୯୩/୨୧ ନୁସାରେ ଏକମାମଲ ରୁଜୁ କରି ଅଭିଯୁକ୍ତକୁ ଥାନାକୁ ଆଣି ପଚରା ଉଚରା କରୁଥିବା ଚନ୍ଦାହାଣ୍ଡି ଥାନାଧିକାରୀ ପ୍ରମାନନ୍ଦ ସୁନାନି ପ୍ରକାଶ କରିଛନ୍ତି । ତଦନ୍ତ ପରେ ଆଗାମୀ ପଦକ୍ଷେପ ନିଆଯିବ ବୋଲି ସେ ସୂଚନା ଦେଇଛନ୍ତି । ଅଭିଯୁକ୍ତକୁ କଠୋରରୁ କଠୋର ଦଣ୍ଡ ଦେବା ଲାଗି ବିଭିନ୍ନ ମହଲରୁ ଦାବି କରାଯାଇଛି ।

ନାବାଳିକାର ପରିବାର ଲୋକେ କହିବାନୁସାରେ ଗୋରଖାବନ୍ଦ ସାହିର ନୀଳ ଠେଲା ଗତ ବୁଧବାର ଦିନ ଅପରାନ୍ନ ୩ ଟା ସମୟରେ ପାଖ ପଡିଆରେ ଗାଈ ବଳଦ ଚରାଉ ଥିଲା । ନାବାଳିକାର ବାପା ରାଜ ମିସ୍ତ୍ରୀ କାମ କରିବାକୁ ବାହାରକୁ ଯାଇଥିବା ବେଳେ ମା ପାଖ ଜମିକୁ ଧାନ ରୋଇବାକୁ ଯାଇଥିଲେ । ରାତି ଭୋଜନ ରୋଷେଇ ପାଇଁ ନାବାଳିକା ନିଜ ୪ ବର୍ଷର ଭଉଣୀ ସହ ଚାଉଳ ବାଛୁ ଥିଲା । ଘରେ ନାବାଳିକାର ବାପା ମା ନଥିବାର ସୁଯୋଗ ନେଇ ନୀଳ ଠେଲା ଘରକୁ ଜୋରଜବରଦସ୍ତ ପଶି ଯାଇ ନାବାଳିକାକୁ ଘର ଭିତରକୁ ଟାଣି ନେଇ ଦୁଷ୍କର୍ମ କରିଥିଲା ।

ନାବାଳିକା ପାଖ ବିଲରେ କାମ କରୁଥିବା ମାଙ୍କ ପାଖକୁ ଦୌଡି ଯାଇ ସବୁକଥା କହିବାରୁ ପରିବାର ଲୋକେ ଗ୍ରାମର ଭଦ୍ର ବ୍ୟକ୍ତିଙ୍କୁ ଜଣାଇବା ସହ ଗ୍ରାମରେ ଏକ ବୈଠକ ବସି ସମାଧାନ ପାଇଁ ଚେଷ୍ଟା କରି ଥିଲେ |

ସେଠାରେ ସମାଧାନ ନହେବାରୁ ଗୁରୁବାର ଦିନ ପୀଡ଼ିତା ନାବାଳିକାକୁ ଧରି ନ୍ୟାୟ ପାଇଁ ଚନ୍ଦହାଣ୍ଡି ଥାନାକୁ ଆସି ଅଭିଯୁକ୍ତ ନାମରେ ଏକ ଲିଖିତ ଅଭିଯୋଗ କରିବାରୁ ଥାନାଧିକାରୀ ପ୍ରମାନନ୍ଦ ସୁନାନି ଅଭିଯୁକ୍ତକୁ ଥାନାକୁ ଆଣି ପଚରା ଉଚରା କରାଯାଉଥିବା ଜଣା ଯାଇଛି l

ମହିଳା ଙ୍କୁ ହତ୍ୟା କରି ମୋବାଇଲ ନେଇ ଫେରାର ଅଭିଯୋଗ : ଘରୁ ମହିଳା ଙ୍କ ମୃତ ଦେହ ଉଦ୍ଧାର

ରିପୋର୍ଟ : ସୁନୀଲ ଆଚାର୍ଯ୍ୟ
ବଲାଙ୍ଗୀର,ଟିଟିଲାଗଡ, ତା(୨୪/୦୭) : ଟିଟିଲାଗଡ ୱାର୍ଡ ନଂ-୧୪ ରେ ଜଣେ ମହିଳା ଙ୍କ ଘରେ ପଶି ଗତ ରାତିରେ କେହି ମହିଳା ଙ୍କୁ ହତ୍ୟା କରି ଫେରାର ହୋଇଯାଇଥିବା ସ୍ଥାନୀୟ ଅଞ୍ଚଳରେ ଆଲୋଡନ ସୃଷ୍ଟି ହୋଇଛି ।

ସୂଚନା ଅନୁଯାୟୀ ଟିଟିଲାଗଡ ୱାର୍ଡ ନଂ-୧୪ ରେ ଗତ ଚାରି ବର୍ଷ ଧରି କଳାହାଣ୍ଡି ଜିଲ୍ଲା ବିଶ୍ୱନାଥ ପୁର ରୁ ଗୁଣନିଧି ଡାକୁଆ ତାଙ୍କ ସ୍ତ୍ରୀ ଲିଜା ଡାକୁଆ ଆସି ବିଭୁତି ଦଳେଇ ଙ୍କ ଘରେ ଭଡ଼ା ରେ ରହୁଥିଲେ । ଗତ ଶୁକ୍ରବାର ଅପରାହ୍ନ ସମୟରେ ମୃତା ଲିଜା ଡାକୁଆ(୨୭) ସାଇ ରେ ଚଳ ପ୍ରଚାଳ ସ୍ୱାଭାବିକ ଭାବରେ କରୁଥିବା ବେଳେ ଆଜି ସକାଳ ପ୍ରାୟ ଛଟା ସମୟରେ ଘର ମାଲିକ କବାଟ ଖୋଲା ଥିବା ଦେଖି ଡାକିଥିଲେ କିନ୍ତୁ କିଛି ଉତ୍ତର ନ ଶୁଣି ତାଙ୍କ ସ୍ତ୍ରୀ ସହ ପଶି ମହିଳା ଙ୍କୁ ମୃତ ଅବସ୍ଥାରେ ପଡିଥିବା ଦେଖି ଟିଟିଲାଗଡ ଥାନା ରେ ସୂଚନା ଦେଇଥିଲେ ।WhatsApp Image 2021 07 24 at 10.44.41 AM ମହିଳା ଙ୍କୁ ହତ୍ୟା କରି ମୋବାଇଲ ନେଇ ଫେରାର ଅଭିଯୋଗ : ଘରୁ ମହିଳା ଙ୍କ ମୃତ ଦେହ ଉଦ୍ଧାର

ମୃତ ଲିଜା ଙ୍କ ସ୍ୱାମୀ ଗୁଣନିଧି ଡାକୁଆ ମୁନିଗୁଡା ଯାଇସେଠି ଅନ୍ୟ ଏକ ସ୍ତ୍ରୀ ସହ ରହୁଥିବା ବେଳେ ଲିଜା ଏକୁଟିଆ ରହୁଥିଲେ । ପାରିବାରିକ କଳହ ରହୁଥିବା ବେଳେ ଏଠି ଏକ ଗ୍ରୁପ ଲୋନ ମଧ୍ୟ ରହିଥିଲା । କଟକ ରେ ମୃତ ଲିଜା ଙ୍କ ମାଆ ଘର ହୋଇଥିବା ବେଳେ ପାରିପାର୍ଶ୍ଵିକ ଅବସ୍ଥା ଓ କବାଟ ଖୋଲା ଅବସ୍ଥାରୁ ସନ୍ଦେହ ସୃଷ୍ଟି ହେଉଛି ଯେ କେହି ଗତ ରାତି ରେ ଆସି ପୁଣି ଚାଲିଯାଇଛି ।

ମୃତ ଲିଜା ଙ୍କ ବ୍ୟବହାର କରୁଥିବା ମୋବାଇଲ ମଧ୍ୟ ତାଙ୍କ ନିକଟରେ ନ ଥିବା ଜଣାପଡ଼ିଛି । ସ୍ୱାମୀ ଗୁଣନିଧି ପ୍ରେମ ବିବାହ କରିଥିବା ବେଳେ ସେ ଅନ୍ୟ ଏକ ସ୍ତ୍ରୀ ମୁନିଗୁଡା ରେ ବିବାହ କରି ଥିବା ଓ ଏକ କନ୍ୟା ସନ୍ତାନ ଥିବା ବେଳେ ଏ ନେଇ ମୃତ ଲିଜା ଙ୍କୁ ସଠିକ ଭାବେ ଚଳିବା ଖର୍ଚ୍ଚ ଦେଉ ନ ଥିବା ଚର୍ଚ୍ଚା ହେଉଛି ।

କେହି ଜଣେ ଆସି ତାଙ୍କୁ ଘରେ ହତ୍ୟା କରିଦେଇ ଫେରାର ହୋଇଯାଇଥିବାରୁ କବାଟ ଖୋଲା ଥିବା ସନ୍ଦେହ ସୃଷ୍ଟି ହୋଇଛି । ବର୍ତ୍ତମାନ ତାଙ୍କ ସ୍ୱାମୀ ବସ ରେ ମୁନିଗୁଡା ରୁ ଆସୁଛି ବୋଲି ଫୋନ ରେ କହିଥିବା ପ୍ରକାଶ ପାଇଛି । ଏ ନେଇ ପୋଲିସ ସବିଶେଷ ତଦନ୍ତ କରି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁ ବୋଲି ସ୍ଥାନୀୟ ଅଞ୍ଚଳରେ ଦାବୀ ହୋଇଛି ।

୧୨ ରୁ ୧୭ ବର୍ଷ ର ପିଲାଙ୍କୁ ଦିଆଯିବ ମଡର୍ଣ୍ଣା ଟିକା : ୟୁରୋପୀୟ ମେଡିସିନ୍ସ ଏଜେନ୍ସି

ରିପୋର୍ଟ : ଓଡିଶା ନ୍ୟୁଜ ୨୪ ବ୍ୟୁରୋ //
ଫ୍ରାନ୍ସ,ପ୍ୟାରିସ/ନୂଆଁଦିଲ୍ଲୀ,(୨୪/୦୭) : ମହମାରୀ କରୋନା ସଂକ୍ରମଣ ବଢ଼ୁଥିବା ବେଳେ ଭଲ ଖବର ସାମ୍ନାକୁ ଆସିଛି । ଏଣିକି ମଡର୍ଣ୍ଣା ପ୍ରସ୍ତୁତ କରିଥିବା କରୋନା ଟିକା ୧୨ ରୁ ୧୭ ବର୍ଷ ର ପିଲାମାନଙ୍କୁ ଦିଆଯିବ । ଏଥିପାଇଁ ଆଜି ୟୁରୋପୀୟ ମେଡିସିନ୍ସ ସଂସ୍ଥା ଅନୁମତି ପ୍ରଦାନ କରିଛି ।

ୟୁରୋପୀୟ ମେଡିସିନ୍ସ ଏଜେନ୍ସି ମଡର୍ଣ୍ଣାର ବ୍ରାଣ୍ଡ ନାଁ ନେଇ କହିଛି, ଯେଉଁଭଳି ଭାବେ ୧୮ ଓ ତା’ରୁ ଅଧିକ ବୟସ୍କଙ୍କୁ Spikevax ଟିକା ଦିଆଯାଉଥିଲା, ଏବେ ୧୨ ରୁ ୧୭ ବର୍ଷ ବୟସ୍କଙ୍କର ସମାନ ଭାବେ ଟିକାକରଣ କରାଯିବ । ସେମାନଙ୍କୁ ମଧ୍ୟ Spikevax ଦିଆଯିବ ।

ସମସ୍ତଙ୍କୁ ଟିକାର ଦୁଇଟି ଡୋଜ୍‌ ନେବାକୁ ପଡ଼ିବ । ପ୍ରଥମ ଡୋଜ୍‌ ନେବାର ୪ ସପ୍ତାହ ପରେ ଦ୍ୱିତୀୟ ଡୋଜ୍‌ ନେବାକୁ ହେବ। ମେ’ ମାସରେ ଏଜେନ୍ସି ୧୨ରୁ ୧୭ ବର୍ଷୀୟଙ୍କ ପାଇଁ ଫାଇଜର-ବାୟୋନଟେକ୍‌ ପ୍ରସ୍ତୁତ କରିଥିବା କରୋନା ଟିକାକୁ ବ୍ୟବହାର କରିବାକୁ ଅନୁମତି ଦେଇଥିଲା ।

ଏବେ Spikevax ଦ୍ୱିତୀୟ ଟିକା ଭାବେ ୟୁରୋପୀୟ ଦେଶରେ ବ୍ୟବହାର ହେବ । ଅନୁମତି ଦେବା ପୂର୍ବରୁ Spikevax ଟିକାର ପରୀକ୍ଷା ୩,୭୩୨ ଜଣ ପିଲାଙ୍କୁ ନେଇ କରାଯାଇଥିଲା । ସମସ୍ତଙ୍କ ବୟସ ୧୨ରୁ ୧୭ ବର୍ଷ ମଧ୍ୟରେ ରହିଥିଲା । ଟ୍ରାଏଲ ରିପୋର୍ଟରେ ସକାରାତ୍ମକ ଫଳାଫଳ ଆସିବାରୁ ସଂସ୍ଥା ଏହାର ବ୍ୟବହାର ପାଇଁ ଅନୁମତି ଦେଇଛି ।

ପରୀକ୍ଷା ବେଳେ ଜଣାପଡ଼ିଛି ଯେ ୧୮ରୁ ଅଧିକ ବୟସ୍କଙ୍କ ଶରୀରରେ ଯେଉଁଭଳି ଭାବେ Spikevax ଟିକା ନେବା ପରେ ଆଣ୍ଟିବଡି ସୃଷ୍ଟି ହେଉଥିଲା, ଠିକ ଅନୁରୂପ ରୋଗ ପ୍ରତିରୋଧକ ଶକ୍ତି ୧୨ରୁ ୧୭ ବର୍ଷୀୟଙ୍କ ମଧ୍ୟରେ ସୃଷ୍ଟି ହେଉଛି ।

ଭାରତ ବାୟୋଟେକ କଲା ବ୍ରାଜିଲ ସହିତ ହୋଇଥିବା ଚୁକ୍ତି ବାତିଲ୍ : ଟିକା ଚୁକ୍ତିରେ ଅନିୟମିତତା ଅଭିଯୋଗ

ରିପୋର୍ଟ : ଓଡିଶା ନ୍ୟୁଜ ୨୪ ବ୍ୟୁରୋ //
ନୂଆଦିଲ୍ଲୀ,(୨୪/୦୭) : ଭାରତ ବାୟୋଟେକ ର କୋଭାକ୍ସିନ ଟିକା କିଣିବ ବୋଲି ବ୍ରାଜିଲ ସରକାର ସହିତ ହୋଇଥିବା ଚୁକ୍ତିରେ ଦୁର୍ନୀତି ହୋଇଥିବା ଅଭିଯୋଗ ହୋଇଛି । ବ୍ରାଜିଲ ସରକାର ଏବେ ଏହି ମାମଲାରେ ତଦନ୍ତ ନିର୍ଦ୍ଦେଶ ଦେଇଛନ୍ତି । ହେଲେ ଦୁର୍ନୀତିର ଅଭିଯୋଗ ଆସିଥିବାରୁ ହାଇଦ୍ରାବାଦର ଏହି ଟିକା କମ୍ପାନୀ ବ୍ରାଜିଲ ସହିତ ଚୁକ୍ତି ବାତିଲ୍ କରିଛି ।

ବ୍ରାଜିଲର Precisa Medicamentos ଏବଂ Envixia Pharmaceuticals ସହିତ କୋଭାକ୍ସିନ କାରବାର କରିବାର ଥିଲା । Precisa Medicamentos ହେଉଛି ବ୍ରାଜିଲର ଏକ ଫାର୍ମା କମ୍ପାନୀ । ଭାରତ ବାୟୋଟେକର ସହଯୋଗରେ ଏହି କମ୍ପାନୀ ବ୍ରାଜିଲରେ ଟିକାକରଣ ବାବଦରେ ସରକାରଙ୍କୁ ସହଯୋଗ କରୁଥିଲା । ଭାରତ ବାୟୋଟେକ ଶୁକ୍ରବାର କହିଛି ଯେ ଅନିୟମିତତା ଅଭିଯୋଗ ଆସିବା ପରେ ଆମେ ଚୁକ୍ତି ପ୍ରକ୍ରିୟାକୁ ରଦ୍ଦ କରିଦେଇଛୁ ।

ଭାରତ ବାୟୋଟେକ ଏବଂ ବ୍ରାଜିଲ ସହିତ ଟିକା ନେଇ ଚୁକ୍ତି ହେବା ପରେ ବ୍ରାଜିଲକୁ କୋଭାକ୍ସିନ ଟିକା ଯାଇ ପାରିନଥିଲା । କାରଣ ବ୍ରାଜିଲର ଜାତୀୟ ସ୍ୱାସ୍ଥ୍ୟ ମନିଟରିଂ ଏଜେନ୍ସି (ଏନ.ଭି.ସା.) ଏହି ଟିକା ପାଇଁ ଆମଦାନୀ ଅନୁରୋଧକୁ ପ୍ରତ୍ୟାଖ୍ୟାନ କରିଥିଲା ।

ଭାରତ ବାୟୋଟେକ ପାଖରୁ ୨ କୋଟି ଟିକା ନେବେ ବୋଲି ଫେବୃଆରୀରୁ ଚୁକ୍ତି କରିଥିଲେ ବ୍ରାଜିଲ ସରକାର । ଏଥିପାଇଁ ବ୍ରାଜିଲ ୨୪୦୯ କୋଟି ଟଙ୍କା ଭାରତ ବାୟୋଟେକକୁ ଦେବ ବୋଲି ଚୁକ୍ତି ହୋଇଥିଲା । କମ୍ପାନୀ କହିଛି ଭାରତ ବାହାରେ କୋଭାକ୍ସିନର ଡୋଜ ପିଛା ଦାମ ୧୫ରୁ ୨୦ ଡଲାର ରହିଛି । ବ୍ରାଜିଲ ଡୋଜ ପିଛା ୧୫ ଡଲାରରେ ନେବ ବୋଲି ସ୍ଥିର ହୋଇଥିଲା ।

ଭାରତ ବାୟୋଟେକ ପାଖରୁ ୨ କୋଟି ଟିକା ନେବେ ବୋଲି ଫେବୃଆରୀରୁ ଚୁକ୍ତି କରିଥିଲେ ବ୍ରାଜିଲ ସରକାର । ଏଥିପାଇଁ ବ୍ରାଜିଲ ୨୪୦୯ କୋଟି ଟଙ୍କା ଭାରତ ବାୟୋଟେକକୁ ଦେବ ବୋଲି ଚୁକ୍ତି ହୋଇଥିଲା । କମ୍ପାନୀ କହିଛି ଭାରତ ବାହାରେ କୋଭାକ୍ସିନର ଡୋଜ ପିଛା ଦାମ ୧୫ରୁ ୨୦ ଡଲାର ରହିଛି । ବ୍ରାଜିଲ ଡୋଜ ପିଛା ୧୫ ଡଲାରରେ ନେବ ବୋଲି ସ୍ଥିର ହୋଇଥିଲା ।

ତେବେ ବ୍ରାଜିଲ ସରକାର କୋଭାକ୍ସିନ ଟିକାକୁ ଅଧିକ ଦାମରେ କିଣୁଥିବା ନେଇ ଅଭିଯୋଗ ହୋଇଛି । ଏଥିପାଇଁ ବ୍ରାଜିଲର ରାଷ୍ଟ୍ରପତି ଜାୟର ବୋଲ୍ସୋନାରେଙ୍କୁ ଦାୟୀ କରାଯାଇଛି । ବ୍ରାଜିଲର ଜଣେ ସିନେଟର (ସାଂସଦ) ଜାୟର ବୋଲ୍ସୋନରଙ୍କ ବିରୋଧରେ ଆର୍ଥିକ ଅନିୟମିତତା ଅଭିଯୋଗ ଆଣିବା ପରେ ସରକାର ତଦନ୍ତ ନିର୍ଦ୍ଦେଶ ଦେଇଛନ୍ତି ।